ବଲିଉଡର ଏହି ପ୍ରସିଦ୍ଧ ଅଭିନେତା ଆଜି ମଧ୍ୟ ଅଟନ୍ତି ଏକ ସାଧାରଣ ମଣିଷ, ଫିଲ୍ମ ଶୁଟିଙ୍ଗରୁ ଛୁଟି ମିଳିବା ମାତ୍ରେ ଗାଁ କୁ ଯାଇ କରନ୍ତି ଏହି କାମ…
ଏମିତିରେ ତ ବଲିଉଡରେ ଏଭଳି ବହୁତ ଅଭିନେତା ଅଛନ୍ତି ଯେଉଁମାନେ ନିଜର ପରିଶରମ ଓ ଅଭିନୟ ଦକ୍ଷତା ବଳରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ଥାନ ବନେଇଛନ୍ତି । ଏହି ଅଭିନେତା ମାନଙ୍କ ମଧ୍ୟରୁ ବହୁତ କମ କଳାକାର ଏଭଳି ଅଟନ୍ତି ଯେଉଁମାନେ ଆଜି ମଧ୍ୟ ଭୂମି ସହିତ ଜଡିତ ଅଛନ୍ତି । ଆଜି ଆମେ ଆପଣଙ୍କୁ ଏକ ଏପରି ଅଭିନେତା ବିଷୟରେ କହିବାକୁ ଯାଉଛୁ ଯିଏ କି ନିଜର ପରିଶ୍ରମ ଓ ଦକ୍ଷତା ବଳରେ ବଲିଉଡରେ ନିଜର ଏକ ସ୍ଥାନ ବନେଇଛନ୍ତି ତାସହ ସେ ନିଜର ଲୋକମାନଙ୍କ ମଧ୍ୟରେ ଆଜି ମଧ୍ୟ ସେହିଭଳି ପ୍ରସିଦ୍ଧ ଅଟନ୍ତି ଜେଭଳି ଫିଲ୍ମକୁ ଆସିବା ପୂର୍ବରୁ ଥିଲେ । ଏହା ପଛର କାରଣ ଏହା ଯେ ଏହି ଅଭିନେତା ନିଜର ମୂଳ ସ୍ଥାନକୁ ଭୁଲିନାହାନ୍ତି ଓ ଯେବେ ମଧ୍ୟ ତାଙ୍କୁ ସମୟ ମିଳେ ସେ ଆଜି ମଧ୍ୟ ନିଜର ଗ୍ରାମକୁ ନିଶ୍ଚିତ ଯାଆନ୍ତି । ତେବେ ଆସନ୍ତୁ ଆପଣଙ୍କୁ କହିବୁ ଯେ ଏହି ଅଭିନେତା ଜଣକ କିଏ ।
ଆଜି ଆମେ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ସେ ଅନ୍ୟ କେହି ନୁହନ୍ତି କିନ୍ତୁ ଦେଖିବାରେ ସାଧାରଣ କିନ୍ତୁ ଅସାଧାରଣ ପ୍ରତିଭାର ମାଲିକ ନୱାଜୁଦ୍ଦିନ ଶିଦ୍ଦିକ ଅଟନ୍ତି । ଜଣେଇଦେବୁ କି ଉତ୍ତରପ୍ରଦେଶର ବୁଧନାରେ ଜନ୍ମିତ ନୱାଜ ଆଜି 44ବର୍ଷର ହୋଇଗଲେଣି । ଆଜି ନୱାଜୁଦ୍ଦିନ ଶିଦ୍ଦିକଙ୍କର ଜନ୍ମଦିନ ଅଟେ । ଏହି ସୁଯୋଗରେ ସେ ସାରା ଦେଶକୁ ଏକ ବାର୍ତ୍ତା ଦେବାକୁ ଯାଇ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ନିଜକୁ ନା ଜଣେ ମୁସଲମାନ ନା ଜଣେ ହିନ୍ଦୁ କହିଛନ୍ତି ତା ପରିବର୍ତ୍ତେ ନିଜ ଧର୍ମକୁ ନିଜର କାର୍ଯ୍ୟ କହିଛନ୍ତି ଓ ନିଜକୁ ଏକ ଅଭିନେତା ରୂପେ ଜଣେଇଛନ୍ତି । ତାଙ୍କର ଏହି ଭିଡିଓକୁ ଏବେ ବହୁତ ଲୋକ ପ୍ରଶଂସା କରୁଛନ୍ତି ଓ ଏହାଛଡା ଆପଣଙ୍କୁ ଜଣେଇଦେବୁ କି ନୱାଜୁଦ୍ଦିନ ଶିଦ୍ଦିକ ନିଜକୁ ଆଜି ମଧ୍ୟ ଜଣେ ସାଧାରଣ ମଣିଷ ଭାବନ୍ତି ଯାହାର ଏକ ପରିବାର ଓ ଏକ ଗ୍ରାମ ରହିଛି ।
ଜଣେଇଦେବୁ କି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ହାରାହାରି ବାର ବର୍ଷ ପର୍ଯ୍ୟନ୍ତ ସଂଘର୍ଷ କରିବା ପରେ ନୱାଜୁଦ୍ଦିନ ଶିଦ୍ଦିକଙ୍କୁ ଫିଲ୍ମରେ ଏକ ପରିଚୟ ମିଳିଛି । ନିଜର ପ୍ରାରମ୍ଭିକ ଦିନରେ ନୱାଜ ଫିଲ୍ମରେ ବହୁତ ଛୋଟ ମୋଟ ଭୂମିକା କରିଛନ୍ତି କିନ୍ତୁ ତାଙ୍କୁ ପ୍ରକୃତରେ ପରିଚୟ ମିଳିଲା ବିଦ୍ୟା ବାଲନଙ୍କ ଫିଲ୍ମ “କାହାଣୀ”ରେ । ଏହି ଫିଲ୍ମରେ ନୱାଜ ଏକ ଦୃଢ ଇନ୍ସପେକ୍ଟରର ଚରିତ୍ରରେ ଅଭିନୟ କରିଛନ୍ତି ।
ଯଦିଓ ଏହି ଫିଲ୍ମରେ ତାଙ୍କର ଚରିତ୍ର ମୁଖ୍ୟ ଅଭିନେତାର ନଥିଲା କିନ୍ତୁ ଏହାସତ୍ବେ ମଧ୍ୟ ତାଙ୍କର ଅଭିନୟର ବହୁତ ପ୍ରଶଂସା କରଯାଇଥିଲା । ଏହା ପରେ ନୱାଜୁଦ୍ଦିନ ଶିଦ୍ଦିକଙ୍କୁ ବଲିଉଡରେ ଏକ ନାୟକର ପରିଚୟ ମିଳିଲା ଅନୁରାଗ କାଶ୍ୟପଙ୍କ ଫିଲ୍ମ “ଗ୍ୟାଙ୍ଗସ ଅଫ ବାସେପୁର” ରୁ, ମୁଖ୍ୟତଃଲୋକମାନେ ଏହି ଫିଲ୍ମ ଜରିଆରେ ଏକ ସାଧାରଣ ଚେହେରା ଦେଖାଯାଉଥିବା ଅଭିନେତା ରୂପରେ ନାୟକ ରୂପେ ଗ୍ରହଣ କରିଥିଲେ ଓ ଏହାପରେ ଆଜିପର୍ଯ୍ୟନ୍ତ ନୱାଜ କେବେ ପଛକୁ ଫେରି ଚାହିଁନାହାନ୍ତି ।
ଜଣେଇଦେବୁକି ଆଜି ବଲିଉଡରେ ଏକାଧିକ ହିଟ ଫିଲ୍ମ ଦେବାପରେ ମଧ୍ୟ ନୱାଜୁଦ୍ଦିନ ଶିଦ୍ଦିକ ଆଜି ମଧ୍ୟ ପ୍ରତି ଫିଲ୍ମ ଶୁଟିଙ୍ଗପରେ ନିଜର ଗ୍ରାମକୁ ଯିବାକୁ କେବେ ଭୁଲିନାହାନ୍ତି । ଏତିକି ନୁହେଁ ତା ପରିବର୍ତ୍ତେ ନୱାଜୁଦ୍ଦିନ ଶିଦ୍ଦିକ ଆଜି ମଧ୍ୟ ନିଜର ଗ୍ରାମକୁ ଯାଇ ନିଜର କ୍ଷେତରେ କାମ କରୁଛନ୍ତି ଓ ଫସଲ ଲଗେଇ ଫେରି ଆସୁଛନ୍ତି । ହିନ୍ଦୀ ଫିଲ୍ମଇଣ୍ଡଷ୍ଟ୍ରିରେ ନିଜକୁ ଉନ୍ନତମାନର ଅଭିନୟ ଜରିଆରେ ପ୍ରମାଣିତ କରିଥିବା ନୱାଜୁଦ୍ଦିନ ଶିଦ୍ଦିକଜଣେ ଏଭଳି ଅଭିନେତା ଅଟନ୍ତି ଯାହାଙ୍କୁ ସମୟ ତ ଲାଗିଲା କିନ୍ତୁ ସେ ନିଜର ସ୍ଥାନ ସଂରକ୍ଷଣ କରିଛନ୍ତି । “ରମଣରାଘବ”, “ହରାମଖୋର”, “ବାବୁମୋସାୟ ବନ୍ଧୁକରାଜ”, ଭଳି ଉନ୍ନତମାନର ଫିଲ୍ମ ରେ ନିଜର ଅଭିନୟର ପ୍ରତିଭା ଦେଖାଇବା ପରେ ନୱାଜ ବହୁତ ଶୀଘ୍ର ନିଜର ନୂତନ ଫିଲ୍ମ “ମଣ୍ଟୋ”ରେ ଦୃଷ୍ଟିଗୋଚର ହେବେ ଯାହାକି ଏକ ସତ୍ୟ ଘଟଣା ଉପରେ ଆଧାରିତ ।