September 3, 2025

Odia Express

Leading Odia News Portal of Odisha

ଜଳିଗଲା ଘର – ଜଳୁଥିବା ଘରରୁ ବାହାରିପାରିଲେନି ବିକଳାଙ୍ଗ ସ୍ୱାମୀ – ସ୍ତ୍ରୀ ମଧ୍ୟ ତାଙ୍କ ସହ ରହି ନିଜ ପ୍ରାଣ ତ୍ୟାଗ କରିନେଲେ – ଆଉ ଶେଷ ସମୟରେ କହୁଥିଲେ – ବଂଚିବା ତା ଏକାଠି ନହେଲେ..

ହରିଆଣାର ଫରିଦାବାଦ ଗତ ଦୁଇ ଦିନରେ ନିଆଁରେ ଆସି ଜୀବନ ହରାଇଥିବା କଥା ସାମ୍ନାକୁ ଆସିଛି, ଏବେ କିଛି ଦିନ ହେବ ଶନିବାର ଦିନ ଏକ ପ୍ରାଇଭେଟ୍ ସ୍କୁଲ୍ ରେ ନିଆଁ ଲାଗିଯିବା କାରଣରୁ ଦୁଇଟି ଛୁଆ ଓ ମହିଳାଙ୍କ ଜୀବନ ଚାଳିଗଲା , ଏହି ମାମଲା ଏବେ ଧମିନାହିଁ , ତାପର ଦିନ ମାନେ ରବିବାରକୁ ଏକ ଦୂର୍ଘଟଣା ହୋଇଗଲା , ଯେଉଁଥିରେ ଜଣେ ବୟସ୍କ ଦମ୍ପତି ନିଆଁରେ ଫସିଯାଈଥିଲେ,  ସୁଚନା ମୁତାବିକ ଅନ୍ୟ ଘଟଣା ଫରିଦାବାଦ ଗାନ୍ଧୀ କଲୋନୀର ଏହା ଅଟେ , ସୁତ୍ରରୁ ଜଣାଯାଏ କି ନିଆଁ ଲାଗିବାର ମୁଖ୍ୟ କାରଣ ସର୍ଟ ସର୍କିଟ୍ ହେବା କାରଣରୁ ବୋଲି କୁହାଯାଉଛି , ଏହି ନିଆଁ ତୃତୀୟ ମହଲାରେ ଲାଗିଥିଲା ।

 

ବିଲଡିଙ୍ଗ୍ ର ଗ୍ରାଉଣ୍ତ ଫ୍ଲୋର୍ ରେ ଗୋଟେ ଦୋକାନ ଥିଲା , କୁହାଯାଉଛି କି ନିଆଁର ଆରମ୍ଭ ଏଠାରୁ ହୋଇଥିଲା,  ଏହାପରେ ନିଆଁ ବଢିବାରେ ଲାଗିଥିଲା , ଓ ଏହା ଉପର ମହଲାରେ ଯାଇ ପହଞ୍ଚିଥିଲା , ଦ୍ୱୀତିୟ ମହଲାରେ ଏକ ବୟସ୍କ ଦମ୍ପତି ଶୋଇଥିଲେ , ଏମିତିରେ ଯେପରି ତାଙ୍କ ଆଖି ଖୋଲିଲା ତେବେ ସେ ନିଆଁରେ ଫସିଯାଈଥିଲେ , ଏହି ସମୟରେ ଝିଅଟି ଜୀବନ ବଞ୍ଚାଇ ପଳାଇଆସିଲା କିନ୍ତୁ ବୁଢା ଦମ୍ପତି ନିଆଁର ଝାଲରେ ପଡିଗଲେ , ଏହି ଘରର ମୁଖିଆ ଅପଙ୍ଗ ଅଟନ୍ତି , ସେଥିପାଇଁ ସେ ସିଢିରୁ ତଳକୁ ଆସିପାରିଲେ ନାହିଁ , ନିଆଁର ମଧ୍ୟରେ ସିଢି ପାଖରେ ବସିପଡିଲେ , ଏହି ଅବସ୍ଥା ଦେଖି ତାଙ୍କ ସ୍ତ୍ରୀ ଦୌଡିପଳାଇବା ପରିବର୍ତ୍ତେ ନିଜ ସ୍ୱାମୀଙ୍କ ସହ ବସିବାର ନିର୍ଣ୍ଣୟ ନେଲେ , ତାପରେ ଦେଖୁଦେଖୁ ନିଆଁର ଝାସରେ ଦୁହେଁ ଜଳିଗଲେ ।

 

ଜଳିଯାଈଥିବା ଦମ୍ପତି ଆଖପାଖ ଲୋକେ ହସ୍ପିଟାଲ୍ ନେଇଯାଇଥିଲେ  ,କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଲେ , ସେପଟେ ପୋଲିସ୍ ବି ଏହି ଘଟଣାର ସୁଚନା ମିଲିବାପରେ ଘଟଣାସ୍ଥଳରେ ପହଞ୍ଚିଲେ , ଓ ଫାୟାର୍ ବ୍ରିଗେଡ୍ ଲୋକ ବି ଥିଲେ,  ଓ ନିଆଁକୁ ସେ କାବୁ କରିନେଇଥିଲେ , ପୋଲିସ୍ ସେହି ଦୁଇ ଦମ୍ପତିଙ୍କୁ ନିଆଁରୁ କାଢି ହସ୍ପିଟାଲ୍ ନେଇଯାଈଥିଲେ , କିନ୍ତୁ ସେଠାରେ ପହଞ୍ଚିବା କ୍ଷଣି ସେ ମୃତ୍ୟୁବରଣ କରିଥିଲେ ।

 

ଆପଣଙ୍କୁ କହିଦେବୁ କି ଶନିବାରକୁ ଫରିଦାବାଦ ର ଡବୁଆ କଲୋନିରେ ଏକ ପ୍ରାଇଭେଟ୍ ସ୍କୁଲ୍ ରେ ସର୍ଟ ସକ୍ରିଟ୍ ହେବା କାରଣରୁ ନିଆଁ ଲାଗିଥିଲା,  ଏହି ଦୁଃଖଦ ଘଟଣା ମହିଳା ସଂଚାଳକ ଓ ଦୁଇଟି ଛୁଆଙ୍କ ମୃତ୍ୟୁ ହୋଇଯାଇଥିଲା,  ଏହାପରେ ସିଏମ୍ ମନୋହର ଲାଲ୍ ଖଟ୍ଟର ତିନି ଦିନ ମଧ୍ୟରେ ଏହି ମାମଲାର ଯାଞ୍ଚ କରିବାପାଇଁ କହିଥିଲେ , କିନ୍ତୁ ଦ୍ୱିତୀୟଦିନ ଗାନ୍ଧୀନଗରରେ ଏହି ଘଟଣା ଘଟିଥିଲା ,

ଯଦି ଆପଣଙ୍କ ଆଖପାଖରେ ଏମିତି କିଛି ସ୍ଥିତି ଆସେ ତେବେ ସେଠାରୁ ବାହାରକୁ ବାହାରିବାପାଇଁ ଚେଷ୍ଟା କରନ୍ତୁ , ଏହି ସମୟରେ ନିଜ ବୁଦ୍ଧି ଖଟାଇ ଏମିତି ଭୁଲ୍ କରନ୍ତୁ ନାହିଁ ଯାହା ବିପଦ ଆଡକୁ ଟାଣିଆଣିବ , ଯଦି ଅନ୍ୟ ମାନଙ୍କୁ ସାହାଯ୍ୟ କରିବାକୁ ମନ ବଳାଇଛନ୍ତି ତେବେ ପଛଘୁଞ୍ଚା ଦିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *