March 24, 2025

Odia Express

Leading Odia News Portal of Odisha

ସୁପ୍ରିମକୋର୍ଟ ଙ୍କ ସବୁଠୁ ବଡ ନିଷ୍ପତି – କାଲି ପୁରୀ ରେ ହେବ ଜଗନ୍ନାଥଙ୍କ ରଥଯାତ୍ରା – ଏହି ନିୟମ ରେ ହେବ ଯାତ୍ରା

ବର୍ତମାନ ସବୁଠୁ ବଡ ଖବର ଆସିଛି |ସୁପ୍ରିମକୋର୍ଟ ଙ୍କ ସବୁଠୁ ବଡ ନିଷ୍ପତି ଯେ କାଲି ରଥଯାତ୍ରା ହେବ | ସାରା ଓଡିଶା ଏହି ଖବର ଶୁଣିବା ପାଇଁ ସକାଳୁ ଅନେଇ ବସିଛନ୍ତି |ତେବେ ଏହାର ଶୁଣାଣି ହେଇ ସାରିଛି ଓ ଜଗନ୍ନାଥ ଙ୍କ ରଥ ଯାତ୍ରା ହେବ |ତେବେ ଏହାକୁ ନେଇ ସାରା ଦେଶରେ ଓ ସାରା ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀଙ୍କ ମନରେ ଖୁସିର ଲହଡି ଖେଳି ଯାଇଛି |ତେବେ ଗତ ୧୮ ତାରିଖ ରେ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ଶୁଣାଣି କରିଥିଲେ |ତେବେ ଆଜି ଏହାର ରିଭିୟୁ ପିଟିସନ ହେଇଥିଲା ଓ ଆଜି ଏହାର ଶୁଣାଣି ହେଇ ସାରିଛି ଓ ସାରା ଓଡିଶା ମନରେ ଖୁସି ଲହଡି ଖେଳିଛି

ତେବେ ଶାନ୍ତି ଶୃଙ୍ଖଲା ର ସହ ରଥଯାତ୍ରା ହେବ ବୋଲି ଜାଣିବା ପାଇଁ ମିଳିଛି | ଓ ଆସନ୍ତା କାଲି କାଳିଆର ରଥ ବଡ ଦାଣ୍ଡ ରେ ଗଡ଼ିବ | ଭାଇ ଭଉଣୀ ଙ୍କୁ ନେଇ ରଥକୁ ଆସିବେ ଠାକୁର | ତେବେ ଏ ନେଇ ଯେଉଁ ଦ୍ଵନ୍ଦ ଜାରି ରହିଥିଲା ଆଜି ତାହାର ସମ୍ପୂର୍ଣ ବିବରଣୀ ଆସିଛି ଓ ଶେଷରେ କାଲି ରଥଯାତ୍ରା ହେବାକୁ ଯାଉଛି |ତେବେ ଏଥିରେ କିଛି ନିୟମ ମଧ୍ୟ ଲାଗୁ ହେଇଚି

ତେବେ ଏହି ରଥ ଯାତ୍ରା ବିନା ଭକ୍ତ ଙ୍କ ଦ୍ୱାରା ହବ |କେବଳ ସେବାୟତ ଓ ପ୍ରଶାସନ ଦ୍ୱାରା ହେବ ରଥଯାତ୍ରା |ତେବେ ଯେଉଁ ସେବାୟତ ମାନେ ଏଥିରେ ସାମିଲ ହେବେ ସେମାନଙ୍କ କରୋନା ଟେଷ୍ଟ ହେଇ ସାରିଛି ଓ ସମସ୍ତଙ୍କ ରିପୋଟ ନେଗେଟିବ ଆସିଥିବା ଜଣା ପଡିଛି | ତେବେ ଭକ୍ତ ମାନେ କାଳିଆ ଠାକୁର ଙ୍କୁ ଟିଭି ଜରିଆ ରେ ଦେଖି ପାରିବେ ବୋଲି ଜଣା ପଡିଛି | ତେବେ ଆଜି ୩ ଜଣିଆ ଖଣ୍ଡ ପୀଠ ରେ ଏହି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି|

ତେବେ ଏ ନେଇ ରାଜ୍ୟ ସରକାର ଙ୍କୁ ଚେତେଇଛନ୍ତି ସୁପ୍ରିମକୋର୍ଟ |ସଂକ୍ରମଣ ଯେପରି ନ ବଢିବ ସେ ନେଇ ରାଜ୍ୟ ସରକାର ଙ୍କୁ କହିଛନ୍ତି ସୁପ୍ରିମକୋର୍ଟ|ସେ ଦ୍ୱିତ୍ୱ ରାଜ୍ୟ ସରକାର ଙ୍କର ବୋଲି କହିଛନ୍ତି |କରୋନା କିପରି ସଂକ୍ରମଣ ନ ହେବ ସେ ସମ୍ପୂର୍ଣ ଦ୍ୱିତ୍ୱ ରାଜ୍ୟ ସରକାର ନେବେତେବେ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ କୌଣସି ସାଲିସ କରା ନଯିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ

ତେବେ ସମସ୍ତଙ୍କ ମନରେ ଗୋଟିଏ କଥା ଯେ କାଳିଆ ତାର ଲୀଳା ଦେଖେଇ ଦେଇଛି | କାଲି ରଥଯାତ୍ରା ପାଇଁ ସାରା ଓଡ଼ିଶାର ଲୋକଙ୍କ ମନରେ ଖୁସି ର ଲହଡି ଖେଳି ଯାଇଛି | ତେବେ ଆଜି ଏହି ଖବର ଦିନ ସାରା ଚର୍ଚା ହେଇଥିଲା |ତେବେ ଏହି ରଥଯାତ୍ରା ସୁରୁଖୁର ରେ ପାଳନ ହେବ ବୋଲି ପ୍ରଶାସନ କହିଛନ୍ତି |ସମସ୍ତ ଭକ୍ତ ନିଜ ଘରେ ଟିଭି ରେ କାଳିଆ ଠାକୁର ଙ୍କୁ ପ୍ରାୟ ୩ ମାସ ପରେ ଦର୍ଶନ କରି ପାରିବେ | ଜଗନ୍ନାଥ ଙ୍କ ଏହି ପରମ୍ପରା ରହିଛି ଓ ସାରା ଦେଶ ଓ ସାରା ଓଡ଼ିଆ ଜାତିର ମୁଣ୍ଡ ପୁଣି ଟେକି ଉଠିଛି ଓ ଆମ କାଳିଆ ଠାକୁର କୁ ନେଇ ଆମର ବଡ ପରମ୍ପରା ପୁଣି ହେବାକୁ ଯାଉଛି

Leave a Reply

Your email address will not be published. Required fields are marked *