January 18, 2025

Odia Express

Leading Odia News Portal of Odisha

ଆପଣଙ୍କ ପ୍ରିୟ ରଙ୍ଗ ଆପଣଙ୍କ ବିଷୟରେ ଜଣେଇପାରେ ବହୁତ କିଛି , ଜାଣନ୍ତୁ କିପରି…

ପ୍ରତି ବ୍ୟକ୍ତିଙ୍କର କୌଣସି ନା କୌଣସି ପସନ୍ଦର ରଙ୍ଗ ନିଶ୍ଚିତ ହୋଇଥାଏ ଯାହା ତାଙ୍କୁ ବହୁତ ପ୍ରିୟ ହୋଇଥାଏ । ଆପଣ କିପରି ରଂଗ ପସନ୍ଦ କରୁଛନ୍ତି , ଏଥିରୁ ଆପଣଙ୍କ ସ୍ଵଭାବ ବିଷୟରେ ଜଣା ପଡିଥାଏ କିମ୍ବା ଏପରି ମଧ୍ୟ କହିପାରିବା ରଙ୍ଗର ଆଧାରରେ ଆପଣଙ୍କ ସ୍ଵଭାବର ଓ ଅନେକ କଥା ଜଣାପଡିଥାଏ । ରଙ୍ଗ ଏକ ଏପରି ବସ୍ତୁ ଅଟେ ଯାହା ଆମର ଜୀବନକୁ ରଙ୍ଗୀନ କରିଦିଏ। ପ୍ରତ୍ୟେକ ରଙ୍ଗର ଭିନ୍ନଭିନ୍ନ ମହତ୍ଵ ହୋଇଥାଏ । କଣ ଜାଣନ୍ତି ଯେ ରଙ୍ଗ ବିଷୟରେ ଆମକୁ ଜଣା ଥାଏ କିମ୍ବା ନାହିଁ ଯେ କ୍ପାରୀ ଏହି ରଙ୍ଗ ବ୍ୟକ୍ତିଙ୍କର ସ୍ଵଭାବକୁ ଦର୍ଶାଇ ଥାଏ । ଯଦି ଆପଣ ନିଜର ପ୍ରିୟ ରଙ୍ଗ ହିସାବରେ ନିଜର ସ୍ଵଭାବକୁ ପରଖିବାକୁ ଚାହାନ୍ତି କିମ୍ବା ଅନ୍ୟ କାହାର ବ୍ୟକ୍ତିତ୍ବର ରହସ୍ୟ ଜାଣିବାକୁ ଚାହାନ୍ତି।

ଜାମୁ ରଙ୍ଗ: ଏହି ରଙ୍ଗ ର ଲୋକଙ୍କର ଚିନ୍ତନ ଦୂରର ହୋଇଥାଏ ଏଥିପାଇଁ ଏହି ଲୋକ ସବୁବେଳେ କୌଣସି କାମ କରିବା ପୂର୍ବରୁ ତାହାର ପରିଣାମ ଉପରେ ଧ୍ୟାନ ଦେଇଥାନ୍ତି । ଏହି ଲୋକମାନେ ନିଜ ମଧ୍ୟରେ ବିଶେଷ ହୋଇଥାନ୍ତି । ଏମାନଙ୍କୁ ସଜେଇବାର ସଉକ ଥାଏ ଓ ତାସହ ଏହି ଲୋକମାନେ ଦାୟିତ୍ଵ ନେବାକୁ ଶୀଘ୍ର ଭୟ କରିଯାନ୍ତି ।

କଳା ରଙ୍ଗ: ଏହି ରଙ୍ଗ ପ୍ରିୟ ଲୋକମାନେ ପ୍ରାୟତଃ ଅଳ୍ପ ରୁଢିବାଦୀ ହୋଇଥାନ୍ତି ଓ ଏମାନଙ୍କୁ କ୍ରୋଧ ମଧ୍ୟ ବହୁତ ଆସେ ଓ ଜଣେଇଦେବୁ ଯେ ଏମାନେ ପ୍ରାୟତଃ ସମ୍ପର୍କ ଠାରୁ ଦୂରତା ରଖନ୍ତି ଏହି କାରଣ ଅଟେ ଯେ ଏମାନଙ୍କ ସହିତ କେହି ଘନିଷ୍ଠ ହୋଇପାରନ୍ତି ନାହିଁ । ଏମାନେ ଦୁର୍ବଳ ହୃଦୟର ହୋଇଥାନ୍ତି। ଛୋଟଛୋଟକଥା ମଧ୍ୟ ଏମାନଙ୍କ ମନକୁ ଆଘାତ ଦେଇଥାଏ ।

ହଳଦୀ ରଙ୍ଗ: ଏହି ରଙ୍ଗ ପ୍ରିୟ ଲୋକମାନେ ଏକାନ୍ତ ରହିବା ପସନ୍ଦ କରନ୍ତି । ଏହି ରଙ୍ଗକୁ ଧାରଣ କରୁହଟିବା ବ୍ୟକ୍ତି ମାନଙ୍କର ଏହି ରଙ୍ଗ ସହିତ ମାନସିକ ଓ କୂଟନୈତିକ କ୍ଷମତା ପ୍ରାପ୍ତ ହୋଇଥାଏ । ଅନ୍ୟପକ୍ଷରେ ଏହି ରଙ୍ଗକୁ ପସନ୍ଦ କରିବା ଲୋକଙ୍କ ଠାରେ ପରିପକ୍ଵତା ଓ ବୌଦ୍ଧିକତା ମଧ୍ୟ ଦୃଶ୍ୟ ହୋଇଥାଏ ।

ଗୋଲାପି ରଙ୍ଗ: ଏହି ରଙ୍ଗ ପସନ୍ଦ କରୁଥିବା ଲୋକଙ୍କ ସ୍ଵଭାବ ବହୁତ ଶାନ୍ତ ଓ ନିର୍ମଳ ହୋଇଥାଏ । ଏହି ରଙ୍ଗ ବ୍ୟକ୍ତିଙ୍କ ଠାରେ ଆତ୍ମସମ୍ମାନ ଭାବନାକୁ ଜାଗ୍ରତ କରିଥାଏ । ଏହି ରଙ୍ଗ କୁ ପସନ୍ଦ କରୁଥିବା ଲୋକମାନେ ବ୍ୟକ୍ତି ପ୍ରେମରେ ବିଶ୍ବାସ ରଖନ୍ତି । ଏମାନଙ୍କ ଠାରେ ଅନ୍ୟ ପ୍ରତି ଈର୍ଷା ବା ଦ୍ଵେଷ ରଖିବାର ଭାବନା ନଥାଏ । ଏହି ରଙ୍ଗ ପସନ୍ଦ କରୁଥିବା ଲୋକମାନେ ବହୁତ ଭାବୁକ ଓ ସରଳ ସ୍ଵଭାବର ହୋଇଥାନ୍ତି । ଛୋଟରୁ ଛୋଟ କଥା ମଧ୍ୟ ଏହାଙ୍କ ମନକୁ ଦୁଃଖ ଦେଇଥାଏ । ଏହି ଲୋକମାନେ ସମାଜରେ ଅଧିକ ଲୋକପ୍ରିୟ ହୋଇଥାନ୍ତି ।

ଲାଲ ରଙ୍ଗ: ଏହି ରଙ୍ଗ ପ୍ରିୟ ଥିବା ଲୋକମାନେ ସବୁବେଳେ ଉତ୍ସାହିତ ଏବଂ ସ୍ପୁର୍ତ୍ତିଭରା ହୋଇଥାନ୍ତି । ଏହା ଧ୍ୟାନ ଯୋଗ୍ୟ ଅଟେ ଯେ ଲାଲ ରଙ୍ଗକୁ ବିପଦର ସଂକେତ ମଧ୍ୟ କୁହାଯାଏ । ଏହି ରଙ୍ଗକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ କିଛି ବିଶେଷତା ମଧ୍ୟ ଥାଏ । ଏମାନଙ୍କ ମଧ୍ୟରେ ଉତ୍ସାହ, ଦୃଢତା ଓ ଆତ୍ମବିଶ୍ଵାସର ଭାବନା ପୁରି ରହିଥାଏ । ଲାଲ ରଙ୍ଗକୁ ପସନ୍ଦ କରୁଥିବା ଲୋକମାନେ ସ୍ଵଭାବରୁ ରୋମାଣ୍ଟିକ ଓ ହସମୁଖ ବ୍ୟକ୍ତିତ୍ବର ହୋଇଥାନ୍ତି ଓ ନିଜର ଭଳି ସ୍ଵଭାବ ରଖିବା ଲୋକଙ୍କୁ ପସନ୍ଦ କରନ୍ତି ।

ନୀଳ ରଙ୍ଗ: ନୀଳ ରଙ୍ଗ ପସନ୍ଦ କରୁଥିବା ଲୋକମାନେ କୋମଳ ହୃଦୟ, ପ୍ରେମାପୂର୍ଣ୍ଣ ଓ ଯତ୍ନଶୀଳ ହୋଇଥାନ୍ତି । ଏହିପ୍ରକାରର ଲୋକ ନିଜର କର୍ତ୍ତବ୍ୟର ପାଳନ ଭଲଭାବରେ କରନ୍ତି ଓ ନିଜର ଚରିତ୍ରକୁ ଦାଗରହିତ ବନେଇ ରଖିବାର ପ୍ରୟାସ କରନ୍ତି । ଏମାନେ ସଚ୍ଚୋଟ ହୋଇଥାନ୍ତି ଓ ସବୁବେଳେ ଚିନ୍ତାମୁକ୍ତ ରୁହନ୍ତି ।

ବାଦାମି ରଙ୍ଗ: ବାଦାମି ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ଶାଳୀନ ସ୍ଵଭାବର ହୋଇଥାନ୍ତି । ବିଶ୍ବାସନୀୟତା ଓ ସଚ୍ଚୋଟତା ଏମାନଙ୍କ ଚରିତ୍ରର ପ୍ରମୁଖ ଗୁଣ ଅଟେ । ଏହି ରଙ୍ଗକୁ ଧାରଣ କରୁଥିବା ବ୍ୟକ୍ତିଙ୍କ ମନରେ ଗଭୀର ବିଚାର ଓ ଏକାଗ୍ରତା ଆସିଥାଏ ଓ ଏମାନେ ଅନେକ ବିଶେଷତ୍ଵର ସ୍ଵାମୀ ହୋଇଥାନ୍ତି ।

ଧଳା ରଙ୍ଗ: ଏହି ରଙ୍ଗ ପ୍ରିୟ ଲୋକମାନେ ସୌମ୍ଯା, ଆଦରଣୀୟ, ସଚ୍ଚୋଟ, ଆତ୍ମବିଶ୍ବାସୀ, ଦୃଢ ନିଶ୍ଚୟୀ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ବର ହୋଇଥାନ୍ତି । ଏହି ବ୍ୟକ୍ତି ସଜ୍ଜନ ଓ ସତ୍ୟବଧି ପ୍ରବୃତ୍ତିର ହୋଇଥାନ୍ତି । ଧଳା ରଙ୍ଗ ବ୍ୟକ୍ତିଙ୍କର ଜ୍ଞାନେନ୍ଦ୍ରିୟକୁ ନିୟନ୍ତ୍ରଣରେ ରହିବାରେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହି କାରଣରୁ ଜ୍ଞାନେନ୍ଦ୍ରିୟ କମ ଉତ୍ତେଜିତ ହୋଇଥାଏ । ଏହି ରଙ୍ଗକୁ ପସନ୍ଦ କରୁଥିବା ଲୋକମାନଙ୍କ ଠାରେ ଏକ ଖରାପ ଅଭ୍ୟାସ ଥାଏ ଯେ ଏମାନେ ଅନ୍ୟମାନଙ୍କ ମାମଲାରେ ବହୁତ ଅଧିକ ହସ୍ତକ୍ଷେପ କରନ୍ତି ।

ସବୁଜ ରଙ୍ଗ: ଏହି ରଙ୍ଗ ପସନ୍ଦ କରୁଥିବା ଲୋକମାନେ ଖୁସି ଓ ସୌଭାଗ୍ୟର ପ୍ରତୀକ ହୋଇଥାନ୍ତି । ଏହି ବ୍ୟକ୍ତିଙ୍କର ଜୀବନକୁ ଅଧିକ କ୍ରିଯାଶୀଳ କରିଥାଏ । ସବୁଜ ରଙ୍ଗ ଉତ୍ତମ ସ୍ୱାସ୍ଥ୍ୟର ପ୍ରତୀକ ମନେକରାଯାଏ । ଏହି ରଙ୍ଗବାଦୀ ବ୍ୟକ୍ତି ପରିଶ୍ରମୀ ଓ ଅବସାରବାଦୀ ହୋଇଥାନ୍ତି । ଏମାନେ ନିଜର କାର୍ଯ୍ୟରେ କାହାର ମଧ୍ୟ ହସ୍ତକ୍ଷେପ ପସନ୍ଦ କରନ୍ତି ନାହିଁ । ଏମାନେ ସ୍ଵଭାବରେ ହସମୁଖ ଓ ଭାବୁକ ହୋଇଥାନ୍ତି । ଏମାନେ ଆଶାବାଦୀ ମଧ୍ୟ ହୋଇଥାନ୍ତି ଓ ଜୀବନରେ ବହୁତ ସଫଳତା ପ୍ରାପ୍ତ କରନ୍ତି । ଏମାନଙ୍କ ମଧ୍ୟରେ ଈର୍ଷାର ଭାବନାର ପୂର୍ଣ୍ଣତଃ ଅଭାବ ଥାଏ । ଏମାନେ ମିତ୍ରତାର ଦ୍ରୁଷ୍ଟିରୁ ବହୁତ ବିଶ୍ଵସ୍ତ ଓ ଉତ୍ତମ ମିତ୍ର ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *