September 4, 2025

Odia Express

Leading Odia News Portal of Odisha

ପିଲା ଦିନରୁ ନିଜର ବଡ ଭାଇଙ୍କ ଠାରୁ କାହିଁକି ଅଲଗା ହୋଇ ଯାଇଥିଲେ ଧୋନୀ? ଜାଣନ୍ତୁ ଅକୁହା ରହସ୍ୟ..

ମୁମ୍ବାଇ- ଭାରତୀୟ କ୍ରିକେଟ ଦଳର ୱିକେଟ କିପର ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀଙ୍କ ବିଷୟରେ ଅଧିକତର ଲୋକଙ୍କୁ ତାଙ୍କର ଆତ୍ମଜୀବନୀ ଜରିଆରେ ଜଣାପଡିଲା। ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଆମକୁ ତାଙ୍କ ବାୟୋଗ୍ରାଫିରୁ ବହୁତ କିଛି ଜଣାପଡିଗଲା । 20016ରେ ତ ଧୋନୀଙ୍କର ବାୟୋପିକ ‘ଏମଏସ ଧୋନୀ- ଆନ ଅନଟୋଲ୍ଡ ଷ୍ଟୋରି’ରେ ତାଙ୍କର ଏବଂ ତାଙ୍କ ପରିବାର ମଧ୍ୟରେ ସମ୍ପର୍କ କୁ ଦେଖାଇ ଦିଆଯାଇଥିଲା । ଏହି ଫିଲ୍ମରେ ଧୋନୀଙ୍କର ଜୀବନର ଅନେକ ଅକୁହା କାହାଣୀକୁ ଦେଖାଇ ଦିଆଗଲା, କିନ୍ତୁ ସେଠାଇରେ ଏକ ବ୍ୟକ୍ତିଙ୍କ ବିଷୟରେ ଅଧିକ କିଛି ଦେଖାଯାଇନଥିଲା । ସେ ଥିଲେ ଧୋନୀଙ୍କର ବଡ ଭାଇ। ମହେନ୍ଦ୍ର ସିଂହ ଧୋନୀ ଏବଂ ତାଙ୍କର ଭାଇଙ୍କ ମଧ୍ୟରେ ସମ୍ପର୍କ କିପରି ଅଛି ତାହା ଆଜି ମଧ୍ୟ ଏକ ରହସ୍ୟ ଅଟେ ।

ମହେନ୍ଦ୍ର ସିଂହ ଧୋନୀ ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ସମ୍ପର୍କ – ବାୟୋଗ୍ରାଫି ରେ ଆମେ ଧୋନୀଙ୍କର କ୍ରିକେଟର ହେବାର ପୂର୍ବର ଜୀବନରେ ତାଙ୍କ ପରିବାରକୁ ମଧ୍ୟ ଦେଖିଛୁ। ଏହି ଫୋଳ୍ମରେ ତ ଧୋନୀଙ୍କର ମାତାପିତା ଏବଂ ଭଉଣୀ ନଜର ଆସିଥିଲେ। କିନ୍ତୁ, ଧୋନୀଙ୍କର ବଡ ଭାଇଙ୍କର ଏହି ଫିଲ୍ମରେ କିଛି କୁହାଯାଇନଥିଲା। କିଏ ଅଟନ୍ତି ଧୋନୀଙ୍କର ଭାଇ? ତାଙ୍କର ମାହିଙ୍କ ସହିତ ସମ୍ପର୍କ କିପରି ଅଛି? ଆସନ୍ତୁ ଆପଣଙ୍କୁ ଜଣେଇଦେବୁ । ମହେନ୍ଦ୍ର ସିଂହ ଧୋନୀଙ୍କର ଜଣେ ଭାଇ ମଧ୍ୟ ଅଛନ୍ତି, ଯିଏ ତାଙ୍କଠାରୁ 10ବର୍ଷ ବଡ ଅଟନ୍ତି। କିନ୍ତୁ, ସାମାନ୍ୟ ରୂପରେ ତାଙ୍କର ପ୍ରଶଂସକଙ୍କୁ ଜଣା ନାହିନ ଯେ ସେ ଧୋନୀଙ୍କର ଜୀବନରେ କେଉଁ ଭୂମିକା ନିର୍ବାହ କରିଥିଲେ ।

ଏମଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି ଫିଲ୍ମକୁ ଦେଖିବା ପରେ ମଧ୍ୟ ଅନେକ ଲୋକ ମହେନ୍ଦ୍ର ସିଂହ ଧୋନୀ ଏବଂ ତାଙ୍କର ବଡ ଭାଇଙ୍କ ମଧ୍ୟର ସମ୍ପର୍କ ବିଷୟରେ ଅଜଣା ଅଛନ୍ତି। ନିର୍ଦେଶକ ନୀରଜ ପାଣ୍ଡେ ଫିଲ୍ମରେ ମାହି ଏବଂ ତାଙ୍କ ବଡ ଭଉଣୀ ଜୟନ୍ତୀଙ୍କ ମଧ୍ୟରେ ସମ୍ବନ୍ଧକୁ ଦେଖାଇଥିଲେ । ଫିଲ୍ମରେ ଶେଷ ପର୍ଯ୍ୟନ୍ତ ନରେନ୍ଦ୍ର ସିଂହ ଧୋନୀଙ୍କର କୌଣସି ଉଲ୍ଲେଖ ନାହିଁ, ଯାହା ସମସ୍ତ କହିବା ଯେ ପାନ ସିଂହ ଧୋନୀ ଏବଂ ଦେବିକା ମାହିଙ୍କାର ମାତା ପିତାଙ୍କର କେବଳ ଦୁଇଟି ସନ୍ତାନ ଅଛନ୍ତି ।

କିପରି ଅଛି ମହେନ୍ଦ୍ର ସିଂହ ଧୋନୀ ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ସମ୍ବନ୍ଧ – ଫିଲ୍ମରେ ଦେଖା ନହେବା କାରଣରୁ ନରେନ୍ଦ୍ର କହିଥିଲେ, “ଏହା ଫିଲ୍ମ ନିର୍ମାତାଙ୍କର ପସନ୍ଦ ଆସିବା ଉଚିତ । ମୁଁ କଣ କହିପାରିବି?” ଆପଣଙ୍କୁ ଜଣେଇଦେବୁ ଯେ ଧୋନୀଙ୍କର ଭାଇ, ଯିଏ ରାଁଚୀରେ ବ୍ୟବସାୟୀ ଅଛନ୍ତି । ସେ କହିଲେ ଯେ ମୁଁ ଫିଲ୍ମରେ ରହି ପାରିବି ନାହିଁ କାରଣ ମୋର ମାହି ଜୀବନରେ ଅଧିକ ଯୋଗଦାନ ନାହିଁ । ମୁଁ ତାଠାରୁ 10ବର୍ଷ ବଡ ଅଟେ । ଯେବେ ସେ ପ୍ରଥମ ଥର ବ୍ୟାଟିଂ କରିଥିଲା, ମୁଁ ଜେବିଏମ ଶ୍ୟାମଳୀ ସହିତ ବାହାରେ ଥିଲି ଏବଂ 1991 ପରେ ସେ ମଧ୍ୟ ଘର ଠାରୁ ଦୂରରେ ଥିଲା। ମୁଁ କୁମାଇନ (ବିଶ୍ଵବିଦ୍ୟାଳୟ)ରେ ଅଲମୋଡାରେ ଥିଲି। ମୁଁ ରାଞ୍ଚିକୁ ଫେରିବା ପୂର୍ବରୁ ନିଜର ପାଠ ଶେଷ କରିଥିଲି। ଯଦିଓ, ମାହି ଜୀବନରେମୋର ନୈତିକ ଯୋଗଦାନ ହୋଇପାରେ, କିନ୍ତୁ ଏହାକୁ ଫିଲ୍ମରେ ଦେଖେଇବା ବହୁତ ମୁସ୍କିଲ ହୋଇଥାନ୍ତା ।

କଣ ସେ କେବେ ସ୍କୁଲ ଶିକ୍ଷା ସମୟରେ କିମ୍ବା ପରେ ଧୋନୀଙ୍କର ଖେଳ ଦେଖିଛନ୍ତି? ଏହି ପ୍ରଶ୍ନର ଉତ୍ତରରେ ଧୋନୀଙ୍କ ବଡ ଭାଇ ନରେନ୍ଦ୍ର କହିଲେ ଯେ , “ଯେବେ ମୁଁ ଛୁଟି ସମୟରେ ଘରେ ରହୁଥିଲି, ସେତେବେଳେ ମୁଁ ତାକୁ ଖେଳିବାର ଦେଖିଛି” । ନରେନ୍ଦ୍ର ଯଦିଓ, ଏହା କହିଲେ ଯେ ମାହିକୁ ନିଜର ବଡ ଭାଇ ସହିତ ବିତାଇ ଥିବା ସମୟ ମନେ ନଥିବ କାରଣ ସେ ସେହି ସମୟରେ ବହୁତ ଛୋଟ ଥିଲା। ସେ କହିଲେ ଯେ ଆଜି ଆମକୁ ଧୋନୀଙ୍କ ଉପରେ ଗର୍ବ ଅଟେ । ଆପଣଙ୍କୁ ଜଣେଇଦେବୁ ଯେ ମହେନ୍ଦ୍ର ସିଂହ ଧୋନୀ ଏବଂ ତାଙ୍କ ଭାଇ ନରେନ୍ଦ୍ର ଧୋନୀ ପରସ୍ପର ଠାରୁ ଅଲଗା ରହୁଛନ୍ତି ଏହା ସତ୍ବେ ସେହି ଦୁଇଜଣଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନାହିଁ ।

Leave a Reply

Your email address will not be published. Required fields are marked *