March 15, 2025

Odia Express

Leading Odia News Portal of Odisha

ଇଂରାଜୀରେ ଭାରତକୁ India କାହିଁକି କୁହାଯାଏ, କଣ ଆପଣ କେବେ ଚିନ୍ତା କରିଛନ୍ତି? ଚାଲନ୍ତୁ ଏବେ ଜାଣିବା..

ଭାରତ ଏହି ବର୍ଷ ନିଜର 75ତମ ସ୍ଵତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଛି, ସବୁବେଳ ଭଳି ଏହି ଥର ମଧ୍ୟ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ ଏବଂ ଦେଶର ହିତରେ କିଛି ଶବ୍ଦ କହିବେ। ଆମେ ସ୍ଵାଧୀନତା ଠାରୁ ନେଇ ନବ ଭାରତ ବିଷୟରେ ଛୋଟ ବେଳୁ ବହୁତ କିଛି ଶୁଣିଛେ ଏବଂ ଦେଶର ସ୍ଵାଧୀନ ନିମନ୍ତେ ଶହୀଦ ହୋଇଥିବା ବହୁତ ବୀରଙ୍କର ଗାଥା ମଧ୍ୟ ଶୁଣିଛେ। କିନ୍ତୁ ଆଜି ମଧ୍ୟ ବହୁତ କଥା ଅଛି ଯାହା ବହୁତ ଲୋକଙ୍କ ମନରେ ଆସିଥାଏ। ଯେଉଁଥିରେ ଗୋଟିଏ କଥାର ଉଲ୍ଲେଖ ଆମେ କରିବାକୁ ଚାହିନ୍ବୁ। ପ୍ରକୃତରେ ଜାପାନକୁ ଇଂରାଜୀରେ Japan, ଆମେରିକାକୁ Amerika ଏବଂ ଏପରିକି ଆମର ପଡୋଶୀ ଦେଶ Pakisthanକୁ ମଧ୍ୟ ଏହା କୁହାଯାଏ ଯାହା ହିନ୍ଦୀରେ କୁହାଯାଏ। କିନ୍ତୁ ଭାରତ ଏକ ଏପରି ଦେଶ ଅଟେ ଯାହାକୁ ଇଂରାଜୀରେ India କୁହାଯାଏ। ଇଂରାଜୀରେ ଭାରତକୁ India କାହିଁକି କୁହାଯାଏ, ଏ ବିଷୟରେ ଅଧିକତର ଲୋକମାନେ ତ ଚିନ୍ତା ହିଁ କରିନଥିବେ ।

ଇଂରାଜୀରେ ଭାରତକୁ India କାହିଁକି କୁହାଯାଏ  – ଭାରତର ପ୍ରାଚୀନ ନାମ ଆର୍ଯ୍ୟାବର୍ତ୍ତ ଥିଲା ଏବଂ ରୁଷି ମାନଙ୍କ ସମୟରେ ଭାରତକୁ ଆର୍ଯ୍ୟାବର୍ତ୍ତ କୁହାଯାଉଥିଲା, କିନ୍ତୁ ଯେବେ ଇଂରେଜ ମାନେ ଏଠାରେ ଶାସନ କଲେ ତ ଆର୍ଯ୍ୟାବର୍ତ୍ତ ନାମ କହିପାରୁନଥିଲେ। ତ ଏହି ନାମକୁ ସେହି ଇଂରେଜ ମାନେ ନିଜର ସୁବିଧା ହିସାବରେ କହିବା ଆରମ୍ଭ କରିଦେଲେ, କେହି ଏହାକୁ ସିନ୍ଧୁ କହିଲା ତ କେହି ହିନ୍ଦୁସ୍ତାନ କହିଲା। ବିବିସି ର ଏକ ରିପୋର୍ଟ ଅନୁସାରେ ଭାରତକୁ India ବା ହିନ୍ଦୁସ୍ତାନ କରିବା ପଛରେ ଦୁଇଟି ମୁଖ୍ୟ ସ୍ରୋତ ଥିଲା ଯେଉଁଥିରେ Irani ଏବଂ ୟୁନାନୀ ନାମ ଥିଲା।

ଇରାନୀ କିମ୍ବା ପୁରାତନ ପାର୍ଶୀରେ ସିନ୍ଧୁ ଶବ୍ଦର ପରିବର୍ତ୍ତନ ହିନ୍ଦୁର ରୂପରେ ହୋଇଥିଲା ଏବଂ ସେଥିରୁ ଉତପର୍ଣ୍ଣ ହେଲା ହିନ୍ଦୁସ୍ତାନ, ଯେବେ କି ୟୁନାନୀରେ ଏହା ହେଲା ଇଣ୍ଡୋ ବା ଇଣ୍ଡୋସ। କେବଳ ଏହାର A ଶବ୍ଦ ଲାଟିନ ଭାଷାରେ ପହଞ୍ଚିଗଲା ଏବଂ ଏଥିରୁ ହେଲା India। କିନ୍ତୁ ସେତେବେଳେ ଏହା ସର୍ବମାନ୍ୟ ନଥିଲା ଏବଂ ଶେଷରେ ଅନ୍ୟ କାହାର ବନେଇ ଥିବା ଶବ୍ଦକୁ ଆମେ ନିଜର ଦେଶର ନାମରେ କାହିଁକି କହିବୁ? ଏହି ପ୍ରଶ୍ନ ତେବେ ଉତ୍ଥାପନ ହେଲା କିନ୍ତୁ ଯେବେ ଇଂରେଜ ଭାରତ ଆସିଲେ ତ ସେମାନେ ଭାରତକୁ ଇଣ୍ଡିଆ କହିବ ଆରମ୍ଭ କରିଦେଲେ ।

ସେମାନେ ନଜର ପ୍ରତି କଥା ଏବଂ କାଗଜରେ ଭାରତକୁ ଇଣ୍ଡିଆ କହିଲେ ଏବଂ ଲେଖିଲେ, ଏହାପରେ ଏଠାକାର ଲୋକମାନେ ମଧ୍ୟ ଭାରତକୁ ଇଣ୍ଡିଆ କହିବାରେ ଲାଗିଲେ। ତାପରେ ଏହାପରେ ଭାରତକୁ ଇଂରାଜୀ ନାମ ଭାରତ ନିଆଜିବାରେ ଲାଗିଲା । ଏମିତିରେ ଯଦି ତର୍କକୁ ଆରମ୍ଭ କରାଯାଏ ତ ଭାରତକୁ ହିନ୍ଦୁସ୍ତାନ ଏବଂ ଇଣ୍ଡିଆ ଭଳି ଶବ୍ଦକୁ ବନେଇବାର ପୂର୍ଣ୍ଣ ଶ୍ରେୟ ଇରାନୀ ଏବଂ ୟୁନାନୀଙ୍କୁ ଯାଇଥାଏ କାରଣ ଯେବେ ଇଂରେଜ ଭାରତରେ ବ୍ୟବସାୟ ବୃଦ୍ଧି ଉଦ୍ଦେଶ୍ୟରେ ଆସିଥିଲେ ତ ସେମାନଙ୍କ ସହିତ ଅନ୍ୟ ଦେଶର ଲୋକମାନେ ମଧ୍ୟ ସେହି ଉଦ୍ଦେଶ୍ୟରେ ଆସିଥିଲେ। ସେହି ଦେଶରେ ଇରାନୀ ଏବଂ ୟୁନାନୀ ମଧ୍ୟ ସାମିଲ ଥିଲେ ଯେଉଁ ମାନଙ୍କ ମଧ୍ୟରୁ କିଛି ନିଜର ଧର୍ମର ପ୍ରଚାର କରିବାକୁ ଭାରତକୁ ଆସିଥିଲେ ।

Leave a Reply

Your email address will not be published. Required fields are marked *