ମଜାଦାର ଜୋକ୍ସ: ଆକବର ବୀରବଲଙ୍କୁ ୩ ଟି ପ୍ରଶ୍ନ ପଚାରିଲେ ଓ କହିଲେ ୩ଟିର ଉତ୍ତର ଗୋଟିଏ ହେବା ଉଚିତ – କ୍ଷୀର କାହିଁକି ଉତୁରି ଯାଏ? ପାଣି କାହିଁକି ବୋହି ଯାଏ? ତରକାରୀ କାହିଁକି ପୋଡିଯାଏ? ବୀରବଲ ଉତ୍ତର ଦେଲେ…

ହସିବା ସ୍ୱାସ୍ଥ୍ୟ ନିମନ୍ତେ ଲାଭଜନକ ହୋଇଥାଏ । ଏହି ଗୋଟିଏ କଥା ଆମେ ସମସ୍ତଙ୍କ ଠାରୁ ଶୁଣିଥାଉ । ହସିବାର କୌଣସିବି ସୁଯୋଗ ଛାଡିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ନିମନ୍ତେ ଲାଭଜନକ ହୋଇଥାଏ ଓ ତାସହ ଆପଣଙ୍କ ସମସ୍ତ ଚିନ୍ତାକୁ ଦୂର କରିଦେଇଥାଏ। ଫିଲ୍ମ ‘କାଲ ହୋ ନା ହୋ’ ର ଏହି ଲାଇନ ‘ହଂସୋ ମୁସ୍କୁରାଓ କ୍ୟା ପତା କାଲ ହୋ ନା ହୋ’ ଆମ ସମସ୍ତଙ୍କ ଉପରେ ବିଲକୁଲ ସଠିକ ହୋଇଥାଏ। ଛୋଟ ଜୀବନ ଅଟେ ଓ ସମସ୍ତଙ୍କୁ ଖୁସିରେ ରହି ବିତାଇବା ଉଚିତ। ଦିନେ ନା ଦିନେ ତ ସମସ୍ତଙ୍କୁ ମରିବାକୁ ହେବ କିନ୍ତୁ ଏବେ ପ୍ରଶ୍ନ ଏହା ଯେ କିପରି ଖୁସିରେ ରହିବା? ଯଦି ଆପଣ ଖୁସ ରହିବାର କାରଣ ଖୋଜୁଛନ୍ତି ତେବେ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କାରଣ ନେଇ ଆସିଛୁ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ ଇଣ୍ଟରନେଟରେ ଭାଇରାଲ ହୋଇଥିବା କିଛି ଏପରି ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ନିଶ୍ଚିତ ରୂପେ ଆପଣଙ୍କ ହସ ବନ୍ଦ ହୋଇ ପାରିବ ନାହିଁ । ତେଣୁ ବିଳମ୍ବ କାହିଁକି ଆସନ୍ତୁ ଆରମ୍ଭ କରିବା ହସିବାର ଏହି ସୁନ୍ଦର ପ୍ରକ୍ରିୟା ।
1 – ଜଣେ ବ୍ୟକ୍ତିଙ୍କର ପତ୍ନୀ ନିଜର ମାତୃଳୟକୁ ଯାଇଥିଲେ। ମାତୃଳୟରୁ ପତ୍ନୀ ରାତିରେ ନିଜର ସ୍ଵାମୀଙ୍କୁ ଫୋନ କଲେ | ପତ୍ନୀ- ହେଇଟି ସୁନୁଚ, ଆଜି ମୁଁ ଘରେ ବହୁତ ଅଧିକ ଏକାନ୍ତ ଅନୁଭବ କରୁଛି | ସ୍ଵାମୀ- ଘରେ ଟିଭି ଲାଗିଛି? ପତ୍ନୀ- ହଁ | ସ୍ଵାମୀ- ତାହେଲେ ଯାଇକି କୌଣସି ହରର ଫିଲ୍ମ ଦେଖେ । ସାରା ରାତି ନିଃସଙ୍ଗ ଅନୁଭବ ହେବ ନାହିଁ , ସବୁବେଳେ ଏପରି ଲାଗିବ ଯେ କିଏ ନା କିଏ ତୋ ପଛରେ ଠିଆ ହୋଇଛି ।
2 – ଶବ୍ଦର ଚମତ୍କାରିତା ତ ଦେଖନ୍ତୁ ଆଜ୍ଞା | ଯେବେ ଅମିତାଭ ବଚ୍ଚନ କୁହନ୍ତି- “ ଦେବୀ ଓ ସଜ୍ଜନ” ତେବେ କୋଟିପତି ହେବାର ଇଚ୍ଛା ଜାଗ୍ରତ ହୁଏ… କିନ୍ତୁ ଯେବେ, ମୋଦୀ ଜୀ କୁହାନ୍ତ- “ ଭାଇ ଓ ଭଉଣୀମାନେ” ତେବେ କୋଟିପତି ମଧ୍ୟ ଥରଥର ହୋଇ କମ୍ପନ୍ତି…
3 – ସ୍ଵାମୀ ବେଡ ଉପରେ ବସି ଲାପଟପରେ କାମ କରୁଥିଲେ। ନିକଟରେ ସ୍ତ୍ରୀ ଆରାମରେ ଶୋଇ ମୋବାଇଲ ଦେଖୁଥିଲେ। ଅଚାନକ ସ୍ଵାମୀଙ୍କ ମୋବାଇଲରେ ହ୍ଵାଟସଅପରେ ମେସେଜର ରିଂଟୋନ ବାଜି ଉଠିଲା। ଫୋନ ଫ୍ରୀଜ ଉପରେ ଚାର୍ଜିଙ୍ଗରେ ବସିଥିଲା। ସ୍ଵାମୀ ଦଉଡିଯାଇ ମୋବାଇଲ ପାଖରେ ପହଞ୍ଚିଲେ ଓ ଚେକ କଲେ ତ ସେଥିରେ ସ୍ତ୍ରୀଙ୍କର ମେସେଜ ଆସିଥିଲା, “ ଆସିବା ସମୟରେ ଫ୍ରୀଜରୁ ପାଣି ବୋତଲ ନେଇ ଆସିବ” ରାଣ ଖାଇ କହୁଛି ଆଖିରୁ ଲୁହ ବୋହିଗଲା
4 – ବଣ୍ଟୁ- ପଞ୍ଜାବରେ ହ୍ଵାଟସଆପରେ ଏହି ମେସେଜ ଭାଇରାଲ ହୋଇଛି ଯେ ‘କରଫ୍ୟୁ ଲାଗିବାର ଅଛି, ପେଟ୍ରୋଲ ପମ୍ପ ବନ୍ଦ ହୋଇଯିବ, ନିଜର ଗାଡି ସବୁ ପେଟ୍ରୋଲ ଫୁଲ କରିଦିଅ ‘ ସବୁ ପଞ୍ଜାବୀ ଗାଡି ନେଇ ଲାଇନରେ ଲାଗିଗଲେ … ଜଣେ ବୃଦ୍ଧ ଆସି ଚିଲ୍ଲେଇଲେ, “ଆରେ ଗାଢ, ଯେବେ କରଫ୍ୟୁ ଲାଗିବାର ଅଛି ତେବେ ଗାଡି କଣ ନିଜ ବେଡରୁମରେ ଚଲେଇବ। ଆଉ ତାପରେ… ପେଟ୍ରୋଲ ପମ୍ପ ଛାଡି ମଦ ଦୋକାନରେ ଲାଇନ ଲାଗିଗଲା
5 – ମାଆ: ପୁଅ କଣ କରୁଛୁ | ପୁଅ: ପଢୁଛି ମାଆ | ମାଆ: ସାବାସ!କଣ ପଢୁଛୁ | ପୁଅ: ତୁମର ଭାବୀବୋହୁର SMS | ଦେ ଚାପୁଡା ଦେ ଚାପୁଡା
6 – ଇଣ୍ଟରଭିୟୁ ପ୍ରଶ୍ନ କର୍ତ୍ତା- risktakingcapacity କେତେ ଅଛି ଆପଣଙ୍କର ? ପ୍ରାର୍ଥୀ- ସାର ଭଗବାନଙ୍କୁ ଆସନ୍ତା ଜନ୍ମରେ ସମାନ ସ୍ତ୍ରୀ ମାଗିଛି। Selected!!!
7 – ଜଣେ ଲୋକ ଆତ୍ମହତ୍ୟା ଉପରେ ଭାଷଣ ଦେଉଥିଲେ- ଆତ୍ମହତ୍ୟା ପାପ ଅଟେ, ଅତ୍ୟାଚାର ଅଟେ, ଅପରାଧ ଅଟେ, କାପୁରୁଷତା ଅଟେ, ପାଗଳାମି ଅଟେ… ଆତ୍ମହତ୍ୟା କରିବା ଠାରୁ ଭଲ ଅଟେ ଯେ ମନୁଷ୍ୟ ନିଜକୁ ଗୁଳି ମାରି ଦେବ
8 – ଦୁଇଜଣ ବୟସ୍କ ଅଦାଲତକୁ ଛାଡପତ୍ର ନିମନ୍ତେ ଗଲେ | ବିଚାରପତି ପ୍ରଶ୍ନ କଲେ- ଏହି ବୟସରେ ଛାଡପତ୍ର ନେବାକୁ କାହିଁକି ଚାହୁଁଛ ? ମହିଳା କହିଲେ- ଜଜ ସାହେବ! ମୋର ସ୍ଵାମୀ ମୋ ଉପରେ ମାନସିକ ଅତ୍ୟାଚାର କରୁଛନ୍ତି । ଜଜ- ତାହା କିପରି? ମହିଳା- ତାଙ୍କର ଯେବେ ଇଚ୍ଛା ହେଉଛି ମୋତେ ଇଆଡୁ ସିଆଡୁ ଶୁଣେଇଦେଉଛନ୍ତି । ଓ ଯେବେ ମୁଁ କହିବା ଆରମ୍ଭ କରୁଛି ନିଜର କାନର ମେସିନ ବାହାର କରିଦେଉଛନ୍ତି
9 – ଆକବର ବୀରବଲଙ୍କୁ 3ଟି ନୂତନ ପ୍ରଶ୍ନ କଲେ – କ୍ଷୀର କାହିଁକି ଉତୁରି ଯାଏ? ପାଣି କାହିଁକି ବୋହି ଯାଏ? ତରକାରୀ କାହିଁକି ପୋଡିଯାଏ? ବୀରବଲ ଉତ୍ତର ଦେଲେ … ‘ହ୍ଵାଟସଆପ ଚଳେଇବା କାରଣରୁ’