June 28, 2025

Odia Express

Leading Odia News Portal of Odisha

ଦେଖନ୍ତୁ ଏକାକ୍ଷୀ ନଡିଆ ଅଟେ ମାତା ଲକ୍ଷ୍ମୀଙ୍କର ରୂପ, ଆପଣଙ୍କୁ ମଧ୍ୟ ମିଳିଯାଏ ତ ହୋଇଯିବେ ଧନବାନ – ଦେଖନ୍ତୁ କିପରି ଜାଣିବେ…

ଜଣେଇଦେବୁ ଯେ, ଧାର୍ମିକ କାର୍ଯ୍ୟରେ ଶ୍ରୀଫଳ ଅର୍ଥାତ ଏକାକ୍ଷୀ ନଡିଆର ବିଶେଷ ମହତ୍ଵ ହୋଇଥାଏ ଓ ଯେଉଁ ପୂଜାପାଠରେ ଶ୍ରୀଫଳ ଅର୍ପଣ କରିବାର ବିଧାନ ରହିଛି, ତ ଶ୍ରୀଫଳ ହିନ୍ଦୁ ଧର୍ମରେ ବହୁତ ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି ହୋଇପାରେ ତାହା ପ୍ରସାଦ ରୂପରେ କିମ୍ବା ସମର୍ପଣ ରୂପରେ। ଆଜି ଆମେ ଆପଣଙ୍କୁ ଗୋଟିଏ କଥା ଜଣେଇବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ସମସ୍ତ ନଡିଆ ଶ୍ରୀଫଳ ହୋଇନଥାଏ କେବଳ ଏକାକ୍ଷୀ ନଡିଆ ଶ୍ରୀଫଳ ହୋଇଥାଏ ।ଏକାକ୍ଷୀ ନଡିଆ କୁ ସାକ୍ଷାତ ଲକ୍ଷ୍ମୀଙ୍କର ସ୍ୱରୂପ ମାନ୍ୟତା ରହିଛି ଓ ଏହା ବହୁତ ଦୁର୍ଲଭ ହୋଇଥାଏ ଓ ହଜାରେ ନଡିଆ ମଧ୍ୟରେ ଗୋଟିଏ ଶ୍ରୀଫଳ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ଏକାକ୍ଷୀ ନଡିଆ ଯାହା ପାଖରେ ଥାଏ ତା ଉପରେ ମାତା ଲକ୍ଷ୍ମୀଙ୍କର କୃପା ସଦା ବନିରହିଥାଏ ଓ ତାହାର ଜୀବନରେ କେବେ ଆର୍ଥିକ ସଙ୍କଟ ଆସେ ନାହିଁ ଓ ଏକାକ୍ଷୀ ନଡିଆକୁ ଭାଙ୍ଗିବା ଅଶୁଭ ହୋଇଥାଏ।

କିପରି ଜାଣିବେ ଏକାକ୍ଷୀ  ନଡିଆକୁ, ଜାଣନ୍ତୁ – ସାମାନ୍ୟ ନଡିଆର ଆକୃତିରେ ତିନି ଛିଦ୍ର ଦେଖାଯାଇଥାଏ ଯାହାକୁ ଦୁଇ ଆଖି ଓ ଗୋଟିଏ ମୁଖ କୁହାଯାଇଥାଏ । ନଡିଆରେ ତିନିଟି ସିଧା ରେଖା ମଧ୍ୟ ଦେଖାଯାଇଥାଏ କିନ୍ତୁ ଏକାକ୍ଷୀ ନଡିଆରେ କେବଳ ଦୁଇଟି ଛିଦ୍ର ରହିଥାଏ। ଯାହାକୁ ଏକ ମୁଖ ଓ ଏକ ଆଖି କୁହାଯାଇଥାଏ ।

ଏକାକ୍ଷୀ ନଡିଆର ଉପାୟ – କିନ୍ତୁ ଏକାକ୍ଷୀ ନଡିଆକୁ ବିଶେଷ ମୂହୁର୍ତ୍ତ ଯେପରିକି ଦୀପାବଳି, ହୋଲି, ରବି-ପୁଷ୍ୟ, ଗୁରୁ-ପୁଷ୍ୟ, ଗ୍ରହଣ କାଳ ଆଦିରେ ଷୋଡଷୋପଚାର ପୂଜା କରି ତାହାକୁ ଲାଲ ରେଶମୀ ବସ୍ତ୍ରରେ ବାନ୍ଧିକି ନିଜର ବ୍ୟାପାର ପ୍ରତିଷ୍ଠାନ କିମ୍ବା ସିଂଦୁକରେ ରଖି କିମ୍ବା ପୂଜା ସ୍ଥାନରେ ରଖିଲେ ସର୍ବଦା ମତ ଲକ୍ଷ୍ମୀଙ୍କର କୃପା ବନିରହେ ଓ ଧାର୍ମିକ ମାନ୍ୟତା ଅନୁସାରେ ଏକାକ୍ଷୀ ନଡିଆରେ ଧନ ଆକର୍ଷଣର ଅଦ୍ଭୁତ କ୍ଷମତା ରହିଥାଏ ।

Leave a Reply

Your email address will not be published. Required fields are marked *