March 25, 2025

Odia Express

Leading Odia News Portal of Odisha

ଟ୍ରେନ ଶେଷ ବଗି ରେ X କାହିଁକି ଲେଖାଥାଏ – କାରଣ ଜାଣିଲେ ଆପଣ ଆପଣଙ୍କ ମଧ୍ୟ ଆଶ୍ଚର୍ଯ୍ୟ ହେଇକି ରହିଯିବେ – ୯୦ ପ୍ରତିଶତ ଲୋକ ଉତ୍ତର ଜାଣି ନାହାନ୍ତି..

ଭାରତରେ ପ୍ରତିଦିନ କୋଟି କୋଟି ଲୋକ ଟ୍ରେନ ରେ ଯିବା ଆସିବା କରନ୍ତି। ସେମାନେ ଏତେ ମାତ୍ରା ରେ ଯିବା ଆସିବା କରୁଥିଲେ ବି ତାଙ୍କୁ ଏକ କଥା ଜଣା ନଥାଏ। ଏହା ଏକ ଅତ୍ୟନ୍ତ ରହସ୍ୟମୟ କଥା ଅଟେ ଯାହା କି ଆଜି ଆମେ କହିବାକୁ ଯାଉଛୁ। କଣ ଆପଣ ଜାଣିଛନ୍ତି କି ଟ୍ରେନ ପଛରେ ଏକ୍ସ କାହିଁକି ଲେଖା ଯାଇ ଥାଏ। ତ ଆସନ୍ତୁ ଜାଣିବା। ଆପଣଙ୍କ ଭିତରୁ ଅନେକ ଲୋକ ପ୍ରତିଦିନ ଟ୍ରେନ ରେ ଯିବା ଆସିବା କରନ୍ତି ମାତ୍ର ଏହି କଥା ଉପରେ କେବେ ନଜର ଦେଇ ନଥିବେ। ଆପଣ ହୁଏତ ଟ୍ରେନ ର ଲାଷ୍ଟ ବଗି ରେ ଲେଖା ଯାଇଥିବା ଏହି ଚିହ୍ନ ବାବଦରେ କେବେ ଭାବିନଥିବେ। ଆପଣ ମାନଙ୍କ ଭିତରୁ କିଛି ଲୋକ ଏହାକୁ କେବେ ଦେଖି ବି ନଥିବେ। ତ ଆପଣଙ୍କର ଅଧିକ ସମୟ ନ ନେଇ ଚାଲନ୍ତୁ ଆରମ୍ଭ କରିବା।

ଟ୍ରେନ ର ସମସ୍ତ ଡବା ପରସ୍ପର ସହ ଯୋଡ଼ା ଥାଏ। ଏମିତିରେ ଯଦି ଟ୍ରେନ ର ଯୋଡ଼ା ମୁଣ୍ଡ ରେ କିଛି ବି ଖରାପ ବ୍ୟବସ୍ଥା ରହିଯାଏ ତ ତାହା ଦ୍ୱାରା ଟ୍ରେନ ର କିଛି ଡବା ପଛରେ ରହିଯାଏ। ଟ୍ରେନ ର ଯାତ୍ରା ବହୁତ ଲମ୍ବା ହେଇଥାଏ। ତେଣୁ ଯଦି ଟ୍ରେନ ର ଡବା କିଛି ପଛରେ ରହିଯାଏ ତ ଟ୍ରେନ ଡ୍ରାଇଭର କୁ ଏହା ଜଣା ପଡିନଥାଏ। ଆଉ ଡବା ଗୁଡିକ ପଛରେ ରହିଯାଇଥାଏ। ଏମିତି ସ୍ଥଳ ରେ ସେହି ଟ୍ରାକ ରେ ଯଦି ଆଉ ଗୋଟେ ଟ୍ରେନ ଆସିଯାଏ ତ ତାହାକୁ ଯେପରି ଜଣା ପଡିବ କି ଟ୍ରେନ ଗୋଟେ ସମ୍ପୂର୍ଣ ରୂପେ ଯାଇ ସାରିଛି ଅଥବା ଆସି ସାରିଛି, ସେଥିପାଇଁ ହି ଟ୍ରେନ ର ଲାଷ୍ଟ ବଗି ରେ ଏପରି ଏକ୍ସ ଚିହ୍ନ ଥାଏ।

ଏହାଦ୍ୱାରା ଯେତେବେଳେ ଟ୍ରେନ ଏକ ଷ୍ଟେସନ କୁ ଆସେ ତ ତାହା ଜଣା ପଡ଼ିଯାଏ କି ସେହି ଟ୍ରେନ ପୁରା ପୁରି ଆସିସାରିଛି। କାରଣ ଟ୍ରେନ ଷ୍ଟେସନ ରେ ଏହାର ଚେକିଂ ହୁଏ ଆଉ ସେହି ଚେକିଂ କରୁଥିବା ଲୋକ ଏହା ଜାଣିବା ଦରକାର କି ଟ୍ରେନ ରେ କିଛି ଖରାବି ନ ରହୁ। ସେଥିପାଇ ହି ଟ୍ରେନ ର ଲାଷ୍ଟ ବଗି ରେ ଏକ ହଳଦିଆ ଅଥବା ଧଳା ରଙ୍ଗ ର ଏକ୍ସ ଚିହ୍ନ ମିଳିଯାଏ।

ଏହା ବ୍ୟତୀତ ଟ୍ରେନ ରେ ଆହୁରି ଅନେକ ପ୍ରକାର ର ସାଙ୍କେତିକ ଚିହ୍ନ ଥାଏ। ଯେପରି କି ଟ୍ରେନ ର ଲାଷ୍ଟ ବଗି ରେ ଏକ ବତୀ ଲାଗିଥାଏ ଯାହା କି କିଛି ସମୟ ପରେ ଜଳୁଥାଏ।ରାତି ସମୟରେ ଏକ୍ସ ଚିହ୍ନ ଦେଖାଯିବନି ଯାହା ପାଇଁ ଏହି ବିଜୁଳି ବତୀ ଲଗା ଯାଇଥାଏ।
ଏହା ବ୍ୟତୀତ ସବୁ ଟ୍ରେନ ର ଲାଷ୍ଟ ବଗି ରେ ଏଲଭି ଅର୍ଥାତ ଲାଷ୍ଟ ଭେହିକିଲ ଲେଖା ଯାଇଥାଏ ଯାହାଦ୍ୱାରା ଏହା ଜଣା ପଡେ କି ଟ୍ରେନ ସମ୍ପୂର୍ଣ ଆସିସାରିଛି।

Leave a Reply

Your email address will not be published. Required fields are marked *