September 3, 2025

Odia Express

Leading Odia News Portal of Odisha

ବଲିଉଡ ଅଭିନେତ୍ରୀ ମାନଙ୍କର ମଙ୍ଗଳସୂତ୍ରର ମୂଲ୍ୟ ଜାଣିଲେ ପାଦ ତଳୁ ମାଟି ଖସିଯିବ – ଏବେ ଜାଣିରଖନ୍ତୁ …

ହିନ୍ଦୁ ଧର୍ମରେ ମଙ୍ଗଳସୂତ୍ରକୁ ପତ୍ନୀ ସୀମନ୍ତିନୀର ସଂକେତ କୁହାଯାଏ। ଏହା କୁହାଯାଏ ଯେ ଏହି ମଙ୍ଗଳସୂତ୍ର ଏକ ପତ୍ନୀ ନିଜର ସ୍ଵାମୀଙ୍କର ଦୀର୍ଘ ଜୀବନ ଓ ସୁରକ୍ଷା ନିମନ୍ତେ ପିନ୍ଧିଥାଏ। ସାଧାରଣତଃ ଏହି ମଙ୍ଗଳସୂତ୍ର ଏକ କଳା ସୂତାରେ ଗୁନ୍ଥା ହୋଇଥିବା ମୋତିର ମାଳା ହୋଇଥାଏ। କିନ୍ତୁ ଏଥିରେ ମଧ୍ୟ ଏକ ରୁ ବଳି ଆରେକ ଭେରାଇଟି ଥାଏ। ଏହି ମଙ୍ଗଳସୂତ୍ରର ମୂଲ୍ୟ କିଛି ଟଙ୍କାରୁ ଆରମ୍ଭ କରି କୋଟି ଟଙ୍କାର ମଧ୍ୟ ହୋଇପାରେ । ଏହା ସଂପୂର୍ଣ୍ଣ ନିର୍ଭର କରେ ଯେ ମଙ୍ଗଳସୂତ୍ର ତିଆରି ପାଇଁ କେଉଁ ମୂଲ୍ୟବାନ ଧାତୁ ସବୁର ବ୍ୟବହାର ହୋଇଛି। ଉଦାହରଣ ନିମନ୍ତେ ବଜାରରେ ମହଙ୍ଗା ରତ୍ନ ଓ ହୀରା ଜଡିତ ସୁନାର ମଙ୍ଗଳସୂତ୍ର ମଧ୍ୟ ଉପଲବ୍ଧ ଅଟେ।

ଯଦି ଆମେ ଏକ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର କଥା କହିବା ତେବେ ତାହା କିଛି ହଜାର ଟଙ୍କା ରୁ ଆରମ୍ଭ ହୋଇ ଅଧିକ ରୁ ଅଧିକ ଦୁଇ ତିନି ଲକ୍ଷ ଟଙ୍କାର ମଙ୍ଗଳସୂତ୍ର କ୍ରୟ କରି ପିନ୍ଧି ପାରିବେ । ଫ୍କିନ୍ତୁ କଣ ଆପଣ କେବେ ଭବିଛନ୍ତି ଯେ ଯେଉଁ ଲୋକ ସେଲିବ୍ରିଟି ହୋଇଥାନ୍ତି ଓ ଯେଉଁ ମାନଙ୍କ ପାଖରେ ଧନର ଅଭାବ ନଥାଏ ସେହି ଲୋକ କେଉଁ ମୂଲ୍ୟର ଓ କିପରି ମଙ୍ଗଳସୂତ୍ର କ୍ରୟ କରୁଥିବେ? ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଦେବୁ ।

ଏହା ଅଟେ ବଲିଉଡ ଅଭିନେତ୍ରୀଙ୍କର ମଙ୍ଗଳସୂତ୍ରର ମୂଲ୍ୟ

ଅନୁଷ୍କା ଶର୍ମା: ନିକଟରେ ବିବାହ ବନ୍ଧନରେ ବାନ୍ଧିହୋଇଥିବା ଅନୁଷ୍କା ଶର୍ମା ଓ ବିରାଟ କୋହଲୀଙ୍କର ବିବାହ ପୁରା ଦେଶରେ ଚର୍ଚ୍ଚାର ବିଷୟ ଥିଲା। ତାଙ୍କର ବିବାହର ଅନେକ ଭିଡିଓ ଓ ଫଟୋ ମଧ୍ୟ ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଥିଲା। ଏହି ବିବାହରେ ତାଙ୍କର ପୋଷାକ ଓ ଗହଣା ସବ୍ୟସାଚୀ ଡିଜାଇନ କରିଥିଲେ। ବିବାହ ପରେ ଯେବେ ଅନୁଷ୍କା ଏୟାରପୋର୍ଟରେ ଓହ୍ଲେଇଥିଲେ ତ ତାଙ୍କର ବେକରେ ବିରାଟ ନାମକ ମଙ୍ଗଳସୂତ୍ରର ମୂଲ୍ୟ ପ୍ରାୟ 52ଲକ୍ଷଟଙ୍କାର ବୋଲି କୁହାଯାଉଥିଲା।

ଶିଲ୍ପା ସେଟ୍ଟୀ କୁନ୍ଦ୍ରା: ଶିଲ୍ପା ସେଟ୍ଟୀ ଯେବେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ତେବେ ସେ ବିବାହ ରାଜକୀୟ ଅନ୍ଦାଜରେ ଥିଲା। ଏହି ବିବାହରେ ଶିଲ୍ପା ତରୁଣ ଥିଲାନି ଦ୍ଵାରା ଡିଜାଇନ କରାଯାଇଥିବା ପୋଷାକ ପିନ୍ଧିଥିଲେ। ସୂତ୍ର ଅନୁଯାୟୀ ବିବାହ ପରେ ଯେବେ ଶିଲ୍ପାଙ୍କ ବେକରେ ମଙ୍ଗଳସୂତ୍ର ଦେଖାଯାଇଥିଲା ତ ଦେଖିବାକୁ ତ ଏହା ସାଧାରଣ ଥିଲା କିନ୍ତୁ ତାହାର ମୂଲ୍ୟ ପ୍ରାୟ 30ଲକ୍ଷ ଟଙ୍କା ଅଙ୍କା ଯାଇଥିଲା ।

କାଜଲ: 1999ରେ କାଜଲ ଅଜୟ ଦେବଗନଙ୍କୁ ବିବାହ କରିଥିଲେ । ଏହି ବିବାହ ସଂପୂର୍ଣ୍ଣ ମରାଠୀ ରୀତିନୀତି ସହିତ ହୋଇଥିଲା। ଏଥି ମଧ୍ୟରେ ଅଜୟ କାଜଲଙ୍କୁ ଯେଣୁ ମଙ୍ଗଳସୂତ୍ର ପିନ୍ଧେଇଥିଲେ ତାହାର ମୂଲ୍ୟ 21ଲକ୍ଷ ଟଙ୍କା ଥିଲା ।

କରିସ୍ମା କପୁର: ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ନିଜର ଜୀବନସାଥୀ କରିଥିବା କରିସ୍ମା କପୁର 29ଡିସେମ୍ବର 2017ରେ ବିବାହ କରିଥିଲେ । ଏଥିମଧ୍ୟରେ ସଞ୍ଜୟ କରିସ୍ମାଙ୍କ ବେକରେ 17ଲକ୍ଷଟଙ୍କାର ମଙ୍ଗଳସୂତ୍ର ପିନ୍ଧେଇଥିଲେ ।

ମାଧୁରୀ ଦୀକ୍ଷିତ ନେନେ: 90ଦଶକରେ ସଭିଙ୍କ ହୃଦୟ ସ୍ପନ୍ଦନ ଥିବା ମାଧୁରୀ ଦୀକ୍ଷିତ 1999ରେ ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରି ଲକ୍ଷାଧିକ ହୃଦୟରେ ଛୁରି ଚଲେଇଦେଇଥିଲେ । ଏହି ବିବାହରେ ଡାକ୍ତର ନେନେ ମାଧୁରୀଙ୍କୁ ପୁରା 8ଲକ୍ଷ 50ହଜାର ଟଙ୍କାର ମଙ୍ଗଳସୂତ୍ର ପିନ୍ଧେଇଥିଲେ ।

ଐଶ୍ଵର୍ଯ୍ୟା ରାୟ ବଚ୍ଚନ: ଐଶ୍ଵର୍ଯ୍ୟା ରାୟ ଯେବେ ଅଭିଷେକଙ୍କୁ ବିବାହ କରି ବଚ୍ଚନ ପରିବାରର ବୋହୁ ହୋଇଥିଲେ ତେବେ ପୁରା ମିଡିଆ ସେକ୍ସନ ତାଙ୍କର ଖବରରେ ପୂର୍ଣ୍ଣ ରହୁଥିଲା। 2007ରେ ହୋଇଥିବା ଏହି ବିବାହ ପରେ ଦୁଇ ପତିପତ୍ନୀ ଦର୍ଶନ ନିମନ୍ତେ ତିରୁପତି ବାଲାଜୀ ଯାଇଥିଲେ। ଏହି ସମୟରେ ଐଶ୍ଵର୍ଯ୍ୟା ରାୟଙ୍କ ବେକରେ ଅଭିଷେକ ନାମର ମଙ୍ଗଳସୂତ୍ର ଦେଖାଯାଇଥିଲା ଯାହାର ମୂଲ୍ୟ ପ୍ରାୟ 45ଲକ୍ଷ ଟଙ୍କା ଥିଲା ।

Leave a Reply

Your email address will not be published. Required fields are marked *