ଆସନ୍ତି ଜାଣିବା ଗୋଟେ ଟ୍ରେନ କେତେ ବାଟ ଯିବା ପରେ ଅନ୍ୟ ଟ୍ରେନକୁ ଯିବାକୁ ଅନୁମତି ମିଳିଥାଏ

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଆପଣ ମାନେ ଦେଖୁଥିବେ ଗୋଟେ ଟ୍ରାକ ଉପରେ ଗୋଟେ ଦିନରେ କେତେ ଟ୍ରେନ ଚାଲୁଛି କିନ୍ତୁ କଣ ଆପଣଙ୍କୁ ଜଣା ଅଛି ଗୋଟେ ଟ୍ରାକ ଉପରେ ଗୋଟେ ଟ୍ରେନ କେତେ ବାଟ ଗଲାପରେ ଅନ୍ୟ ଟ୍ରେନକୁ ଯିବାକୁ ଅନୁମତି ମିଳେ।ଆଜି ଆମେ ଏହି ବିଷୟରେ ଜାଣିବା।ସାଙ୍ଗମାନେ ଆପଣମାନେ ଯେବେ କେଉଁ ସ୍ଥାନକୁ ଟ୍ରେନରେ ଯାଉଥିବେ ବାଟରେ ଅଟକିଥିବେ ଓ ଅନ୍ୟ ଏକ ଟ୍ରେନ ସେହି ଟ୍ରାକ ଦେଇ ଯିବା ଆପଣ ବାବୁଥିବେ ଆପଣଙ୍କ ଟ୍ରେନ କେତେ ସମୟ ପରେ ଯିବ।ଏଥିପାଇଁ ଇଣ୍ଡିଆନ ରେଳ ସେବାରେ ଦୁଇଟି ସିଷ୍ଟମ କାମ କରିଥାଏ।
ପ୍ରଥମ ଅଟେ Absulute block system ଓ ଦ୍ୱିତୀୟ ଅଟେ Automatic block working ।Absulute block system ବ୍ରିଟିଶମାନଙ୍କ ଦ୍ବାରା ପ୍ରଚଳିତ ସିଷ୍ଟମ ଥିଲା ଯାହା କୌଣସି ଅପରେସନ ପାଇଁ କାମ କରିଥାଏ।ଭାରତରେ କିଛି ସ୍ଥାନକୁ ଛାଡି ପ୍ରାୟ ସବୁ ସ୍ଥାନରେ ଏହି ସିଷ୍ଟମ କାମ କରିଥାଏ।ଏହି ସିଷ୍ଟମରେ ଏକ ସମୟରେ ଗୋଟେ ଟ୍ରେନ ହିଁ ଚାଲିଥାଏ।ଏହାର ଅର୍ଥ ଗୋଟେ ଷ୍ଟେସନ ଯଦି ୬-୮ କିଲୋମିଟର ଅଟେ ଗୋଟେ ଟ୍ରେନ ଗୋଟେ ଷ୍ଟେସନ ପାର ପରେ ଅନ୍ୟ ଟ୍ରେନକୁ ଯିବାକୁ ଅନୁମତି ମିଳିଥାଏ।ଯେବେ ଟ୍ରେନ ଗୋଟେ ଷ୍ଟେସନ ପାର କରେ ଷ୍ଟେସନ ମାଷ୍ଟର ପାଖୁ ଏକ ଘଣ୍ଟି ଶବ୍ଦ ଆସିଥାଏ ଯାହା ଜଣାଇ ଥାଏ ଗୋଟେ ଟ୍ରେନ ଷ୍ଟେସନ ପାର କରିସାରିଛି ଯାହା ଦ୍ବାରା ସେ ଅନ୍ୟ ଟ୍ରେନକୁ ଯିବାକୁ ଅନୁମତି ଦେଇଥାନ୍ତି।
ଯେବେ ଗୋଟେ ଷ୍ଟେସନରୁ ଅନ୍ୟ ଷ୍ଟେସନ ୧୦-୧୫ କିଲୋମିଟର ଦୂର ହୋଇଥାଏ ।ଯଦି ଅଟେ ସମୟ ରହିବ ବହୁତ ସମୟ ଲାଗିଯିବ ସେଥିପାଇଁ ଦୁଇ ଷ୍ଟେସନ ମଝିଟେ ଗୋଟେ ଇଣ୍ଟର ମିଡ଼ିଏଣ୍ଟ ଅଛି ଯାହା ଦୁଇ ଷ୍ଟେସନ ମଝିରେ ଥାଏ ଯେବେ ଗୋଟେ ଟ୍ରେନ ଏହାକୁ ପାର କରେ ଅନ୍ୟ ଟ୍ରେନକୁ ଯିବାକୁ ଅନୁମତି ମିଳିଥାଏ।
Automatic block working ରେ ଏପରି ହୋଇନଥାଏ ଏଥିରେ ପ୍ରତି ୫୦୦ ମିଟରରେ ସିଗନାଲ ଲାଗିଥାଏ ଯାହା ଦ୍ବାରା ଗୋଟେ ଟ୍ରେନ ଏହାକୁ ପାର କରିବା ପରେ ଅନ୍ୟ ଟ୍ରେନକୁ ଜଣାପଡ଼ିଥାଏ ଓ ସେ ଯାଇଥାଏ।ଏହାକୁ ଭୁଝିବା ପାଇଁ ଏହି ଚିତ୍ର କୁ ଦେଖନ୍ତୁ ଏଠାରେ ଚାରିଟି ରଙ୍ଗ ଅଛି ସବୁଜ , ହଳଦିଆ, ନାଲି ଓ ଗାଢ଼ ହଳଦିଆ ଅଟେ।ଏହାକୁ ପ୍ରତି ୫୦୦ ମିଟରରେ ବଣ୍ଟାଯାଇଛି।।
ସବୁଜ ରଙ୍ଗ ଅର୍ଥ ଅନ୍ୟ ଟ୍ରେନ ପୁରା ପାର ହୋଇସାରିଛି ଏବେ ଟ୍ରେନ ପୁରା ବେଗରେ ଯାଇପାରିବ।ନାଲିର ଅର୍ଥ ଅନ୍ୟ ଟ୍ରେନ ଯାଇନି ସେଥିପାଇଁ ସେଠାରେ ହିଁ ରୁହନ୍ତୁ।ହଲଦିଆର ଅର୍ଥ ନିଜ ବେଗକୁ କମାନ୍ତୁ ଆଗରେ ରହିବାକୁ ହେବ।ଗାଢ଼ ହଲଦିଆର ଅର୍ଥ ୫୦-୬୦ କିଲୋମିଟର ବେଗରେ ଯାଇପାରିବେ। ଏହି ନିୟମ ଅନୁସାରେ ଟ୍ରେନ ସବୁ ଚାଲିଥାଏ।ଯଦି ଏହା ଆପଣଙ୍କୁ ଭଲ ଲାଗିଛି ଏହାକୁ ଲାଇକ ,ସେୟାର କରନ୍ତୁ ଓ ନିଜ ମତ କମେଣ୍ଟରେ ଲେଖିପାରିବେ ଧନ୍ୟବାଦ