July 1, 2025

Odia Express

Leading Odia News Portal of Odisha

ଶବ ଯାତ୍ରା ସମୟରେ କାହିଁକି କୁହାଯାଇଥାଏ ‘ରାମ ନାମ ସତ୍ୟ ହେ’, ଜାଣନ୍ତୁ ଏହାର କାରଣ କଣ…

ଏକଥା ତ ଆମେ ସମସ୍ତେ ଜାଣିଛୁ ଓ ଦେଖିଛୁ ଯେ ଯେବେ ମଧ୍ୟ କୌଣସି ହିନ୍ଦୁର ଅନ୍ତିମ ଯାତ୍ରା ବାହାରିଥାଏ ସେହି ସମୟରେ ଲୋକମାନେ ‘ରାମ ନାମ ସତ୍ୟ ହେ’ କୁହନ୍ତୁ। କିନ୍ତୁ, ଆପଣ ମାନଙ୍କ ମଧ୍ୟରୁ ଅଧିକତର ଲୋକଙ୍କୁ ଏହି କଥାର ଜ୍ଞାନ ନଥିବ ଯେ ରାମ ନାମ ସତ୍ୟ ହେ କାହିଁକି କୁହାଯାଇଥାଏ? ଯୁଧିଷ୍ଠିର କହିଥିଲେ, ଜୀବନ ଓ ମୃତ୍ୟୁ ଦୁଇଟି ଏକମାତ୍ର ସତ୍ୟ ଅଟେ। ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। ଯିଏ ଜନ୍ମ ନେଇଛି ତାହାର ମୃତ୍ୟୁ ନିଶ୍ଚିତ ଅଟେ। ଏକଥା ଯୁଧିଷ୍ଠିର କହିଥିଲେ ଯେ ରାମ ନାମ ସତ୍ୟ କାହିଁକି ବୋଲାଯାଏ।

ଶବ ଯାତ୍ରାରେ ରାମ ନାମ ସତ୍ୟ ଅଟେ କାହିଁକି ବୋଲାଯାଏ?

ପ୍ରକୃତରେ, ହିନ୍ଦୁ ଧର୍ମରେ ରାମ ନାମ କୁ ସବୁଠାରୁ ଅଧିକ ମହତ୍ଵ ଦିଆଯାଇଥାଏ । ଏହା ମାନ୍ୟତା ଅଛି ଯେ ରାମଙ୍କ ନାମ ତିନି ଥର ଜପିବା ଭଗବାନଙ୍କ ନାମ 1000ଥର ଜପ କରିବା ସହିତ ସମାନ ହୋଇଥାଏ। ଏଥିପାଇଁ ଯେବେ ମଧ୍ୟ କାହାର ମଧ୍ୟ ଅନ୍ତିମ ଯାତ୍ରା ବାହାରେ ସେହି ସମୟରେ ସମସ୍ତ ଲୋକମାନେ ରାମ ନାମ ସତ୍ୟ ହେ କୁହନ୍ତି। କିନ୍ତୁ ଖୁସି ବାତାବରଣରେ ଏହି ଚାରି ଶବ୍ଦର ଉଚ୍ଚାରଣ ଏକସାଥିରେ କେବେ ମଧ୍ୟ କରାଯାଏ ନାହିଁ। ତେବେ ଆସନ୍ତୁ ଆପଣଙ୍କୁ ଜଣେଇବୁ ଯେ ରାମ ନାମ ସତ୍ୟ ହେ କାହିଁକି କୁହାଯାଇଥାଏ?

ଶକ୍ତିର ଅଭିବ୍ୟକ୍ତି – ରାମ ନାମ ସତ୍ୟ ହେ ର ଅର୍ଥ ‘ସତ୍ୟ ଭଗବାନ ରାମଙ୍କ ନାମ ଅଟେ’। ଏଠାରେ ରାମଙ୍କୁ ବ୍ରହ୍ମାତ୍ମା ମାନେ ସର୍ବୋଚ୍ଚ ଆତ୍ମା ସ୍ଵୀକାର କରାଯାଇଛିଇ। ରାମ ନାମ ସତ୍ୟ ହେ କାହିଁକି କୁହାଯାଇଥାଏ, ଏହାର ପ୍ରଥମ କାରଣ ଏହା ଯେ ମୃତ ଶରୀରରୁ ଆତ୍ମାର ବାହାରିବା ଓ ପରମ ଶକ୍ତିଶାଳୀ ଭଗବାନଙ୍କ ଠାରେ ଲୀନ ହୋଇଯିବା ଅଟେ। ଏହା ଏକ ପରମ ସତ୍ୟ ଅଟେ।

ଜୀବକୁ ମୁକ୍ତି – ରାମ ନାମ ସତ୍ୟ ହେ କହିବାର ଅର୍ଥ ଏହା ଯେ ଏହି ଜୀବକୁ ଦୁନିଆର ସମସ୍ତ ଅସୁବିଧାରୁ ମୁକ୍ତି ମିଳିଯାଇଛି। ଏବେ ଏହି ଜୀବର ଆତ୍ମା ଏହି ସଂସାର ଚକ୍ରରୁ ମୁକ୍ତ ହୋଇଯାଇଛି ଓ ଏହାର ସାଂସାରିକ ମୋହମାୟାରୁ ସମ୍ପର୍କ ଛିନ୍ନ ହୋଇଯାଇଛି। ଏଥିପାଇଁ ଅନ୍ତିମ ସଂସ୍କାର ସମୟରେ ରାମ ନାମ ସତ୍ୟ ହେ କୁହାଯାଇଥାଏ ।

ସବୁକିଛି ଏକ ଭ୍ରମ ଅଟେ – ରାମ ନାମ ସତ୍ୟ ହେ । ମାନେ ଦୁନିଆରେ ଯାହାକିଛି ଅଛି ତାହା ସବୁ ମିଛ ଅଟେ। କେବଳ ରାମଙ୍କ ନାମ ହି ଅଟେ ଯାହା ଏହି ଜୀବନରେ ଏକମାତ୍ର ସତ୍ୟ ଅଟେ। ଏଥିପାଇଁ ଯେଉଁ ବ୍ୟକ୍ତି ଏବେ ଜୀବିତ ନାହାନ୍ତି ତାଙ୍କର ମୃତ୍ୟୁ ଉପରେ ଦୁଃଖ ନକରିବା ଉଚିତ। କାରଣ ତାଙ୍କର ପୃଥିବୀର ସମସ୍ତ ସମ୍ପର୍କ ସମାପ୍ତ ହୋଇସାରିଛି। ସମସ୍ତଙ୍କୁ ଦିନେ ପରମ ଶକ୍ତିଶାଳୀ ଇଶ୍ଵରଙ୍କ ଶରଣକୁ ଯିବାକୁ ହେବ ।

ସମ୍ପର୍କୀୟଙ୍କୁ ଶାନ୍ତି – ଏହା ମଧ୍ୟ ମାନ୍ୟତା ରହିଛି ଯେ ରାମ ନାମ ସତ୍ୟ ହେ କହିବାର ଅର୍ଥ ଏହା ହୋଇଥାଏ ଯେ ମୃତକଙ୍କ ସମ୍ପର୍କୀୟଙ୍କୁ ମାନସିକ ଶାନ୍ତି ମିଳିବ। କାରଣ ନିଜର ପ୍ରିୟ ଲୋକଙ୍କ ମୃତ୍ୟୁ ପରେ ପରିଜନ ଦୁଃଖ ଓ ବେଦନାରେ ବୁଡି ଯାଆନ୍ତି । ଏଥିପାଇଁ ସେମାନଙ୍କୁ ହୃଦୟରୁ ସମବେଦନା ଜଣେଇବା ପାଇଁ ଯେ ଏହି ସଂସାର ବ୍ୟର୍ଥ ଅଟେ। ଏହି ମନ୍ତ୍ରର ଜପ କରାଯାଇଥାଏ ।

ଏକ ବୀଜ ଅକ୍ଷର

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏଭଳି ମାନ୍ୟତା ଅଛି ଯେ ରାମଙ୍କ ନାମ ଏକ ଏକ ବୀଜ ସମାନ ଅଟେ। ରାମଙ୍କ ନାମ ଜପିବା ଦ୍ଵାରା ଖରାପ କର୍ମରୁ ମୁକ୍ତି ମିଳିଥାଏ। ଶବ ଯାତ୍ରା ସମୟରେ ‘ରାମ ନାମ ସତ୍ୟ ହେ ‘ ବୋଲିବାର ଅସଲି କାରଣକୁ ମହାଭାରତ କାଳରେ ଯୁଧିଷ୍ଠିର ଏକ ଶ୍ଳୋକ ଜରିଆରେ ଜଣେଇଥିଲେ। ଶ୍ଳୋକ କିଛି ଏହି ପ୍ରକାରର ଅଟେ- “ଅହନ୍ୟହାନି ଭୂତାନି ଗଛନ୍ତି ୟମମନ୍ଦିରମ । ଶେଷା ବିଭୁତିମିଛନ୍ତି କିମଶ୍ଚାର୍ଜ୍ୟ ମତଃ ପରମ”

Leave a Reply

Your email address will not be published. Required fields are marked *