November 12, 2024

Odia Express

Leading Odia News Portal of Odisha

କଣ ପାଇଁ ରେଲୱେ ଷ୍ଟେସନର ନାମ ହଳଦିଆ ରଙ୍ଗର ରଙ୍ଗରେ ଲେଖାହୋଇଥାଏ , କଣ ଆପଣ ଏ ବିଷୟରେ ଜାଣିଛନ୍ତି କି ..

ଦେଶର ଲାଇଫ୍ ଲାଇନ୍ କୁହାଯାଉଥିବା ଭାରତୀୟ ରେଳରେ ଆପଣ କେବେ ନା କେବେ ଯାତ୍ରା କରିଥିବେ ନିଶ୍ଚିତ । ଯଦି କରିନଥିବେ ତେବେ କମ୍ ସେ କମ୍ କେଉଁ ରେଲୱେ ଷ୍ଟେସନ ତ ଯାଇଥିବେ , ଯେଉଁଠି ଆପଣ ଦେଖିଥିବେ କି ରେଲୱେ ଷ୍ଟେସନର ନାଁରେ ସବୁବେଳେ ହଳଦିଆ ରଙ୍ଗର ସାଇନବୋର୍ଡ ଲେଖା ହୋଇଥାଏ , ଆପଣ ନିଶ୍ଚିତ ଜାଣିବାକୁ ଆଗ୍ରହୀ ଥିବେ କି ଏପରି କଣ ପାଇଁ ହୋଇଥାଏ , ଆଜି ଆମେ ଆପଣଙ୍କୁ ଏହା ବିଷୟରେ କିଛି ସୁଚନା ପ୍ରଦାନ କରିବୁ । ହଳଦିଆ ରଙ୍ଗ ମୁଖ୍ୟ ରୁପରେ ସୂର୍ଯ୍ୟଙ୍କ ଚମକଦାର ରଶ୍ମୀରେ ଆଧାରିତ ହୋଇଛି , ହଳଦିଆ ରଙ୍ଗର ସିଧା କନକସନ୍ ଖୁସି ,ବୃଦ୍ଧି ଓ ଉର୍ଜା ସହ ଯୋଡି ହୋଇଛି ।

ଭିଡ ଏରିଆରେ ହଳଦିଆ ରଙ୍ଗର ବ୍ୟାକ୍ ଗ୍ରାଉଣ୍ତ ବହୁତ ଭଲ କାମ କରିଥାଏ , ଏହାକୁ ବାସ୍ତୁଶିଳ୍ପ ଓ ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଧ୍ୟାନରେ ରଖି ଅଧିକାଂଶ ଏହି ରଙ୍ଗର ଉପଯୋଗ କରିଛନ୍ତି , ହଳଦିଆ ରଙ୍ଗର ବ୍ୟାକଗ୍ରାଉଣ୍ତ କଳା ରଙ୍ଗର ଲେଖା ଦ୍ୱାରା ଅଧିକା ଚମକଦାର ଓ ଦୃଶ୍ୟମାନ ହୋଇଥାଏ , ଆପଣ ଧ୍ୟାନ ଦେଇଥିବେ କି ରାସ୍ତାରେ ଲାଗିଥିବା ଅଧିକାଂଶ ସାଇନ୍ ବୋର୍ଡ ହଳଦିଆ ରଙ୍ଗର ହୋଇଥାଏ ,

ଯେଉଁଥିରେ କଳା ରଙ୍ଗର ପେଣ୍ଟରେ ଲେଖା ହୋଇଥାଏ , ଏହା ଛଡା ବିପଦର ସଙ୍କେତ ସାଇନବୋର୍ଡରେ ବ୍ୟାକଗ୍ରାଉଣ୍ତ ବାଲା ସାଇନବୋର୍ଡ୍ ଧଳା ରଙ୍ଗରେ ହଳଦିଆ ରଙ୍ଗରେ ଲେଖା ହୋଇଥାଏ । ଲାଲ ରଙ୍ଗ ଅଧିକା ଚମକ ଦେଖାଯାଏ , ଯାହା ଦ୍ୱାରା ଦୁରରୁ ଏହାକୁ ଦେଖିପାରିବେ , ରାସ୍ତାରେ ରେଳ ଯାତାୟତରେ ଲାଲ ରଙ୍ଗର ଅଧିକା ବ୍ୟବହାର ହୋଇଥାଏ , ଏହା ଛଡା ଗାଡିର ପଛରେ ଲାଲ ରଙ୍ଗର ବତି ଲଗାଯାଇଥାଏ , ଯାହା ଦ୍ୱାରା ଆସୁଥିବା ଦୂରରୁ ବାହାନ ତାହାକୁ ଦେଖିପାରିବେ ।

Leave a Reply

Your email address will not be published. Required fields are marked *