March 11, 2025

Odia Express

Leading Odia News Portal of Odisha

ଅନ୍ୟ କାହାକୁ ସାହାଯ୍ୟ ମାଗିବା ପୂର୍ବରୁ ମନେ ରଖନ୍ତୁ ଏହି ଗୋଟିଏ କଥା..

ଏହି ଜୀବନରେ ସୁଖ ପରେ ଦୁଃଖ ଏବଂ ଦୁଖ ପରେ ସୁଖ ଆସିଥାଏ। ଯେବେ ସ୍ୱାମୀ ବିବେକାନନ୍ଦ ଙ୍କୁ ପଚାରାଯାଇଥିଲା ଯେ ସୁଖ କଣ ଏବଂ ଦୁଃଖ କଣ? ସେ ଏହାକୁ ସରଳ ଭାଷାରେ ବୁଝାଇବା କୁ ଯାଇ କହିଥିଲେ ଯେ। ସୁଖ ର ଅନୁପସ୍ଥିତି ହେଉଛି ଦୁଃଖ ଏବଂ ଦୁଖ ର ଅନୁପସ୍ଥିତ ହେଉଛି ସୁଖ।ଯେପରି ଆଲୋକ ନଥିବା କୁ ଅନ୍ଧକାର କୁହାଯାଏ। ସେପରି ଦୁଃଖ ନଥିବା ଜୀବନ କୁ ସୁଖ କୁହାଯାଏ। ଦୁଃଖ ର ମୂଲ୍ୟ କଣ ସିଏ ଜାଣେ ନାହିଁ ଯିଏ ସୁଖରେ ରୁହେ।ତେବେ ଦୁଃଖ ତ ସଭିଙ୍କ ଜୀବନରେ ଆସିଥାଏ। ଏହି ସମୟରେ ଭାଙ୍ଗି ପଡିବା ଉଚିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହି ଦୁଃଖ ସୁଖ ସମୟରେ କିପରି ଚଳିବା ଉଚିତ ସେକଥା ନୀତି ବାଣୀ ରେ ଉଲ୍ଲେଖ କରିଛନ୍ତି।

ସାହାଯ୍ୟ ମାଗିବା ପୂର୍ବରୁ ଏହି କଥାର ଧ୍ୟାନ ରଖନ୍ତୁ – ଅନେକ ବ୍ୟକ୍ତି ଅଛନ୍ତି ଯଦି ଜୀବନରେ କୌଣସି ସମସ୍ୟା ଦୁର୍ବିଧାରେ ପଡି ଯାଆନ୍ତି ତେବେ ସେ ନିଜ ବନ୍ଧୁ ପରିଜନ ଙ୍କ ଘରକୁ ଯାଇଥାନ୍ତି। କିନ୍ତୁ ଏହି ଜିନିଷ ର ଧ୍ୟାନ ରଖନ୍ତି ନାହିଁ। ଯଦି ସେ ଆପଣଙ୍କ ଅତି ନିକଟର ହୋଇଥାନ୍ତି ସବୁ ଦିନ ମିଳାମିଶା କଥା ବାର୍ତ୍ତା ଥିବ ତେବେ ହିଁ ତାଙ୍କୁ ସାହାଯ୍ୟ ମାଗନ୍ତୁ ନଚେତ ସାହାଯ୍ୟ ମାଗନ୍ତୁ ନାହିଁ।

ଆର୍ଥିକ ସହାୟତା କେବେ ମଧ୍ୟ ମାଗନ୍ତୁ ନାହିଁ – ଯଦି ସେ ଆପଣଙ୍କ ପରିବାର ର ହୋଇଥାନ୍ତି ତେବେ ଭୁଲରେ ମଧ୍ୟ ତାଙ୍କ ଠାରୁ ଟଙ୍କା ପଇସା ସହାୟତା ଲୋଡନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ସମସ୍ୟା ଆହୁରି ବଢିଯିବ। ନିଜ ପ୍ରିୟ ବନ୍ଧୁ ଠାରୁ ଆପଣ ସହାୟତା ଆଣିପାରିବେ କିନ୍ତୁ ଭୁଲରେ ମଧ୍ୟ ନିଜ ପରିବାର ସଦସ୍ୟ କୁଟୁମ୍ବ ମାନଙ୍କୁ ସାହାଯ୍ୟ ମାଗନ୍ତୁ ନାହିଁ ଏହା ଦ୍ୱାରା ବଞ୍ଚିତ ଥିବା ସମ୍ମାନ ମଧ୍ୟ ଚାଲିଯାଇଥାଏ।

ନିଜ ସ୍ତ୍ରୀ କୁ ଭୁଲ ରେ ମଧ୍ୟ ସହାୟତା ମାଗନ୍ତୁ ନାହିଁ। ସ୍ତ୍ରୀ ଅଳଙ୍କାର ଗହଣା କୁ ବନ୍ଧା ପକାଇ ଅନେକ ବ୍ୟକ୍ତି ନିଜ ସମସ୍ୟା କୁ ଦୂର କରିଥାନ୍ତି। କିନ୍ତୁ ଏହା ଅନୁଚିତ, ଘରେ ଥିବା ସୁନାରେ ଲକ୍ଷ୍ମୀ ଙ୍କ ବାସ ଥାଏ। ନିଜ ଘର ଲକ୍ଷ୍ମୀ କୁ ପଦା ରେ ରଖିବା ମହାଲକ୍ଷ୍ମୀ ଙ୍କ ଅସମ୍ମାନ କରିବା ସହ ସମାନ ହୋଇଥାଏ। ଯଦି ଆପଣ ଏଭଳି କରନ୍ତି ତେବେ ଆପଣଙ୍କ ଭବିଷ୍ୟତରେ ଅସୁବିଧା ଆହୁରି ବଢିଯିବ।

Leave a Reply

Your email address will not be published. Required fields are marked *