June 15, 2025

Odia Express

Leading Odia News Portal of Odisha

ଧୀରୁ ଭାଇ ଅମ୍ବାନୀ – ଯେବେ ବିଜନେସ୍ ବୁଡିଲା , ପକୁଡି ବିକ୍ରିକରି ପୁଣି ଆରମ୍ଭ କରିଲେ ବିଜନେସ୍ , ଓ ତାପରେ ଏପରି ହେଲେ ଦେଶର ସବୁଠାରୁ ବଡ ଧନୀ ବ୍ୟକ୍ତି …

ଏକ ପ୍ରମୁଖ ବ୍ୟବସାୟୀ ଓ ରିଲାୟନ୍ସ ଇଣ୍ତଷ୍ଟ୍ରିର ଅଧ୍ୟକ୍ଷ୍ୟ ଧୀରୁଭାଇ ଅମ୍ବାନୀ ସେହି ବ୍ୟବସାୟୀଙ୍କ ମଧ୍ୟରେ ସାମିଲ୍ ଅଛନ୍ତି ଯିଏ ନିଜ ଦମ୍ ରେ ସ୍ୱପ୍ନ ଦେଖିଥାନ୍ତି , ଓ ତାକୁ ପୁରା କରିଥାନ୍ତି , କୁହାଯାଏ କି ଧୀରୁ ଭାଇ ଅମ୍ବାନୀ ଭାରତରେ ବେପାରର ତରିକାକୁ ବଦଲାଇଦେଲେ , କାହାକୁ ଅନ୍ଦାଜା ନଥିଲା କି ଏକ ପକୁଡିବାଲା ଦୁନିଆଁର ସବୁଠାରୁ ଧନୀ ଲୋକ ହିସାବରେ ସାମିଲ୍ ହୋଈଯିବ , ଆମେ ଆପଣଙ୍କୁ କହିବାକୁ ଯାଉଛୁ ଧୀରୁଭାଇ ଅମ୍ବାନୀଙ୍କ କାହାଣୀ ବିଷୟରେ ।ଧୀରଜଲାଲ ହିରାଲାଲ ଅମ୍ବାନୀ ଓରଫ୍ ଧୀରୁ ଭାଇ ଅମ୍ବାନୀ ଙ୍କ ଜନ୍ମ ୨୮ ଡିସେମ୍ବର ୧୯୩୨ କୁ ହୋଇଥିଲା,  ଗୁଜୁରାଟରେ ଏକ ନାବାଳିକ ଶିକ୍ଷକ ପରିବାରରେ ହୋଇଥିଲା , ତାଙ୍କର ଶିକ୍ଷା କେବଳ ହାଇସ୍କୁଲ୍ ଯାଏଁ ଥିଲା,  କିନ୍ତୁ ଦୃଢ ସଂକଳ୍ପ କାରଣରୁ ସେ ନିଜକୁ ବିଶାଳ ବ୍ୟବସାୟିକ ଓ ଔଦଗିକ ସାମାର୍ଜ୍ୟର ସ୍ଥାପିତ କରାଇଥିଲେ,  ଆରମ୍ଭର ଦିନରୁ ଧୀରୁଭାଇ ଅମ୍ବାନୀ ଗୁଜୁରାଟର ଜୁନାଗଡରେ ଗିରନାର ପର୍ବତରେ ଯାଉଥିବା ଭକ୍ତଙ୍କୁ ପକୁଡି ବିକ୍ରି କରୁଥିଲେ,

ଆପଣଙ୍କୁ କହିଦେବୁ କି ଧିରୁଭାଇ ଅମ୍ବାନୀ ଛୋଟ ଗାଁ ଚୋରବାଡ ର ବାସିନ୍ଦା ଥିଲେ,  ଘରସ୍ଥିତି ଠିକ୍ ନଥିଲା,  ଯାହାର କାରଣରୁ ସେ ହାଇସ୍କୁଲ୍ ଯାଏଁ ପଢିଥିଲେ,  ଓ ତାହା ଶେଷ ହେବାପରେ ଛୋଟମୋଟ କାମ କରିବାକୁ ଲାଗିଲେ , ତାହା ପୂର୍ବରୁ ସେ ପକୁଡି ବିକ୍ରି କରୁଥିଲେ,  ଏହାପରେ ସେ ୧୭ ବର୍ଷ ବୟସରୁ ନିଜ ଭାଇ ରମଣୀଲାଲ ପାଖରେ ୟମନ ଚାଲିଗଲେ,  ସେଠାରେ ଏକ ପେଟ୍ରୋଲ୍ ପମ୍ପରେ ୩୦୦ ଟଙ୍କା ପ୍ରତିମାସ ସ୍ୟାଲେରିରେ ଚାକିରି କରିବାକୁ ଲାଗିଲେ,  ଧୀରୁଭାଇ ଅମ୍ବାନୀଙ୍କ କାମକୁ ଦେଖିକରି ତାଙ୍କୁ ସେ ପେଟ୍ରୋଲ୍ ପମ୍ପର ମ୍ୟାନେଜର ବନାଇଦିଆଗଲା ,

ଏମିତି କୁହାଯାଏ କି ସେ ବିଜନେସ୍ କୁ ଏତେ ଭଲ ଭାବେ ଜାଣିନେଇଥିଲେ କି ସେ ଏକ ଶେଖକୁ ମାଟି ବିକ୍ରି କରିଦେଇଥିଲେ,  ଦୁବାଇର ଏକ ଶେଖକୁ ନିଜ ଏଠାରେ ଏକ ଗାର୍ଡେନ୍ ବନାଇବାର ଥିଳା , ସେଥିପାଇଂ ତାଙ୍କୁ ଦୁବାଇ ପଠାଗଲା,  ତାକୁ ପଇସା ବି ଦେଲେ , ଧିରୁଭାଇ ଅମ୍ବାନୀଙ୍କ ବିଷୟରେ କୁହାଯାଏ କି ତାଙ୍କର ପାଖରେ କେବଳ ୫୦୦ ଟଙ୍କା ଥିଲା,  ଯେବେ ସେ ଏକ ଛୋଟ ସହରରୁ ମୁମ୍ବାଇ ଆସିଥିଲେ,  ପରେ ସେ ଆରବ ଟଙ୍କାର ସାମ୍ରାଜ୍ୟ ସ୍ଥାପନ କଲେ , ୧୯୬୬ ରେ ଅମ୍ବାନୀ ଗୁଜୁରାଟର ନରୋଦାରେ ନିଜ ପ୍ରଥମ କପଡା ମିଲ୍ କରିଥିଲେ ।

ଯେଉଁଠି କେବଳ ୧୪ ମାସରେ ୧୦୦୦୦ ହଜାର ଟନ୍ ପଲିଷ୍ଟର୍ ୟାର୍ନ ସଂୟନ୍ତ୍ର ସ୍ଥାପନ କରିବାପାଇଁ ଏକ ବିଶ୍ୱରେକର୍ଡ ସ୍ଥାପନ କଲେ , ଏଇ ମିଲ୍ ଥୀରୁଭାଇ ଅମ୍ବାନୀଙ୍କ ପାଇଁ ଜୀବନର ଟର୍ଣ୍ଣିଙ୍ଗ୍ ପଏଣ୍ଟ ପ୍ରମାଣିତ ହେଲା , ଯାହାପରେ ସେ ଏକ ଟେକ୍ସଟାଇଲ୍ ସାମାର୍ଜ୍ର୍ୟରେ ବଦଳାଇଦେଲେ , ଓ ନିଜର ବ୍ରାଣ୍ତ ବିମଳ ଲଞ୍ଚ କଲେ,  ବିତ୍ତିୟ ବାଧାର କାରଣରୁ ଧୀରୁ ଭାଇ ୧୦ମରୁ ଅଧିକା ପାଠ ପଢିପାରିନଥିଲେ,  କିନ୍ତୁ ସେ ଜାଣିଥିଲେ କି ସେୟାର ବଜାରରେ ନିଜ ପକ୍ଷକୁ କିପରି କରାଯିବାର ଅଛି , ଏଠାରେ ପ୍ରସିଦ୍ଧ ବଜାର ବିଶେଷଜ୍ଞ ବି ରୁଲିଙ୍ଗ୍ ଡି ଷ୍ଟ୍ରିଟ୍ ରୋକିପାରିନଥିଲେ, ଏହାପରେ ଧୀରୁଭାଇ ଅମ୍ବାନୀ ନିଜ ପରିଶ୍ରମରେ ରିଲାୟନ୍ସ ଇଣ୍ତଷ୍ଟ୍ରିର ସ୍ଥାପନା କରାଇଲେ

ଧୀରୁଭାଇ ଅମ୍ବାନୀ ୨୦୦୨ ରେ ଆର୍ କମ୍ ଲଞ୍ଚ କରିଥିଲେ,  ଓ ରିଲାୟନ୍ସ ସମୁହ ମୋବାଇଲ୍ ଦୁନିଁଆ କର୍ ଲୋ ଦୁନିଆଁ ମୁଠି ମେଁ ସ୍ଲୋଗାନ୍ ସହ ନୁଆ ପାହାଞ୍ଚ ଚଢିଥିଲେ,  ଧୀରୁଭାଇ ଅମ୍ବାନୀଙ୍କ ରିଲାୟନ୍ସ କମ୍ୟୁନିକେଶନ ଆରମ୍ଭରୁ ସେହି ସମୟରେ ଭାରତରେ ବହୁତ ଟେଲିକମ୍ କମ୍ପାନୀ ଥିଲେ , କିନ୍ତୁ ଆର୍ କମ୍ ବଜାରରେ ଆସୁ ଆସୁ ସମସ୍ତଙ୍କୁ ପଛରେ ପକାଇଦେଲା,  ରିଲାୟନ୍ସ କେବଳ ୬୦୦ ଟଙ୍କାରେ ଫୋନ୍ ଲଞ୍ଚ କରିଥିଲା , ସେହି ସମୟରେ ଟେଲିକମ୍ ଇଣ୍ତଷ୍ଟ୍ରିରେ ସରକାରୀ କମ୍ପାନୀ ବିସ୍ ଏନ୍ ଏଲ୍ , ଏୟାରଟେଲ୍, ହଚ୍ , ଆଇଡିଆ, ଟାଟା, ଏୟାରସେଲ୍, ସ୍ପାଇସ୍ , ଓ ଭର୍ଜିନ୍ ମୋବାଇଲ୍ ଥିଲା,  ଏହାପରେ ବି ସେ ସଫଳ ହୋଇଥିଲେ,  ଧିରୁଭାଇ ଅମ୍ବାନୀଙ୍କ କହିବା ଥିଲା କି ତଙ୍କର୍ ଇଚ୍ଛା ପୋଷ୍ଟକାର୍ଡରୁ କମ୍ ଦାମରେ ଲୋକଙ୍କୁ କଥା କହିବାର ସୁବିଧା ଦେବା ।

Leave a Reply

Your email address will not be published. Required fields are marked *