June 1, 2025

Odia Express

Leading Odia News Portal of Odisha

ସୁଗାର, ଆର୍ଥ୍ରାଇଟିସ କିମ୍ବା ଆଣ୍ଠୁ ପୀଡା, ନିର୍ମୂଳ କରିଦେଇଥାଏ ଏହି ଜିନିଷ – ଥରେ ବ୍ୟବହାର କରିକି ଦେଖନ୍ତୁ ….

ଭାରତୀୟ ସମାଜରେ ବହୁତ ଶୁଭ କାର୍ଯ୍ୟରେ ଗୁଆ ର ପ୍ରୟୋଗ କରାଯାଇଥାଏ। ସବୁ ପାନ ଦୋକାନରେ ଆପଣଙ୍କୁ ଏହା ବିକ୍ରି ହେଉଥିବା ମିଳିଯିବ। ପାନ ବନେଇବାରେ ବ୍ୟବହାର ହେଉଥିବା ଅନ୍ୟ ଜିନିଷ ମଧ୍ୟରେ ଏକ ପ୍ରମୁଖ ଜିନିଷ ଗୁଆ ଅଟେ। ପାନ ମସଲା ବ୍ୟତୀତ କିଛି ଲୋକ ଏହାକୁ ଚୂନ ସହିତ ଖାଇବା ପସନ୍ଦ କରନ୍ତି । ସ୍ୱାସ୍ଥ୍ୟ ଦ୍ରୁଷ୍ଟିରୁ ଏହାକୁ ଡାକ୍ତର ମଧ୍ୟ ପରାମର୍ଶ ଅନୁଯାୟୀ ନେବା ଦ୍ଵାରା ଆପଣଙ୍କୁ ଲାଭ ହୋଇଥାଏ। କିନ୍ତୁ ଅଧିକ ମାତ୍ର କିମ୍ବା ଦୈନିକ ସେବନ ଦ୍ଵାରା ଆପଣଙ୍କୁ ଏହାର କ୍ଷତିକାରୀ ପ୍ରଭାବ ଭୋଗିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏହାର ଲାଭ ଓ କ୍ଷତି ବିଷୟରେ ଜଣେଇବାକୁ ଯାଉଛୁ ।

ଲାଭ-

ପାଟି ସୁଖିବା ସମସ୍ୟାରୁ ମୁକ୍ତି – ଗୁଆ ର ଉପଯୋଗ ସେହି ଲୋକଙ୍କ ନିମନ୍ତେ ବହୁତ ଲାଭକରି ହୋଇଥାଏ ଯେଉଁମାନଙ୍କ ପାଟି ଶୁଖିଯିବାର ଅଭିଯୋଗ ଥାଏ। ଏହି ଅସୁବିଧାରୁ ମୁକ୍ତି ପାଇବା ନିମନ୍ତେ ଗୁଆର ଏକ ଛୋଟ ଟୁକୁଡା ପାଟିରେ ରେଖିଲେ ଏହି ସମସ୍ୟା ଦୂର ହୋଇଥାଏ ।

ଦାନ୍ତସମସ୍ୟାରେ ରାମବାଣ – ଯଦି ଆପଣଙ୍କ ଦାନ୍ତରେ କୌଣସି ପ୍ରକାର କଷ୍ଟ ଅଛି ତେବେ ଆପଣ ଗୁଆକୁ ଜଳେଇ ତାହାର ପାଉଁଶରେ ଦାନ୍ତ ସଫା କରନ୍ତୁ। ଏପରି କରିବା ଦ୍ଵାରା ଦାନ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ।

ଘା କୁ ଶୀଘ୍ର ଠିକ କରିବାରେ ସହାୟକ – ଗୁଆର ସିଝା ପାଣିର ଦ୍ରବଣ ଘା ରେ ଲଗେଇଲେ ରକ୍ତ ବୋହିବା ବନ୍ଦ ହୋଇଯାଇଥାଏ ଓ ଘା ଶୀଘ୍ର ଶୁଖିଯାଏ ।

ତନ୍ତ୍ରିକା ତନ୍ତ୍ରକୁ କରେ ସକ୍ରିୟ – ଗୁଆ ଚୋବେଇଲେ ତାନ୍ତ୍ରିକ ତନ୍ତ୍ର ସକ୍ରିୟ ରହିଥାଏ ଯାହା କି ଆପଣଙ୍କ ନିମନ୍ତେ ଲାଭକାରୀ ସିଦ୍ଧ ହୋଇଥାଏ। ଏହାଦ୍ୱାରା ଆପଣ ଅନେକ ପ୍ରକାର ରୋଗରୁ ରକ୍ଷା ପାଇଥାନ୍ତି ।

ବିଷର ପ୍ରଭାବକୁ ନଷ୍ଟ କରେ – ଗୁଆରେ ଏଭଳି ତତ୍ଵ ମହଜୁଦ ରହିଛି ଯାହାଦ୍ୱାରା ଶରୀର ଭିତରରେ ମହଜୁଦ କୌଣସି ପ୍ରକାର ବିଷକୁ ବାହାର କରିବାରେ ସାହାଯ୍ୟ କରିଥାଏ ଓ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।

ଇସ୍କୋଜୋ ଫ୍ରେମିଆରେ ଦେଇଥାଏ ଆରାମ – ଯେଉଁ ଲୋକଙ୍କୁ ଇସ୍କୋଜି ଫ୍ରେମିଆ ମାନସିକ ରୋଗରୁ ଶୀଘ୍ର ଠିକ କରିବା ପାଇଁ ଏହାର ବ୍ୟବହାର କରିବା ଉତ୍ତମ ବୋଲି କୁହାଯାଏ ।

କ୍ଷତି – କ୍ୟାନ୍ସରକୁ ଦେଇଥାଏ ଆମନ୍ତ୍ରଣ – ଅନେକ ଗବେଷଣାରେ ଜଣାଯାଇଛି ଯେ ଗୁଆ ସେବନ କରିବା ଦ୍ଵାରା କ୍ୟାନ୍ସର ହେବାର ବିପଦ ବହୁତ ଅଧିକ ବଢିଯାଏ। ଗୁଆରେ ସେହି ସବୁ ତତ୍ଵ ରହିଛି ଯାହା କ୍ୟାନ୍ସରକୁ ଆମନ୍ତ୍ରଣ କରିଥାଏ ।

ମେଦବହୁଳତା ବୃଦ୍ଧି କରେ – ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଗୁଆ ଖାଇଲେ ହୃଦୟ ସମ୍ବନ୍ଧିତ ଅନେକ ପ୍ରକାର ରୋଗ ହେବାର ଭୟ ବଢିଯାଏ। ତାସହ ଏହା ମେଦବହୁଳତା ମଧ୍ୟ ବଢେଇଥାଏ ।

ମାଢି ଢିଲା ହୋଇଯାଏ – ନିୟମିତ ରୂପେ ଗୁଆ ଖାଇଲେ ମାଢି ଢିଲା ପଡିଯାଏ । ସମୟ ପୂର୍ବରୁ ଯଦି ଗୁଆ ସେବନ ତ୍ୟାଗ କରାନଯାଏ ତେବେ ଦାନ୍ତ ସବୁଦିନ ପାଇଁ ଲାଲ ଓ ପରେ କଳା ହୋଇଯାଏ। ଏଥିପାଇଁ ଏହାର ସେବନରୁ କ୍ଷାନ୍ତ ହେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *