ଏ ଅଟନ୍ତି ଲୋକପ୍ରିୟ ଧାରାବାହିକ “ରାଧାକୃଷ୍ଣ” ର ଚରିତ୍ରର ପ୍ରକୃତ ଜୀବନସାଥି, କୃଷ୍ଣଙ୍କର ଅସଲି ରାଧା ତ ଅଟନ୍ତି ସବୁଠାରୁ ସୁନ୍ଦରୀ…
ରାଧାକୃଷ୍ଣଙ୍କ ଯୋଡିରୁ ଆମକୁ ପ୍ରେମ ଓ ଜୀବନର ବହୁତ ଜିନିଷ ଶିଖିବାକୁ ମିଳିଥାଏ। ଦୁହିଁଙ୍କ ପ୍ରେମରେ ସମର୍ପଣ ଅଛି, ସ୍ଥିରତା ଅଛି। ଦୁହିଁଙ୍କ ପ୍ରେମ ଏକ ଏପରି ଉଦାହରଣ ଅଟେ ଯେଉଁଥିରୁ ଆଜିର ପ୍ରେମିଯୁଗଳ ମଧ୍ୟ ବହୁତ କିଛି ଶିଖିପାରିବେ। ରାଧାକୃଷ୍ଣଙ୍କର ନାମ ପରସ୍ପର ବିନା ନିଆଯାଏ ନାହିଁ। ଦୁହିଁଙ୍କ ନାମ ଏକସାଥିରେ ଏପରି ନିଆଯାଏ ଯେପରିକି ଗୋଟିଏ ନାମ ଅଟେ। ରାଧାଙ୍କ ବିନା କୃଷ୍ଣ ଅସମ୍ପୂର୍ଣ୍ଣ ଅଟନ୍ତି ଓ କୃଷ୍ଣଙ୍କ ବିନା ରାଧା । ଦୁହିଁଙ୍କ ପ୍ରେମକାହାଣୀର ଉଦାହରଣ ଦିଆଯାଏ ।
ଆଜିର ସମୟରେ ଯେବେ ସମ୍ପର୍କରେ ସ୍ଥିରତା ଓ ସମର୍ପଣ ଦୂର ହୋଇଯାଇଛି ଏହି ସମୟରେ ରାଧାକୃଷ୍ଣଙ୍କର ପ୍ରେମକାହାଣୀ ଏକ ଶିକ୍ଷା ଅଟେ। ତାଙ୍କର ପ୍ରେମ ଓ ଜୀବନ ସହ ଜଡିତ କିଛି ସ୍ଵତନ୍ତ୍ର କଥା ଆମେ ସମସ୍ତେ ଶିକ୍ଷା କରିପାରିବା । ରାଧା ଓ କୃଷ୍ଣ ଙ୍କର ପ୍ରେମକାହାଣୀକୁ ଦେଖାଇବା ପାଇଁ ଭାରତରେ ଏକ ଏପରି ଶୋ ଏବେ ଲୋକଙ୍କର ମଧ୍ୟରେ ପ୍ରସାରିତ କରାଯାଉଛି ଯେଉଁଥିରେ ରାଧାକୃଷ୍ଣଙ୍କ ଅଲୌକିକ ପ୍ରେମକୁ ଦେଖାଯାଇଛି । ଆଜି ଆମେ ଆପଣଙ୍କୁ ଏହି ଶୋ ରେ ନିଜର ଅଭିନୟର ପ୍ରଦର୍ଶନ କରୁଥିବା କଳାକାର ମାନଙ୍କ ବିଷୟରେ ଜଣେଇବାକୁ ଯାଉଛୁ। ତେବେ ଚଲାନ୍ତୁ ଜାଣିବା ଏହି ଶୋରେ ନିଜର ଅଭିନୟ ଦ୍ଵାରା ଲୋକଙ୍କ ହୃଦୟକୁ ଜିତିନେଇଥିବା କଳାକାରଙ୍କ ବିଷୟରେ….
ଅର୍ପିତ ରଙ୍କା (ରାଜା କଂସ) – ଷ୍ଟାରଭାରତରେ ପ୍ରସାରିତ ହେଉଥିବା ଶୋ ରାଧାକୃଷ୍ଣ ଶୋରେ ଦୁଷ୍ଟ କଂସର ଚରିତ୍ର ନିର୍ବାହ କରୁଥିବା ଅଭିନେତା ରଙ୍କାଙ୍କ ପ୍ରକୃତ ଜୀବନସାଥିଙ୍କର ନାମ ନିଧି ସୋମାନୀ ରଙ୍କା ଅଟେ ଯିଏ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି ।
ହର୍ଷ ବଶିଷ୍ଠ (ଶ୍ରୀଦାମା) – ଅଭିନେତା ହର୍ଷ ଯିଏ କି ଶୋ ଏ ଶ୍ରୀଦାମାର ଭୂମିକା ନିର୍ବାହ କରୁଛନ୍ତି ସେ ହେଇ ଶୋ ବ୍ୟତୀତ ମଧ୍ୟ ଅନେକ ଟିଭି ଶୋରେ ଦୃଷ୍ଟିଗୋଚର ହୋଇଛନ୍ତି । ଏହାଙ୍କର ପ୍ରକୃତ ଜୀବନସାଥୀର ନାମ ଋତୁ ବଶିଷ୍ଠ ଅଟେ ଯିଏ କି ବହୁତ ସୁନ୍ଦରୀ ଅଟନ୍ତି ।
ଶିବ୍ୟା ପଠନୀୟା (ରାଧା) – ରାଧାର ଭୂମିକରେ ଥିବା ଅଭିନେତ୍ରୀ ଶିବ୍ୟାଙ୍କ କଥା କହିବୁ ତ ଶିବ୍ୟା 2013ରେ ମିସ ଶିମଳା ରହିସାରିଛନ୍ତି। ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ ଯେ ଶିବ୍ୟା ନିକଟରେ ଟିଭିରେ ଆସୁଥିବା ଧାରାବାହିକ ଶାକାଲାକାବୁମବୁମରେ ସଞ୍ଜୁ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା କିଂଶୁକ ବୈଦ୍ୟଙ୍କ ସହିତ ସମ୍ଭନ୍ଧ ରଖିଛନ୍ତି । ଏହା କୁହାଯାଉଛି ଯେ ସେହି ଦୁଇଜଣଙ୍କର ପ୍ରଥମ ସାକ୍ଷାତ “ ଏକ ରିସ୍ତା ସାଝେଦାରି କା” ସେଟରେ ହୋଇଥିଲା ।
ସୁମେଧ ମୁଦଗାଲକର(ଛୋଟ କୃଷ୍ଣ) – ଟିଭିରେ ଆସୁଥିବା ଧାରାବାହିକ ରାଧାକୃଷ୍ଣରେ ଛୋଟ କୃଷ୍ଣ ଭୂମିକାରେ ଅଭିନୟ କରୁଥିବା ସୁମେଧ ମୁଦଗାଲକରଙ୍କର କଥା କହିବା ତ ସେ ଏହି ଭୂମିକା ନିମନ୍ତେ ସଂପୂର୍ଣ୍ଣରୂପେ ଉପଯୁକ୍ତ ଅଟନ୍ତି। ମାରାଠି ପ୍ରାଇବାର ସହ ସମ୍ବନ୍ଧ ଥିବା ସୁମେଧଙ୍କର ଗାର୍ଲଫ୍ରେଣ୍ଡଙ୍କର ନାମ ନିଶା ଶର୍ମା ବୋଲି କୁହାଯାଉଛି ।
ମଲ୍ଲିକା ସିଂହ (ଛୋଟ ରାଧା) – ରାଧାକୃଷ୍ଣ ନାମକ ଧାରାବାହିକରୁ ନିଜର ପେଶା ଆରମ୍ଭ କରିଥିବା ମଲ୍ଲିକା ସିଂହଙ୍କର କଥା କହିବୁ ତ ତାଙ୍କୁ ସୁମେଧ ମୁଦଗାଲକରଙ୍କ ବିପରୀତରେ ରାଧା ଚରିତ୍ର ନିମନ୍ତେ ସ୍ଥିରୀକୃତ କରାଯାଇଛି ।
ହିମାଂଶୁ ସୋନି (ଶ୍ରୀକୃଷ୍ଣ) – ରାଧାକୃଷ୍ଣ ଧାରାବାହିକ ରେ ଶ୍ରୀକୃଷ୍ଣର ଚରିତ୍ର ନିର୍ବାହ କରୁଥିବା ଅଭିନେତା ହିମାଂଶୁ ସୋନିଙ୍କ ଜୀବନସାଥି ବିଷୟରେ କହିବୁ ତ ତାଙ୍କର ଜୀବନସାଥୀଙ୍କ ନାମ ଶୀତଲ ବୋଲି କୁହାଯାଉଛି। ଏହା କୁହାଯାଉଛି ଯେ ହିମାଂଶୁ ଓ ଶୀତଲ ଦୁହେଁ ପରସ୍ପର ସହିତ ଆଜିଠାରୁ ଦୁଇବର୍ଷ ପୂର୍ବେ ମିଳିତ ହୋଇଥିଲେ । ପ୍ରଥମ ସାକ୍ଷାତରୁ ଶୀତଲ ତାଙ୍କୁ ପ୍ରପୋଜ କରିଥିଲେ ଓ ହିମାଂଶୁ ତାଙ୍କ ପ୍ରସ୍ତାବକୁ ସ୍ଵୀକାର ମଧ୍ୟ କରିନେଇଥିଲେ ।
ରିନା କପୁର (ଯଶୋଦା ମାତା) – ରାଧାକୃଷ୍ଣ ଧାରାବାହିକରେ ଯଶୋଦାଙ୍କର ଭୂମିକା ନିର୍ବାହ କରୁଥିବା ରିନା କପୁରଙ୍କର କଥା କହିବୁ ତ ସେ ନିଜର ଅଭିନୟ ଆରମ୍ଭ କରିଥିଲେ ଡ଼ିଡ଼ି ଜାତୀୟରେ ଆସୁଥିବା ଧାର୍ମିକ ଶୋ ଗଙ୍ଗା ମଇୟା କରିଥିଲେ । ରିନା ସଫ୍ଟୱାର ଇଞ୍ଜିନିଅରଙ୍କ ସହିତ ବିବାହ କରିଥିଲେ ଯିଏ କି ନିକଟରେ ନୋଏଡାରେ କାର୍ଯ୍ୟ କରୁଛନ୍ତି ।