June 1, 2025

Odia Express

Leading Odia News Portal of Odisha

ଏମିତି ହଟାନ୍ତୁ ଦାନ୍ତରୁ ତମାଖୁ, ଗୁଟଖା, ପାନ ମସଲାର ଦାଗ, ମୋତି ପରି ଚମକି ଉଠିବ ଆପଣଙ୍କ ଦାନ୍ତ..

ଆଜି ଆମେ ତାହାର ସମାଧାନ ବିଷୟରେ କହିବାକୁ ଯାଉଛୁ ଯାହାକୁ ନେଇ ଅଧିକାଂଶ ଲୋକେ ଚିନ୍ତିତ ରହିଥାନ୍ତି , ଆମ ଦେଶରେ ତମାଖୁ, ଗୁଟଖା, ଓ ପାନ ମସଲା ଖାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକା ଅଟେ , ଏହି ଲୋକ ସବୁ ବେଳେ ତାଙ୍କ ଦାନ୍ତରେ ମାଟିଆ ଓ କଳା ଦାଗ ଯୋଗୁଁ ଚିନ୍ତିତ ରୁହନ୍ତି , ଯଦି ଆପଣଙ୍କ ସହ କିମ୍ବା ଅନ୍ୟ କେଉଁ ସାଙ୍ଗଙ୍କ ସହ ଏପରି ହେଉଛି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ ,ଯାହାକୁ ଆପଣାଇ ଆପଣ ତମାଖୁ, ଗୁଟଖା ପରି ଦାଗକୁ ପୁରା ଭାବେ ହଟାଇପାରିବେ ।

 

ଦାନ୍ତରେ ଜମି ରହିଥିବା ଏହି ମାଟିଆ ଓ କଳା ଦାଗ ତମାଖୁର ମହଜୁତ ନିକୋଟିନ୍ ର ଅଟେ , ତମାଖୁର ନିକୋଟିନ୍ ଆସ୍ତେ ଆସ୍ତେ ଦାନ୍ତର ମଧ୍ୟରେ ଜମି ଯାଇଥାଏ , ଓ କିଛି ଦିନରେ ଏହା ପୁରା ଦାନ୍ତରେ ଚଢିଯାଇଥାଏ , ଯାହାକୁ ବ୍ରଶ କରି ସଫା କରିବା ଅସମ୍ଭବ ଅଟେ , ଏଥିପାଇଁ ଆମେ କିଛି ସାଧାରଣ ଉପାୟ କହିବାକୁ ଯାଉଛୁ , ଆପଣଙ୍କୁ କହିଦେବୁ କି ହ୍ୱାଇଟନର୍, ସାଇନର୍ ଓ ବିଶେଷ କେମିକାଲ୍ସରୁ ଦାନ୍ତ ଗୁଡିକ ମଧ୍ୟରେ ପୁଣି ଆଉଥରେ ଚମକ ଆସିପାରିବ , ଡେଣ୍ଟାଲ୍ ବ୍ଲିଚିଙ୍ଗ୍ ରୁ ଦାନ୍ତରୁ ଗୁଟଖା, ତମାଖୁ, ଆଦି ପଡିଥିବା ଦାଗରୁ ସହଜରେ ମୁକ୍ତି ମିଳିପାରିବ ।

 

ଏହା ଏକ ଏମିତି ତରିକା ଅଟେ ଯାହା ଦ୍ୱାରା ଦାନ୍ତକୁ ବିଲକୁଲ୍ ସଫା କରାଯାଇପାରିବ , ଓ ଏହାର କିଛି ବି ସାଇଡ୍ ଇଫେକ୍ଟ ନାହିଁ , ଡେଣ୍ଟାଲ୍ ବ୍ଲିଚିଙ୍ଗ୍ ପରେ ଡେଣ୍ଟିଷ୍ଟ ଦ୍ୱାରା ଦିଆଯାଇଥିବା କ୍ରିମ୍ ଲଗାଇବା ଜରୁରୀ , ଦାନ୍ତ ବହୁତ ସେନ୍ସିଭିଟି ହୋଇଥାଏ , ଏଥିପାଇଁ ଏହାଉପରେ କିବା ମେଡିସିନ୍ ଲଗାଇବା ପୂର୍ବରୁ ଡାକ୍ତରଙ୍କ ଠାରୁ ପରାମର୍ଶ ନେବା ଜରୁରୀ ଅଟେ , ବ୍ଲିଚିଙ୍ଗ୍ ପରେ କିଛି ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ଉପଦେଶ ଅନୁସାରେ ମେଡିସିନ୍ ନେବା ଜରୁରୀ , ଓ ଖାଇବା ପିଇବା ସେପରି କରିବା ଉଚିତ୍ , ତମାଖୁ, ଗୁଟଖା ଓ ପାନ ମସଲା ଖାଇବା ଲୋକଙ୍କ ମାଢୀରେ କଷ୍ଟ, ଗଳାରେ କଷ୍ଟ, ଓ ଧଳା ଦାଗ ଆଦି ଅସୁବିଧା ହେଲେ ଡାକ୍ତରଙ୍କୁ ଦେଖା କରନ୍ତି , କାରଣ ଏହା କେଉଁ ଭଲ ଲକ୍ଷଣ ହୋଇନଥାଏ ।

 

ଏହା ଥିଲା ଡାକ୍ତରଙ୍କ ଥେରାପୀ ବିଷୟରେ , କିନ୍ତୁ ଆମେ ଆପଣଙ୍କୁ  ଦାନ୍ତର କଳା ଓ ମାଟିଆ ଦାଗକୁ ହଟାଇବାର ସହଜ ଉପାୟ କହିବାକୁ ଯାଉଛୁ , ଏଥିପାଇଁ ଆପଣଙ୍କୁ ବେକିଙ୍ଗ୍ ସୋଡାରେ ଲଗାଇକରି ବ୍ରଶକୁ ଦାନ୍ତରେ ରଗଡନ୍ତୁ , ବେକିଙ୍ଗ୍ ସୋଡାରେ କିଛି ପରିମାଣର ଲୁଣ ମିଶାନ୍ତୁ , ଓ ଏହି ବ୍ରଶ ମାଧ୍ୟମରେ ଆପଣଙ୍କ ଦାନ୍ତରେ ଘସିଲେ ଦାନ୍ତ ଖୁବ୍ ଶିଘ୍ର ସଫା ହୋଇଯାଇଥାଏ , ଏହା ଛଡା ଦାନ୍ତରୁ ଦାଗ ହଟାଇବାକୁ ହେଲେ ଭୋଜନ ପରେ ଚୁଇଗମ୍ ଚୋବାଇ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ , ଦାନ୍ତ ଗୁଡିକ ଚମକାଇବା ଓ ଦାଗ ହଟାଇବା ପାଇଁ ଲେମ୍ବୁ କିମ୍ବା ଷ୍ଟୟବେରୀ ରଗଡନ୍ତୁ , ଏହା ଏକ ପ୍ରାକୃତିକ ଉପଚାର ଅଟେ , ଏଥିରେ କୌଣସି ବି ସାଇଡ୍ ଇଫେକ୍ଟ ନାହିଁ ।

Leave a Reply

Your email address will not be published. Required fields are marked *