October 29, 2024

Odia Express

Leading Odia News Portal of Odisha

ଦ୍ଵିତୀୟ ଏକଦିବସୀୟରେ ପରାସ୍ତ ସହିତ ସିରିଜ ହାରିସାରିବା ପରେ ମଧ୍ୟ ଏକଥାରେ ଖୁସି ଅଛନ୍ତି ଅଧିନାୟକ ବିରାଟ କୋହଲୀ, କହିଲେ ଆମ ପାଇଁ ପ୍ଲସ ପଏଣ୍ଟ କାରଣ..

ଅକଲାଣ୍ଡର ଇଡେନପାର୍କରେ ଶନିବାର ଦିନ ଖେଲାଯାଇଥିବା ତିନି ମ୍ୟାଚର ଏକଦିବସୀୟ ପ୍ରତିଯୋଗୀତାର ଦ୍ଵିତୀୟ ମୁକାବିଲାରେ ବିରାଟ କୋହଲୀଙ୍କ ଅଧିନାୟକତ୍ଵ ରେ ଭାରତୀୟ ଦଳକୁ 22ରନରେ ପରାସ୍ତ ହୋଇଛି , ଏହି ଭଳି ଏକଦିବସୀୟ ସିରିଜ କିୱି ଦଳ ନାମରେ ରହିଲା । ଟି20 ସିରିଜ ଜିତିବା ପରେ ଏକଦିବସୀୟ ସିରିଜ ହାରିବା ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲୀ ବହୁତ ନିରାଶ ଦେଖାଯାଉଥିଲେ । ଲଗାତାର ଦୁଇଟି ମୁକାବିଲା ହାରିବା ସତ୍ବେ ବିରାଟ କୋହଲୀ ନିଜର ଖେଳାଳି ମାନଙ୍କୁ ସମର୍ଥନ କରିଛନ୍ତି ।

ବିରାଟ କୋହଲୀ ନିଜର ଖେଳାଳି ମାନଙ୍କୁ କଲେ ସମର୍ଥନ – ପୋଷ୍ଟ  ମ୍ୟାଚ ପ୍ରେଜେଣ୍ଟେସନରେ ବିରାଟ କୋହଲୀ କହିଲେ, “ଏହି ମ୍ୟାଚ ତଥା ପୂର୍ବ ମ୍ୟାଚ ପ୍ରଶଂସକଙ୍କ ନିମନ୍ତେ ବହୁତ ଭଲ ରହିଥିଲା। ଆମେ ଯେଉନଭଳି ଏହି ମ୍ୟାଚରେ ଫିନିସ କରିଥିଲୁ ତଦ୍ୱାରା ବହୁତ ପ୍ରଭାବିତ ହୋଇଛୁ । ଯେବେ ନ୍ୟୁଜିଲାଣ୍ଡର ଦଳ 8ୱିକେଟ 197ରନରେ ପଡିଗଲା ଏହାପରେ ଯେଉଁ ପ୍ରକାର ସେମାନେ ମ୍ୟାଚକୁ ଫେରିଲେ ତାହା ଉଚ୍ଚକୋଟିର ଥିଲା। ମୋତେ ଲାଗୁଛି ଯେ ସେହିଠାରୁ ମ୍ୟାଚ ଆମ ହାତରୁ ଖସିଗଲା । ଆମେ ବ୍ୟାଟିଂରେ ଅସୁବିଧା ଭୋଗୁଥିଲୁ, କିନ୍ତୁ ସାଇନି ଓ ଜଡେଜା ବାସ୍ତବରେ ଭଲ ପ୍ରଦର୍ଶନ କରିଛନ୍ତି । ଶ୍ରେୟସ ଆୟାର ମଧ୍ୟ ଉଚ୍ଚକୋଟିର ପ୍ରଦର୍ଶନ କରିଥିଲେ । ଟେଷ୍ଟ ଓ ଟି20 ତୁଳନାରେ ଏହି ବର୍ଷ ଏକଦିବସୀୟ ମ୍ୟାଚ ବହୁତ ଅଧିକ ନାହିଁ, କିନ୍ତୁ ଆମେ ଏପରି ଲୋକଙ୍କୁ ଖୋଜୁଥିଲୁ ଯେଉଁମାନେ ଚାପରେ ଏହିଭଳି ପ୍ରଦର୍ଶନ କରିପାରିବେ, ଏହା ଆମ ନିମନ୍ତେ ବଡ ସକାରାତ୍ମକ କଥା ଅଟେ” ।

ଆଗାମୀ ମ୍ୟାଚର ଚୁଡାନ୍ତ ଏକାଦଶରେ ହୋଇପାରେ ପରିବର୍ତ୍ତନ

କୋହଲୀ ଏଥିମଧ୍ୟରେ ଚୁଡାନ୍ତ ଏକାଦଶରେ ପରିବର୍ତ୍ତନର ସଂକେତ ମଧ୍ୟ ଦେଇଛନ୍ତି , ସେ କହିଲେ, “ଆମେ ଅନ୍ତିମ ଗେମରେ ପରିବର୍ତ୍ତନ ଉପରେ ବିଚାର କରିପାରୁ, କାରଣ ଏବେ ଆମ ପାଖରେ ଲୁଟେଇବା ପାଇଁ କିଛି ନାହିଁ । ଆମେ ଆକ୍ରାମକ କ୍ରିକେଟ ଖେଳିବୁ ଓ ପରିଣାମ ବିଷୟରେ ବହୁତ ଅଧିକ ଚିନ୍ତା କରିବୁ ନାହିଁ । ଏହା ଶେଷ ପର୍ଯ୍ୟନ୍ତ ଲଢିବା ନିମନ୍ତେ ବ୍ୟକ୍ତିଙ୍କ ଉପରେ ନିର୍ଭର କରେ । ଆମକୁ ଜଣା ନଥିଲା ଯେ ସାଇନି ବ୍ୟାଟିଂରେ ଏତେ ଭଲ କରିପାରନ୍ତି , ଏଥିପାଇଁ ଯଦି ନିମ୍ନ କ୍ରମରେ ଏତେ ଭଲ ହୋଇପାରିବ, ତ ଏହା ମଧ୍ୟକ୍ରମ ଓ ଶୀର୍ଷ କ୍ରମକୁ ମଧ୍ୟ ଆଗକୁ ଯିବାରେ ପ୍ରେରଣା ଦେବ”।

ନ୍ୟୁଜିଲାଣ୍ଡ ସିରିଜ ଜିତିଲା – ନ୍ୟୁଜିଲାଣ୍ଡର 274ରନ ଉତ୍ତରରେ ଭାରତୀୟ ଦଳ ବ୍ୟାଟିଂ ତାଶ ଭଳି ଭୁଷୁଡି ପଡିଲା। ରବୀନ୍ଦ୍ର ଜଡେଜା(55) ଓ ନବଦୀପ ସାଇନି(45)ଙ୍କ ମଧ୍ୟରେ ଅଷ୍ଟମ ୱିକେଟ ନିମନ୍ତେ ସର୍ବାଧିକ 76ରନର ଭାଗୀଦାରୀ ହୋଇଥିଲା । ଗୋଟିଏ ସମୟରେ ଲାଗୁଥିଲା ଯେ ଦୁହେଁ ଭରତକୁ ଦ୍ଵିତୀୟ ମ୍ୟାଚ ଜିତେଇ ସିରିଜରେ ପ୍ରତ୍ୟାବର୍ତ୍ତନ କରେଇବେ କିନ୍ତୁ ଶେଷରେ ନିଜ ଉପରେ କାବୁ ରଖିପାରି ବ୍ଲାକ କ୍ୟାପ୍ସ ଏହି ମୁକାବିଲା 22ରନରେ ବିଜୟପ୍ରାପ୍ତ କରିଗଲେ ।

ଏହାସହିତ କିୱି ଦଳ ସିରିଜ ନିଜର ନାମରେ କରିନେଲେ । ଆପଣଙ୍କୁ ଜଣେଇଦେବୁ କି ଏବେ ଶୃଙ୍ଖଳାର ତୃତୀୟ ଓ ଅନ୍ତିମ ମୁକାବିଲା 11ଫେବୃଆରୀକୁ ମାଉଣ୍ଟ ମଙ୍ଗୁନୁଇରେ ଖେଳାଯିବ।

Leave a Reply

Your email address will not be published. Required fields are marked *