March 17, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଆମେ କିପରି ଆମ ୨୫ ବର୍ଷ ପୁରୁଣା କଢେଇକୁ ଭଲ ଭାବରେ ସଫା କରି ପାରିବା – କଢେଇ ନୂଆ ପରି ଚମକିବ..

ଆମେ ସମସ୍ତେ ନିଜ ଘରେ ରୋଷେଇ କାର୍ଯ୍ୟରେ ବିଭିନ୍ନ ପ୍ରକାରର ବାସନ କୁସନ ବ୍ୟବହାର କରି ପାରିବା ସେଥି ମଧ୍ୟରୁ କଢେ଼ଇ ଯାହାକୁ ଆମେ ସମସ୍ତେ ନିଜ ଘରେ ବ୍ୟବହାର କରୁ।ଆମେ ରୋଷେଇ କରି ସାରିବା ପରେ ଏହାକୁ ଭଲ ଭାବରେ ମାଜିଲେ ଘଷିଲେ ଏଥିରୁ କୌଣସି ପ୍ରକାରର କଳା ବାହାରି ନଥାଏ କିମ୍ବା ଏହା ପୁନର୍ବାର ନୁଆ ଭଳି ଚିକ ଚିକ କରିନଥାଏ।ତାପରେ ବହୁତ ଲୋକଙ୍କ ଘରେ ଏଭଳି କଡା ଥାଏ ଯାହା ବହୁତ ଆଗରୁ ଧୁଆ ହୋଇନଥାଏ।ଆଉ ସେ ଦେଖିବାକୁ ମଧ୍ୟ ବହୁତ ଅସନା ଲାଗେ ଆଜି ଆମେ ଜାଣିବା ଏହାକୁ କିପରି ସଫା କରି ପାରିବା।

ତାହେଲେ ଆସନ୍ତୁ ଜାଣିବା ଘରେ ଥିବା ସବୁଠାରୁ ପୁରୁଣା କଢେ଼ଇ ବା ୨୫ ବର୍ଷ ତଳର କଢେ଼ଇକୁ ଆମେ କିପରି ସଫା କରିବା ସେ ବିଷୟରେ ଆମେ ଜାଣିବା।ଆମକୁ ପ୍ରଥମେ କଢେଇକୁ ଉଚ୍ଚ ତାପରେ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରିବାର ଅଛି।ଗରମ ହେବା ପରେ ତାକୁ ଚୁମୁଟା ସାହାର୍ଯ୍ୟରେ କାଢ଼ିନେବା ଯେହେତୁ ଆମ କଢେଇ ଗରମ ଅଛି ଏହାର ବାହାର ପାର୍ଶ୍ଵରେ ଥିବା ସବୁ ପ୍ରକାରର ଅଳିଆକୁ ଡାଲି ଛଟୁ ସାହାର୍ଯ୍ୟରେ ଧୀରେ ଧୀରେ ବାଡେଇବା ଦ୍ୱାରା ଏହା ବାହାରି ଯିବ।

ଯଦି କଢେଇ ଥଣ୍ଡା ହେଇ ଯାଉଛି ଆପଣ ପୁଣି ତାକୁ ଗରମ କରି ନେବେ ଓ ସେହି ଭଳି ସବୁ ପାର୍ଶ୍ୱରୁ ଅଲିଆକୁ ବାଡେଇ ବାହାର କରିଦେବେ।ଆପଣ ଏହି ଉପାୟରେ ଭିତର ଓ ବାହାର ପଟର ଅଳିଆ ଅଂଶ ବାହାର କରି ପାରିବେ।କିଛି ସମୟ ପରେ ଆପଣ ଦେଖିବେ ସେଥିରେ ଲାଗିଥିବା ଅଙ୍ଗାର ସବୁ ବାହାରି ଯିବ।ଆପଣ ଗୋଟେ ବାଲଟି ନେବେ ସେଥିରେ ଅଳ୍ପ ଗରମ ପାଣି ପକେଇବେ,ଆପଣ ସେ ଗରମ ପାଣିରେ ବାସନ ମଜା ସାବୁନକୁ ଛୋଟ ଛୋଟ ଖଣ୍ଡ କରି ପକେଇବେ।ତାପରେ ହାତ ଦ୍ୱାରା ସେ ସାବୁନକୁ ଭଲ ଭାବରେ ମିଶେଇ ଦେବେ।

ତାପରେ ଆମ କଢେଇ ନେବେ ସେ ପାଣିରେ ଆପଣ ରାତିସାରା ତାକୁ ଭିଜେଇକି ରଖିବେ ବା ସେ କଢେଇକୁ ପାଣି ଭିତରେ ବୁଡ଼େଇକି ରଖିବେ।ଯେଉଁ କାରଣରୁ ଏହା ସକାଳୁ ସହଜରେ ସଫା ହୋଇଯିବ।ତାପର ଦିନ ସକାଳୁ ସେ କଢେଇକୁ ବାହାରକୁ ଆଣିବା ଓ ତାପରେ ସେ କଢେଇକୁ ବାଲି କାଗଜ ସାହାର୍ଯ୍ୟରେ ଭଲ ଭାବରେ ଘଷି ଦେବା।ଘଷିଲା ବେଳେ ଆପଣ ଦେଖିବେ ବାକି ଲାଗିଥିବା କଳା ଦାଗ ବହୁତ ସହଜରେ ବାହାରି ଯିବ।

ତାକୁ ଘଷିଲା ବେଳେ ସେଥିରେ ମଝିରେ ମଝିରେ ସାବୁନ ପାଣି ପକେଇବେ ଯାହାଦ୍ୱାରା ସେ ସୁଖିଲା ହେବ ନାହିଁ ବା ଘଷିବାକୁ ଅସୁବିଧା ହେବ ନାହିଁ।ତାର ଭିତର ବାହାର ସବୁ ପାର୍ଶ୍ଵରେ ଭଲ ଭାବରେ ଘସି ଦେବେ ଓ ମନ କରି ଘସିଲା ବେଳେ ମଝିରେ ମଝିରେ ସାବୁନ ପାଣି ପକଉଥିବେ ଯାହାଦ୍ୱାରା ଆପଣଙ୍କୁ ଘଷିବାକୁ ସୁବିଧା ହେବ।ଆପଣ ସମ୍ପୂର୍ଣ୍ଣ ଘଷି ସାରିବା ପରେ ଆପଣ ଭଲ ଭାବରେ ତାକୁ ସଫା ପାଣିରେ ଧୋଇଦେବେ ଏବେ ଆପଣ ଦେଖିବେ ଏହା ଦେଖିବାକୁ ବହୁତ ସୁନ୍ଦର ଲାଗିବ ଓ ସମ୍ପୂର୍ଣ୍ଣ ଭାବେ ସଫା ହୋଇଯିବ।

ଆପଣ ମନରଖିବେ ଯଦି ଆପଣଙ୍କ ପାଖରେ ସମୟର ଅଭାବ ରହୁଛି ଆପଣ ଗୋଟେ ଦିନରେ ସମ୍ପୂର୍ଣ୍ଣ ସଫା କରି ପାରୁ ନାହାନ୍ତି ଆପଣ ତାକୁ ପୁଣି ସେ ସାବୁନ ପାଣିରେ ଭିଜେଇ ରଖିଦେବେ ଓ ସମୟ ପାଇଲେ ପୁଣି ଆସି ତାକୁ ଭଲ ଭାବରେ ବାଲି କାଗଜରେ ଘଷିବେ ଓ ଧ୍ୟାନ ରଖିବେ ଘଷିଲା ବେଳେ ଆପଣ ମଝିରେ ମଝିରେ ସାବୁନ ପାଣି ନିଶ୍ଚିନ୍ତ ପକେଇବେ ଯାହାଦ୍ୱାରା ଆପଣଙ୍କୁ ଘଷିବାରେ କୌଣସି ଅସୁବିଧା ହେବ ନାହିଁ।ତାପରେ ତାକୁ ସଫା ପାଣିରେ ଧୋଇ ଦେବେ ଓ ତାପରେ ଦେଖିବେ କଢେଇ ନୁଆ ଭଳି ଚିକ ଚିକ କରିବ।ଏହି ପରି ଆପଣ ପୁରୁଣା ରୁ ପୁରୁଣା ବାସନ କୁସନକୁ ନୁଆ ଭଳି ସଫା ହୋଇଯିବ।

Leave a Reply

Your email address will not be published. Required fields are marked *