March 17, 2025

Odia Express

Leading Odia News Portal of Odisha

ଜୀବନରେ ସଫଳ ହେବାପାଇଁ ଯଦି ଚାହୁଁଛନ୍ତି ତେବେ ଜାଣି ନିଅନ୍ତୁ ଏହି ବିଦୁର ନୀତି…

ବିଦୁର ମହାଭାରତରେ ଏକ ଚରିତ୍ର ଅଟନ୍ତି। ତାଙ୍କ ଦାର୍ଶନିକ ଶାସ୍ତ୍ର ର ମହତ୍ୱ ଆଜି ମଧ୍ୟ ଏହି କଳିଯୁଗରେ ରହିଛି। ବିଦୁର ମହାରାଜ ଧୃତରାଷ୍ଟ୍ର ଙ୍କ ପ୍ରଧାନମନ୍ତ୍ରୀ ଥିଲେ। ନିଜ ନୀତି ଏବଂ କୌଶଳ ଦ୍ୱାରା ସେ ବହୁତ ପ୍ରଖ୍ୟାତ ଅଟନ୍ତି। କୁହାଯାଏ ବିଦୁର ନୀତିରେ ଜୀବନରେ ସଫଳ ହେବା ପାଇଁ ଅନେକ ନୀତି ରହିଛି। ତେବେ ଆଜିର ଏହି ଆର୍ଟିକିଲ ରେ ଆମେ ଆପଣଙ୍କୁ ଏଭଳି ଏକ ନୀତି ବିଷୟରେ କହିବୁ ଯାହାକି ପ୍ରତ୍ୟକ ପୁରୁଷ ଙ୍କ ପାଇଁ ଉପଯୋଗୀ ଅଟେ। ନିଜ ସମ୍ମାନ ନିଜ ହାତରେ ଥାଏ। ଯଦି ଏହି ସବୁ କଥା କୁ ବିଚାର ନକରିବେ ତେବେ ଚିରକାଳ ପାଇଁ ନିଜ ମାନ ସମ୍ମାନ କୁ ହରାଇବସିବେ। ନାରୀ ମାନେ ଏହି ସବୁ ଗୁଣ ଥିବା ପୁରୁଷ ମାନଙ୍କୁ ମୂର୍ଖ ବୁବେଚନା କରି ସେମାନଙ୍କ ଦ୍ବାରା ନିଜ କାମ କରାଇଥାନ୍ତି।

ସେହି ପୁରୁଷ ମୂର୍ଖ ଅଟେ- ଏଭଳି ପୁରୁଷ ମୂର୍ଖ ହୋଇଥାଏ ଯିଏ କି ଅନବରତ ନାରୀ ପଛରେ ଗମନ କରିଥାଏ। ଏଭଳି ପୁରୁଷର ଦିନେ ନା ଦିନେ ବିନାଶ ହୋଇଥାଏ। ଯେଉଁ ପୁରୁଷ ମାନେ ନାରୀ ପଛରେ ଗୋଡାନ୍ତି ସେମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡ଼େ। ଯେଉଁ ପୁରୁଷ ମାନେ ନାରୀ ଙ୍କ ସବୁ କଥା ମାନିଥାନ୍ତି। ନାରୀ ଙ୍କ ବୋଲ କରନ୍ତି। ସବୁବେଳେ ନାରୀ ଗହଣ ରେ ସମୟ ବିତାନ୍ତି। ନାରୀ ଙ୍କ ସାମଗ୍ରୀ ତଥା ପାଉଁଜି,ଅଳଙ୍କାର,ଗହଣା,ଶାଢ଼ୀ ,ସଙ୍ଖା ଇତ୍ୟାଦି ରେ ରୁଚି ଦେଖାନ୍ତି ଏଭଳି ପୁରୁଷ ମହାମୁର୍ଖ ହୋଇଥାଏ।

ଯେଉଁ ପୁରୁଷ ପର ସ୍ତ୍ରୀ କୁ ପ୍ରେମ କରନ୍ତି- ଏଭଳି ପୁରୁଷ ମାନଙ୍କ ଜୀବନ ଜ୍ୟୋତି ଖୁବ ଶୀଘ୍ର ଲିଭିଯାଏ। ଏଭଳି ପୁରୁଷ ମାନେ ଖୁବ ଶୀଘ୍ର ମରଣ ମୁହଁ ରେ ପଡ଼ିଥାନ୍ତି।ପର ସ୍ତ୍ରୀ ପଛରେ ପଡିଥିବା ପୁରୁଷ ବହୁତ ହୀନସ୍ତା ହୁଏ। ସମାଜ ରେ ସବୁବେଳେ ଏଭଳି ବ୍ୟକ୍ତି କୁ ନିନ୍ଦା ଅପନିନ୍ଦା ମିଳିଥାଏ।

ଯେଉଁ ବ୍ୟକ୍ତି ଏକାଧିକ ନାରୀ ଙ୍କୁ ପ୍ରେମ କରେ- ଯେଉଁ ପୁରୁଷ ଏକାଧିକ ନାରୀ ଙ୍କୁ ପ୍ରେମ କରିଥାଏ ସେଭଳି ପୁରୁଷ ର ଖୁବ ଶୀଘ୍ର ବିନାଶ ହୋଇଥାଏ।ଏଭଳି ବ୍ୟକ୍ତି କେବେ ମଧ୍ୟ ଜୀବନରେ ସଫଳ ହୋଇ ପାରନ୍ତି ନାହିଁ।

ଯେଉଁ ବ୍ୟକ୍ତି ସବୁବେଳେ ନାରୀ କଥା ଚିନ୍ତା କରେ- ଏଭଳି ବହୁତ ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଝିଅ ମାନଙ୍କ ବିଷୟରେ ସ୍ମରଣ କରିଥାନ୍ତି। ଝିଅ ମାନଙ୍କ ଶରୀର ବିଷୟରେ ଭାବିଥାନ୍ତି। ଏଭଳି ବ୍ୟକ୍ତି ଙ୍କ ପତନ ମଧ୍ୟ ଖୁବ ଶୀଘ୍ର ହୋଇଥାଏ।ନିଜ ଭାବନା କୁ ଆୟତ୍ତ ରେ ରଖିବା ଉଚିତ ନଚେତ ଏହାର ପରିଣାମ ଭୟାନକ ହୋଇଥାଏ। ତେବେ ଜାଣିଲେ ତ ଏଭଳି ବ୍ୟକ୍ତି ମାନଙ୍କୁ ଝିଅ ମାନେ ସର୍ବଦା ମୂର୍ଖ ବୋଲି ଭାବିଥାନ୍ତି ଏବଂ ଏହି ପୁରୁଷ ମାନଙ୍କ ଫାଇଦା ଉଠାଇଥାନ୍ତି।

Leave a Reply

Your email address will not be published. Required fields are marked *