September 4, 2025

Odia Express

Leading Odia News Portal of Odisha

ପ୍ରେମିକ ଧୋକା ଦେବାରୁ ପ୍ରେମିକା ନେଲା ଏପରି ପ୍ରତିଶୋଧ, ପ୍ରଶଂସା କଲା ସାରା ଦୁନିଆ – ଆପଣ ମଧ୍ୟ ଜାଣିରଖନ୍ତୁ…

ପ୍ରେମରେ ଧୋକା ଖାଇଥିବା ଲୋକଙ୍କର ବରବାଦି କାହାଣୀ ତ ଆପଣ ବହୁତ ଶୁଣିଥିବେ, କିନ୍ତୁ କଣ ଏହି ଧୋକାର କାରଣରୁ କାହା ଜୀବନରେ ଆସିଥିବା ଉତ୍ତମ ପରିବର୍ତ୍ତନର କାହାଣୀ କଣ ଆପଣ ଶୁଣିଛନ୍ତି କି,  ଯଦି ନୁହେଁ ତ ଆଜି ଶୁଣିନିଅନ୍ତୁ। କାରଣ ଜୀବନ ଜିଇଁବାର ଶିକ୍ଷା ଅଟେ ଏହା ଯେ…ଯାହା ବି କିଛି ହୁଏ ତାହା ଆମ ଭଲ ପାଇଁ ହୋଇଥାଏ । କେବଳ ଆମକୁ ସେହି ପରିସ୍ଥିତିର ମୁକାବିଲା କରି ଆଗକୁ ଯିବାର କଥା ଚିନ୍ତା କରିବାର ଅଟେ, ପ୍ରତିବଦଳରେ ଜୀବନରେ ଆମକୁ ନୂତନ ଲକ୍ଷ୍ୟ ପାଇଁ ରାସ୍ତା ଦେଖାଯାଇଥାଏ । ପ୍ରେମରେ ଧୋକା ଖାଇବା ପରେ ଗୋଟିଏ ଝିଅର ଜୀବନରେ ଆସିଥିବା ଏପରି ସକାରାତ୍ମକ ପରିବର୍ତ୍ତନର କାହାଣୀ ଏବେ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି । ତେବେ ଆସନ୍ତୁ ଜାଣିବା ପରି କଣ ହୋଇଥିଲା ଏହି ଝିଅ ସହିତ ଯାହା ସୋସିଆଲ ମିଡିଆ ଜରିଆରେ ଆଜି ଏହାର କାହାଣୀ ସାରା ଦୁନିଆ କହୁଛି ଓ ଶୁଣୁଛି ।

ଏମିତିରେ ଯେବେ ମଧ୍ୟ କୌଣସି ସମ୍ପର୍କ ଭାଙ୍ଗିଥାଏ କିମ୍ବା ଆପଣଙ୍କୁ କେହି ଧୋକା ଦେଇଥାଏ ତ ହୃଦୟକୁ ଆଘାତ ଲାଗିଥାଏ, ଅଚାନକ କିଛି ଦୂରେଇ ଯିବାର ଭୟ ଓ ଧକ୍କା ମଧ୍ୟ ଲାଗିଥାଏ। କିନ୍ତୁ ଅନେକ ସମୟରେ ଏପରି ଧକ୍କା , ଆପଣଙ୍କୁ ଜୀବନରେ କିଛି ନୂଆ କରି ଆଗେଇବାର ପ୍ରେରଣା ଦେଇଥାଏ। ଏପରି ହିଁ କିଛି ହୋଇଛି ୱେଲ୍ସର ନିବାସୀ ସନାୟା ମାର୍ଟିନଙ୍କ ସହିତ । ପ୍ରକୃତରେ 9ମାସ ପୂର୍ବରୁ ସନାୟାଙ୍କ ମେଦବହୁଳତା କାରଣରୁ ତାଙ୍କର ପୂର୍ବତନ ପୁରୁଷବନ୍ଧୁଙ୍କ ସହିତ ବିଚ୍ଛେଦ ଘଟିଥିଲା । କିନ୍ତୁ ଏହାପରେ ସନାୟା ନିଜକୁ ଏତେ ମାତ୍ରାରେ ପରିବର୍ତ୍ତନ କଲେ ଯେ ଆଜି ତାଙ୍କ ଶାରୀରିକ ଆକୃତି (figure)ର ସାରା ଦୁନିଆ ପ୍ରଶଂସା କରୁଛି ।

ପ୍ରକୃତରେ ଯେଉଁ ସମୟରେ ସନାୟାଙ୍କ ବ୍ରେକଅପ ହୋଇଥିଲା ସେହି ସମୟରେ ତାଙ୍କ ସାଇଜ 16ଥିଲା, କିନ୍ତୁ ନିଜର ସମ୍ପର୍କ ଭାଙ୍ଗିବା ପରେ ସନାୟା ନିଜର ଫିଗର ଉପରେ ଧ୍ୟାନ ଦେବା ଆରମ୍ଭ କଲେ ଓ ଆଜି ଫଳ ହେୟା ଯେ ସନାୟା 16ରୁ ସାଇଜ 10କୁ ଆସିଯାଇଛନ୍ତି । ଏମିତିରେ ନିଜର ଫିଗରରେ ଏହି ପ୍ରଶଂସନୀୟ ପରିବର୍ତ୍ତନର ଉପଲବ୍ଧିର ସୂଚନା ଯେବେ ସନାୟା ଟ୍ବିଟରରେ ନିଜର ଫଟୋ ଓ କାହାଣୀ ସେୟାର କଲେ ତ ଦୁନିଆର ବ୍ୟବହାରକର୍ତ୍ତା ଏହାର ପ୍ରଶଂସା କଲେ । ଟ୍ବିଟରରେ ସନାୟାଙ୍କ ପୋଷ୍ଟକୁ ବର୍ତ୍ତମାନ ପର୍ଯ୍ୟନ୍ତ 1ଲକ୍ଷ 18ହଜାରରୁ ଅଧିକ ଲାଇକସ ମିଳିସାରିଛି ଓ 13ହଜାରରୁ ଅଧିକ ରିଟ୍ବିଟ କରାଯାଇଛି ।

ସନାୟା ନିଜର ପ୍ରଥମ ଓ ବର୍ତ୍ତମାନର ସମସ୍ତ ଫଟୋ ପୋଷ୍ଟ କରିବାସହିତ ଲେଖିଛନ୍ତି ଯେ, “9ମାସ ପରେ ଏବେ 4ଷ୍ଟୋନ କମ ହୋଇଯାଇଛି , ମୋର ଧୋକାବାଜ ପ୍ରେମିକଙ୍କୁ ବହୁତ ବହୁତ ଧନ୍ୟବାଦ ଯିଏ ମୋତେ ଏପରି କରିବା ନିମନ୍ତେ ପ୍ରେରିତ କରିଛନ୍ତି” ।ଏକ ୱେବପୋର୍ଟାଲ ସହିତ କଥାବାର୍ତ୍ତା ସମୟରେ 19ବର୍ଷୀୟ ସନାୟା ଜଣେଇଲେ ଯେ, “ମୁଁ ତିନି ବର୍ଷ ପର୍ଯ୍ୟନ୍ତ ନିଜର ବୟଫ୍ରେଣ୍ଡ ସହିତ ରହିଲି, କିନ୍ତୁ ଯେବେ ମୋତେ ଜଣାପଡିଲା ଯେ ସେ ମୋତେ ଧୋକା ଦେଇ କାର୍ଡିକରେ କୌଣସି ଝିଅ ସହିତ ଡେଟ ସ୍ଥିର କରିଛି ତ ମୋର ହୃଦୟ ଭାଙ୍ଗିଗଲା, କିନ୍ତୁ ମୁଁ ତା ସହିତ ଚାରି ସପ୍ତାହ ପାଇଁ ଥାଇଲାଣ୍ଡ ଟ୍ରିପ ବୁକ କରେଇଥିଲି,

ଏମିତିରେ ଆମେ ଏହି ଟ୍ରିପକୁ ବନ୍ଧୁ ଭଳି ଯାଇଥିଲୁ, କିନ୍ତୁ ତାପରେ ମୁଁ ଏଥିରୁ ବାହାରକୁ ଆସିବାର ନିଷ୍ପତ୍ତି ନେଲି। ସେ ସମୟରେ ମୋର ବାପାଙ୍କ ମୃତ୍ୟୁ କାରଣରୁ ମୁଁ ମାନସିକ ରୋଗସହିତ ଲଢିସାରିଥିଲି , ଏମତିରେ ଏହା ମୋ ମାନସିକ ସ୍ୱାସ୍ଥ୍ୟ ନିମନ୍ତେ ଦ୍ଵିତୀୟ ବଡ ଧକ୍କା ଥିଲା। ଏଥିପାଇଁ ମୁଁ ନା କେବଳ ଓପାସ ରହିଛି ତାସହ ଛୋଟ ଛୋଟ ଜିନିଷ ଯେପରିକି ମାଇଲ ମାଇଲ ପାଦରେ ଚାଲିକରି ମୁଁ ନିଜକୁ ପୂର୍ବଠାରୁ ଅଧିକ ସ୍ଫୁର୍ତ୍ତି ହେଲି ଓ ମୋର ଓଜନ କମ ହୋଇଗଲା”।

Leave a Reply

Your email address will not be published. Required fields are marked *