September 3, 2025

Odia Express

Leading Odia News Portal of Odisha

ସକାଳୁ ଖାଲି ପେଟରେ ମହୁ ସହିତ ରସୁଣ ବୁଡାଇ ଖାଇଲେ ତାହାର ଫାଇଦା ଜାଣିଲେ ଆପଣ ବି ହୋଇଯିବେ ଚକିତ..

ରସୁଣ ଭାରତୀୟ ମସଲାରେ ସବୁଠାରୁ ଅଧିକା ମାତ୍ରାରେ ବ୍ୟବହାର କରାଯାଏ , ଏହାର ବିନା ଛୁଙ୍କ ମାରିବା ମଜା ଆସେ ନାହିଁ , କିନ୍ତୁ କଣ ଆପଣ ଜାଣିଛନ୍ତି କି ରସୁଣ ଭୋଜନ ସ୍ୱାଦ ବଢାଇବାରେ ସ୍ୱାସ୍ଥ୍ୟ ପାଇଁ ବି ବହୁତ ଫାଇଦା ଦାୟକ ହୋଇଥାଏ , ଏହାର ଗୁଣ ଓ ବି ଅଧିକା ବଢିଯାଇଥାଏ , ଯେବେ ଆପଣ ଏହାକୁ ମହୁ ସହ ବ୍ୟବହାର କରିଥାନ୍ତି , ମହୁ ଓ ରସୁଣର ସେବନ ବହୁତ ଲାଭକାରୀ ହୋଇଥାଏ , ଏହା ସହ ସେବନ କଲେ ବହୁତ ସାରା ଫାଇଦା ହୋଇଥାଏ , ତେବେ ଆସନ୍ତୁ ଜାଣିବା ଏହାକୁ କିପରି ତିଆରି କରିବେ ଓ ଖାଇବେ , ଆମେ ଏହି ପ୍ରକିୟାରୁ ହେବାକୁ ଥିବା ଫାଈଦା ବିଷୟରେ ଜାଣିବା ।

ବନାଇବା ବିଧି  :- ଏହାକୁ ବନାଇବାକୁ ହେଲେ ଆପଣଙ୍କୁ ରସୁଣର ୫-୬ ଟା ପାଖୁଡା ନେଇ ଯାଆନ୍ତୁ , ଏହାପରେ ଏକ କପ୍ ରେ ପାଣିନିଅନ୍ତୁ , ଓ ଏହି କପରେ ଏତେ ମହୁ ପକାନ୍ତୁ ଯାହାଦ୍ୱାରା ରସୁଣ ବୁଡିଯାଉ , ଆପଣ ଚାହିଁଲେ ରସୁଣକୁ ଛୋଟ ଛୋଟ ଖଣ୍ତ କରିପାରିବେ । ରସୁଣକୁ ମହୁରେ ମିଶାଇବା ପରେ କମ୍ ସେ କମ୍ ଅଧ ଘଣ୍ଟାରୁ ଏକ ଘଣ୍ଟା ଏହାକୁ ରଖିବାକୁ ଦିଅନ୍ତୁ । ଯାହା ଦ୍ୱାରା ଦୁହେଁ ଏକା ସାଙ୍ଗରେ ମିକ୍ସ ହୋଇଯିବ । ଏହାର ସେବନ ଆପଣଙ୍କୁ ସକାଳୁ ଖାଲି ପେଟରେ ନେବାର ଅଛି ଆପଣଙ୍କୁ ଗୋଟେ ଥରରେ ଦୁଇଟୀ ମହୁରେ ବୁଡାଇକରି ରସୁଣକୁ ଖାଆନ୍ତୁ , ଏହାପରେ ଆପଣ ପାଣି ପିଇପାରିବେ , କିନ୍ତୁ କହିଦେବୁ କି ପାଣି ନପିଇଲେ ଭଲ , ତାହା ସହ ଏହାର ସେବନ ପରେ ଅଧା ଘଣ୍ଟା ପାଇଁ କିଛି ବି ଖାଆନ୍ତୁ ନାହିଁ ।

୧) ଆୟୁର୍ବେଦ ଅନୁସାରେ ବଢୁଥିବା ବୟସରେ ରସୁଣର ନିୟମିତ ଉପଯୋଗରେ ଆପଣଙ୍କୁ ବୁଢାପାର ଅନୁଭବ ହେବ ନାହିଁ , ଏହାର ନିୟମିତ ଉପଯୋଗରେ ଚେହେରାରୁ ବୟସ ଦାଗ ଦୂର ହୋଇଯିବ ।

୨) ରସୁଣରେ ମହୁ ମିଶାଇ ନିୟମିତ ଖାଇଲେ ଏହାର ସେବନ ଦ୍ୱାରା ଆଣ୍ଟିବାୟୋଟିକ୍ କାମ କରିଥାଏ , ତାହା ସହ ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବା ଇମ୍ୟୁନୋ ସିଷ୍ଟମ୍ ମଜବୁତ୍ କରିଥାଏ , ଏହାର ସେବନରେ ଆପଣଙ୍କୁ କେଉଁ ରୋଗ ହେବାର ଚ୍ୟାନ୍ସ ରହେ ନାହିଁ ।

୩) ଯଦି ଆପଣଙ୍କୁ ଥକା ଲାଗୁଛି ତେବେ ଆପଣଙ୍କ ଶରୀରରେ କିଛି ଅସୁବିଧା ଲାଗୁଛି ତେବେ ରସୁଣ ଓ ମହୁର ସେବନ କଲେ ତାହା ସମାଧାନ ହୋଇଯିବ ।

୪) ରସୁଣ ଓ ମହୁର କମ୍ବିନେଶନ୍ ପେଟର ଅନ୍ତରେ ପଡିଥିବା ପୋକ ଶରୀରରୁ ବାହାର କରିଦିଏ ।

୫) ଦମା ରୋଗୀଙ୍କ ପାଇଁ ରସୁଣ ଓ ମହୁର ସେବନ ବହୁତ ଫାଇଦା ହୋଇଥାଏ ,

୬) ହୃଦୟ ପାଇଁ ରସୁଣ ଓ ମହୁର ଉପଯୋଗୀ ହୋଇଥାଏ , ଏହା ଆମର ହୃଦୟ ପର୍ଯ୍ୟନ୍ତ ରକ୍ତ ପ୍ରବାହିତ କରିବା ସହ ଧମନିକୁ ଜମା ହୋଇଥିବା ଚର୍ବିକୁ ବାହାର କରିଦିଏ , ଏହି ପରି ହୃଦୟକୁ ରକ୍ତ ପହଞ୍ଚାଇଥାଏ , ଓ ହୃଦୟ ସୁସ୍ଥ୍ୟ ରହିଥାଏ , ଓ ହାର୍ଟଆଟାକ୍ ପରି ବିପଦ ଆସେ ନାହିଁ ।

୭) ଏହାର ପ୍ରୟୋଗରେ ଗଳାରେ ହେଉଥିବା ସଂକ୍ରମଣ ଶେଷ ହୋଇଯାଏ , ଗଳାରେ କର୍କଶ ହେଲେ ଏହାକୁ ନେଇପାରିବେ ।

୮) ଡାଇରିଆ ସମସ୍ୟା ହେଲେ ଏହି ନୁସକା ରାମବାଣ ପରି କାର୍ଯ୍ୟ କରିଥାଏ , ଓ ରୋଗୀଙ୍କୁ ଆରାମ ଦେଇଥାଏ ।

୯) ଏହା ଦ୍ୱାରା ପାଚନ ତନ୍ତ୍ର ମଜବୁତ୍ ହୋଇଥାଏ , ପେଟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ଦେଇଥାଏ ।

୧୦) ଥଣ୍ତା ହେଲେ ଏହାର ସେବନରୁ ଆରାମ ଦେଇଥାଏ ।

Leave a Reply

Your email address will not be published. Required fields are marked *