July 1, 2025

Odia Express

Leading Odia News Portal of Odisha

ପୁରୁଣା ବାଇକର ପିକ ଅପ କମିଯାଏ କାହିଁକି?ଜାଣିନିୟନ୍ତୁ ଏହାର ମୁଖ୍ୟ କାରଣ…

ଯଦି ଆପଣ ମାନଙ୍କ ଭିତରୁ କେହି ବାଇକ ଚଲାନ୍ତି ତ ଆପଣ ମାନେ ଗୋଟେ କଥା ନିଶ୍ଚୟ ନୋଟିସ କରିଥିବେ କି ନୂଆ ନିଆଯାଇଥିବା ବାଇକ ରେ ଜବରଦସ୍ତ ପିକ ଅପ ଥାଏ ମାତ୍ର ଯେମିତି ଯେମିତି ବାଇକ ପୁରୁଣା ହେଇ ହେଇ ଯାଏ ବାଇକ ର ପିକ ଅପ କମିଯାଏ। ବହୁତ ଲୋକଙ୍କ ମନ ରେ ପ୍ରଶ୍ନ ଉଠେ କି ଏପରି କାହିଁକି ହୁଏ। କଣ ବାଇକ ର ପିକ ଅପ କମିବା ତାର ଏକ୍ସପାୟର ହେବାକୁ ଦର୍ଶାଏ? ଚାଲନ୍ତୁ ଏହି ସବୁ ର ଉତ୍ତର ଜାଣିବା ଆଉ ତା ସହିତ ଏହା ଜାଣିବା କି ବାଇକ ଚଲେଇବା ର ଉତ୍ତମ ଉପାୟ କଣ ଅଟେ।

ବାଇକ ଚଲେଇବା ସମୟରର ବହୁତ ଲୋକ କିଛି ଏପରି ଭୁଲ କରନ୍ତି ଯାହା ଓଇ ବାଇକ କୁ ଖରାପ କରେ। ଅନେକ ସମୟରେ ଏହା ଦେଖାଯାଏ କି ଲୋକମାନେ କ୍ଲଚ ଦବେଇକି ରେଶ ଦିଅନ୍ତି ଆଉ ବହୁତ ସମୟରେ ଅଧା କ୍ଲଚ ଦବେଇକି ଗାଡି ଚଲାନ୍ତି। ଏହାଦ୍ୱାରା ବାଇକ ର କ୍ଲଚ ପ୍ଲେଟ ଖରାପ ହେଇପାରେ ଆଉ ଏହା ସହିତ ଏହା ଜଳି ବି ଯାଇପାରେ।

ବହୁତ ଦ୍ରୁତ ଗତିରେ ବାଇକ ଚଳାଉଥିବା ସମୟରେ ହଠାତ କ୍ଲଚ ବା ବ୍ରେକ ଦବେଇ ଗାଡି ଅଟକାଇବା ଅନୁଚିତ। ଚେଷ୍ଟା କରନ୍ତୁ କି ବାଇକ କୁ ଧୀମା କରିବାକୁ ଆଉ ତା ପରେ ବ୍ରେକ ବ୍ୟବହାର କରନ୍ତୁ। ଆଉ ଅଧିକ ଦ୍ରୁତ ଗତି ରେ ଆପଣ ଗିଅର ବଦଳାନ୍ତୁ ନାହିଁ। ଏହାଦ୍ୱାରା କ୍ଲଚ ଖରାପ ହେଇପାରେ।

ଏହା ବ୍ୟତୀତ ଆପଣ ଧୀମା ଚଳାଉଥିବା ସମୟରେ ପ୍ରଥମରୁ ବ୍ରେକ ବ୍ୟବହାର କରନ୍ତୁ ନାହିଁ। ଆପଣ ପ୍ରଥମେ କ୍ଲଚ ଆଉ ତା ପରେ ବ୍ରେକ ବ୍ୟବହାର କରନ୍ତୁ। ଏହାଦ୍ୱାରା ବାଇକ ର ଇଞ୍ଜିନ ଭଲ ରହିଥାଏ। ତ ଏହିସବୁ ଜିନିଷ ର ଧ୍ୟାନ ରଖନ୍ତୁ।

କିଛି ଲୋକଙ୍କୁ ଏହା ଲାଗେ କି ଯଦି ବାଇକ ପିକ ଅପ ନେଉନାହିଁ ଅଥବା ଏହା ମଝି ମଝି ରେ ଫସିଯାଉଛି ତ ବାଇକ ବୋଧହୁଏ ଏକ୍ସପାୟର ହେବାକୁ ଲାଗିଛି। ମାତ୍ର ଆପଣଙ୍କୁ ଏହା କହି ରଖୁଛୁ କି ବାଇକ ପିକ ଅପ ନ ନେବା, ଗିଅର ଚେଞ୍ଜ ନ ହେବା ଅଥବା ମଝି ମଝିରେ ଫସିଯିବା ଇତ୍ୟାଦି ହୋଇଥାଏ କେବଳ ବାଇକ ର କ୍ଲଚ ପ୍ଲେଟ ଖରାପ ହେବାଦ୍ୱାରା। ଆଉ ଯେତେ ଯେତେ କ୍ଲଚ ପ୍ଲେଟ ଖରାପ ହେଇ ହେଇ ଯାଏ ବାଇକ ର ଗିଅର ତଥା ପିକ ଅପ ର ସ୍ମୁଥନେସ ବି କମି କମି ଯାଏ। ଅର୍ଥାତ ବାଇକ ର କ୍ଲଚ ପ୍ଲେଟ ଖରାପ ହେବା ବାଇକ କୁ ଏକ୍ସପାୟର କରାଇ ନଥାଏ।

ଏବେ ଆପଣ ଏହା ଜାଣି ଯାଇଥିବେ କି ପୁରୁଣା ବାଇକ ର ପିକ କମିଯାଏ କାହିଁକି ଆଉ ଏହା ସହିତ ହିଁ ଆମେ ଏହା ଜାଣିଲେ କି ବାଇକ ଚଳାଉଥିବା ସମୟରେ କି କି କଥା ବାବଦରେ ଧ୍ୟାନ ରଖିବା ଦରକାର ଅଟେ।

Leave a Reply

Your email address will not be published. Required fields are marked *