January 25, 2025

Odia Express

Leading Odia News Portal of Odisha

ଇଣ୍ତିଆ ଓ ଅଷ୍ଟ୍ରେଲିଆ ମ୍ୟାଚ – ମ୍ୟାନ ଅଫ ଦ ମ୍ୟାଚ ରୋହିତ ଶର୍ମା କହିଲେ ,କ୍ରିଜ ଉପରେ କଣ କଥା ହେଉଥିଲେ ଅଧିନାୟକ ବିରାଟ ଓ ତାଙ୍କ ଭିତରେ – ଜାଣିଲେ ଆପଣ ମଧ୍ୟ ଖୁସି ହେଇଯିବେ..

ଓପନର ରୋହିତ ଶର୍ମା ଙ୍କ ୧୧୯ ର ଆକର୍ଷଣୀୟ ଶତକ ଓ ବିରାଟ କୋହଲି ଙ୍କ ୮୯ ରନ ଓ ଏହା ସହ ମହମଦ ସାମୀ ଙ୍କ ୪ ଟି ୱେକେଟ ଓ ରବୀନ୍ଦ୍ର ଜାଡେଜା ଙ୍କ ଗୋଟିଏ ଓଭର ରେ ୨ଟି ସଫଳତା ରେ ଭାରତ ଅଷ୍ଟ୍ରେଲିଆ ଠାରୁ ୩ୟ ଦିନିକିଆ ମ୍ୟାଚ ଟି ବିଜୟଲାଭ କରିଛି |ଅଷ୍ଟ୍ରେଲିଆ କୁ ୭ଟି ୱେକେଟ ରେ ହରେଇ ଭାରତ ୨-୧ ରେ ସିରିଜ କୁ ନିଜ କବ୍ଜା କୁ ନେଇଛି |ଯାହା କି ସବୁ ଭାରତୀୟ ଖେଳ ପ୍ରେମୀ ଙ୍କ ପାଇଁ ଖୁସି ର ବିଷୟ ପାଲଟିଛି ଏହି ମ୍ୟାଚ ରେ ୧୧୯ ର ପରି ଖେଳିଥିବା ଓପନର ରୋହିତ ଶର୍ମା ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହେଇଥିଲେ |

ମ୍ୟାଚ ଜିତିବା ପରେ ରୋହିତ ଶର୍ମା କହିଥିଲେ କି ଏହା ନିର୍ଣ୍ଣାୟକ ମ୍ୟାଚ ଥିଲା |ଏହି ମ୍ୟାଚ କୁ ଭଲ ପଦର୍ଶନ କରିବା ନିହାତି ଦରକାର ଥିଲା |ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ୩୦୦ ରନ ରୁ କମ ସ୍କୋର କରେଇବା ନିଶ୍ଚୟ ବହୁତ ବଡ କଥା |ଏଥି ପାଇଁ ଆମେ ବୋଲର ମାନକୁ ଧନ୍ୟବାଦ ଦେବ ନିହାତି ଦରକାର | ଯେବେ ବ୍ୟାଟ୍ସମ୍ୟାନ କେ ଲ ରାହୁଲ ଆଉଟ ହେଲେ ଏତେବେଳେ ଗୋଟିଏ ପାଟନରସିପ ଦରକାର ଥିଲା ଆମକୁ ସେହି ସମାୟାରେ ଅଧିନାୟକ ଙ୍କ ଠାରୁ ଭଲ ପାଟନର ଆଉ କିଏ ହେଇପାରେ

ଯେବେ ମୁଁ ଶତକ ହାସଲ କରିଦେଲି ବିରାଟ ଙ୍କୁ କହିଥିଲି କି ମୁଁ ଏବେ ବଡ଼ ସତ ଖେଳିବି ତମେ ସମ୍ଭାଳି କି ଖେଳିବ |ଅଷ୍ଟ୍ରେଲିଆ ଭଲ ଶକ୍ତିଶାଳୀ ଦଳ ଆଗରେ ଏଭଳି ପଦର୍ଶନ କରିବା ନିଶ୍ଚୟ ସଂଘର୍ଷପୂର୍ଣ୍ଣ ହୁଏ |ମୁଁ ଯେତେ ସମ୍ଭବ ପିଚ ଉପରେ ରହିବ ପାଇଁ ଚାହିଁଥିଲି | ସେ ଏହା ପରେ ଭାରତୀୟ କ୍ରିକେଟ ପ୍ରେମୀ ଙ୍କୁ ଧନ୍ୟବାଦ ଦେଇ କହିଥିଲେ କି ଦର୍ଶକ ଆମ ଖରାପ ସମୟରେ ଆମକୁ ସପୋର୍ଟ କରୁଛି ଏହା ଦେଖିକି ଖୁସି ଲାଗିଥିଲା | ତେବେ ଆଗାମୀ ଦିନରେ ଆହୁରି ଭଲ ଖେଳ ପଦର୍ଶନ ପାଇଁ ଆସ ରଖିଛନ୍ତି ରୋହିତ ଶର୍ମା

ତେବେ ଏହି ମ୍ୟାଚ ରେ ଭାରତର ରୋହିତ ଶର୍ମା ନିଜର ଦିନିକିଆ କ୍ୟାରିୟର ରେ ୨୯ ତମ ଶତକ ଲଗେଇଛନ୍ତି |ଯାହାକି ୧୧୦ ଟି ବଲ ରେ ପୁରା କରିଥିଲେ |ଯେଉଁଥିରେ ୮ଟି ଚୌକ ଓ ୫ଟି ଛକା ସାମିଲ ଥିଲା |ରୋହିତ ଶର୍ମା ନିଜ ଦିନିକିଆ କ୍ୟାରିୟର ର ଅଷ୍ଟ୍ରେଲିଆ ବିରୁଦ୍ଧରେ ୮ମ ଶତକ କରିଛନ୍ତି |ଏହି ମାମଲାରେ ରୋହିତ ଦଳର ଅଧିନାୟକ ବିରାଟ ଙ୍କ ସମକକ୍ଷ ହେଇଯାଇଛନ୍ତି |ତେବେ ଏହା ପୂର୍ବରୁ ସଚିନ ଅଷ୍ଟ୍ରେଲିଆ ଦଳ ବିରୁଦ୍ଧରେ ୯ଟି ଶତକ ଲଗେଇଥିଲେ

ତେବେ ଏହା ସହ ରୋହିତ ଶର୍ମା ସବୁଠୁ ଅଧିକ ଶତକ ଲଗେଇଥିବା ଖେଳାଳି ଭାବେ ୪ ନମ୍ବର ଖେଳାଳି ହେଇଛନ୍ତି |ସେ ଏହି ମାମଲା ରେ ଶ୍ରୀଲଙ୍କା ର ଜୟସୂର୍ଯ୍ୟ ଙ୍କୁ ପଛରେ ଛାଡିଛନ୍ତି | ସେ ୨୮ ଟି ଶତକ ଲଗେଇଥିଲେ | ଅବଶ୍ୟ ରୋହିତ ଙ୍କ ଆଗରେ ବର୍ତମାନ ମଧ୍ୟ ଅଷ୍ଟ୍ରେଲିଆ ପୂର୍ବ ଅଧିନାୟକ ରିକି ପିଂଟିଙ୍ଗ (୩୦ ଟି ଶତକ) ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି (୪୩ଟି ଶତକ ) ଓ କ୍ରିକେଟ ର ଭଗବାନ ସଚିନ (୪୯ଟି ଶତକ ) ଙ୍କ ପଛରେ ଅଛନ୍ତି | ଦେଖିବା ଆପଣ ନିଶ୍ଚୟ ଗର୍ବ କରିବେ ଯେ ୪ ଜଣ ସର୍ବାଧିକ ଶତକ ଧରି ଖେଳାଳି ମଧ୍ୟରୁ ୩ ଜଣ ଭାରତର ଓ ଦୁଇ ଜଣ ଖେଳୁଥିବା ଖେଳାଳି ମଧ୍ୟ ଭାରତର | ଭଲ ଲାଗିଲେ ସେୟାର କରିବେ

Leave a Reply

Your email address will not be published. Required fields are marked *