July 1, 2025

Odia Express

Leading Odia News Portal of Odisha

ସକାଳୁ ଉଠିବା ସମୟରେ ଏହି ଜିନିଷର ମୁହଁ ଦେଖିବା ହୋଇଥାଏ ଶୁଭ, ପୁରା ଦିନ ହୁଏ ଉଚ୍ଚକୋଟିର …

ବନ୍ଧୁଗଣ ଆପଣ ଅନେକ ଥର ଦେଖିଥିବେ ଯେ କେବେକେବେ ଆପଣଙ୍କର କୌଣସି ଦିନ ସକାଳ ଠାରୁ ରାତି ଯାଏ ପୁରା ବେକାର ଯାଏ। ଏମିତିରେ କିଛି ଲୋକଙ୍କ ମୁହଁରୁ ବାହାରିଯାଏ ଯେ ‘ସକାଳୁ ସକାଳୁ କାହା ମୁହଁ ଦେଖିଲି ଯେ ପୁରା ଦିନ ବେକାର ଗଲା’। ପ୍ରକୃତରେ ସକାଳେ ଉଠିବାମାତ୍ରେ ଆପଣ ସର୍ବପ୍ରଥମେ କଣ ଦେଖନ୍ତି ତାହା ଆପଣଙ୍କ ଦିନଚର୍ଯ୍ୟା ଉପରେ କେଉଁଠି ନା କେଉଁଠି ପ୍ରଭାବ ନିଶ୍ଚିତ ପକେଇଥାଏ । ଏହି କଥାକୁ ଧ୍ୟାନରେ ରଖିଆଜି ଆମେ ଆପଣଙ୍କୁ କିଛି ଏପରି ଜିନିଷବିଷୟରେ କହିବାକୁ ଯାଉଛୁ ଯାହାକୁ ସକାଳେ ଉଠିବାମାତ୍ରେ ଦେଖିଲେ ଆପଣଙ୍କ ଦିନ ଶୁଭ ହେବ । ଏହାସହ ଶେଷରେ ଆମେ ସେହି ଜିନିଷ ବିଷୟରେ ମଧ୍ୟ ଚର୍ଚା କରିବୁ ଯାହାକୁ ସକାଳେ ପ୍ରଥମେ ଦେଖିବା ଦ୍ଵାରା ପୁରା ଦିନ ବେକାର ଯାଏ ।ଏସବୁ ସକାଳେ ଦେଖିଲେ ଶୁଭ ହୋଇଥାଏ ।

ଗଣେଶ ଜୀ: ସକାଳୁ ସକାଳୁ ପ୍ରଥମେ ଗଣେଶଙ୍କ ମୁଖ ଦେଖିବା ବହୁତ ଶୁଭ ହୋଇଥାଏ । ଯାହାକି ଆପଣ ସମସ୍ତେ ଜାଣନ୍ତି ଯେ ଯେବେ ମଧ୍ୟ କୌଣସି ମାଙ୍ଗଳିକ କାମର ପ୍ରାରମ୍ଭ ହୁଏ ସର୍ବପ୍ରଥମ ଗଣେଶଙ୍କୁ ହିଁ ପୂଜା ପାଆନ୍ତି । ଏହା କୁହାଯାଏ ଯେ କୌଣସି ବି କାମ କୁ ଆରମ୍ଭ କରିବା ପୁରାବୃ ଯଦି ଗଣେଶଙ୍କୁ ସ୍ମରଣ କରିବେ ତେବେ ସେହି କାମ ଶୀଘ୍ର ପୂର୍ଣ୍ଣ ହୋଇଯାଏ । ବୋଧହୁଏ ଏହି କାରଣ ଯେ ସକାଳୁ ଗଣେଶଙ୍କ ମୁଖ ଦେଖି ଦିନର ପ୍ରାରମ୍ଭ କଲେ ଦିନ ଶୁଭ ହୁଏ । ଏଥିପାଇଁ ଆପଣ ନିଜର ସୟନ କକ୍ଷରେ ଏକ ଗଣେଶଙ୍କ ପ୍ରତିମା ଅବଶ୍ୟ ରଖନ୍ତୁ। ଏମିତିରେ ଯେବେ ମଧ୍ୟ ସକାଳେ ଆପଣଙ୍କ ଆଖି ଖୋଲିବ ତ ଆପଣ ସର୍ବପ୍ରଥମେ ତାଙ୍କର ଚେହେରା ଦେଖିବେ ଓ ଅପାନଙ୍କ ଦିନ ଭଲରେ କଟିବ ।

ମାତା ପିତା: ହିନ୍ଦୁ ଧର୍ମରେ ମାତା ପିତାଙ୍କୁ ଭଗବାନଙ୍କର ସ୍ଥାନ ଦିଆଯାଇଛି । ଏମିତିରେ ସକାଳୁ ଯଦି ଆପଣ ନିଜର ମାତା ପିତାଙ୍କର ଚେହେରା ଦେଖନ୍ତି ଓ ତାଙ୍କର ଚରଣ ସ୍ପର୍ଶ କରି ତାଙ୍କର ଆଶୀର୍ବାଦ ନିଅନ୍ତି ତେବେ ଆପଣଙ୍କ ପୁରା ଦିନ ଭଲରେ କଟିବ। ଏଠାରେ ମହତ୍ଵ ମାତା ପିତାଙ୍କର ଚେହେରା ଦେଖିବା ଠାରୁ ଅଧିକ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ମୁଖ୍ୟ ଅଟେ। ମାତା ପିତାଙ୍କ ହୃଦୟରୁ ଆସିଥିବା ଆଶୀର୍ବାଦ ସବୁଠାରୁ ଅଧିକ ଫଳପ୍ରଦ ଅଟେ । ଏଥିପାଇଁ ସକାଳୁ ତାଙ୍କର ଚରଣ ସ୍ପର୍ଶ କରି ଆଶୀର୍ବାଦ ନେବା ଉଚିତ ।

ମୟୂର: ପ୍ରାଚୀନ ସମୟରେ ଅନେକ ରୁଷି ମୁନି ଓ ଅନ୍ୟ ଲୋକମାନେ ନିଜର ଅଗଣାରେ ମୟୂର ମଧ୍ୟ ପାଳୁଥିଲେ। ଏହି ମୟୂର ସକାଳୁ ସକାଳୁ ଅଗଣାକୁ ଆସୁଥିଲେ । ଏସମୟରେ ସର୍ବପ୍ରଥମ ଏମାନଙ୍କ ମୁଖ ଦେଖିବା ମାତ୍ରେ ତାଙ୍କର ଦିନ ଉତ୍ତମ ବିତୁଥିଲା । ଏବେ ଆଜିର ସମୟରେ ସମସ୍ତଙ୍କ ଘର ଆଗରେ ମୟୂର ଆସୁନାହାନ୍ତି । ଏମିତିରେ ଆପଣ ନିଜର ଘରେ ମୟୂରର ଫଟୋ ଲଗେଇ ପାରନ୍ତି । ଆଜିକାଲି ଯେକୌଣସି ଲୋକ ପ୍ରଭାତରେ ଉଠିବାମାତ୍ରେ ନିଜର ମୋବାଇଲ ଦେଖନ୍ତି । ଆପଣ ଏହି ମୋବାଇଲରେ ମଧ୍ୟ ମୟୂର ବାଲା ୱାଲପେପର ସେଟ କରିପାରିବେ । ଏହି ଭଳି ସକାଳୁ ସକାଳୁ ଉଠିବାମାତ୍ରେ ସର୍ବପ୍ରଥମେ ଯେବେ ଆପଣ ନିଜର ମୋବାଇଲ ଚେକ କରୁଛନ୍ତି ତ ଆପଣଙ୍କୁ ଆପେଆପେ ମୟୂର ଫଟୋ ଦେଖାଯିବ ଓ ଆପଣଙ୍କ ସାରା ଦିନ ଭଲରେ କଟିବ ।

ଏସବୁ ସକାଳେ ଦେଖିଲେ ଶୁଭ ହୋଇଥାଏ – ସକାଳୁ ସକାଳୁ କଳା ବିଲେଇ, କଳା କୁକୁର, କୁଆ କିମ୍ବା କୌଣସି କଳା ରଙ୍ଗର ଜୀବିତ ବସ୍ତୁ ଦେଖିବା ଅଶୁଭ ହୋଇଥାଏ । ସକାଳେ ସର୍ବପ୍ରଥମେ ଆପଣଙ୍କୁ ଶନିଦେବଙ୍କର ଫଟୋ ମଧ୍ୟ ଦେଖିବା ଉଚିତ ନୁହେଁ। ଏଥିପାଇଁ ତାଙ୍କର ପ୍ରତିମା ନିଜର ଶୟନକକ୍ଷରେ ଲଗାନ୍ତୁ ନାହିଁ। ଏ ସମସ୍ତ ଜିନିଷ ସକାଳେ ପ୍ରଥମେ ଦେଖିଲେ ଆପଣଙ୍କ ପୁରା ଦିନ ଖରାପ ହୋଇପାରେ ।

Leave a Reply

Your email address will not be published. Required fields are marked *