December 1, 2025

Odia Express

Leading Odia News Portal of Odisha

କୋଟିଏ ରୁ ଉର୍ଦ୍ଧ୍ଵ ଟଙ୍କାରେ ବିକ୍ରି ହେଲା ଏହାଙ୍କର ୨୦୦ ବର୍ଷ ପୁରାତନ ପ୍ରେମ ପତ୍ର, ଜାଣନ୍ତୁ କଣ ଥିଲେ ସେଗୁଡିକରେ ସ୍ଵତନ୍ତ୍ର …

ପ୍ରାଚୀନ ବସ୍ତୁର ସଉକ ଅନେକ ଲୋକଙ୍କର ରହିଥାଏ। ଏପରି ନେପୋଲିଅନଙ୍କର 200ବର୍ଷ ପ୍ରାଚୀନ କିଛି ପ୍ରେମ ପତ୍ର ଥିଲା ଯାହା କୋଟିଏ ରୁ ଉର୍ଦ୍ଧ୍ଵରେ ବିକ୍ରି ହୋଇଥିଲା। ସୂଚନା ଅନୁଯାୟୀ, ଫ୍ରାନ୍ସର ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଜରିଆରେ 200ବର୍ଷ ପୂର୍ବ ନିଜର ପତ୍ନୀ ଜୋସେଫିନଙ୍କୁ ଲେଖାଯାଇଥିବା ପ୍ରେମ ପତ୍ର ମୋଟ 5,13,000ୟୁରୋ ମାନେ 3କୋଟି 97ଲକ୍ଷ୍ୟ ଟଙ୍କାରେ ନିଲାମ ହେଲା।ଜଣେଇଦେବୁ ଯେ, ଏହି ପ୍ରେମ ପତ୍ର 1796ମସିହାରୁ 1804 ମଧ୍ୟରେ ଲେଖାଯାଇଥିଲା, ଯାହାର ନିଲାମ ବିଗତ ରବିବାର ଦିନ ଫ୍ରାନ୍ସର ଡ୍ରୋଉଟ ନିଲାମ ଘରେ ହୋଇଥିଲା। 1796ମସିହାରେ ଇଟାଲୀ ଅଭିଯାନ ସମୟରେ ଲେଖାଯାଇଥିବା ଗୋଟିଏ ପତ୍ରରେ ନେପୋଲିଅନ ଲେଖିଥିଲେ ଯେ,‘ମୋର ପ୍ରିୟ ମିତ୍ରା, ଆପଣଙ୍କ ତରଫରୁ ମୋତେ କୌଣସି ପତ୍ର ପ୍ରାପ୍ତ ହୋଇନାହିଁ। ଅବଶ୍ୟ କିଛି ଖାସ ଚାଲୁଅଛି, ଏଥିପାଇଁ ଆପଣ ନିଜର ସ୍ଵାମୀଙ୍କୁ ଭୁଲି ଯାଇଛନ୍ତି। କିନ୍ତୁ , କାର୍ଯ୍ୟ ଏବଂ ବହୁତ କ୍ଳାନ୍ତି କାରଣରୁ କେବଳ ଆପଣଙ୍କ କଥା ମନେପଡୁଛି ‘।

ବୋନାପାର୍ଟ ଫ୍ରାନ୍ସର କ୍ରାନ୍ତିରେ ସେନାପତି, 11ନଭେମ୍ବର, 1799ରୁ 18ମେ, 1804ପର୍ଯ୍ୟନ୍ତ ପ୍ରଥମ କୋନସଲ ରୂପରେ ଶାସକ ଏବଂ 18ମେ, 1804ରୁ 6ଏପ୍ରିଲ 1814ପର୍ଯ୍ୟନ୍ତ ନେପୋଲିଅନ ନାମରେ ସମ୍ରାଟ ରହିଥିଲେ।

ସେ ୟୁରୋପର ଅନ୍ୟ ଅନେକ କ୍ଷେତ୍ରର ମଧ୍ୟ ଶାସକ ଥିଲେ। ଏତିକି ନୁହେଁ, ଇତିହାସରେ ତାଙ୍କୁ ଦୁନିଆର ସବୁଠାରୁ ମହାନ ସେନାପତି ମାନଙ୍କ ମଧ୍ୟରେ ଗଣାଯାଏ। ତାସହ ସେ ଫ୍ରାନ୍ସରେ ଏକ ନୂତନ ବିଧି ସଂହିତା ଲାଗୁ କରିଥିଲେ, ଯାହାକୁ ନେପୋଲିଅନଙ୍କ ସଂହିତା କୁହାଯାଏ।

Leave a Reply

Your email address will not be published. Required fields are marked *