March 17, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଆମେ କିପରି ଦାନ୍ତରେ ଜମା ହୋଇଥିବା ପ୍ଲାକ ଓ ଟାରଟରକୁ ସଫା କରି କିଭଳି ମୋତି ଭଳି ଚିକ ଚିକ ଦାନ୍ତ ପାଇ ପାରିବା..

ସାଙ୍ଗମାନେ ଆମେ ସମସ୍ତେ ଜାଣିଛୁ ସବୁଦିନ ଦାନ୍ତ ସଫା କରିବା ପାଇଁ ବ୍ରସ କରିବା ବହୁତ ଦରକାରୀ ହୋଇଥାଏ,କାହିଁକିନା ଦାନ୍ତ ହଳଦିଆ ନହେଉ ଓ ଆମ ଦାନ୍ତ ସବୁବେଳେ ସଫା ଦେଖାଯାଉ।ଆମେ ଯେତେ ଭଲଭାବରେ ଦାନ୍ତ ସଫା କଲେ ମଧ୍ୟ ଆମ ମୁହଁ ଭିତରେ ଜୀବାଣୁ ଭରି ରହିଥାନ୍ତି।ଆମେ ଖାଉଥିବା ଖାଦ୍ୟରୁ ଜୀବାଣୁମାନେ ପ୍ରୋଟିନ ଓ ଅନ୍ୟ ପଦାର୍ଥକୁ ବ୍ୟବହାର କରି ସେମାନେ ମୁହଁରେ ପ୍ଲାକ ବା ଫଳକ ସୃଷ୍ଟି କରିଥାନ୍ତି।ଏହା ଏକ ଧଳା ପଦାର୍ଥ ହୋଇଥାଏ ଯାହା ଆମକୁ ସହଜରେ ଦେଖାଯାଇ ନଥାଏ।

ସାଧାରଣତଃ ଏହାକୁ ବ୍ରସ ସାହାଯ୍ୟରେ କାଢି ପାରିବା କିନ୍ତୁ ବହୁତ ଲୋକ ନିଜ ଦାନ୍ତକୁ ବାହାର ପଟରୁ ହିଁ ସଫା କରି ନିଅନ୍ତି ଶିଘ୍ର ଶିଘ୍ର ବ୍ରସ କରିବା କାରଣରୁ ଏମାନେ ଭିତର ପଟକୁ ଭଲ ଭାବରେ ସଫା କରିବା ଭୁଲି ଯାଆନ୍ତି।ସେଥିପାଇଁ ଏହା ଧୀରେ ଧୀରେ ଜମି ଜମି ବହୁତ ଟାଣ ହୋଇଯାଇଥାଏ।ତାପରେ ଦାନ୍ତର ପଛପଟରେ ହଳଦିଆ ଅଂଶ ଜମା ହୋଇଥାଏ ଏହାକୁ ଟାରଟର କୁହାଯାଏ।ଏହା ଗୋଟେ ପ୍ରକାରର ଜୀବାଣୁ ହୋଇଥାନ୍ତି ଏମାନଙ୍କୁ ବ୍ରସ ସାହାଯ୍ୟରେ କାଢି ହେବ ନାହିଁ।

ଦାନ୍ତରେ ଟାରଟର ଜମା ହେଲେ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଜଣା ପଡି ନଥାଏ କିନ୍ତୁ ଧୀରେ ଧୀରେ ସମୟ ଅତିକ୍ରମ କରିବା ସହ ଏହା ଦେଖାଯାଇଥାଏ।ଏ ଟାରଟର ଓ ପ୍ଲାଗରେ ବିଭିନ୍ନ ପ୍ରକାରର ଜୀବାଣୁ ଉପସ୍ଥିତ ଥାଆନ୍ତି ଓ ଏମାନେ ଆମେ ଖାଉଥିବା ମିଠା ଜିନିଷକୁ ବ୍ୟବହାର କରି ଗୋଟେ ପ୍ରକାରର ଏସିଡ ତିଆରି କରନ୍ତି ଏହାଦ୍ୱାରା ଆମ ଦାନ୍ତରେ ଥିବା ଇନେମଲକୁ ଦୁର୍ବଳ କରି ଦିଅନ୍ତି।

ଆପଣ ଦେଖିବେ ଯେତେବେଳେ ଦାନ୍ତରେ କେଉଁଠାରେ କଳା ଦାଗ ଦେଖାଯାଏ ଜାଣିବେଯେ ଏହା ତାହେଲେ ଦାନ୍ତରେ ପୋକ ଲାଗିବାର ପ୍ରଥମ ଲକ୍ଷଣ ହୋଇଥାଏ।ଏହାକୁ ଅଣଦେଖା କଲେ ଦାନ୍ତକୁ ଭିତରୁ ଫମ୍ପା କରିଦେଇ ଥାଏ।ତାପରେ ଦାନ୍ତରେ ସମ୍ବେଦନଶୀଳ ବଢିବା ବିନ୍ଧା ହେବା ଓ ମାଢି ଦୁର୍ବଳ ହେବା ଭଳି ଗମ୍ଭୀର ରୋଗ ଦାନ୍ତରେ ଜମା ହୋଇଥିବା ପ୍ଲାଗ ଓ ଟାରଟର କାରଣରୁ ହୋଇଥାଏ।

ଦାନ୍ତ ଡାକ୍ତର ପାଖକୁ ଯିବା ଅପେକ୍ଷା ଆମେ କେତେକ ଘରୋଇ ଉପାୟ ଦ୍ୱାରା ଆମେ ଏହି ଟାରଟର ଠାରୁ ଉପଶମ ପାଇ ପାରିବା।ଆସନ୍ତୁ ଜାଣିବା ସେ ୩ ଟି ପ୍ରଭାବକାରୀ ଘରୋଇ ଉପାୟ ବିଷୟରେ।ସେଥିରୁ ପ୍ରଥମ ଉପାୟକୁ ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ହେଉଛି ଟମାଟର,କମଳାଲେମ୍ବୁ ଚୋପା ଓ ଲୁଣ।ଆପଣ ଗୋଟେ କମଳାଲେମ୍ଭୁ ଚୋପା ଓ ଅଧା ଟମାଟରକୁ ଗ୍ରାଇଣ୍ଡର ସାହାଯ୍ୟରେ ବାଟୀ ନେବେ।ସେ ତିଆରି ହୋଇଥିବା ବଟାକୁ ନେଇ ଲୁଣ ମିଶେଇ ନିଜ ବ୍ରସରେ ନେବେ।

ତାପରେ ସେ ମିଶ୍ରଣକୁ ନେଇ ନିଜ ଦାନ୍ତର ଆଗ ପଛ ଭଲ ଭାବରେ ୪-୫ ମିନିଟ ପର୍ଯ୍ୟନ୍ତ ସଫା କରିବାକୁ ଲାଗିବେ ଓ ଯେଉଁ ଜାଗାରେ ବେଶୀ ଟାରଟର ଜମା ହୋଇଛି ସେ ଜାଗାକୁ ଭଲ ଭାବରେ ସଫା କରି ନେବେ।ସଫା କରି ସାରିବା ପରେ ଭଲ ଭାବରେ କୁଳି କରିନେବେ ଓ ତାପରେ ସାଧାରଣ ପେଷ୍ଟ ସାହାଯ୍ୟରେ ନିଜ ଦାନ୍ତକୁ ସଫା କରିନେବେ।ଟମାଟର,କମଳାଲେମ୍ବୁ ଚୋପାରେ ଭିଟାମିନ ସି ଥାଏ ଯାହା ସେ ଜୀବାଣୁକୁ ନଷ୍ଟ କରିବାରେ ସାହଯ୍ୟ କରିବ ଓ ଆପଣ ନିୟମିତ ୩ ଦିନ ପର୍ଯ୍ୟନ୍ତ ଏଭଳି କରିବେ।

ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟ ତିଆରି ପାଇଁ ଦରକାର ହେଉଥିବା ଜିନିଷ ଗୁଡିକ ହେଉଛି:-ନଡ଼ିଆ ତେଲ,ଖାଇବା ସୋଢ଼ା ଓ ଲୁଣ।ଆପଣ ଗୋଟେ ଚାମୁଚ ନଡ଼ିଆ ତେଲରେ ଅଧା ଚାମୁଚ ଖାଇବା ସୋଢ଼ା ଓ ଦୁଇ ଚୁଟକି ଲୁଣ ମିଶେଇ ତାକୁ ଭଲ ଭାବରେ ଗୋଳେଇ ନେବେ।ତାପରେ ନିଜ ବ୍ରସ ସାହଯ୍ୟରେ ଏ ମିଶ୍ରଣ ଲଗେଇ ନିଜ ଦାନ୍ତକୁ ଭଲ ଭାବରେ ସଫା କରିନେବେ।ଖାଇବା ସୋଢ଼ା ବହୁତ ଲାଭ ଦାଇ ହୋଇଥାଏ ଯାହା ବହୁତ ଆଗରୁ ଆମର ବ୍ୟବହାର ହୋଇ ଆସୁଛି।ଏହା ମୁହଁର ପିଏଚ କୁ ସମାନତା ରଖେ।ଆପଣ ଏହାକୁ ୭ ଦିନରେ ଥରେ ନହେଲେ ମାସରେ ୨ ଥର କରିବେ।

ଆସନ୍ତୁ ଜାଣିବା ତୃତୀୟ ଉପାୟ ବିଷୟରେ ଆମକୁ ଦରକାର କଳା ଜିରା ଓ ଲବଙ୍ଗ ତେଲର।ସର୍ବ ପ୍ରଥମେ ଦୁଇ ଚାମୁଚ କଳା ଜିରାକୁ ଭଲ ଭାବରେ ଚୋବେଇ ନେବେ ଓ ତାକୁ ମୁହଁରେ ରଖିବେ ତାପରେ ସୁଖିଲା ବ୍ରସ ରେ ୪-୫ ବୁନ୍ଦା ଲବଙ୍ଗ ତେଲ ପକେଇ ଦାନ୍ତକୁ ଭଲ ଭାବରେ ସଫା କରିବେ।ଏହା ଆମ ଦାନ୍ତର ସମ୍ବେଦନଶୀଳତା ଓ ମାଢି ଅସୁବିଧାରୁ ଆରାମ ଦେଇଥାଏ।ଏହାର ନିୟମିତ ବ୍ୟବହାର ଦ୍ୱାରା ଆମ ଦାନ୍ତ ସମ୍ପୂର୍ଣ୍ଣ ସଫା ହୋଇଯାଇଥାଏ।

ଆପଣ ଖାଦ୍ୟକୁ ଖାଇ ସାରିବା ପରେ ଭଲ ଭାବରେ କୁଳି କରି ଗୋଟେ ଚାମୁଚ ପାନମଧୁରୀ ଚୋବେଇ ନେବେ।ଯାହାଦ୍ୱାରା ଦାନ୍ତରେ ଆଉ ଖାଦ୍ୟ ଜମି ରହିବ ନାହିଁ।ଆପଣ ଧୂମ୍ରପାନ କରୁଥିଲେ ଏହି ଅଭ୍ୟାସକୁ କମ କରି ନେବେ।ଦିନସାରା ବେଶିରୁ ବେଶି ପାଣି ପିଅନ୍ତୁ।ଯାହାଦ୍ୱାରା ମୁହଁ ସଫା ହୋଇଥାଏ ଓ ଆବର୍ଜନା ଜମା ହୋଇନଥାଏ।ଏହା ଦ୍ୱାରା ଆପଣ ନିଜ ଦାନ୍ତରେ ଜମା ହୋଇଥିବା ଟାରଟର ଓ ପ୍ଲାକକୁ ସଫା କରି ପାରିବେ।

Leave a Reply

Your email address will not be published. Required fields are marked *