June 29, 2025

Odia Express

Leading Odia News Portal of Odisha

ସୁପ୍ରିମକୋର୍ଟଙ୍କ ନିର୍ଦେଶ – ବୁଢା ବାପା ମାଙ୍କ ସେବା କରିବା କିମ୍ବା ତାଙ୍କୁ ସାଥିରେ ରଖିବାକୁ ସ୍ତ୍ରୀ ଯଦି ମନ କରିବେ, ତେବେ ସ୍ୱାମୀ ଛାଡପତ୍ର ନେଇପାରିବ

ଦେଶରେ ଆସିବା ଦିନରୁ ଶୁଣିବାକୁ ମିଳିଥାଏ କି ପୁଅ ନିଜ ବାପା ମାଙ୍କୁ ଘରୁ ବାହାର କରିଦେଇଛି, ଏହା ବିଲକୁଲ୍ ଠିକ୍ ନୁହେଁ , ସମାଜ ଏହାକୁ ଗ୍ରହଣ କରେନି, ନା ହିଁ ଆମର କାନୁନ୍, ଯଦି ସ୍ତ୍ରୀ ଏପରି କରିଥାଏ ତେବେ ସ୍ୱାମୀ ଛାଡପତ୍ର ଦେଇପାରେ , ସୁପ୍ରୀମ କୋର୍ଟ ଏହି ଫଇସଲା ନେଇଛନ୍ତି , ଯାହା କୋର୍ଟ ୨୦୧୭ ରେ ଆଦେଶ ଦେଇଥିଲେ ।ସୁପ୍ରିମ କୋର୍ଟ ଏହି ଐତିହାସିକ ଫଇସଲା ବିଷୟରେ କହିଲେ କି ମା ବାପାଙ୍କୁ ଯଦି ସ୍ତ୍ରୀ ଅଲଗା କରିବାକୁ ଚେଷ୍ଟା କରନ୍ତି ତେବେ ସ୍ୱାମୀ ସଂପୂର୍ଣ୍ଣ ଭାବେ ଛାଡପତ୍ର ନେଇପାରିବେ , କୋର୍ଟ ଏହି ମାମଲା କର୍ଣ୍ଣାଟକ ହାଇକୋର୍ଟ ଗୋଟେ ଆଦେଶରେ ରଦ୍ଧ କରି ଫଇସଲା ନେଇଛନ୍ତି ।

କୋର୍ଟ ଏହି ଫଇସଲାରେ କହିଥିଲା କି ସାଧାରଣ ପରିସ୍ଥିତିରେ ସ୍ତ୍ରୀ ବାହାଘର୍ ପରେ ସ୍ୱାମୀଙ୍କ ସହ ପରିବାରରେ ରହିଥାଏ , ଯଦି ସ୍ତ୍ରୀ ଅଲଗା ହେବାକୁ କହିଥାଏ ତେବେ ତାହା ପାଖରେ କୌଣସି ପକ୍କା କାରଣ ଥିବା ଦରକାର, କୋର୍ଟ କହିଲେ କି ଯଦି ସ୍ତ୍ରୀ ଜିଦ୍ ରେ ଅଟଳ ଅଛି ,ତେବେ ସେ ନିଜ ସ୍ୱାମୀ ସହ ଏକେଲା ରହିବାକୁ ଚାହୁଁଛି , ତେବେ ତାହା ଛାଡପତ୍ରର କାରଣ ହୋଇପାରେ ।

ବିହାର ସରକାର ଏବେ କିଛି ଦିନ ହେବ ଏହି ଫଇସଲା ନେଇଛନ୍ତି , ମା ବାପାଙ୍କୁ ଦୂବ୍ୟବହାର କଲେ ପୁଅକୁ ଜେଲ୍ ଯିବାକୁ ପଡିବ ,ଯଦି ବିହାରରେ ରହୁଥିବା ଛୁଆ ବାପା ମାଙ୍କୁ ଅନାଦାର କରନ୍ତି ,ତେବେ ତାଙ୍କୁ ଜେଲ୍ ଯିବାକୁ ପଡିବ ,

 

ଯଦି କେଉଁ ମା ବାପା ଏହାର ଅଭିଯୋଗ କରନ୍ତି ତେବେ ଛୁଆଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିପାରିବେ , ରାଜ୍ୟ ସରକାର ମାନିଛନ୍ତି କି ଏମିତି ମା ବାପା ଯାହାଙ୍କ ଛୁଆ ତାଙ୍କ ସହ ଦୁବ୍ୟବହାର କରନ୍ତି ତେବେ ତାଙ୍କ ବିପକ୍ଷରେ ଆଇନଗତ ସଂରକ୍ଷଣ ପ୍ରଦାନ ରାଜ୍ୟ ସରକାର ଦାୟିତ୍ୱ ନେବେ ।

Leave a Reply

Your email address will not be published. Required fields are marked *