June 20, 2025

Odia Express

Leading Odia News Portal of Odisha

ଏକ ଛୋଟ ପିଲାର ଜୀବନ ବଞ୍ଚେଇବାକୁ ଯାଇ ବର୍ଷାରେ ଠିଆ ହୋଇଗଲେ 4800 ଲୋକ, ଜାଣନ୍ତୁ କାହିଁକି? ସାରା ବିଶ୍ୱ କରୁଛି ପ୍ରଶଂସା..

ଆଜିର ଯୁଗରେ ପ୍ରତ୍ୟେକଙ୍କୁ ନିଜର କାମ ସହ କାମ ରଖିବା ପସନ୍ଦ ଅଟେ । ଏହି ଦୁନିଆରେ ଅଧିକାଂଶ ଲୋକ ଅନ୍ୟମାନଙ୍କର ସହାୟତା କରିବାରେ କୌଣସି ଆଗ୍ରହ ରଖନ୍ତି ନାହିଁ । ମୁଖ୍ୟତଃ ସେତେବେଳେ ଯେବେ ସେହି ବ୍ୟକ୍ତି କୌଣସି ଅଜଣା ଲୋକ ହୋଇଥିବେ । ଯଦିଓ ସମସ୍ତେ ଏପରି ନୁହନ୍ତି କିନ୍ତୁ କିଛି ଲୋକ ଏବେ ମଧ୍ୟ ଏହି ଦୁନିଆରେ ଅଛନ୍ତି ଯାହାଙ୍କ ଭିତରେ ମାନବିକତା ଏବେ ମଧ୍ୟ ବାକି ଅଛି ଓ ସେମାନେ ଅନ୍ୟମାନଙ୍କୁ ଭଲ ଏବଂ ପୂଣ୍ୟ କାମ କରିବାକୁ ପ୍ରେରଣା ଦେଇଥାନ୍ତି । ଏଭଳି ଏକ ଘଟଣା ଆମେରିକାର ୱୋର୍ସେଷ୍ଟର ସହରରେ ଦେଖିବାକୁ ମିଳିଛି । ଏଠାରେ ପ୍ରାୟ 4800ଲୋକ ବର୍ଷା ହେବା ସତ୍ବେ ଧାଡିରେ କେବଳ ଏଥିପାଇଁ ଠିଆ ହୋଇଥିଲେ କାରଣ ଗୋଟିଏ ଅବୋଧ ଶିଶୁର ଜୀବନ ବଞ୍ଚେଇପାରିବେ । ଆସନ୍ତୁ ବିସ୍ତାର ପୂର୍ବକ ଜାଣିବା ସଂପୂର୍ଣ୍ଣ ଘଟଣା ।

ପ୍ରକୃତରେ 5ବର୍ଷର ଅସ୍କାର Saxelby-Lee ନାମକ ଶିଶୁକୁ ଦୁର୍ଲଭ ଟାଇପର କ୍ୟାନ୍ସର ହୋଇଛି । ଏମିତିରେ ଏହାର ପରିବାରର ଲୋକମାନେ ତାହାର ଜୀବନ ବଞ୍ଚେଇବାକୁ ଯଥେଷ୍ଟ ପ୍ରଚେଷ୍ଟା କରୁଥିଲେ । ଡାକ୍ତରଙ୍କ କହିବ ଥିଲା ଯେ ଏହି ଅବୋଧ ଶିଶୁପାଖରେ କେବଳ 3ମାସ ଅଛି । ଏହାର ଭିତରେ ଯଦି ତାକୁ ମ୍ୟାଚିଙ୍ଗ ଷ୍ଟେମ ସେଲ ଡୋନର ମିଳିଯିବେ ତେବେ ତାହାର AcuteLymphoblasticLeukaemia (ALL)ନାମକ ରୋଗର ଚିକିତ୍ସା ସମ୍ଭବ ଅଟେ । ଯଦିଓ ଏହି ରୋଗ ବହୁତ ଦୁର୍ଲଭ ଓ ଏହାର ମ୍ୟାଚିଙ୍ଗର କୌଣସି ଡୋନର (ରକ୍ତ କୋଷିକା ଦାତା) ମିଳିବ ବହୁତ କଷ୍ଟ । ହଜାରେ ଲୋକଙ୍କ ମଧ୍ୟରେ ବୋଧହୁଏ କେଉଁ ଜଣଙ୍କର ମ୍ୟାଚ ହୋଇପାରେ। ଏମିତିରେ ଅସ୍କାରର ମାଆ ବାପା ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଅପିଲ କରିଥିଲେ ଯେ ସେମାନେ ତାଙ୍କ ପୁଅକୁ ସାହାଯ୍ୟ କରନ୍ତୁ ।

ଖୁବ ଶୀଘ୍ର ତାଙ୍କର ଏହି ମେସେଜ ଭାଇରାଲ ହୋଇଗଲା ଓ ଏହି ଶିଶୁର ଜୀବନ ବଞ୍ଚେଇବାକୁ ପ୍ରାୟ 4885 ଲୋକ ଆସିଲେ । ଏହାପରେ ଜଣକ ପରେ ଜଣେ ସମସ୍ତଙ୍କ ରକ୍ତ ପରୀକ୍ଷା କରାଯିବ ଓ ଯଦି ତାଙ୍କର ସେଲ ଏହି ଶିଶୁସହ ମ୍ୟାଚ କରେ ତେବେ ତାହାର ଚିକିତ୍ସାରେ ବହୁତ ସାହାଯ୍ୟ ମିଳିବ। ଆଶ୍ଚର୍ଯ୍ୟର କଥା ଏହା ଯେ ନିଜର ଟେଷ୍ଟ କରେଇବା ପାଇଁ ଏତେ ଲୋକ ଭୀଷଣ ବର୍ଷାରେ ମଧ୍ୟ ଠିଆ ହୋଇଥିଲେ । ଏହି ସମସ୍ତଙ୍କ ମନରେ କେବଳ ଏହା ଖେଳୁଥିଲା ଯେ ଭଗବାନ କରନ୍ତୁ କାହାର ସେଲ ଏହି ଶିଶୁ ସହ ମେଳ ଖାଉ ଓ ତାହାର ଜୀବନ ବଞ୍ଚିଯାଉ । ଏଥିପାଇଁ ସେମାନେ ଲାଇନ କରି ଘଣ୍ଟା ଘଣ୍ଟା ଠିଆ ହୋଇ ରହିଲେ ।

ଏହା ମାନବିକତାରେ ଏକ ଉଜ୍ଜ୍ଵଳ ଉଦାହରଣ ଅଟେ । ଏହି ଶିଶୁର ଜୀବନ ବଞ୍ଚେଇବା ବଦଳରେ ଏମାନଙ୍କୁ କିଛି ଟଙ୍କା କିମ୍ବା ଲାଭ ମିଳିବ ନାହିଁ କିମ୍ବା ନିଜ ଜୀବନରୁ ସମୟ ବାହାର କରି ଏଠାରେ କେବଳ ଏହି ଆଶାରେ ଆସିଥିଲେ ଯେ ବୋଧହୁଏ ତାଙ୍କର ଏଠାରେ ରହିବା କାରଣରୁ ଏକ ଅବୋଧ ଶିଶୁର ଜୀବନ ବଞ୍ଚିଯିବ । ଏହି ସଂପୂର୍ଣ୍ଣ ଘଟଣା ପ୍ରକୃତରେ ବହୁତ ପ୍ରେରଣଦାୟକ ଅଟେ ।

ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେଉଛୁ ଯେ ଅସ୍କାରର ବର୍ତ୍ତମାନ ପର୍ଯ୍ୟନ୍ତ 20ଥର ରକ୍ତ ବଦଳାଯାଇ ସାରିଛି । ଏହାସହ ତାର କେମୋଥେରାପିର କେତେକ ଚିକିତ୍ସା ମଧ୍ୟ ସାରିଛି । ଅସ୍କାରର ମାଆ ବାପାଙ୍କ କହିବା ହେଲା ଯେ ଆମେ ପ୍ରାୟତଃ ଏହି ଖବର ଶୁଣୁଛୁ ଯେ କାହାର ଶିଶୁକୁ କ୍ୟାନ୍ସର ହୋଇଯାଇଛି । ଆମର ତା ପ୍ରତି ଦୁଃଖ ଅନୁଭବ ହେଉଛି ଓ ତାପରେ ନିଜର ଜୀବନରେ ଆଗକୁ ବଢିଥାଉ । କିନ୍ତୁ ଏହି ପ୍ରକାର ତାଙ୍କ ଶିଶୁର ସାହାଯ୍ୟ ପାଇଁ ବହୁତ କାମ ଲୋକ ଆଗକୁ ଆସନ୍ତି । ସେମାନେ ତାଙ୍କର ପୁତ୍ରର ସାହାଯ୍ୟ ପାଇଁ ଆସିଥିବା ସବୁ ଲୋକଙ୍କୁ ସହୃଦୟତାର ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।

 

Leave a Reply

Your email address will not be published. Required fields are marked *