December 9, 2024

Odia Express

Leading Odia News Portal of Odisha

ସରଳତାର ଉଦାହରଣ ଥିଲେ ଆମର କାଲାମ ସାହେବ – ରାଷ୍ଟ୍ରପତି ହେବା ସତ୍ବେ ମଧ୍ୟ ଜନତାଙ୍କ ସହ ସାଧାରଣ ଲୋକଭଳି ମିଶୁଥିଲେ – କରିଛନ୍ତି ଏଭଳି କାମ ଯେ ସମସ୍ତେ ପଢିବା ନିହାତି ଦରକାର…

ଏପିଜେ ଅବଦୁଲ କାଲାମଙ୍କ ବ୍ୟକ୍ତିତ୍ବ କୁ କୌଣସି ସୀମା ମଧ୍ୟରେ ସୀମିତ କରାଯାଇ ପାରିବ ନାହିଁ। ଜୀବନ ଯେତେବେଳେ ତାଙ୍କୁ ଯେଉଁ ଭୂମିକା ଦେଇଛି ସେ ସେଥିରେ ସଫଳ ହୋଇଛନ୍ତି । ସେ ଦେଶର ରାଷ୍ଟ୍ରପତି ଥିଲେ, ଏକ ମହାନ ବିଚାରକ ଥିଲେ, ଲେଖକ ଓ ବୈଜ୍ଞାନିକ ଥିଲେ । ସବୁ କ୍ଷେତ୍ର ରେ ତାଙ୍କର ମହତ୍ଵପୂର୍ଣ୍ଣ ଯୋଗଦାନ ରହିଥିଲା । ଅବଦୁଲ କାଲାମଙ୍କ ଦେହାନ୍ତ  ଚାରିବର୍ଷ ପୂର୍ବେ ୨୭ଜୁଲାଇରେ ମେଘାଳୟର ସିଲଙ୍ଗରେ ହୋଇଥିଲା । ଆଜି  ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ମହତ୍ଵପୂର୍ଣ୍ଣ କଥା ଓ ତାସହ କିପରି ସ୍ଵପ୍ନ ଦେଖିବା ଓ ତାକୁ ପୂରଣ କରିବା ଜଣେ କାଲାମଙ୍କ ଜୀବନରୁ ଶିଖିପାରିବ । ୨୦୦୨ରେ ରାଷ୍ଟ୍ରପତି ନିର୍ବାଚିତ ହେବାପରେ ମଧ୍ୟ ତାଙ୍କର ସରଳତା ସମସ୍ତଙ୍କ ପାଇଁ ପ୍ରିୟ ଥିଲା । ତାଙ୍କ କବାଟ ସାଧାରଣ ଲୋକଙ୍କ ନିମନ୍ତେ ସବୁବେଳେ ଖୋଲା ଥିଲା । କେତେ ଚିଠିର ଉତ୍ତର ସେ ନିଜେ ଲେଖିକରି ଦେଉଥିଲେ । ତାଙ୍କୁ ପିପୁଲ୍ସ ପ୍ରେସିଡେଣ୍ଟ ମଧ୍ୟ କୁହାଯାଉଥିଲା ।

 

ଅବଦୁଲ କାଲାମଙ୍କ ଜନ୍ମ ତାମିଲନାଡୁର ରାମେଶ୍ଵରମ ଠାରେ ୧୫ଅକ୍ଟୋବରରେ ହୋଇଥିଲା । ତାଙ୍କର ପରିବାର ଡଙ୍ଗା ତିଆରି କରିବାର କାମ କରୁଥିଲେ । କାଲାମଙ୍କ ପିତା କେଉଟ ମାନଙ୍କୁ ଡଙ୍ଗା ଭଡା ସୂତ୍ରରେ ଦେଉଥିଲେ । ଛୋଟବେଳରୁ କାଲାମ ବଡ ହୋଇ କିଛି କରିବାର ସ୍ଵପ୍ନ ଦେଖୁଥିଲେ । ଜଡୋ ସେହି ସମୟରେ ପରିସ୍ଥିତି ଏତେ ଭଲ ନଥିଲା। ସେ ସ୍କୁଲରୁ ଫେରି କିଛି ସମୟ ପର୍ଯ୍ୟନ୍ତ ନିଜର ବଡ ଭାଇ ମୁସ୍ତାଫା କାଲାମଙ୍କ ଦୋକାନରେ ବସୁଥିଲେ, ଯାହାକି ରାମେଶ୍ଵରମ ରେଳଷ୍ଟେସନରେ ଥିଲା ।

 

ତାପରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହେବାପରେ ଯେତେବେଳେ ଟ୍ରେନ ରାମେଶ୍ଵରମ ଷ୍ଟେସନରେ ରହିବା ବନ୍ଦ କରିଦେଲା , ସେତେବେଳେ ଖବରକାଗଜ ବଣ୍ଡଲ ଟ୍ରେନରୁ ଫିଙ୍ଗି ଦିଆଯାଉଥିଲା । ତାଙ୍କ ଭାଇ ସମସୁଦ୍ଦିନ ଙ୍କୁ ଜଣେ ଏପରି ବ୍ୟକ୍ତିଙ୍କର ଆବଶ୍ୟକତା ଥିଲା ଯିଏ ଖବରକାଗଜକୁ ଘରଘର ବାଣ୍ଟିବାରେ ତାଙ୍କୁ ସାହାଯ୍ୟ କରିପାରୁଥିବ , ସେତେବେଳେ କାଲାମ ଏହି ଦାୟିତ୍ଵ ନିର୍ବାହ କଲେ। ଯେବେ ସେ ତାଙ୍କ ବାପାଙ୍କୁ ରାମେଶ୍ଵରମରୁ ବାହାରକୁ ଯାଇ ପଢିବା କଥା କହିଲେ ତ ସେ କହିଲେ ଆମ ସ୍ନେହ ତୁମକୁ ବାନ୍ଧିରଖିବ ନାହିଁ ଓ ନା ଆମର ଅଭାବ ତୁମକୁ ଅଟକେଇବ । ଏହି ସ୍ଥାନରେ ତୁମ ଶରୀର ତ ରହିପାରିବ କିନ୍ତୁ ତୁମ ମନ ନୁହେଁ ।

 

୨୦୦୨ରେ ରାଷ୍ଟ୍ରପତି ହେବାପରେ କାଲାମ ପ୍ରଥମ ଥର କେରଳ ଯାଇଥିଲେ । ସେ ସମୟରେ କେରଳ ରାଜଭବନରେ ରାଷ୍ଟ୍ରପତିଙ୍କ ଅତିଥି ରୂପେ ଦୁଇଜଣଙ୍କୁ ଆମନ୍ତ୍ରଣ କରଯାଇଥିଲା । ପ୍ରଥମ ଜଣକ ଥିଲେ ଜୋତାଚପଲ ମରାମତି କରୁଥିବା ମୋଚି ଓ ଦ୍ଵିତୀୟ ଜଣକ ଥିଲେ ଜଣେ ଢାବା ମାଲିକ । ତିରୁବନନ୍ତପୁରମରେ ରହିବା ସମୟରେ ଏହି ଦୁହିଁଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ।

 

ଡାକ୍ତର କାଲାମ କେବେ ନିଜର କିମ୍ବା ପରିବାର ପାଇଁ କିଛି ଛାଡିଯାଇ ନାହାନ୍ତି । ରାଷ୍ଟ୍ରପତି ପଦରେ ଥାଇ ସେ ନିଜର ସମସ୍ତ ଜମାପୁଞ୍ଜି ଓ ମିଳିଥିବା ଦରମା ଏକ ଟ୍ରଷ୍ଟ ନାମରେ କରିଦେଇଥିଲେ । ସେ କହିଥିଲେ ଯଦିଓ ମୁଁ ଦେଶର ରାଷ୍ଟ୍ରପତି ଅଛି , ଏଥିପାଇଁ ଯେତେଦିନ ବଞ୍ଚିଥିବି ସରକାର ମୋର ଧ୍ୟାନ ଆଗକୁ ମଧ୍ୟ ରଖିବେ । ତେଣୁ ମୋର ଦରମା ଓ ଜମାପୁଞ୍ଜି ସଞ୍ଚିବାର କଣ ଆବଶ୍ୟକତା ।

Leave a Reply

Your email address will not be published. Required fields are marked *