June 29, 2025

Odia Express

Leading Odia News Portal of Odisha

ଜାଣନ୍ତୁ କଣ ଅଟେ ପାଦର ଲମ୍ବା ଅଙ୍ଗୁଳିର ରହସ୍ୟ, କହିଥାଏ ଆପଣଙ୍କ ବ୍ୟକ୍ତିତ୍ବ – ଏବେ ଜାଣିରଖନ୍ତୁ…

ଶକୁନଶାସ୍ତ୍ର ଅନୁଯାୟୀ ଆମେ ବ୍ୟକ୍ତିଙ୍କର ଲକ୍ଷଣକୁ ଦେଖି ତାହାର ଭବିଷ୍ୟ ବିଷୟରେ କଳ୍ପନା କରିପାରୁ । ସାମୁଦ୍ରିକ ଶାସ୍ତ୍ରରେ ରେଖା ଗୁଡିକ ମାଧ୍ୟମରେ ବ୍ୟକ୍ତିତ୍ଵ ବିଷୟରେ କୁହାଯାଇଥାଏ। ବ୍ୟକ୍ତିଙ୍କର ଅଙ୍ଗର ନିଜର ରହସ୍ୟ ଥାଏ । କାହାର ହାତର ଅଙ୍ଗୁଳି ଲମ୍ବା ହୋଇଥାଏ ତ କାହାର ପାଦର ଅଙ୍ଗୁଳି ଲମ୍ବା ହୋଇଥାଏ। କିଛି ଲୋକଙ୍କ ପାଦର ବୁଢାଅଙ୍ଗୁଳି ଠାରୁ ତାଙ୍କର ପାଦର ଅଙ୍ଗୁଳି ବଡ ହୋଇଥାଏ। ଆଜି ଆମେ ଆପଣଙ୍କୁ ପାଦର ଅଙ୍ଗୁଳି ବଡ ହେବାର ରହସ୍ୟ ବିଷୟରେ ଜଣେଇବାକୁ ଯାଉଛୁ।ଦୁନିଆରେ ଏଭଳି ବହୁତ ଲୋକ ଥିବେ ଯାହାଙ୍କର ପାଦର ଅଙ୍ଗୁଳି ତାଙ୍କର ପାଦର ବୁଢା ଆଙ୍ଗୁଠି ଠାରୁ ବଡ ହୋଇଥିବ କିନ୍ତୁ ସବୁ ଲୋକଙ୍କ ସହିତ ଏକାଭଳି ପରିସ୍ଥିତି ହେବ ଏହା କିଛିଟା ମୁସ୍କିଲ ଅଟେ। କିନ୍ତୁ ଅଧିକତର ଲୋକଙ୍କ ସହିତ ପ୍ରାୟ ସମାନ ପରିସ୍ଥିତି ହୋଇଥାଏ।

ସ୍ଵୟଂ ଉପରେ ନିର୍ଭର – ପ୍ରାୟତଃ ଡେକହଜାଏ ଯେ ଏଭଳି ଲୋକ ଯେଉଁମାନଙ୍କର ପାଦର ଅଙ୍ଗୁଳି ବଡ ହୋଇଥାଏ ସେମାନେ ନିଜ ଉପରେ ନିର୍ଭର ରୁହନ୍ତି । ସେମାନଙ୍କୁ କୌଣସି ଜିନିଷ ଉତ୍ତରାଧିକାର ସୂତ୍ରରେ ମିଳିନାଥ। ସେମାନେ ନିଜ ପରିଶ୍ରମ ଦ୍ଵାରା ତାହାକୁ ହାସିଲ କରିଥାନ୍ତି। ଏଭଲ ଲୋକ ନିଜର ଭାଗ୍ୟର ତାରକା ସ୍ଵୟଂ ଚମକେଇଥାନ୍ତି ଓ ଏଭଳି ବ୍ୟକ୍ତି ନିଜେ କିଛି କରିପାରିବାର ସାହସ ରଖନ୍ତି।

ସବୁବେଳେ ଆଗକୁ ବଢିବାର ଲାଳସା – ଏଭଳି ବ୍ୟକ୍ତି ସବୁବେଳେ କିଛି ନା କିଛି ନୂଆ କରିବାର ଲାଳସା ରଖନ୍ତି ଓ ଗୋଟିଏ କ୍ଷେତ୍ରରେ ସଫଳତା ମିଳିବ ପରେ ସେମାନେ ଅଟକିନଥାନ୍ତି । ଏହି କାରଣରୁ ସେମାନେ ଅନ୍ୟ କ୍ଷେତ୍ରରେ ମଧ୍ୟ ପରିଶ୍ରମ କରିବାରେ ଲାଗନ୍ତି । ତାଙ୍କ ଭିତରେ ଆଗକୁ ଯିବାର ପ୍ରବୃତ୍ତି ରହିଥାଏ । ସେମାନେ କୌଣସି ସ୍ଥାନକୁ ଆସି ମଧ୍ୟ ସ୍ଥିର ହୋଇଯାନ୍ତି ନାହିଁ । ଏହା ବ୍ୟତିତ ଏଭଳି ଲୋକ ଯେବେ କୌଣସି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଅନ୍ତି ତ ତାହାକୁ ପୂର୍ଣ୍ଣ କରିବା ପରେ ଶାନ୍ତିରେ ବାସନ୍ତୀ ।

ଜୀବନର ମାଧ୍ୟମ ଆୟୁ ପରେ ଉନ୍ନତି – ଏଭଳି ବ୍ୟକ୍ତି ଯେବେ ନିଜର ଆୟୁର ପ୍ରାୟ 30ବର୍ଷ ପୂରଣ କରିସାରନ୍ତି  ତ ତାଙ୍କର ଉନ୍ନତି ପ୍ରଥମେ ତ ଧିମା ଗତିରେ ହୋଇଥାଏ କିନ୍ତୁ ତାପରେ ତାହା ଗତି ପ୍ରାପ୍ତ କରିବାରେ ଲାଗେ ।

ପରିବାରରୁ ଦୂରରେ ରହିବା – ବୁଢାଅଙ୍ଗୁଳି ତୁଳନାରେ ଲମ୍ବା ଅଙ୍ଗୁଳି ବାଲା ବ୍ୟକ୍ତି ଅନେକ ସମୟରେ ପରିବାର ଠାରୁ ଦୂରରେ ମଧ୍ୟ କଟେଇଥାନ୍ତି । ଏହା ପଛରେ ଅନେକ କାରଣ ହୋଇଥାଇପାରେ ଜେଭଳିକି ବିଦ୍ୟାଲାଭ, ଚାକିରି, ବ୍ୟବସାୟ କିମ୍ବା କୌଣସି ଟ୍ରେନିଂ ଇତ୍ୟାଦି

ଗାଇବା ଓ ଲେଖିବାର ସଉକ – ଏଭଳି ଲୋକଙ୍କ ଭିତରେ ଲେଖନ ଓ ଗାୟନର ଗୁଣ ମଧ୍ୟ ନିହିତ ଥାଏ ।

ଅନ୍ୟ ରହସ୍ୟ – କିଛି ଲୋକ ଦୁନିଆର ତ୍ୟାଗ କରି ସନ୍ନ୍ୟାସୀ ଜୀବନ ଅତିବାହିତ କରିବାରେ ଲାଗନ୍ତି ତ ଅନେକ ସାରା ଦୁନିଆରୁ ନିଃସଙ୍ଗ ହୋଇଯାଏ । ଏହି ଲୋକମାନେ ନିଜର ପରିଶ୍ରମ ଦ୍ଵାରା ଧନ ଆୟ କରିବାର ବହୁତ ଲାଳସା ରଖନ୍ତି ଓ ଅନେକଥର ନିଜର ଜୀବନସାଥିଙ୍କର ସହାୟତାରେ ଏମାନଙ୍କ ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ ।

Leave a Reply

Your email address will not be published. Required fields are marked *