September 3, 2025

Odia Express

Leading Odia News Portal of Odisha

ବିଷ୍ଣୁ ସ୍ମୃତିରେ କୁହାଯାଇଥିବା ଏହି 4 ଜିନିଷ ଅପବିତ୍ର ହେବା ପରେ ମଧ୍ୟ ରହିଥାଏ ପବିତ୍ର, ଆପଣ ମଧ୍ୟ କରନ୍ତି ଏହାର ବ୍ୟବହାର…

ଆମର ଧାର୍ମିକ ଗ୍ରନ୍ଥମାନେ କେବଳ ଅଧ୍ୟାତ୍ମର ଶିକ୍ଷା ଦେଇନଥାନ୍ତି । ଏଥିରେ ଜୀବନର ବିଭିନ୍ନ ଦିଗକୁ ମଧ୍ୟ ସାମିଲ କରାଯାଇଛି। ଆଧ୍ୟାତ୍ମିକ ଗ୍ରନ୍ଥ ଖୁସି, ସ୍ଵସ୍ଥ, ଏବଂ ସନ୍ତୁଳିତ ଜୀବନର ପବିତ୍ର ସଂହିତା ମଧ୍ୟ ଅଟେ। ଏହା ପରମାତ୍ମାଙ୍କର ପ୍ରାପ୍ତିର ମାର୍ଗଦର୍ଶନ କରିଥାଏ । ଜୀବନକୁ ସୁଖମୟ କରିବାର ରହସ୍ୟ ମଧ୍ୟ ଏଥିରେ ସନ୍ନିହିତ।ଠିକ ସେହିପରି ହିନ୍ଦୁଧର୍ମରେ ମଧ୍ୟ ଅନେକ ନିୟମ କୁହାଯାଇଛି । ଏହି ନିୟମ ମାନଙ୍କର ପାଳନ ଧର୍ମକୁ ମାନୁଥିବା ଲୋକମାନେ କରନ୍ତି। ପ୍ରତ୍ୟେକ ଧର୍ମରେ କିଛି ପବିତ୍ର ଏବଂ ଅପବିତ୍ର ଜିନିଷ ବିଷୟରେ କୁହାଯାଇଛି। ହିନ୍ଦୁ ଧର୍ମରେ ମଧ୍ୟ ଅନେକ ପବିତ୍ର ଏବଂ ଅପବିତ୍ର ଜିନିଷ ରହିଛି। ଏହି ଅପବିତ୍ର ଜିନିଷଙ୍କ ବିଷୟରେ କୁହାଯାଏ ଯେ ଏହି ଜିନିଷଗୁଡିକ ଛୁଇଁବା ଦ୍ଵାରା ମନୁଷ୍ୟ ଅପବିତ୍ର ହୋଇଯାଇଥାଏ। ଅନେକ ସମୟରେ ପଶୁଙ୍କର ଅସ୍ଥି, ପକ୍ଷୀ, ପୋକଙ୍କର ମଳ, ବାନ୍ତି ଇତ୍ୟାଦି ଜିନିଷ ଠାରୁ ଦୂରରେ ରହିବା ନିମନ୍ତେ କୁହାଯାଏ। କାରଣ ଏହି ଜିନିଷ ଅପବିତ୍ର ହୋଇଥାଏ। କିନ୍ତୁ କିଛି ଏପରି ଜିନିଷ ମଧ୍ୟ ଅଛି, ଯାହା ଅପବିତ୍ର ହୋଇ ମଧ୍ୟ ଧର୍ମରେ ପବିତ୍ର ହୋଇଥାଏ ।

ଶ୍ଳୋକ: ଉଚ୍ଛିଷ୍ଟ ଶିବନିର୍ମାଲ୍ୟମ ଶବକର୍ପଟମ । କାକାବିଷ୍ଟା ତେ ପଞ୍ଚଇତେ ପବିତ୍ରାଣୀ ମନୋହର ॥

ଅର୍ଥ: ଉଚ୍ଛିଷ୍ଟ, ଶିବ ନିର୍ମାଲ୍ୟ, ୱମନମ, ଶବ କର୍ପଟମ, କାକାବିଷ୍ଟା ଏଭଳି ପାଞ୍ଚ ଜିନିଷ ଅଟେ ଯାହା ଅପବିତ୍ର ହେବା ସତ୍ବେ ହିନ୍ଦୁ ଧର୍ମରେ ପବିତ୍ର ହୋଇଥାଏ।

ଏହି ଚାରି ଜିନିଷ କେବେ ହୋଇନଥାଏ ଅପବିତ୍ର

ଉଚ୍ଛିଷ୍ଟ: କ୍ଷୀରକୁ ସର୍ବପ୍ରଥମେ ତାହାର ବାଛୁରି ପିଇକରି ଅଇଁଠା କରିଦିଏ। ତାପରେ ଗାଈର କ୍ଷୀର ବାହାର କରାଯାଏ। ଏହା ପରେ ମଧ୍ୟ ଗାଈର କ୍ଷୀରକୁ ଅତ୍ୟନ୍ତ ପବିତ୍ର କୁହାଯାଏ। ଏହାକୁ ଅମୃତର ଆଖ୍ୟା ଦିଆଯାଇଛି ।

ୱମନମ: ମହୁମାଛି ଯେବେ ଫୁଲରୁ ଫୁଲ ଉଡିକି ରସ ଶୋଷି ଆସେ ତ ଫେଣାକୁ ଆସି ରସକୁ ବାନ୍ତି କରିଥାଏ। ଏଥିରୁ ମହୁ ପ୍ରସ୍ତୁତ ହୁଏ। ଯଦି ଦେଖାଯିବ ତ ବାନ୍ତି ଅପବିତ୍ର ହୋଇଥାଏ, କିନ୍ତୁ ମହୁମାଛିର ବାନ୍ତିରୁ ପ୍ରସ୍ତୁତ ମହୁ ପବିତ୍ର  ହୋଇଥାଏ ଏବଂ ଏହାକୁ ଦେବୀଦେବତାଙ୍କର ପୂଜାପାଠରେ ମଧ୍ୟ ସାମିଲ କରାଯାଇଥାଏ ।

ଶବ କର୍ପଟମ: ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରାଯାଏ। ଏହାକୁ ପୂଜା ପାଠରେ ମଧ୍ୟ ସାମିଲ କଜଯାଏ। କିନ୍ତୁ ରେଶମ ତିଆରି କରିବା ନିମନ୍ତେ ସର୍ବପ୍ରଥମେ ରେଶମକୁ ଗରମ ପାଣିରେ ପକାଯାଏ। ଏହାଦ୍ୱାରା ଏଥିରେ ରହୁଥିବା ପୋକ ମରିଯାଏ। ଏହାପରେ ହିଁ ରେଶମ ମିଳିଥାଏ। ଏହି ପ୍ରକାର ଏହା ଶବ କର୍ପଟ ହେଲା କିନ୍ତୁ ଏହା ସତ୍ବେ ମଧ୍ୟ ଏହାକୁ ବହୁତ ପବିତ୍ର ମାନ୍ୟତା ଦିଆଯାଇଛି ।

କକ ବିଷ୍ଟା: ଅଧିକତର ଅଶ୍ଵତ୍ଥ ଭଳି ବୃକ୍ଷର ଫଳ ଖାଏ ଏବଂ ତାଙ୍କ ବୀଜକୁ ନିଜର ବିଷ୍ଟା ମାନେ ମଳ ରୂପରେ କେଉଁଠାରେ ମଧ୍ୟ ଛାଡିଦିଏ । ଏଥିରୁ ଅନେକଥର ଆପଣମାନେ ଦେଖିଥିବେ ଯେ ଘର ଉପରେ ମଧ୍ୟ ଗଛ ଉଠିବାରେ ଲାଗେ। ଅଶ୍ଵତ୍ଥର ବୃକ୍ଷ ମଧ୍ୟ କାକ ବିଷ୍ଟା କାରଣରୁ ଉତ୍ପର୍ଣ୍ଣ ହୋଇଥାଏ, ଏହାପରେ ମଧ୍ୟ ଅଶ୍ଵତ୍ଥର ବୃକ୍ଷକୁ ବହୁତ ପବିତ୍ର କୁହାଯାଏ। ଅଶ୍ଵତ୍ଥର ବୃକ୍ଷକୁ ଅନେକ ଦେବାଦେବୀ ଏବଂ ପିତୃପୁରୁଷଙ୍କର ନିବାସ କୁହାଯାଏ ।

Leave a Reply

Your email address will not be published. Required fields are marked *