March 22, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଭାରତ ର ଜଣେ ସଫଳ ବ୍ୟକ୍ତିତ୍ଵ – ରତନ ଟାଟାଙ୍କ ଜୀବନ ଶୈଳୀ,ରୋଜଗାର ଏବଂ ତାଙ୍କର ପରିବାର ଓ ସଫଳତା ର ରହସ୍ୟ

ରତନ ଟାଟାଙ୍କ ସମ୍ପୂର୍ଣ୍ଣ ନାମ ହେଲା ରତନ ନାଭଲ୍ ଟାଟା।ସେ ଡିସେମ୍ବର ୨୮,୧୯୩୭ ରେ ଭାରତ ର ସୁରତ ରେ ଜନ୍ମ ଲାଭ କରିଥିଲେ। ୨୦୨୦ ସୁଧା ୮୦ ବର୍ଷ ବୟସ ହେବ।ତାଙ୍କ ର ପିଲାବେଳ ସ୍କୁଲ ଥିଲା କାମ୍ପିଆନ୍ ସ୍କୁଲ ରେ ଅଷ୍ଟମ ପର୍ଯ୍ୟନ୍ତ ପଢିଥିଲେ ଏବଂ ପରେ ସେ ଆମେରିକା ର ହାର୍ବର୍ଡ୍ ବାଣିଜ୍ୟ ସ୍କୁଲ୍ ରେ ପଢିଥିଲେ।ଏହା ପରେ ସେ ଦ୍ଵାଦଶ କର୍ଣେଲ୍ ବିଶ୍ଵବିଦ୍ୟାଳୟ ରେ ପଢିଥିଲେ ଏବଂ ସେ ତାଙ୍କ ଆଗ୍ରହ ଏହାପରେ କାରିଗରୀ ଆଡ଼କୁ ବଢେଇଲେ।ସେ ପ୍ରତି କ୍ଷେତ୍ର ରେ ସଫଳତା ପାଇଥିଲେ। କିନ୍ତୁ ତାଙ୍କର ପରିବାର ଲୋକେ ସେ ବାଣିଜ୍ୟ କରିଵେ ବୋଲି କହୁଥିଲେ।ଶେଷରେ ସେ ତାଙ୍କ ର ସଫଳତା ବାଣିଜ୍ୟ ରେ ଆଣିବେ ବୋଲି ନିଷ୍ପତ୍ତି ନେଲେ।
ତାଙ୍କର ବିଭିନ୍ନ ଦିଗରେ ଲକ୍ଷ୍ୟ ଥିଲା ଏବଂ ସେଗୁଡ଼ିକ ମଧ୍ୟରେ-ଶିଳ୍ପପତି, ବ୍ୟାପାରୀ,ସମାଜସେବୀ ଇତ୍ୟାଦିl

ତାଙ୍କର କିନ୍ତୁ ବ୍ୟାପାର ରେ ଅନେକ ଆଗ୍ରହ ଥିଲା ସେ ସେଥିପ୍ରତି ନିଜକୁ ଅଗ୍ରସର କଲେ ଓ ୧୯୭୫ ରେ ହାର୍ବର୍ଡ ବାଣିଜ୍ୟ ବିଶ୍ଵବିଦ୍ୟାଳୟ ରେ ବାଣିଜ୍ୟ ରେ ଡିଗ୍ରୀ ହାସଲ କରିଥିଲେ।  ପାଠ ପଢିବାରେ ଏତେ ବୁଦ୍ଧିମାନ ଥିଲେ ଯେ ତାଙ୍କୁ ଆମେରିକାର ଆଇ.ବି. ମ୍ କମ୍ପାନୀ ତାଙ୍କୁ ଚାକିରୀ ପାଇଁ ଡାକିଥିଲେ।କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ବାଣିଜ୍ୟ ରେ ଏକ ସଫଳ ବ୍ୟକ୍ତି ହବା ଲକ୍ଷ୍ୟ ରଖିଥିଲେ।

ପ୍ରଥମ ଥର ସେ ୧୯୬୧ ରେ ଟାଟା ଷ୍ଟିଲ କମ୍ପାନୀ ରେ ପ୍ଳାଷ୍ଟର ଓ ପଥର ଆଦି ର ସପଲାୟର ଭାବେ ନିଯୁକ୍ତି ପାଇଥିଲେ। ରତନ୍ ଟାଟା ର ସବୁ କମ୍ପାନୀ ରେ କିଛିନାକିଛି ଚାକିରୀ ରେ ନିଜକୁ ଜଣାଶୁଣା କରିପାରିଥିଲେ ଏବଂ ଏହି ସମୟ ମଧ୍ୟରେ ସେ ବାଣିଜ୍ୟ ର ସବୁ କିଛି ତଥ୍ୟ ଜାଣିବା ଏବଂ ବହୁ ବାଣିଜ୍ୟିକ କଥା ଜାଣି ସାରିଥିଲେ।ଟାଟା କମ୍ପାନୀ ଏହା ପରେ ତାଙ୍କର ସଫଳତା ଜାଣି ତାଙ୍କୁ ବ୍ୟବସାୟ ରେ ସ୍ଥାନ ଦେଇ ଥିଲା।୧୯୭୧ ରେ ସେ ଟାଟା ର ଟିଭି ଓ ରେଡ଼ିଓ କମ୍ପାନୀ ତଥା ନେଲ୍କୋର ଦାୟିତ୍ଵ ସମ୍ଭାଲିଲେ। ସେ ସମୟ ରେ ନେଲ୍କୋ ର ସ୍ଥିତି ଭଲ ନଥିଲା ତଥାପି ରତନ ତାଙ୍କ ଉଦ୍ୟମ ଦ୍ଵାରା ୧୯୭୧-୭୪ ଚାରି ବର୍ଷ ମଧ୍ୟ ରେ ଏହାକୁ ପରିଶ୍ରମ ଦ୍ଵାରା ଏହାର ସ୍ଥିତି ସୁଧାରି ପାରିଥିଲେ ଓ ସହରରେ ଏହାକୁ ଏକ ନାମିତ କମ୍ପାନୀ ଭାବେ ପରିଗଣିତ କରେଇଥିଲେ।କିନ୍ତୁ କିଛି ତ୍ରୁଟି ଯୋଗୁଁ ଏହି କମ୍ପାନୀ ବନ୍ଦ ହୋଇଗଲା ଏବଂ ଏହାଥିଲା ତାଙ୍କର ପ୍ରଥମ ବିଫଳତା।

ଏହା ପରେ ଆହୁରି ମଧ୍ୟ ଏକ ସ୍ଥିତି ନଥିବା କମ୍ପାନୀ ର ଦାୟିତ୍ଵ ସେ ନେଇଥିଲେ ଓ ତାହା ମଧ୍ୟ ଏତେ ତିଷ୍ଟି ପାରିନଥିଲା ଯାହାକି ତାଙ୍କର ଆଉ ଏକ ବିଫଳତା ଥିଲା।ସବୁପରେ ବି ସେ ଆଶା ଛାଡ଼ି ନଥିଲେ।ତାଙ୍କର ଚେଷ୍ଟା ଦ୍ଵାରା ଟାଟା କମ୍ପାନୀ ତାଙ୍କ ଉପରେ ବହୁତ ଖୁସି ହୋଇ ତାଙ୍କୁ କମ୍ପାନୀ ର ଚେୟାରମ୍ୟାନ ପଦବୀ ଦେଇଥିଲେ ଏବଂ ସେ ଟାଟା ର ଦାୟିତ୍ଵ ବହନ କଲେ। ଏହାକୁ ଏକ ନାମିଦାମୀ କମ୍ପାନୀ ଭାବେ ପରିଚାଳିତ କରେଇଥିଲେ ଓ ଆନ୍ତର୍ଜାତୀୟ ସ୍ତରରେ ଏହା ଭାରତ ଓ ଅନ୍ୟାନ୍ୟ ବିଦେଶ ରେ ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲା।
ରତନ ଚେୟାର ମ୍ୟାନ ହେବା ପରଠୁ ଏହି କମ୍ପାନୀ ପ୍ରତିବର୍ଷ ୫୦% ଲାଭ ରେ ଚାଲିଲା ଓ ଏହା ଦ୍ବାରା ସେ ସଫଳତା ପାଇପରିଲେ
ଓ ଏହା ତାଙ୍କ ଜୀବନ କୁ ସାର୍ଥକ କରେଇଥିଲା।ଟାଟା ର ବହୁତ୍ ଗୁଡେ କମ୍ପାନୀ ସେ କିଣିଥିଲେ ଯଥା-ଜାଗୁଅର୍,ଟାଟା ଟି, ଟେଷ୍ଟଲୀ, କୋରସ୍ ଇତ୍ୟାଦି।


ଏହାପରେ ଟାଟା ମୋଟରସ୍ ରେ କିଛି ଗଣ୍ଡ ଗୋଳ ହେଉଥିଲା ତେଣୁ ସେ ଏହାକୁ ବୋଡ କମ୍ପାନୀ କୁ ବିକ୍ରି କରିବାକୁ ଚେଷ୍ଟା କରିଥିଲେ ଏବଂ ଏକ ମିଟିଂ ରଖିଥିଲେ କିନ୍ତୁ ଉକ୍ତ କମ୍ପାନୀ ର ମାଲିକ ରତନ ଙ୍କୁ ସମସ୍ତଙ୍କ ସାମ୍ନାରେ ଏହାକୁ କିଣି ଟାଟା ଉପରେ ଏକ କୃପା କରୁଛନ୍ତି ବୋଲି କହି ତାଙ୍କୁ କଟାକ୍ଷ କରି କହିଥିଲେ ଯାାଦ୍ୱାରା ରତନ ସେଠୁ ଉଠିଆସି ଥିଲେ ଏବଂ ଡିଲ୍ କୁ ମନାକରିଦେଲେ।ସେ ଟାଟା ମୋଟରସ୍ କୁ ନିଜେ ମାର୍କେଟ ରେ ସଫଳ କରେଇକି ରହିବେ ବୋଲି ଶପଥ ନେଇଥିଲେ।କିଛିଦିନ ପରେ ସେ ଏହାକୁ ସଫଳ କରେଇଲେ ଓ ଆନ୍ତାର୍ଜତୀୟ ସ୍ତର ରେ ଏହା ବହୁତ୍ ନାମ କଲା। ଭାରତ ରେ ଏହା ବର୍ତ୍ତମାନ ଏକ ନାମିତ କମ୍ପାନୀ ଭାବେ ତିଷ୍ଟିଛି।
ରତନ ଟାଟା ୨୦୧୫ ସୁଧା ବହୁତ୍ ଗୁଡେ ଚାଇନା କମ୍ପାନୀ ଯଥା – ସାଓମୀ ଏବଂ ଆମେରିକାନ ଏକ୍ସପ୍ରେସ ଆଦି ସହ ପାର୍ଟନର ସିପ କରିସାରିଛନ୍ତି ଖାଲି ଏତିକି ନୁହେଁ ବହୁତ୍ ଆନ୍ତର୍ଜାତୀୟ କମ୍ପାନୀ ସହ ମଧ୍ୟ ବାଣିଜ୍ୟ କରିଛନ୍ତି।

ରତନ ତାଙ୍କ ସଫଳତା ଯୋଗୁଁ ବହୁତ୍ ପୁରସ୍କାର ପାଇଛନ୍ତି।ସେ ପଦ୍ମ ଭୂଷଣ,ପଦ୍ମ ବିଭଷଣ ଏବଂ ଭାରତର ଏକ ବଳିଷ୍ଠ ବ୍ୟାପାରୀ ଆଦି ଅନେକ ପୁରସ୍କାର ମିଳିସାରିଛି।

ତାଙ୍କର ପରିବାର ର ସଦସ୍ୟ ମାନଙ୍କ ମଧ୍ୟରେ ତାଙ୍କର ପିତା – ନାଭାଲ ଟାଟା,ମା – ସୋନି ଟାଟା ଓ ଭାଇ -ନୋଇଲ ଟାଟା ଆଦି ସଂପୃକ୍ତ।ରତନ ତାଙ୍କ ରୋଜଗାର ତାଙ୍କର ୩୦ ଟି କିଣିଥିବା କମ୍ପାନୀ ରୁ ପାଉଛନ୍ତି ଏବଂ ସେଥିମଧ୍ୟରୁ ସବୁଠୁ ଅଧିକ ଟାଟା ଷ୍ଟିଲ କମ୍ପାନୀ ରୁ ଏବଂ ତାଙ୍କର ସବୁଠୁ ସଫଳକାମି କମ୍ପାନୀ ଯାହାକି ଟାଟା ମୋଟରସ ଏହା ପାଖା ପାଖି ୧୭୫ ଟି ଦେଶ ରେ ଚାଲିଆସିଛି।
ତାଙ୍କର ସମ୍ପୂର୍ଣ୍ଣ ରୋଜଗାର ମିଶିଲେ ପାଖାପାଖି ୧୭୯୧୦ କୋଟି ଟଙ୍କା।

ଚାଲନ୍ତୁ ତାଙ୍କ ବର୍ତ୍ତମାନ ର ଘର ବିଷୟରେ ଜାଣିବା- ରତନ ଟାଟା ଏବେ ମୁମ୍ବାଇ ର କୋଲବା ଠାରେ ତାଙ୍କ ପରିବାର ସହ ରହୁଛନ୍ତି।ତାଙ୍କ ଘର ର ଦାମ୍ ହେଉଛି ୧୫୦ କୋଟି।ଏହା ବହୁତ୍ ଚାକଚକ୍ୟ ଏବଂ ତାଙ୍କର ଅନେକ ଗୁଡ଼ିଏ ଓ ଜେଟ୍ ମଧ୍ୟ ଅଛି ତନ୍ମଧୟରୁ-ମର୍ଶିଡିଜ,ଫରାରି, ଗୋଲଡ ନାନୋ, ହୋଣ୍ଡା ଏବଂ ଯେଟ୍ ଭିତରେ- ଡେସଲଟ ଫାଲକନ୍ ଆଦି ପ୍ରମୁଖ।

Leave a Reply

Your email address will not be published. Required fields are marked *