June 1, 2025

Odia Express

Leading Odia News Portal of Odisha

ଭାରତ ଭ୍ରମଣରେ ଆସିଥିବା ଯୁବତୀଙ୍କର ପଇସା ସରିଯିବାରୁ ସେ +୨ ପାସ ଯୁବକ ସହ ବିବାହ କରିନେଲେ ଆଉ ତାପରେ ଯାହା ହେଲା…

ଆଜି ଆମେ ଆପଣଙ୍କୁ ଏକ ଏପରି ମଜାଦାର ପ୍ରେମ କାହାଣୀ ସହ ପରିଚିତ କରେଇବାକୁ ଯାଉଛୁ, ଯାହା ପଛର ପୁରା କାହାଣୀ ଜାଣି ଆପଣଙ୍କର ମଧ୍ୟ ହୋଶ ଉଡିଯିବ । ଆପଣ ଆଗରୁ ଗାଁ ର ଗୋରୀ ଓ ବିଦେଶୀ ବାବୁଙ୍କ ପ୍ରେମ କାହାଣୀ ଶୁଣିଥିବେ କିନ୍ତୁ ଏହା ସେସବୁ ଠାରୁ କିଛି ଭିନ୍ନ ଅଟେ । ଏହି ବିଦେଶୀ ମୂଳର ସୁନ୍ଦରୀ ଲାବଣ୍ୟମୟୀ ଯୁବତୀ ଆମ ଦେଶର ଜଣେ ଯୁବକଙ୍କୁ ବିବାହ କରିନେଲେ। ଯେଉଁ ସୁନ୍ଦରୀ ଝିଅ ବିଷୟରେ ଆମେ କହୁଛୁ, ସେ ଆମେରିକା ୱାସିଂଟନ ସହରର ନିବାସୀ ଅଟନ୍ତି , ଏହି ଗୋରୀ ମେମଙ୍କ ନାମ ମେରି ଅଟେ, ମେରି ପ୍ରାୟ ତିନି ବର୍ଷ ପୂର୍ବରୁ ଆମ ଦେଶ ଭାରତ ବୁଲିବାକୁ ଆସିଥିଲେ।

ଭାରତ ଭ୍ରମଣ ସମୟରେ ସେ ହିମାଚଲ ପ୍ରଦେଶର ଦେଲହାଉସୀ ସହରକୁ ବୁଲିବାକୁ ଯାଇଥିଲେ, ମେରିଙ୍କୁ ସେଠାକାର ଦର୍ଶନୀୟ ସ୍ଥାନ ବିଷୟରେ କିଛି ଜଣାନଥିଲା, ଏସବୁ ବ୍ୟତୀତ ସବୁଠାରୁ ବଡ ବିପଦ ଏହା ଥିଲା ଯେ ତାଙ୍କୁ ଡେଲହାଉସୀରେ ତାଙ୍କୁ ରହିବା ନିମନ୍ତେ କୌଣସି ସ୍ଥାନ ମଧ୍ୟ ମିଳୁନଥିଲା, ସେଥିପାଇଁ ସେ ବହୁତ ବ୍ୟସ୍ତ ହୋଇଯାଇଥିଲେ।

ସେହି ସମୟରେ ତାଙ୍କ ନିକଟରେ ଥିବା ପଇସା ମଧ୍ୟ ଶେଷ ହୋଇଯାଇଥିଲା , ସେଥିପାଇଁ ସେ ଏକଦମ ନିରାଶ ଓ ଉଦାସ ହୋଇ ରାସ୍ତା କଡରେ ବସିଥିଲେ, ସେହି ସମୟରେ ଜଣେ ଯୁବକ ସେହି ରାସ୍ତା ଦେଇ ଯାଉଥିଲେ , ତାଙ୍କ ଦୃଷ୍ଟି ଏହି ଝିଅ ଉପରେ ପଡିଲା ଓ ସେହି ଯୁବକଙ୍କ ନାମ ପୃଥ୍ବୀ ସିଂହ ଅଟେ, ଯେବେ ପୃଥ୍ବୀ ମେରିଙ୍କୁ ଉଦାସ ଦେଖିଲେ ତ ସେ ମେରିଙ୍କୁ ତାଙ୍କ ଅସୁବିଧା ବିଷୟ ଜାଣିବାକୁ ଚାହିଁଲେ ।

ତାଙ୍କୁ ଯେପରି ମେରିଙ୍କ ଅସୁବିଧା ବିଷୟରେ ଜଣାପଡିଲା ସେ ତାଙ୍କୁ ଏକ ହୋଟେଲରେ ରହିବାର ବ୍ୟବସ୍ଥା କରିଦେଲେ ଓ ତାଙ୍କୁ କିଛି ଟଙ୍କା ମଧ୍ୟ ଦେଲେ । କେବଳ ଏତିକି ନୁହେଁ ତାସହ ପୃଥ୍ବୀ ମେରିଙ୍କୁ ଡେଲହଉସୀର ଅନେକ ଦର୍ଶନୀୟ ସ୍ଥାନରେ ନିଜ ସହିତ ବୁଲେଇନେଲେ , ଏଥିମଧ୍ୟରେ ସେ ଦୁହିଁଙ୍କ ମଧ୍ୟରେ ପ୍ରଗାଢ ବନ୍ଧୁତା ହୋଇଗଲା , ପୃଥ୍ବୀଙ୍କ ସୁଗୁଣ ଦେଖି ମେରିଙ୍କୁ ତାଙ୍କ ସହିତ ପ୍ରେମ ହୋଇଗଲା। ଏଥିମଧ୍ୟରେ ମେରି ପୃଥ୍ବୀଙ୍କୁ ବିବାହର ଆମନ୍ତ୍ରଣ ଦେଲେ , ଆପଣଙ୍କୁ ଜଣେଇଦେବୁ କି ପୃଥ୍ବୀ କେବଳ ଦ୍ଵାଦଶ ପାସ ଅଟନ୍ତି ଓ ଏହି କାରଣ ଅଟେ ଯେ ପ୍ରାରମ୍ଭରେ ତାଙ୍କୁ ଇଂରାଜୀ ବୁଝିବାରେ ବହୁତ ଅସୁବିଧା ହେଉଥିଲା, ଏହି ଦୁହେଁ ନିକଟରେ ସାଲୁଣିର ଏସଡ଼ିଏମ କାର୍ଯ୍ୟାଳୟରେ ବିବାହ କରିଛନ୍ତି । ମେରି ନିଜର ବକ୍ତବ୍ୟରେ କହିଲେ ଯେ ବିଦେଶରେ ପ୍ରତିଶ୍ରୁତି ରକ୍ଷା କରିବାରେ ବହୁତ ଅଭାବ ରହିଛି ।

Leave a Reply

Your email address will not be published. Required fields are marked *