July 1, 2025

Odia Express

Leading Odia News Portal of Odisha

ଗଦର ଫିଲ୍ମର ସନି ଦେୱଲ ଙ୍କ ପୁଅ ହେଇଥିବା ଏହି ପିଲା ଏବେ ହୋଇଯାଇଛି ବଡ, ତାଙ୍କୁ ଦେଖିଲେ ଆପଣ ବଡ ବଡ ହିରୋଙ୍କୁ ମଧ୍ୟ ଭୁଲିଯିବେ…

2001ରେ ଏକ ଫିଲ୍ମ ଆସିଥିଲା ଯିଏ ନିଜର ସଫଳତାର ଶୀର୍ଷକୁ ଛୁଇଁଥିଲା , ଏହି ଫିଲ୍ମର ନାମ ଆଜି ମଧ୍ୟ ଉନ୍ନତମାନର ଫିଲ୍ମ ତାଲିକାରେ ଗଣା ଯାଏ ଏବଂ ଆଗାମୀ ସମୟରେ ମଧ୍ୟ ଏହାର ନାମ ଉନ୍ନତ ଫିଲ୍ମ ମାନଙ୍କର ତାଲିକାରେ ମଧ୍ୟ ଗଣା ହେବ । 15ଜୁନ 2001ମସିହାରେ ସନୀ ଦେଓଲ ଏବଂ ଅମିଶା ପଟେଲଙ୍କର ଫିଲ୍ମ ‘ଗଦର-ଏକ ପ୍ରେମ କଥା’ ଆସିଥିଲା । ସେହି ସମୟରେ ଏହି ଫିଲ୍ମର ଆୟ 77କୋଟି ଟଙ୍କାରୁ ଅଧିକ ଥିଲା । ସମସ୍ତ ସ୍ରୋତରୁ ଏହି ଫିଲ୍ମ 265କୋଟି ଟଙ୍କା ଆୟ କରିଥିଲା। ଆଜିଠାରୁ ପ୍ରାୟ 19ବର୍ଷ ପୂର୍ବେ ଫିଲ୍ମର ଟିକେଟର ମୂଲ୍ୟ ମଧ୍ୟ ବହୁତ ଶସ୍ତା ଥିଲା। ଆଜିର ସମୟରେ ଯଦି ତୁଳନା କରାଯାଏ ତ ସେହି ସମୟରେ ଫିଲ୍ମର ଆୟ ପ୍ରାୟ 5000କୋଟି ପାଖାପାଖି ଥିଲା। ଏହା କହିବ ଭୁଲ ହେବ ନାହିଁ ଯେ ଏହି ଫିଲ୍ମ ସେହି ସମୟର ‘ବାହୁବଳୀ’ ଥିଲା । ପୁରା ଫିଲ୍ମ ପ୍ରସ୍ତୁତ କରିବାରେ ମାତ୍ର 18କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ରିଲିଜ ହେବାପରେ ଏହା ମୂଳଧନର ଅନେକ ଗୁଣ ଅଧିକ ଆୟ କରିଥିଲା। ଏହି ଫିଲ୍ମ ଅନେକ ଗୁଡିଏ ପୁରସ୍କାର ନିଜ ନାମରେ କରିଥିଲା ।

କଳାକାର ମାନଙ୍କର କଥା କୁହାଗଲେ ତ ଏହି ଫିଲ୍ମର ପ୍ରତ୍ୟେକ କଳାକାର ନିଜର ଚରିତ୍ରକୁ ଚମତ୍କାର ରୂପରେ ନିର୍ବାହ କରିଥିଲେ । ଏହି ଫିଲ୍ମରେ ଅମିଶା ପଟେଲ, ସନୀଦେଓଲ ଏବଂ ଅମ୍ରିଶ ପୁରୀଙ୍କର ଚରିତ୍ର ମୁଖ୍ୟ ଥିଲା। ଫିଲ୍ମର ନିର୍ଦେଶକ ଅନିଲ ଶର୍ମା ଏକ ସାକ୍ଷାତକାରରେ କହିଥିଲେ ଯେ ଗଦର 2001ରେ 265କୋଟିର ଆୟ କରିଥିଲା । ସେହି ସମୟ ଟିକେଟର ମୂଲ୍ୟ ମାତ୍ର 25ଟଙ୍କା ଥିଲା। ଯଦି ଆଜିର ସମୟରେ ଏହାର ତୁଳନା କରାଯାଏ ତେବେ ଫିଲ୍ମର ଆୟ 5000କୋଟି ଟଙ୍କା ହୋଇଥାନ୍ତା। ବାହୁବଳୀ କେବଳ 1500କୋଟି ଆୟ କରିଥିଲା ।

ଏମିତିରେ ତ ଫିଲ୍ମରେ ପ୍ରତ୍ୟେକ ଚରିତ୍ରର ନିଜର ଏକ ମହତ୍ଵପୂର୍ଣ୍ଣ ରୋଲ ଥିଲା କିନ୍ତୁ ଫିଲ୍ମରେ ସନୀଦେଓଲ ଏବଂ ଅମିଶା ପଟେଲଙ୍କର ପୁଅର ଚରିତ୍ର ନିର୍ବାହ କରିଥିବା ଶିଶୁ କଳାକାର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଆଜି ଏହି ଲେଖାରେ ଆମେ ସେହି ଶିଶୁ କଳାକାର ବିଷୟରେ କହିବୁ। ଫିଲ୍ମରେ ‘ଜୀତ’ଭୂମିକା ନିର୍ବାହ କରିଥିବା ଶିଶୁର ନାମ ଅଟେ ଉତ୍କର୍ଷ ଶର୍ମା ।

ଫିଲ୍ମକୁ ରିଲିଜ ହେବାର 19 ବର୍ଷ ବିତିଯାଇଛି ଏବଂ 19 ବର୍ଷରେ ଉତ୍କର୍ଷ ବହୁତ ବଡ ହୋଇସାରିଛି । ଜଣେଇଦେବୁ ଯେ ଉତ୍କର୍ଷ ଶର୍ମା ଫିଲ୍ମର ନିର୍ଦେଶକ ଅନିଲ ଶର୍ମାଙ୍କର ସୁପୁତ୍ର ଅଟେ । ଫିଲ୍ମରେ ନିଜର ଦମଦାର ଅଭିନୟ ଦ୍ଵାରା ଏହି ଶିଶୁ ସମସ୍ତଙ୍କୁ ନିଜର ଦିବାନା ବନେଦେଇଥିଲା । ଫିଲ୍ମରେ ନିରୀହ ଦେଖାଯାଉଥିବା ଏହି ଶିଶୁ ଆଜି ବହୁତ ବଡ ହୋଇସାରିଛି । ଆଜିର ଉତ୍କର୍ଷକୁ ଦେଖି କେହି ବିଶ୍ବାସ କରିବେ ନାହିଁ ଯେ ଏ ସେହି ଶିଶୁ ଅଟେ ଯିଏ ନିଜର ନିରୀହତା ଦ୍ଵାରା ଲୋକଙ୍କ ହୃଦୟ ଜିତିନେଇଥିଲା। ବିତିଯାଇଥିବା ସମୟ ସହିତ ଉତ୍କର୍ଷ ବହୁତ ସୁନ୍ଦର ହୋଇଯାଇଛି।

ଶୁଣିବାକୁ ମିଳୁଛି ଯେ ଶୀଘ୍ର ସେ ଫିଲ୍ମରେ ମୁଖ୍ୟ ଅଭିନେତା ରୂପରେ ଅଭିନୟ ଜଗତରେ ପଦାର୍ପଣ କରିବାକୁ ଯାଉଛି । ଗଦରରେ କାମ କରିବା ପରେ ଉତ୍କର୍ଷ ଣୟ କେଉଁ ଫିଲ୍ମରେ ଦୃଶ୍ୟ ହୋଇନାହିଁ । ଆଜି ଆମେ ଆପନ୍ନକ ନିମନ୍ତେ ତାଙ୍କର କିଛି ନୂତନ ଫଟୋ ନେଇ ଆସିଛୁ ଯାହାକୁ ଦେଖିବା ପରେ ଆପଣ ନିଶ୍ଚିତ ଭାବରେ ବିସ୍ମିତ ହୋଇଯିବେ କଣ ଆପଣ ଦେଖିବାକୁ ଚାହିଁବେ ଫିଲ୍ମ ଗଦରରେ ଜିତ ଭୂମିକା କରିଥିବା ଉତ୍କର୍ଷକୁ? ତେବେ ବିଳମ୍ବ କାହିଁକି! ଦେଖନ୍ତୁ ଉତ୍କର୍ଷ ଶର୍ମାଙ୍କର କିଛି ଚମତ୍କାର ଫଟୋ ।

Leave a Reply

Your email address will not be published. Required fields are marked *