March 17, 2025

Odia Express

Leading Odia News Portal of Odisha

କ୍ରିକେଟିୟର୍ ହେବାକୁ ଚାହୁଁଥିଲା ବଲିଉଡ୍ ର ଏହି ଆକ୍ସନ୍ ହିରୋ, କିନ୍ତୁ ଏପରି ହେଇଗଲେ ହିରୋ…

ବଲିଉଡ୍ ଆକ୍ସନ୍ ହିରୋ ସୁନିଲ୍ ସେଟ୍ଟି ୯୦ ଦଶକରେ ବଲିଉଡ୍ ରେ ଏଣ୍ଟ୍ରି ନେଇଥିଲେ,  ଓ ବହୁତ ଆକ୍ସନ୍ ଫିଲ୍ନ ଦ୍ୱାରା ସୁପରହିଟ୍ ଫିଲ୍ମର ମାଲିକ ହୋଇଗଲେ,  ସୁନିଲ୍ ସେଟ୍ଟି ଇଣ୍ତଷ୍ଟ୍ରିର ଅନ୍ନା କୁହାଯାଏ , ସେ ୯୦ ଦଶକରେ ପ୍ରାୟ ସବୁ ସୁନ୍ଦର ଅଭିନେତ୍ରୀଙ୍କ ସହ ପର୍ଦାରେ ରୋମାନ୍ସ କରିଥିଲେ,  ସୁନିଲ୍ ସେଟ୍ଟି ଅଭିନେତା ହେବା ସହ ଜଣେ ସଫଳ ବିଜନେସ୍ ମ୍ୟାନ୍ ବି ଅଟନ୍ତି , ଓ ନିଜ ପରିବାର ସହ ଏକ ଭଲ ଜୀବନ ଶୈଳୀ ନେଇ ବଞ୍ଚୁଛନ୍ତି , ସୁନିଲ୍ ରୋମାଣ୍ଟୀକ୍, ଆକ୍ସନ୍ କମେଡି, ଓ ଫ୍ୟାମିଲି ଡ୍ରାମା ଉପରେ ଆଧାରିତ ଫିଲ୍ମ ଛଡା ବହୁତ ଫିଲ୍ମ କରିଛନ୍ତି , କିନ୍ତୁ ସେ ଅସଲ ଜୀବନରେ ଆଉ କିଛି ହେବାକୁ ଚାହୁଁଥିଲେ,  କ୍ରିକେଟିୟର୍ ହେବାକୁ ଆଶା ରଖିଥିଲେ ସୁନିଲ୍ ସେଟ୍ଟି । ସୁନିଲ୍ ସେଟ୍ଟିଙ୍କ ଜନ୍ମ ୧୧ ଅଗଷ୍ଟ ୧୯୬୧କୁ କର୍ଣ୍ଣାଟକର ମୁଲକି ରେ ହୋଇଥିଲା, ଛୁଆ ବେଳରୁ ସୁନିଲ୍ କ୍ରିକେଟିୟର୍ ହେବାକୁ ଚାହୁଁଥିଲେ,  ସେ ସବୁଦିନ ପ୍ରାକ୍ଟିସ୍ ବି କରୁଥିଲେ,  କିନ୍ତୁ ଭାଗ୍ୟରେ ତାଙ୍କର ଅଲଗା କିଛି ଲେଖା ଥିଲା , ସୁନିଲ୍ ଜଣେ ଅଭିନେତା ସହ ଗୋଟେ ରେଷ୍ଟ୍ରୁରାଣ୍ଟ ଓ ଏକ ବୁଟିକ୍ ର ମାଲିକ ବି ଅଟନ୍ତି, ଏହା ଛଡା ସୁନିଲ୍ କିକ୍ ବକ୍ସିଙ୍ଗ୍ ରେ ବ୍ଲାକ୍ ବେଲଟ୍ ପାଇଛନ୍ତି  ସୁନିଲ୍ ନିଜ ଫିଲ୍ମରେ ଅଧିକା ଆକ୍ସନ୍ ଷ୍ଟଣ୍ଟ୍ ସିନ୍ ନିଜେ ବି କରନ୍ତି ।

ସୁନିଲ୍ ହିରୋ ହେବାର ଉପଦେଶ ତାଙ୍କର ବନ୍ଧୁ ଓ ଫିଲ୍ମ ନିର୍ଦ୍ଧେଶକ ପହଲାଜ ନିହଲାନୀ ଦେଇଥିଲେ,  ଓ ଥରେ ଭାଗ୍ୟ ପରୀକ୍ଷା କରିବାକୁ କହିଥିଲେ,  ବନ୍ଧୁଙ୍କ କଥା ମାନି ସୁନିଲ୍ ମୁମ୍ବାଈ ଆସିଥିଲେ କିନ୍ତୁ କିଛି ଦିନ ପାଇଁ ଫିଲ୍ମ ମିଳିପାରିନଥିଲା, ତେବେ ସେ ବି ଗ୍ରେଡ୍ ଫିଲ୍ମରେ କାମ କରିଥିଲେ । ଏହାପରେ ତାଙ୍କର ବନ୍ଧୁ ସୁନିଲ୍ ଙ୍କ ସହ ଫିଲ୍ମ ବନାଇବାର ଭାବିଲେ,  ସୁନିଲ୍ ଙ୍କୁ ତାଙ୍କର ପ୍ରଥମ ଫିଲ୍ମ ମିଳିଲା,  ନିର୍ଦ୍ଧେଶକ ରାଜୁ ମବାନୀଙ୍କ ଫିଲ୍ମ ବଳବାନ୍ ୧୯୯୨ ରେ ତାଙ୍କୁ ମଉକା ମିଳିଲା,  ଓ ସେଥିରେ ହିରୋଇନ୍ ଦିବ୍ୟା ଭାରତୀ ଥିଲେ,  ଓ ଫିଲ୍ମ ସୁପରହିଟ୍ ବି ହେଲା

ଇଣ୍ତଷ୍ଟ୍ରିରେ ସୁନିଲ୍ ଓ ଅକ୍ଷୟ କୁମାର ବହୁତ ଭଲ ବନ୍ଧୁତା ଅଛି , କିନ୍ତୁ ବୋଧେ ଆପଣ ତାଙ୍କ ସହ ଏକ କଥା ଜାଣିନାହାନ୍ତି , ଯେବେ ସୁନିଲ୍ ଓ ଅକ୍ଷୟ ପ୍ରଥମ ଫିଲ୍ମ ବକ୍ତ୍ ହମାରା ହୈ ସେଟ୍ ରେ ଦେଖା ହୋଇଥିଲେ, ତେବେ ଅକ୍ଷୟ କୁମାର୍ ସୁନିଲ୍ ଙ୍କୁ ଏହା କହିକରି ମଜାକ୍ ବନାଇଥିଲେ କି ୟେ ହିରୋ ହେବ , ସେହିସମୟରେ ସୁନିଲ୍ କିଛି କହିନଥିଲେ,  କିନ୍ତୁ ଫିଲ୍ମ ରିଲିଜ୍ ହେବାପରେ ସୁନିଲ୍ ଙ୍କ ବହୁତ ହିଟ୍ ହୋଇଥିଲା । ପରେ ଅକ୍ଷୟ ସୁନିଲ୍ ଙ୍କୁ କ୍ଷମା ମାଗିଥିଲେ,  ଓ ସେ ଭଲ ବନ୍ଧୁ ହୋଇଗଲେ,  ଏହାପରେ ସେ ଜାନି ଦୁସମନ୍, ଆନ୍, ଆୱାରା ପାଗଲ୍ ଦିୱାନା, ଧଡକନ୍, ବକ୍ତ ହମାରା ହୈ ହେରାଫେରୀ, ଫିର୍ ହେରା ଫେରି, ସପୁତ୍ , ମୋହରା, ହମ୍ ହୈ ବେମିସାଲ୍, ଓ ଦେ ଦନାଦନ୍ ରେ ଏକା ସାଙ୍ଗେ କାମ କଲେ ,

ସୁନିଲ୍ ୧୯୯୧ ରେ ମାନା ସେଟ୍ଟିଙ୍କୁ ବିବାହ କରିଥିଲେ,  ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ପୁଅଙ୍କ ନାଁ ଅହାନୋ ଝିଅଙ୍କ ନାଁ ଆଥିଆ ସେଟ୍ଟି ଅଟେ,  ଯଦି ଆପଣଙ୍କୁ ମନେ ଥିବ ଆଥିଆ ୨୦୧୫ ରେ ଫିଲ୍ମ ହିରୋ ରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ,  କିନ୍ତୁ ଫିଲ୍ମଟି ପ୍ଲପ୍ ହେଲା । ସୁନିଲ୍ ସେଟ୍ଟି ଭାଈ, ରକ୍ଷକ୍ , ସୁଟ୍ ଆଉଟ୍ ଲୋଖଣ୍ତୱାଲା, ମୈ ହୁଁ ନା, ଗୋପି କିଶାନ୍, ବର୍ଡର୍, ବିନାଶକ୍, ଦିଲୱାଲେ, ଓ ରୁଦ୍ରାକ୍ଷ ପରି ବହୁତ ଆକ୍ସନ୍ ଫିଲ୍ମରେ କାମ କରିଛନ୍ତି , ସୁନିଲ୍ ସେଟ୍ଟିଙ୍କ ପୁରା ବିଜନେସ୍ ତାଙ୍କ ସ୍ତ୍ରୀ ମାନା ସେଟ୍ଟି ସଂମ୍ଭାଳୁଛନ୍ତି , ଏବେ ମାନା ସେଟ୍ଟି ନିଜ ସ୍ୱାମୀଙ୍କ ସହ ମିଶିକରି ଏକ ରିୟଲ୍ ଇଷ୍ଟେଟ୍ ପ୍ରୋଜେକ୍ଟ ଆରମ୍ଭକରିଛନ୍ତି , ଯାହାର ଅନ୍ତର୍ଗତ ମୁମ୍ବାଈରେ ୨୧ ଲକ୍ଜୁରୀ ଭିଲା ବନାଈଛନ୍ତି , ଇଣ୍ଟରନେଟ୍ ରେ ମହଜୁତ୍ ଗଣନା ମୁତାବିକ ସୁନିଲ୍ ଓ ମାନା ନିଜ ବିଜନେସ୍ ରୁ ବର୍ଷରେ ପ୍ରାୟ ୧୦୦ କୋଟୀ ଟଙ୍କା ବିଜନେସ୍ କରନ୍ତି ।

Leave a Reply

Your email address will not be published. Required fields are marked *