July 1, 2025

Odia Express

Leading Odia News Portal of Odisha

ରାମାୟଣର ସୀତା ପ୍ରକୃତ ଜୀବନରେ ଏହି ବ୍ୟକ୍ତିଙ୍କୁ ବିବାହ କରିଛନ୍ତି , ଦେଖନ୍ତୁ ବାହାଘର ର କିଛି ବିଶେଷ ଫୋଟୋ…

ରାମାୟଣ ଉପରେ ଆଜି ପର୍ଯ୍ୟନ୍ତ ଅନେକ ଗୁଡିଏ ଧାରାବାହିକ ଓ ଫିଲ୍ମ ତିଆରି ହୋଇଛି, କିନ୍ତୁ ରାମାନନ୍ଦ ସାଗରଙ୍କ ରାମାୟଣ ଆଜି ମଧ୍ୟ ଆମ ହୃଦୟରେ ବସିଛି। ଲକଡାଉନ କାରଣରୁ ଦୂରଦର୍ଶନରେ ଏହି ସମୟରେ ରାମାୟଣର ପୁନଃ ପ୍ରସାରଣ କରାଯାଉଛି। ଏହି କାରଣରୁ ରାମାୟଣରେ ଅଭିନୟ କରିଥିବା ସମସ୍ତ କଳାକାର ମଧ୍ୟ ଆଉଥରେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି। ରାମାୟଣରେ ସୀତାଙ୍କର ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ତ ବହୁତ ଅଧିକ ପ୍ରସିଦ୍ଧ ହେଉଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ଆଉଥରେ ପୁଣି ଦୀପିକାଙ୍କ ସହ ଜଡିତ ସୂଚନା ସର୍ଚ୍ଚ କରୁଛନ୍ତି।

ଆଜି ଆମେ ଆପଣଙ୍କୁ ରାମାୟଣର ସୀତା ମାନେ ଦୀପିକା ଚିଖଲିଆଙ୍କର 30ବର୍ଷ ପୁରାତନ ଫଟୋ ଦେଖେଇବାକୁ ଯାଉଛୁ । ଏହା ସେସମୟରେ କଥା ଅଟେ ଯେବେ ଦୀପିକା ହେମନ୍ତ ଟୋପିୱାଲାଙ୍କ ସହିତ ବିବାହ କରିଥିଲେ। ଦୀପିକା ଓ ହେମନ୍ତଙ୍କ ବିବାହର ଏହି ଫଟୋ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ମଜାର କଥା ଏହା ଯେ ତାଙ୍କର ବିବାହ ଭୋଜିରେ ବଲିଉଡର ପ୍ରସିଦ୍ଧ ଅଭିନେତା ରାଜେଶ ଖାନ୍ନା ମଧ୍ୟ ସାମିଲ ଥିଲେ। ପ୍ରକୃତରେ ରାମାୟଣରେ ସୀତାର ଭୂମିକା କରିବା ପରେ ଦୀପିକାଙ୍କ ସମ୍ମାନ ସମାଜରେ ବହୁତ ବଢିଗଲା। ସେତେବେଳେ ଲୋକମାନେ ଏହି ଧାରାବାହିକର କଳାକାରଙ୍କୁ ହିଁ ଭଗବାନ ମାନି ହାତ ଯୋଡୁଥିଲେ ।

ଦୀପିକା ନିଜର ଅଭିନୟ କ୍ୟାରିଆରରେ ଅନେକ ଧାରାବାହିକ ଓ ଫିଲ୍ମରେ କାମ କରିଥିଲେ କିନ୍ତୁ ଆଜି ମଧ୍ୟ ତାଙ୍କର ସୀତା ଭୂମିକା ଉଜ୍ଜ୍ଵଳ ରହିଛି। ଲୋକମାନେ ଆଜି ମଧ୍ୟ ଦୀପିକାଙ୍କୁ ସିତାଙ୍କ ରୂପରେ ମନେ ରଖିଛନ୍ତି । ଦୀପିକା ମଧ୍ୟ ନିଜର ଇମେଜର ସମ୍ମାନ କରନ୍ତି ଓ ତାଙ୍କର ପ୍ରଚେଷ୍ଟା ଏହା ଯେ ସେ ନିଜକୁ ଭୁଲ ପ୍ରକାରରେ ଉପସ୍ଥାନ କରିବେ ନାହିଁ । ଦୀପିକାଙ୍କ ବ୍ୟକ୍ତିଗତ ଜୀବନର କଥା କହିବୁ ତ ତାଙ୍କ ସ୍ଵାମୀ ହେମନ୍ତ ଟୋପିୱାଲା ଜଣେ ଗୁଜୁରାଟୀ ବ୍ୟବସାୟୀ ଅଟନ୍ତି। ହେମନ୍ତଙ୍କର କସମେଟିକ ପ୍ରଡ଼କ୍ଟର ଏକ କମ୍ପାନୀ ରହିଛି । ଦୀପିକା ମଧ୍ୟ ଏହି କମ୍ପାନୀରେ ରିସର୍ଚ ଓ ମାର୍କେଟିଂଗ ଟିମର ମୁଖ୍ୟ ରୂପରେ କାର୍ଯ୍ୟ କରୁଛନ୍ତି। ଏହି କମ୍ପାନୀରେ ଶୃଙ୍ଗାର ବିନ୍ଦି ଓ ନେଲପଲିସ ପ୍ରସ୍ତୁତ କରାଯାଉଛି ।

ହେମନ୍ତ ଟୋପିୱାଲାଙ୍କୁ ବିବାହ କରିବା ପରେ ଦୀପିକାଙ୍କ ଘରେ ଦୁଇଟି କନ୍ୟାଙ୍କର ଜନ୍ମ ହୋଇଛି। ଏହାଙ୍କର ନାମ ଜୁହୀ ଟୋପିୱାଲା ଓ ନିଧି ଟୋପିୱାଲା ଅଟେ। ଦୀପିକା ନିଜର ଦୁଇ ଝିଅଙ୍କୁ ବହୁତ ଭଲ ପାଆନ୍ତି । 29ଏପ୍ରିଲ 1965ରେ ଜନ୍ମିଥିବା ଚିଖଲିଆ ବର୍ତ୍ତମାନ 54ବର୍ଷର ହୋଇସାରିଛନ୍ତି। ଦୀପିକା ରାମାୟଣରେ ଯେବେ ଅଭିନୟ କରିଥିଲେ ସେତେବେଳେ ସେ 15-16ବର୍ଷର ହୋଇଥିଲେ। ବିବାହ ହେବା ପରେ ଦୀପିକା ବହୁତ କମ ଫିଲ୍ମରେ ଦୃଷ୍ଟିଗୋଚର ହୋଇଛନ୍ତି। ଅନ୍ତିମ ଥର ତାଙ୍କୁ ଆୟୁଷ୍ମାନ ଖୁରାନାଙ୍କ ‘ବାଲା’ ଫିଲ୍ମ ରେ ଦେଖାଯାଇଥିଲା। ଏହି ଫିଲ୍ମରେ ସେ ପରୀ(ୟାମି ଗୌତମ)ଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ।

ରାମାୟଣ ଏବେ ଦୂରଦର୍ଶନରେ ବହୁତ ଟିଆରପି ପାଉଛି। 33ବର୍ଷ ପୁରାତନ ଏହି ଧାରାବାହିକକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ଏହା ବିଷୟରେ କଥା ହେଉଛନ୍ତି। ଅନେକ ଲୋକ ତ ରାମାୟଣ ଦେଖିବା ସମୟରେ ନିଜର ସେଲଫି ମଧ୍ୟ ସୋସିଆଲ ମିଡିଆରେ ସେୟାର କରୁଛନ୍ତ। ଏହା ବ୍ୟତିତ ରାମାୟଣ ଉପରେ ଅନେକ ମିମ୍ସ ମଧ୍ୟ ବନା ଯାଉଛି। ଏହି ପ୍ରକାର ପୁରାତନ ଓ ନୂତନ ଦୁଇ ପିଢୀ ଏହି ଧାରାବାହିକ ସହିତ ଯୋଡି ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *