July 1, 2025

Odia Express

Leading Odia News Portal of Odisha

ଏହି ACକୁ କେତେ ମଧ୍ୟ ବ୍ୟବହାର କରିବାରେ ଆସିବ ନାହିଁ ବିଜୁଳି ବିଲ୍, ମାସକରେ ବଞ୍ଚେଇପାରେ ସହସ୍ରାଧିକ ଟଙ୍କା…

ଗରମର ପ୍ରକୋପ ଧୀରେଧିରେ ବଢିବାରେ ଲାଗିଛି, ମାର୍ଚର ମାସରେ ଉତ୍ତପ୍ତ ଗରମ ପଡିବାରେ ଲାଗିଛି । ଏବେ କିଛି ଦିନପରେ ଲୋକମନେ ଏସି ଏବଂ କୁଲର ର ବ୍ୟବହାର କରିବାରେ ଲାଗିବେ । ଏସି ଗରମରୁ ରକ୍ଷା ତ କରେ କିନ୍ତୁ ବିଲ୍ ଆସିବା ପରେ ପାରା ଚଢିଯାଏ। ଏସି ବ୍ୟବହାର କରିବା ଦ୍ଵାରା ବିଲ୍ ଅଧିକ ଆସେ ଏଥିପାଇଁ ଲୋକମାନେ ଏହାର ବ୍ୟବହାର କମ କରନ୍ତି। କିନ୍ତୁ ଏସି ଲଗେଇବାର କଣ ଲାଭ ଯଦି ଆପଣ ଏହାର ମଜା ନନେବେ । ଏସିର ମଜା ସେତେବେଳେ ଆସେ ଯେବେ ଆପଣଙ୍କର ବିଲ୍ ର ଟେନସନ ନନେଇ ତାହାର ମଜା ନେବେ । କିନ୍ତୁ ଏହା ସମ୍ଭବ ନୁହେଁ । ଏସି ରେ ବିଜୁଳି ମିଟର ବହୁତ ଦ୍ରୁତ ଚାଲିଥାଏ ଏବଂ ବିଲ୍ ମଧ୍ୟ ବହୁତ ଅଧିକ ଆସେ । ଏମିତିରେ ଅନେକ ଲୋକଙ୍କ ମନରେ ଖିଆଲ ଆସେ ଯେ କିଛି ଏପରି ହୁଅନ୍ତା ଯାହାର କେତେ ମଧ୍ୟ ବ୍ୟବହାର କଲେ ମଧ୍ୟ ବିଲ୍ ଆସନ୍ତା ନାହିଁ ।

ତାପରେ ସେମାନଙ୍କୁ ଲାଗେ ଯେ ଏହା ସମ୍ଭବ ନୁହେଁ ଏବଂ ତାଙ୍କ ମନରୁ ଏହି ଖିଆଲ ଛୁମନ୍ତର ହୋଇଯାଏ। କିନ୍ତୁ ଏବେ ଏହି ଖିଆଲ ଛୁମନ୍ତର କରିବାର ଆବଶ୍ୟକ ନାହିଁ । କାରଣ ମାର୍କେଟକୁ ଏବେ ଏପରି ଏସି ଆସିଯାଇଛି ଯାହାର କେତେ ମଧ୍ୟ ବ୍ୟବହାର କରିବା ଉପରେ ବିଲ୍ ଆସିବ ନାହିଁ । ସୋଲାର ପ୍ରଡ଼କ୍ଟ ମାନୁଫାକ୍ଚର କମ୍ପାନୀ ବେଲିଫଲ ଇନୋଭେସନ ଆଣ୍ଡ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସୋଲାର ରେ ଚାଲିବା ଭଳି ଏୟାର କଣ୍ଡିସନ ଲଞ୍ଚ କରିଛନ୍ତି। ଏହି ଏସି ର ସ୍ଵାତନ୍ତ୍ର୍ୟ ଏହା ଯେ ଏହାକୁ ଚଳେଇବା ପାଇଁ ବିଜୁଳିର ଆବଶ୍ୟକତା ନାହିଁ । ଏହା ବିନା ବିଜୁଳିରେ ହିଁ ଚାଲିଥାଏ ଏବଂ ଏହାକୁ ଚଳେଇବା ପାଇଁ କୌଣସି ଲମ୍ବ ଚଉଡା ବିଜୁଳି ବିଲ୍ ମଧ୍ୟ ଆସିବା ନାହିଁ । କମ୍ପାନୀ 1ଟନ ଏବଂ 1.5ଟନ କାପାସିଟିର ଦୁଇଟି ଅଲଗା ଅଲଗା ଏସି ତିଆରି କରିଛନ୍ତି। ମନେ ରୁମ ସାଇଜ ହିସାବରେ ଆପଣ ଏସିର ଚୟନ କରିପାରିବେ ।

ଏତିକି ଟଙ୍କାର ହେବ ସଞ୍ଚୟ: ଭାରତରେ ବିଜୁଳି ଦ୍ଵାରା ଚାଲୁଥିବା ଅନେକ କମ୍ପାନୀଙ୍କର 2ରୁ 5ଷ୍ଟାର ରେଟିଙ୍ଗ ମଧ୍ୟରେ ଏସି ରହିଛି । 2ଷ୍ଟାର ଏସି ର ବିଜୁଳି ବିଲ୍ ଅଧିକ ଆସେ ଏବଂ 5ଷ୍ଟାର ରେଟିଙ୍ଗ ଏସି ର ବିଜୁଳି ବିଲ୍ କମ ଆସିଥାଏ । ଏସି 2ଷ୍ଟାର ହେବାଦ୍ବାରା ତାହା ଗୋଟିଏ ରାତିରେ 8ରୁ 10ୟୁନିଟର ବିଜୁଳି ଖର୍ଚ୍ଚ କରିଥାଏ ଏହାର ଅର୍ଥ ମାସକୁ 250ରୁ 300 ୟୁନିଟ ଅତିରିକ୍ତ ହୋଇପାରେ । ସେଠାରେ 5ଷ୍ଟାର ଏସିରେ 200 ଭିତରେ ୟୁନିଟ ରହିଥାଏ। ଭୋପାଳରେ 1ୟୁନିଟ ର ମୂଲ୍ୟ ପ୍ରାୟ 7ଟଙ୍କା ଅଟେ । ମାସିକ ୟୁନିଟ 100ରୁ ଅଧିକ ହେଲେ ଶୁଳ୍କ ବଢିଥାଏ । ଯେପରି ଏଠାରେ 378ୟୁନିଟ ଉପରେ 2770ଟଙ୍କାର ବିଜୁଳି ବିଲ୍ ଆସିଲା, ମନେ ଏକ ୟୁନିଟ ର ହାରାହାରି ଖର୍ଚ୍ଚ 7.33ଟଙ୍କା ହେବ । ଏମିତିରେ ଯଦି ଏସି ରେ 300 ୟୁନିଟ ର ଖର୍ଚ୍ଚ ହୁଏ ତ କମ ସେ କମ 2199ଟଙ୍କାର ଅତିରିକ୍ତ ବିଲ୍ ଆସିବ ।

ଏତିକି ଅଟେ ମୂଲ୍ୟ : ଜଣେଇଦେବୁ ଯେ ଯଦି ଆପଣ Belifalର 1ଟନ ର ସୋଲାର ଏସି କିଣିବେ ତ ଥର ମୂଲ୍ୟ 1.99ଲକ୍ଷ ଟଙ୍କା ହେବ । ସେଠାରେ 1.5ଟନ ଏସିର ମୂଲ୍ୟ 2.49ଲକ୍ଷ୍ୟ ଟଙ୍କା ହେବ। ଏହି ଏସି ର ଫଙ୍କସନ ସଂପୂର୍ଣ୍ଣ ରୂପେ ସୋଲାର ସିଷ୍ଟମ ଉପରେ ନିର୍ଭର କରେ । ଏହା ସଂପୂର୍ଣ୍ଣ ରୂପେ ସୋଲାର ସିଷ୍ଟମରେ କାମ କରିଥାଏ। ଅର୍ଥ, ଏହାର ଇଣ୍ଡୋର ଏବଂ ଆଉଟଡୋର ୟୁନିଟ DCରେ କାମ କରିଥାଏ। ଏହି ଏସି ସାଧାରଣ ଲୋକଙ୍କ ବଜେଟ ଠାରୁ ମହଙ୍ଗା ନିଶ୍ଚିତ କିନ୍ତୁ ଥରେ ଏହାକୁ କ୍ରୟ କରିନେଲେ ଆପଣଙ୍କ ବିଲ୍ର ସମସ୍ତ ଟେନସନ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *