ନିଜ ପୁତ୍ରର ଭୁଲ୍ ଯୋଗୁଁ ଭଗବାନ ଶ୍ରୀକୃଷ୍ଣଙ୍କର ମୃତ୍ୟୁ ହେଇଥିଲା, ଏହି କାହାଣୀ ଆପଣ କେଉଁଠି ଶୁଣିନଥିବେ..

ଭଗବାନ ଶ୍ରୀକୃଷ୍ଣଙ୍କର ଜୀବନ ସହ ଯୋଡି ହୋଇଥିବା ବହୁତ ଗୁଡିକ କଥା ଆମକୁ ନାନାପ୍ରକାର ଗ୍ରନ୍ଥରେ ଶୁଣିବାକୁ ମିଳେ । ଶ୍ରୀକୃଷ୍ଣ ଓ କଂସଙ୍କ କଥା , ତାଙ୍କର ବାଳ ଲୀଳାଗୁଡିକ , ମହାଭାରତ ଯୁଦ୍ଧ ଓ ତାଙ୍କର ଭୁମିକା , ଶ୍ରୀକୃଷ୍ଣଙ୍କ ଦିଆଯାଇଥିବା ଗୀତାର ଉପଦେଶ ବିଷୟରେ ପ୍ରାୟ ସବୁ ସୁଚନା ମିଳିଯାଏ । କିନ୍ତୁ ବହୁତ ଲୋକଙ୍କ ମଧ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁର କାରଣ କିପରି ହେଲା ଏହା ବିଷୟରେ ସୁଚନା ନାହିଁ । ପ୍ରକୃତରେ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ତାଙ୍କର କୁଳ ର ନାଶା ଶ୍ରୀକୃଷ୍ଣ ପୁତ୍ର ସାଂବ କାରଣରୁ ହୋଇଥିଲା । ଶ୍ରୀକୃଷ୍ଣଙ୍କ ସହ ହୋଇଥିବା ମୃତ୍ୟୁର ରହସ୍ୟ ମହାଭାରତ ଗ୍ରନ୍ଥରେ ଦେଖିବାକୁ ମିଳିଥାଏ ।
ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଗୋକୁଳରେ ହୋଇଥିଲା । ଓ ସେଠାରେ ସେ ନିଜର ଛୁଆବେଳ କାଟିଥିଲେ ।କିନ୍ତୁ କଂସକୁ ବଧ କରିବାପରେ ଭଗବାନ ଶ୍ରୀକୃଷ୍ଣ ଗୋକୁଳ ବାସୀଙ୍କୁ ଦ୍ୱାରିକା ଚାଲି ଆସିଥିଲେ । ଏହି ଜାଗାରେ ସେ ନିଜର ରାଜ୍ୟ ସ୍ଥାପିତ କରିଥିଲେ । ମହାଭାରତ ଯୁଦ୍ଧ ପରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖାକରିବାକୁ ଦେବର୍ଷୀ ନାରଦ , ଦୁର୍ବଶା, ବିଶ୍ୱାମିତ୍ର ସହିତ ଅନ୍ୟ ବହୁତ ସାରା ରୁଷି ମୁନି ଦ୍ୱାରକା ଆସିଥିଲେ । ସେହି ସମୟରେ ଶ୍ରୀକୃଷ୍ଣ ଓ ଜମ୍ବାବତୀଙ୍କ ପୁଅ ସାଂବ ରୁଷି ମୁନିଙ୍କ ସହ ମଜାକ୍ କରିବା ପାଇଁ ଏକ ଗର୍ଭବତୀ ନାରୀର ରୁପ ଧାରଣ କରିନେଇଥିଲା , ଓ ରୁଷି ମୁନିଙ୍କୁ ମିଶିକରି ପ୍ରଶ୍ନ କରିଥିଲା । ଓ କହିଥିଲା କି ତାର୍ ଗର୍ଭରେ ଏକ ପୁତ୍ର ଅଛି କି କନ୍ୟା , ସାଂବର ଏହି ମଜାକ୍ ରୁଷି ମୁନିଙ୍କୁ ପସନ୍ଦ ଆସିନଥିଲା । ଓ ରୁଷି ମୁନି ମାନେ କ୍ରୋଧରେ ଆସି ସାଂବଙ୍କୁ ଶ୍ରାପ ଦେଲେ । ସାଂବକୁ ଶ୍ରାପ ଦେଇକରି ରୁଷି ମୁନି ମାନେ କହିଲେ କି ଏକ ଲୁହାର ଶରୀରରୁ ତୀର ଜନ୍ମ ନେବ , ଓ ଏହି ଲୁହା ତୀର ସକାଶେ ତାର କୁଳ ପୁରା ଭାବେ ସମାପ୍ତ ହୋଇଯିବ ।
ଏହି ଶ୍ରାପରୁ ମୁକ୍ତି ପାଇବାପାଇଁ ସାଂବ ଦ୍ୱାରକା ପାଖରେ ଥିବା ପ୍ରଭାସ ନଦୀରେ ଏକ ତମ୍ବାର ତୀର ର ଚୁର୍ଣ୍ଣ ପ୍ରବାହିତ କରିଲେ । ଏହି ଚୁର୍ଣ୍ଣ ଏକ ମାଛ ଗିଳିଦେଇଥିଲା । କିଛି ସମୟ ପରେ ଦ୍ୱାରିକାରେ ରହିବାପରେ ଲୋକଙ୍କ ଜୀବନ ଏକ ଦମ୍ ବଦଳିଗଲା ଓ ସେଠାରେ ରହୁଥିବା ସବୁ ଅଧିବାସୀ ନିଜ ନିଜ ମଧ୍ୟରେ ଲଢେଇ ଝଗଡା କରିବାକୁ ଲାଗିଲେ, ଅନ୍ୟ ରାଜ୍ୟର ଲୋକଙ୍କ ଦ୍ୱାରା ପାପରୁ ଶେଷ କରିବାପାଈଁ ଭଗବାନ ଶ୍ରୀକୃଷ୍ଣ ସେହି ପ୍ରଭାସ ନଦୀରେ ଯାଇକରି ସ୍ନାନ କରିବାକୁ କହିଲେ , ସେହି ସମୟରେ ରାଜ୍ୟର ଲୋକଙ୍କ ମଧ୍ୟରେ ଆହୁରି ଥରେ କଳହ ବଢିଗଲା । ବହୁତ ଲୋକ ମରିଯାଇଥିଲେ । ଯାହାର୍ ପରେ ଭଗବାନ ଶ୍ରୀକୃଷ୍ଣ ନିଜ ରାଜ୍ୟର ଛୁଆମାନଙ୍କୁ ହସ୍ତିନାପୁର ପଠେଇଦେଲେ । ଦିନେ ଭଗବାନ ଶ୍ରୀକୃଷ୍ଣ ବନରେ ଆରାମ କରୁଥିଲେ । ତେବେ ସେହି ସମୟରେ ଏକ ଶବର ତାଙ୍କୁ ହରିଣ ଭାବିକରି ତାଙ୍କ ଉପରକୁ ତୀର କ୍ଷେପଣ କରିଥିଲା । ତୀର ଭଗବାନ ଶ୍ରୀକୃଷ୍ଣଙ୍କ ପାଦରେ ଯାଇଲାଗିଥିଲା । ଓ ତୀର ଲାଗିବାପରେ ଭଗବାନ ଶ୍ରୀକୃଷ୍ଣ ନିଜ ମାନବ ଶରୀର ତ୍ୟାଗ କରିଦେଲେ । ଓ ବୈକୁଣ୍ଠ ଚାଲିଗଲେ ।
ମହାଭାରତର ଗ୍ରନ୍ଥ ଅନୁସାରେ ଯେଉଁ ମାଛ ତମ୍ବାର ତୀର ଚୁର୍ଣ୍ଣ ଗିଳିଥିଲା, ତାହାର ପେଟରେ ଏକ ଧାତୁ ହୋଇଯାଇଥିଲା ଶବର ଦିନେ ନଦୀକୁ ମାଛ ଧରିବାକୁ ଗଲା , ଓ ମାଛ ପେଟରୁ ସେହି ଧାତୁକୁ ବାହାର କରି ସେହି ଧାତୁରେ ଏକ ତୀର ବନେଇଲା , ଏହି ତୀରକୁ ସେ ବୋଧେ ଶ୍ରୀକୃଷ୍ଣଙ୍କ ପାଦକୁ ମାରିଥିଲା ।