February 12, 2025

Odia Express

Leading Odia News Portal of Odisha

ସୋସିଆଲ ମିଡିଆରେ ଚହଳ ପକେଇଛି ଏହି ବାହାଘର କାର୍ଡ, ଜାଣନ୍ତୁ କଣ ଏଥିରେ ଖାସ କଥା ଅଛି…

କରୌଲି, ଦେଶର ପ୍ରତିଷ୍ଠିତ ରାୟବରେଲି ସଂସଦୀୟ ସିଟରୁ 1977ରେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିପକ୍ଷ ନିର୍ବାଚନରେ ଲଢି ପ୍ରସିଦ୍ଧି ହାସଲ କରିଥିବା କରୌଲି ନିବାସୀ ହରିପ୍ରସାଦ ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଏଥର ସେ ନିଜର ପୁତ୍ରର ବିବାହର ନିମନ୍ତ୍ରଣ କାର୍ଡକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚିତ ଅଛନ୍ତି । ବିବାହର ଏହି କାର୍ଡ ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେଉଛି। କରୌଲିରେ ଚଟିକାନା ମହଲା ନିବାସୀ ରମଲ ଜ୍ୟୋତିଷ ବୈଦ୍ୟ ହରିପ୍ରସାଦ ଶର୍ମା ଙ୍କ ପୁତ୍ର ପ୍ରବୀଣଙ୍କର 27ଫେବୃଆରିରେ ବିବାହ ଅଟେ। ବିବାହ କାର୍ଡରେ ସେ ନିଜର ପୁତ୍ରୀ ଯମୁନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ପୁନର୍ଜନ୍ମ ସ୍ୱରୂପ ରୂପେ ଅଙ୍କିତ କରିଛନ୍ତି । ଯଦିଓ ସେ ଏ ବିଷୟରେ କୌଣସି ଦୃଢ ପ୍ରମାଣ ଦେଇନାହାନ୍ତି । କେବଳ ଜ୍ୟୋତିଷ ଆଧାରରେ ଦାବି କରୁଛନ୍ତି।

ବିବାହ କାର୍ଡରେ ଗୃହ ମନ୍ତ୍ରୀ ଅମିତ ଶାହ ଓ ଦେଶର ରାଷ୍ଟ୍ରପତି ଥିବା ଅବଦୁଲ କଲାମଙ୍କ ସହିତ ଆମେରିକାର ପୂର୍ବ ରାଷ୍ଟ୍ରପତି ବରାକ ଓବାମାଙ୍କ ଠାରୁ ମିଳିଥିବା ଧନ୍ୟବାଦର ଉଲ୍ଲେଖ କରିଛନ୍ତି । ଏହାଛଡା ରାୟବରେଲି ସିଟରୁ 1977ରେ ନିର୍ବାଚନ ଲଢି 2703 ମତ ମିଳିବାର ମଧ୍ୟ ଉଲ୍ଲେଖ ଅଛି । ଏହି କାରଣରୁ ଏହି ଅପ୍ରତିଦ୍ଵନ୍ଦୀ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରାଜକୀୟ ଆୟୁର୍ବେଦ ଚିକିତ୍ସାସ୍କ ପଦରୁ 2010ରେ ଅବ୍ୟାହତି ନେଇଥିବା ବୈଦ୍ୟ ହରିପ୍ରସାଦ ଶର୍ମା କୁହନ୍ତି ଯେ 1977ରେ ରାୟବରେଲି ସଂସଦୀୟ କ୍ଷେତ୍ରରୁ ଇନ୍ଦିରା ଗାନ୍ଧୀଙ୍କ ସହିତ ମୋଟ ସାତଜଣ ପ୍ରତ୍ୟାଶୀ ନିର୍ବାଚନ ମଇଦାନରେ ଥିଲେ । ନିର୍ବାଚନରେ ତାଙ୍କୁ 2703 ମତ ପ୍ରାପ୍ତ ହୋଇଥିଲା, କିନ୍ତୁ ଜନତା ପାର୍ଟିର ପ୍ରତ୍ୟାଶୀ ରାଜନାରାୟଣ ନିର୍ବାଚନ ଜିତିଥିଲେ ।

ତତ୍କାଳୀନ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମଧ୍ୟ ନାମାଙ୍କନ ଦାଖଲ କରିସାରିଥିଲେ। ହରିପ୍ରସାଦ 2012 ଓ 2017ରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ କରିଥିଲେ, କିନ୍ତୁ ପ୍ରସ୍ତାବକ ଓ ସମର୍ଥନ ନମିଳିବା କାରଣରୁ ନାମାଙ୍କନ ଖାରଜ ହୋଇଗଲା । କାର୍ଡ ଉପରେ ଏହା ଅଙ୍କିତ କରାଯାଇଛି।

ବୈଦ୍ୟ ହରିପ୍ରସାଦ ରମଲ ଜ୍ୟୋତିଷାଚାର୍ଜ୍ୟ ମଧ୍ୟ ଅଟନ୍ତି। ନିଜର ଜ୍ୟୋତିଷ ମାଧ୍ୟମରେ ଆଇଏଏସ, ଆଇପିଏସ ଓ ଜନପ୍ରତିନିଧି ଙ୍କୁ ପ୍ରଭାବିତ କରିସାରିଛନ୍ତି । ବର୍ତ୍ତମାନ ସେ ପ୍ରତି ସପ୍ତାହ ବୁଧବାରକୁ ଦିଲ୍ଲୀର କରୌଲବାଗ ଅଞ୍ଚଳରେ ବସି ଜ୍ୟୋତିଷ ଭବିଷ୍ୟବାଣୀ କରୁଛନ୍ତି ।

Leave a Reply

Your email address will not be published. Required fields are marked *