ଚାଳ ଘରେ ରହୁଥିବା ଶହୀଦର ପରିବାରକୁ ସରକାର ସାହାଯ୍ୟ କଲେ ନାହିଁ , ଗାଁ ଲୋକଙ୍କ ନିଜେ ଚାନ୍ଦ କରି ତାଙ୍କ ପାଇଁ ସୁନ୍ଦର ମହଲା କରିଦେଲେ – ଆଉ ତାପରେ ସାରା ବିଶ୍ୱ କରୁଛି ପ୍ରଶଂସା..
ଦେଶରେ ଯେଉଁ ଜବାନ ସହିଦ ହେଉଛନ୍ତି ତାଙ୍କ ପାଇଁ ଆମେ କିଛି ନା କିଛି କରିବା ଉଚିତ୍ , ଯାହା ଦ୍ୱାରା ତାଙ୍କ ପରିବାରକୁ ସହିଦ ହେବାର କମି ନଲାଗୁ , ଆଜି ବି କର୍ମବ୍ୟସ୍ତ ଜୀବନ ମଧ୍ୟରେ ସେଠାରେ ଯାଇକରି କିଛି କରିବା ସମ୍ଭବ ହୋଇପାରେ ନାହିଁ , କିନ୍ତୁ ଯଦି ହୋଇପାରେ ତେବେ ସାମ୍ୟର୍ଥ ଅନୁସାରେ ସାହାଯ୍ୟ କରିବା ଉଚିତ୍ ହୋଇଥାଏ , କିନ୍ତୁ ମଧ୍ୟପ୍ରଦେଶର ଏକ ଏପରି ପରିବାର ଥିଲା ଯିଏ ଚାଳଘରରେ ରହୁଥିବା ପରିବାରକୁ ସରକାରୀ ସାହାଯ୍ୟ ମିଳିପାରିନଥିଲା, ତାପରେ ଗାଁ ଲୋକେ ମିଶିକରି ତାହାର ସାହାଯ୍ୟ କଲେ ଯାହାକୁ ସେ ଜୀବନ ସାରା ମନେ ରଖିବେ ।
ମଧ୍ୟପ୍ରଦେଶର ଦେପାଳବପୁରର ପିର ପିପଲିଆ ଗାଁରେ ଲୋକେ କିଛି ଏପରି କଲେ ଯାହା ଦେଖି ସମସ୍ତଙ୍କ ମନରେ ଖୁସିର ଲହଡି ଖେଳିଯାଇଛି , ପିର ପିପଲିଆ ଗାଁରେ ରହୁଥିବା ହାବିଲଦାର୍ ମୋହନ ସିଂ ସୁନେର୍ ତ୍ରିପୁରାରେ ବିଏସ୍ ଏଫ୍ ଜବାନ ଥିଲେ , ଓ ଆତଙ୍କବାଦୀ ସହ ଲଢୁଥିବା ସହିଦ ହୋଇଯାଇଥିଲେ , ୨୭ ବର୍ଷର ତାଙ୍କର ପରିବାର ଗାଁର ଭଙ୍ଗାଭଙ୍ଗି ଘରେ ରହିବାକୁ ବାଧ୍ୟ ଥିଲେ ଯାହା ବି ପେନସନ୍ ସହିଦଙ୍କ ଆସୁଥିଲା , ସେ ତାଙ୍କ ପରିବାର ସେଥିରେ ଚଳିଯାଉଥିଲେ , ସ୍ଥାନୀୟ ଲୋକେ ସରକାର ଓ ତାଙ୍କ ଘରକୁ ପକ୍କା ଘର କରିବାପାଇଁ ଅପିଲ୍ କରିଥିଲେ , କିନ୍ତୁ ସେଠାରେ କିଛି ଖବର ମିଲିନଥିଲା, ଶୀତ ଓ ବର୍ଷା ଦିନରେ ମହିଳା ଓ ଛୁଆଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା, ଏହାପରେ ଲୋକେ ମିଶିକରି ଚାନ୍ଦା କଲେ , ଓ ୧୧ ଲକ୍ଷ ଟଙ୍କା ଜମା କରି ସହିଦ ବିଧବା ରାଜୁ ଭାଇ ରକ୍ଷାବନ୍ଧନ ଉପହାର ହିସାବରେ ଘର ଦେଇଥିଲେ, ଉପହାର ଦେବାର ମୂହୂର୍ତ୍ତ ଶାନଦାର୍ ଥିଲା , ଦେଖନ୍ତୁ ଏହି ଭିଡିଓ କୁ ।
ଯେଉଁ ଲୋକେ ଘର ବନାଇବାରେ ସାହାଯ୍ୟ କରିଥିଲେ ସେମାନେ ସହିଦଙ୍କ ସ୍ତ୍ରୀଙ୍କୁ ଭଉଣୀ ମାନୁଥିଲେ , ଓ ଭଉଣୀ ନିଜ ଭାଇମାନଙ୍କ ପାଇଂ ହାତରେ ଧରି ନୁଆ ଘର ପ୍ରବେଶ କରିଥିଲେ ସୀମା ସୁରକ୍ଷା ବଳରେ ନିଯୁକ୍ତ ହୋଇଥିବା ମୋହନଲାଲ୍ ସୁନେର୍ ଙ୍କ ପରିବାର ମଜୁରି କରି ନିଜ ପେଟ ପୋଷୁଥିଲେ, ଓ ଶହିଦଙ୍କ ପେନସନ୍ କେବଳ ୭୦୦ ଟଙ୍କା ଆସୁଥିଲା, ଯାହା ତିନି ଜଣ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ନଥିଲା ।
ଗାଁର ଯୁବଗୋଷ୍ଠି ଏକ ନୂତନ ଅଭିଯାନ ଚଲାଇଲେ , ଓ ଦେଖୁ ଦେଖୁ ୧୧ ଲକ୍ଷ ଟଙ୍କା ଜମା ହୋଇଗଲା, ଏଥିରେ ଘର ତିଆରି ହୋଇଗଲା , ଓ ଗତ ବର୍ଷ ପରି ଏହି ବର୍ଷ ବି ସହିଦଙ୍କ ସ୍ତ୍ରୀ ରାକ୍ଷୀ ବାନ୍ଧିଥିଲେ , ଏହି ବର୍ଷ ରାକ୍ଷୀର ଦାୟିତ୍ୱ ନିଭାଇକରି ରକ୍ଷାବନ୍ଧନ ଉତ୍ସବରେ ଭାଇମାନେ ନୁଆ ଘରର ଚାବି ଦେଇଥିଲେ, ଗାଁ ଲୋକେ ପିରପିଲିଆ ମୁଖ୍ୟ ମାର୍ଗ ଉପରେ ସହିଦଙ୍କ ପ୍ରତିମା ଲଗାଇବାର ଯୋଜନା କରିଛନ୍ତି , ଓ ଏହା ସହ ଯେଉଁ ସରକାରୀ ସ୍କୁଲ୍ ରେ ସେ ପଢିଥିଲେ ସେଠାରେ ତାଙ୍କ ନାଁରେ ରଖିବାର ଦାବି ରଖାଯାଇଛି, ଏବେ ଆଗକୁ କଣ ହେବ ଏହା ସମୟ କହିବ , କିନ୍ତୁ ଏହି ଅଭିଯାନ ବହୁତ ବଢିଆ ଥିଲା , ଓ ଲୋକଙ୍କ ଏମିତି ଭଲ କାମ ଜରୁର୍ କରିବା ଉଚିତ୍ ।
@narendramodi @nsitharaman @INCIndia @BJP4India 27 साल देपालपुर के शहीद परिवार की आपने सुध नहीं ली, गांववालों ने पक्का मकान बनाकर शहीद की पत्नी को भेंट किया, नमन! @ndtvindia @shailendranrb @PoliceWaliPblic @ajaiksaran @nishatshamsi @avinashonly @shailgwalior pic.twitter.com/2adhJDyPet
— Anurag Dwary (@Anurag_Dwary) August 16, 2019