August 31, 2025

Odia Express

Leading Odia News Portal of Odisha

ନାମର ପ୍ରଥମ ଅକ୍ଷରରୁ ଜଣା ପଡିଥାଏ ଆପଣଙ୍କ ଲକି ନମ୍ବର, ଏଥିରୁ ଜାଣିଯିବେ ବ୍ୟକ୍ତିଙ୍କ ବ୍ୟବହାର….

ଦୁନିଆରେ ପ୍ରତ୍ୟେକ ମନୁଷ୍ୟର ନିଜର ଏକ ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ଅଛି ଓ ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ଲକି ରଙ୍ଗ ମଧ୍ୟ ଥାଏ ଯାହା ତାଙ୍କର ବ୍ୟକ୍ତିତ୍ବ ବିଷୟରେ ବହୁତ କିଛି କହିଥାଏ। ଏଥିପାଇଁ ଯେବେ ମଧ୍ୟ ଆପଣ କୌଣସି ଶୁଭ କାର୍ଯ୍ୟ କରିବାକୁ ଯିବେ ତ ନିଜର ଲକି ରଙ୍ଗର କପଡା ନିଶ୍ଚିତ ଧାରଣ କରିବେ କାରଣ ଏପରି କରିବା ଦ୍ଵାରା ଆପଣଙ୍କ କାର୍ଯ୍ୟ ବିନା କୌଣସି ବାଧା ରେ ଶୀଘ୍ର ହୋଇଯାଏ। କିନ୍ତୁ ଯଦି ଆପଣ କୌଣସି ଅନ୍ୟ କେଉଁ ବ୍ୟକ୍ତିଙ୍କର ଲକି ରଙ୍ଗ ବିଷୟରେ ଜାଣିବାକୁ ଚାହାନ୍ତି ତେବେ ଆପଣ ତାଙ୍କ ନାମର ପ୍ରଥମ ଅକ୍ଷରରୁ ଜାଣିପାରିବେ । ଏମିତିରେ ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ଆପଣ କିପରି ନିଜର ନାମର ପ୍ରଥମ ଅକ୍ଷରରୁ ନିଜର ଭାଗ୍ୟଶାଳୀ ରଙ୍ଗ ଜାଣିପାରିବେ ।

ଲାଲ: ଲାଲ ରଙ୍ଗ A,J, ଓ S ନାମର ବ୍ୟକ୍ତିଙ୍କର ଭାଗ୍ୟଶାଳୀ ରଙ୍ଗ ହୋଇଥାଏ ଓ ଏହି ଲୋକମାନେ ସବୁବେଳେ ମନର କଥା କରିବାକୁ ପସନ୍ଦ କରନ୍ତି, ଏମାନେ ଅନ୍ୟ ମାନଙ୍କର ପରାମର୍ଶ କମ ଗ୍ରହଣ କରନ୍ତି। ଏମାନେ ବହୁତ ଉଚ୍ଚ ଚିନ୍ତାଧାରା ରଖନ୍ତି ଓ ନିଜର କାମ ପ୍ରତି ବହୁତ ସଚୋଟ ରହନ୍ତି।

ନାରଙ୍ଗି: B,K, ଓ T ନାମର ଅକ୍ଷର ଥିବା ବ୍ୟକ୍ତିଙ୍କର ଭାଗ୍ୟଶାଳୀ ରଙ୍ଗ ନାରଙ୍ଗି ଅଟେ, ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ଏଥିପାଇଁ ଏଭଲ୍ଲି ଲୋକଙ୍କ ଉପରେ ଆଖି ବନ୍ଦ କରି ବିଶ୍ବାସ କରାଯାଇପାରେ। ଏମାନେ ହସମୁଖ ହୋଇଥାନ୍ତି ଓ ଏମାନେ କେବେ ମଧ୍ୟ କାହାକୁ ଧୋକା ଦିଅନ୍ତି ନାହିଁ ।

ହଳଦୀ: C,L, ଓ U ନାମର ଲୋକଙ୍କର ଲକି ରଙ୍ଗ ହଳଦୀ ଅଟେ, ଏମାନେ ଚାଳକ ପ୍ରବୃତ୍ତିର ହୋଇଥାନ୍ତି। ଏମାନଙ୍କର ବ୍ୟକ୍ତିତ୍ଵ ଏପରି ହୋଇଥାଏ ଯେ ଏମାନେ କାହାକୁ ମଧ୍ୟ ନିଜ ଆଡକୁ ଆକର୍ଷିତ କରିପାରନ୍ତି। ଏମାନେ ବହୁତ ଭଲ ନେତା ସାବ୍ୟସ୍ତ ହୋଇଥାନ୍ତି, ଏତିକି ହିଁ ନୁହେଁ ଏମାନେ ସମସ୍ୟାର ସମାଧାନ ମଧ୍ୟ ପାଇବାରେ ମହାରଥି ଅଟନ୍ତି।

ସବୁଜ: D,M, ଓ v ନାମର ଲୋକଙ୍କର ଲକି ନମ୍ବର ସବୁଜ ହୋଇଥାଏ, ଏମାନେ ମାନସିକ ରୂପରେ ବହୁତ ସନ୍ତୁଳିତ ହୋଇଥାନ୍ତି। ଏମାନେ ଏକ ଉତ୍ତମ ବନ୍ଧୁ ଓ ସମ୍ପର୍କୀୟ ପ୍ରମାଣିତ ହୋଇଥାନ୍ତି।

ନୀଳ: E,N, ଓ W ନାମର ଲୋକଙ୍କର ଭାଗ୍ୟଶାଳୀ ରଙ୍ଗ ନୀଳ ହୋଇଥାଏ ଓ ଏମାନେ ନିଜର ଜୀବନରେ ସକାରାତ୍ମକ ବିଚାର ରଖନ୍ତି।

ଘନ ନୀଳ: F,O, ଓ X ନାମର ଲୋକଙ୍କର ଲକି ନମ୍ବର ଘନ ନୀଳ ହୋଇଥାଏ, ଏମାନେ ବହୁତ ସଂବେଦନଶୀଳ ବ୍ୟକ୍ତିତ୍ଵ ହୋଇଥାନ୍ତି। ଏଥିପାଇଁ ଏମାନେ ଅଳ୍ପ ଅଳ୍ପ କଥାରେ ଅଭିମାନ କରନ୍ତି।

ଗୋଲାପି: H,Q, ଓ Z ନାମର ଲୋକଙ୍କର ଭାଗ୍ୟଶାଳୀ ରଙ୍ଗ ଗୋଲାପି ହୋଇଥାଏ, ଏମାନେ ପ୍ରେମୀ ସ୍ଵଭାବରେ ରହିବା ବହୁତ ପସନ୍ଦ କରନ୍ତି। ଏହା ବ୍ୟତୀତ ଏମାନେ ବହୁତ ଦୟାଳୁ ପ୍ରବୃତ୍ତିର ଅଟନ୍ତି ।

G,P, ଓ Y ନାମର ଲୋକଙ୍କର ଲକି ରଙ୍ଗ ବାଇଗଣି ହୋଇଥାଏ, ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ଯେକୌଣସି କାମକୁ ଭୟ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *