July 1, 2025

Odia Express

Leading Odia News Portal of Odisha

ସକାଳୁ ବାସୀ ମୁହଁରେ ପିଅନ୍ତୁ ଉଷୁମ ପାଣି ତାପରେ ଦେଖନ୍ତୁ ଫାଇଦା…

କୁହାଯାଏ ଆମ ଲାଳ ରେ ଏଞ୍ଜାଇମ ଥାନ୍ତି ଯାହା କି କୋଷ କୁ ରିପାଏର ବା ପୁନଃ ନିର୍ମାଣ କରିଥାନ୍ତି। ସେଥିପାଇଁ ପଶୁ ମାନେ ନିଜ ଶରୀର କୁ ଜିଭ ଦ୍ୱାରା ଚାଟି ଥାନ୍ତି। ସକାଳୁ ବ୍ରସ ନକରି ପାଟିରେ ପାଣି ପିଇବା ଦ୍ୱାରା ଆମ ଶରୀରକୁ ଅନେକ ଫାଇଦା ହୋଇଥାଏ। ଅଘଷା ପାଟିରେ ପାଣି ପିଇବା ଆମ ଶରୀର ପାଇଁ ଅମୃତ ସଦୃଶ ହୋଇଥାଏ | ଏହି ବାସୀ ମୁହଁ ରେ ଯଦି ହାଲୁକା ଉଷୁମ ପାଣି ପିଆ ଯାଏ ତେବେ ଏହାର ଚମତ୍କାର ଫାଇଦା ଶରୀରରେ କିଛି ଦିନରେ ଦେଖିବାକୁ ମିଳିଥାଏ।  ବାସୀ ମୁହଁରେ ଉଷୁମପାଣି ପିଇବା ର ଫାଇଦା :-

1 -ପାକସ୍ଥଳୀ ନୂତନ ଖାଦ୍ୟ ହଜମ ପକ୍ରିୟା ପାଇଁ ପୁନ ରେଡ଼ି ହୋଇଯାଏ। ଏବଂ ଖାଦ୍ୟ ହଜମ ମଧ୍ୟ ପୂର୍ବ ଅପେକ୍ଷା ଭଲ ହୁଏ।

2- ଗ୍ୟାଷ୍ଟିକ ସମସ୍ୟା ରୁ ମୁକ୍ତି ମିଳେ। ଯଦି ଆପଣଙ୍କ ଗ୍ୟାଷ୍ଟିକ ରୋଗ ଅଛି ତେବେ ଆପଣ ଜାଣିଥିବେ ଏହା କେତେ ଗମ୍ଭୀର ସମସ୍ୟା ଅଟେ। ଯଦି ଏହାକୁ ଆୟତରେ ନ ରଖା ଯାଏ ତେବେ ପେଟ ଯନ୍ତ୍ରଣା ଅସହ୍ୟ ହୋଇଥାଏ। ତେବେ ସକାଳୁ ଉଠି ଯଦି ଉଷୁମ ପାଣି ବାସୀ ମୁହଁ ରେ ପିଇବେ ତେବେ ପେଟ ଜନିତ ଅନେକ ସମସ୍ୟା ରୁ ମୁକ୍ତି ମିଳିପାରିବ।

3 – କୋଷ୍ଠକାଠିନ୍ୟ ଭଳି ସମସ୍ୟା ମଧ୍ୟ ଦୂର ହୁଏ। ଝାଡା ପରିଷ୍କାର ହୁଏ। ଯଦି ଏଥିରେ ହାଲୁକା ଅଦା ଛେଚି ପକାଇବେ ତେବେ ଏହା ପେଟ ସଫା ହେବ।

4- ମୋଟା ପଣ ଦୂର ହୁଏ। ଯଦି ସକାଳୁ ସକାଳୁ ଉଷୁମ ପାଣି ବାସୀ ପାଟିରେ କିଛି ନଖାଇ ପିଅନ୍ତି ତେବେ ତେବେ ବଢିଥିବା ଚର୍ବି କମିବାରେ ଲାଗିବ। ଶରୀରରେ ମେଦବହୁଳତା ବୃଦ୍ଧି କେବଳ ଆପଣଙ୍କ ଶରୀରର ସୌନ୍ଦର୍ଯ୍ୟକୁ ନଷ୍ଟ କରେ ନାହିଁ, ବରଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ମଧ୍ୟ ବିପଦଜନକ ଅଟେ। ଓଜନ ବଢିବାର ଅନେକ କାରଣ ଅଛି, ଯେପରିକି ଭୁଲ ଖାଇବା, ଶୋଇବା ବ୍ୟାଘାତ, ମନୋବଳ ଖରାପ ହେବା କିମ୍ବା ଅତ୍ୟଧିକ ଜଙ୍କ ଫୁଡ ଖାଇବା । ଅବଶ୍ୟ, ଏହି ସବୁ ଜିନିଷ ବ୍ୟତୀତ, ମେଦବହୁଳତା ବୃଦ୍ଧି ପାଇଁ ହରମୋନ୍ ମଧ୍ୟ ଦାୟୀ ।ମହିଳାମାନଙ୍କ ଓଜନ ବୃଦ୍ଧି ହେବାର ଏକ ପ୍ରମୁଖ କାରଣ ହେଉଛି ହରମୋନ୍ ବ୍ୟାଘାତ । ଏହି ଉପାୟରେ ଯଦି ପ୍ରତିଦିନ ଉଷୁମ ପାଣି ପିଇବାକୁ ଦିଆଯାଏ ତେବେ ଓଜନ ହ୍ରାସ ସହ ହରମୋନ ସନ୍ତୁଳନ ହୋଇଥାଏ।

5 – ଚର୍ମ ସମସ୍ୟା,ଆଲର୍ଜି, ମୁହଁ ର ବ୍ରଣ ଆଦି ମଧ୍ୟ ଏହି ଉପାୟ ରେ ଠିକ ହୋଇଯାଏ। ଶୋଇ ଉଠିବା ପରେ ପାଟିରେ ଥିବା ଲାଲ କୁ ଥୁକିବା ଅନୁଚିତ। ଏହା ର ବହୁତ ଔଷଧୀୟ ଗୁଣ ରହିଥାଏ।

6 – ସକାଳୁ ବାସି ମୁହଁରେ ଉଷୁମ ପାଣି ପିଇବା ଦ୍ୱାରା ଆମ ପାକସ୍ଥଳୀ, ବୃହଦନ୍ତ, କ୍ଷୁଦ୍ରନ୍ତ, କିଡ଼ିନି, ଲିଭର ଆଦି ମଧ୍ୟ ସଫା ହୋଇଥାଏ।

Leave a Reply

Your email address will not be published. Required fields are marked *