July 1, 2025

Odia Express

Leading Odia News Portal of Odisha

ଆଜିର ୧୫ଟି ନୂଆ ମଜାଦାର ଜୋକ୍ସ – ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଚଳୁଥିଲା। ସ୍ଵାମୀ- ଭଗବାନ ତୁମ ସହିତ ବାହା ହେବା ଠାରୁ ଭଲ ହୋଇଥାନ୍ତା ମୁଁ ଅବିବାହିତ ରହିଥାନ୍ତି | ତାପରେ ପତ୍ନୀ ଯାହା କହିଲେ ଏହାକୁ ପଢିକି ହସ ରୋକି ପାରିବେ ନାହିଁ…

ହସିବା ଆମର ଜୀବନର ଏକ ମହତ୍ଵପୂର୍ଣ୍ଣ ଅଂଶ ଅଟେ । ଆପଣ ଡାକ୍ତରଙ୍କ ଦ୍ଵାରା ମଧ୍ୟ ଶୁଣିଥିବେ ଯେ “ହସିବା ଦ୍ଵାରା ରକ୍ତ ବୃଦ୍ଧି ପାଏ” । ଏଥିପାଇଁ ବହୁତ ଲୋକ ହସିବାର ବ୍ୟାୟମ କରନ୍ତି। ସମୟର ବରିବର୍ତ୍ତନ ସହିତ ଯୁବପିଢି ମଧ୍ୟ ବହୁତ ପରିବର୍ତ୍ତିତ ହୋଇଯାଇଛନ୍ତି। ଏବେ ଲୋକମାନେ ନିଜର କାର୍ଯ୍ୟରେ ଏତେ ବ୍ୟସ୍ତ ଅଟନ୍ତି ଯେ ସେମାନେ ନିଜର ଲୋକଙ୍କ ସହିତ ବସି କିଛି ସମୟ କଟେଇ ପାରୁନାହାନ୍ତି । ଏମିତିରେ ତାଙ୍କର ଜୀବନ ଚାପ ଗ୍ରସ୍ତ ହୋଇଯାଉଛି । ବହୁତ ଲୋକଙ୍କୁ ତ ଏହା ମଧ୍ୟ ମନେନଥିବ ଯେ ସେମାନେ ଶେଷଥର ନିଜ ପରିବାର ସହିତ କେବେ ଖୋଲା ହସ ହସିଥିଲେ । କିନ୍ତୁ , ଏବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣଙ୍କ ନିମନ୍ତେ କିଛି ଏପରି ହସର ଗୁଲୁଗୁଲା ନେଇ ଆସିଛୁ, ଯାହାକୁ ପଢିକି ଆପଣଙ୍କ ସାରା ଦିନର ଥକ୍କା ଏବଂ ଚାପ ଦୂରକୁ ଚାଲିଯିବ। ଏତିକି ନୁହେଁ ପରନ୍ତୁ ଏହି ମଜାଦାର ଜୋକ୍ସ ଆପଣଙ୍କ ଦିନକୁ ଭଲ କରିଦେବ। ତେବେ ଆସନ୍ତୁ ମଜା ଉଠେଇବା ହସର ।

ପତ୍ନୀ(ଫୋନରେ)- ହାଲୋ, ମୁଁ ବଜାର ଆସିଛି କିଣାକିଣି କରିବାକୁ, ଆପଣଙ୍କର କିଛି ଦରକାର ଅଛି କି? ସ୍ଵାମୀ- ହଁ ମୋର ଜୀବନର ଅର୍ଥ ଆବଶ୍ୟକ! ଜୀବନ ସାର୍ଥକ କିପରି ହୋଇଥାଏ,ଏହା ଦରକାର। ଆତ୍ମାର ଶାନ୍ତି ଦରକାର, ମୋତେ ନିଜର ଅସ୍ତିତ୍ଵ ଖୋଇଯିବାର ଅଛି ! ପତ୍ନୀ (କିଛି ସମୟ ଚୁପ ରହିବା ପରେ)- ଠିକ ଅଛି, ଠିକ ଅଛି, କଉଟା ଆଣିବି?ଥଣ୍ଡା ନା ଗରମ

ବିବାହର ପ୍ରଥମ ଦିନ କବି ସ୍ଵାମୀ ନିଜର ପତ୍ନୀଙ୍କୁ କହିଲେ- ଆଜିଠାରୁ ତୁମେ ମୋ କବିତା ଅଟ, ଭାବନା ଅଟ, କାମନା ଅଟ…! ସ୍ତ୍ରୀ- ଆଜିଠାରୁ ତୁମେ ମଧ୍ୟ ମୋ ପାଇଁ ଦିନେଶ ଅଟ, ସୁରେଶ ଅଟ, ରାକେଶ ଅଟ, ମହେଶ ଅଟ…!

ଅଙ୍ଗ୍ରେଜ- Whatisthis? ଗୁଡିଆ- Thisis ଦହି । ଅଙ୍ଗ୍ରେଜ- WhatisDahi? ଗୁଡିଆ- Milksleepatnightandmorningbecometight

ପତିପତ୍ନୀଙ୍କ ମଧ୍ୟରେ ଝଗଡା ଚାଲିଥିଲା… । ସ୍ଵାମୀ- ମୁଁ ତୁମକୁ ଭୟ କରୁନାହିଁ ! ପତ୍ନୀ- ଭୟ ତ ତୁମେ ନିଶ୍ଚିତ କରୁଛ, ପ୍ରଥମଥର ଯେବେ ଆମ ଘରକୁ ଅଶିଥିଳ, ତ ବରଯାତ୍ରୀରେ ପୁରା ଦୁଇଶହ ଲୋକ ନେଇ ଅଶିଥିଳ ଏବଂ ମୋତେ ଦେଖ ମୁଁ ଏକୁଟିଆ ଆସିଥିଲି, କଥା ବଡ ବଡ କରୁଛ…

ମଦ୍ୟପ – ଯଦି ମୋର ହାତରେ ସରକାର ଥାଆନ୍ତା ତେବେ ମୁଁ ଦେଶର ଭାଗ୍ୟ ବଦଳେଇ ଦିଅନ୍ତି … । ମଦ୍ୟପର ପତ୍ନୀ- ଆରେ, ପ୍ରଥମେ ନିଜର ପାଇଜାମା ତ ବଦଳେଇ ଦେ,ପୋଡା କପାଳ… ସକାଳ ପହରୁ ମୋର ସାଲବାର ପିନ୍ଧି ବୁଲୁଛି …

ପରିବାବାଲା ଠାରୁ ପରିବା ନେବା ସମୟରେ ସେ କହିଲା- ବାବୁ ଲାଗୁଛି, ଭାଉଜ ତ ଇଂରାଜୀ ମିଡିଅମରେ ପଢିଲା ଭଳିଆ ଲାଗୁଛି…! ସ୍ଵାମୀ- (ଗରବରେ ଛାତି ଚଉଡା କରି)- ହଁ ହଁ, କିନ୍ତୁ ତୁମେ କିପରି ଜାଣିଲ…? ପରିବା ବାଲା – ବେଗରେ ତଳେ ଟମାଟୋ ଏବଂ ଉପରେ କଖାରୁ ଯାହା ରଖିଛନ୍ତି…!

ଜ୍ଵାଇଁ ବୟସରେ ଛୋଟ ହେଇଥାଏ ତଥାପି ଶ୍ଵଶୁର ଘରେ ସମସ୍ତେ ତାକୁ ଆପଣ କହି ସମ୍ବୋଧନ କରନ୍ତି, ଜଣା ଅଛି କାହିଁକି? କାରଣ ଆମ ଦେଶରେ ଆଜି ମଧ୍ୟ ଶହୀଦ ମାନଙ୍କ ନାମ ବଡ ସମ୍ମାନର ସହିତ ନିଆଯାଇ ଥାଏ ।

ସ୍ଵାମୀ- ମାନିବାକୁ ହେବ! ସେଲ୍ଫ କଣ୍ଟ୍ରୋଲ ତ କିଏ ତୁମାଠାରୁ ଶିଖିବା ଉଚିତ। ପତ୍ନୀ- (ଖୁସି ହୋଇ)- ହଁ ତାହା ତ ଅଟେ ! କିନ୍ତୁ କେଉଁ କଥା ଉପରେ? ସ୍ଵାମୀ- ଶରୀରରେ ଏତେ ସୁଗାର ଅଛି ତୁମର କିନ୍ତୁ , ସାହସ ଅଛି କାହାର ଯେ ତୁମେ ତାକୁ କେବେ ଜିଭ କୁ ଆଣିବାକୁ ଦେଇଛ…

ବିବାହରେ ଡ଼ିଜେ ବାଲା ଅଚାନକ ବେହୋଶ ହେଉ ହେଉ ବଞ୍ଚିଗଲା, କାରଣ ଗୋଟିଏ ଝିଅ ଫରମାଇଶ କଲା । “ଭାଇ କୌଣସି ପତଞ୍ଜଳିର ରିମିକ୍ସ ଅଛି ଯଦି ବଜାନ୍ତୁ” ଯାହା କାନ ପାଇଁ ସ୍ଵସ୍ତ୍ୟକର ହୋଇଥିବ…

ସ୍ଵାମୀ ସ୍ତ୍ରୀଙ୍କର ହାତ ଧରି ବଜାରରେ ବୁଲୁଥିଲା… ସାଙ୍ଗ- ଆରେ ବାଃ ଭାଇ! ବାହାଘରର ଏତେ ବର୍ଷ ପରେ ମଧ୍ୟ ଏତେ ପ୍ରେମ? ସ୍ଵାମୀ- ଆରେ କି ପ୍ରେମ ଭାଇ! ହାତ ଛାଡିବା ମାତ୍ରେ ସେ ଯେକୌଣସି ଦୋକାନ ଭିତରକୁ ପଶିଯାଉଛି…

ମାଆଙ୍କର ଉପଦେଶ ବିବାହର ପ୍ରଥମ ରାତିରେ ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଚଳୁଥିଲା। ସ୍ଵାମୀ- ଭଗବାନ ତୁମ ସହିତ ବାହା ହେବା ଠାରୁ ଭଲ ହୋଇଥାନ୍ତା ମୁଁ ଅବିବାହିତ ରହିଥାନ୍ତି। ସ୍ତ୍ରୀ- ହୁଏତ! ମୁଁ ମଧ୍ୟ ମୋ ମାଆଙ୍କ କଥା ଶୁଣିଥିଲେ ଆଜି ଏଇ ଦିନ ଦେଖିବାକୁ ପଡିନଥାନ୍ତା। ସ୍ଵାମୀ- ଏପରି କଣ କହିଥିଲେ ତୁମ ମା? ସ୍ତ୍ରୀ- କହୁଥିଲେ ଏହି ଗଧ କୁ ବାହା ହୁଅ ନା ନହେଲେ ପସ୍ତେଇବୁ। ସ୍ଵାମୀ- ହେ ଭଗବାନ! ମୁଁ ଆଜି ପର୍ଯ୍ୟନ୍ତ ତାଙ୍କୁ ଖରାପ ଭାବି ଚାଲିଥିଲି ଯିଏ ମୋତେ ଯିଏ ମୋତେ ଏ ନର୍କରୁ ରକ୍ଷା କରିବାକୁ ଚାହୁଁଥିଲେ। ବର୍ତ୍ତମାନ ସ୍ଵାମୀ ଡାକ୍ତରଖାନାରେ ଭର୍ତ୍ତି ଅଟନ୍ତି ।

Leave a Reply

Your email address will not be published. Required fields are marked *