ଯଦି ଏ ଗଛ ଆପଣଙ୍କ ଘରେ ଅଛି ତାହେଲେ ଆପଣଙ୍କୁ ଧନବାନ ଓ ଲାଭବାନ ହେବାରୁ କେହି ଅଟକେଇ ପାରିବେନି..

ଆଜି ଆମେ ଜାଣିବା ଗୋଟେ ଏମିତି ଗଛ ବିଷୟରେ ଯାହା ଘରେ ରହିଲେ ଘରର ସମସ୍ତ ସଦସ୍ୟ ଯଶସ୍ୱୀ ହୋଇଥାନ୍ତି ଓ ଘରର ମାନ ସନ୍ନମାନ ବର୍ଦ୍ଧିତ ହୋଇଥାଏ।ଯେଉଁ ଭଳି ତୁଳସୀ ଆମ ଘରେ ରହିବା ଦ୍ୱାରା ଆମେ ବହୁତ ଲାଭ ବାନ ହୋଇଥାଉ ସେ ଭଳି ଏ ଗଛ ମଧ୍ୟ ବହୁତ ଲାଭ ପ୍ରଦାନ କରିଥାଏ କିନ୍ତୁ ବହୁତ ଲୋକ ଏ ଗଛ ବିଷୟରେ ଜାଣିନଥାନ୍ତି।ଘର ଉପରକୁ ଆସୁଥିବା ବିପଦ ସଙ୍କଟ ମଧ୍ୟ ହୋଇନଥାଏ।
କେଉଁ ଦିଗରେ ଏ ଗଛ ଲଗେଇଲେ ଆପଣ ଏହାର ଭରପୁର ଭାବରେ ଲାଭ ଉଠେଇ ପାରିବେ ଆଜି ଆମେ ଏ ବିଷୟରେ ଜାଣିବା।ଯେମିତି ତୁଳସୀ ପୂଜନିୟ ଓ ଭଗବାନ ବିଷ୍ଣୁଙ୍କ ଉପରେ ଏହା ଲାଗି ହୁଏ ଠିକ ସେହି ଭଳି ବେଲ ଗଛର ପତ୍ର ମଧ୍ୟ ପୂଜନିୟ ଓ ଏହା ଭଗବାନ ଶିଵଙ୍କ ଉପରେ ଲାଗି ହୁଏ।ଏହା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନ ପୂର୍ତ୍ତି ହୋଇଥାଏ।ଆପଣ ଯଦି ବେଲ ଗଛ ନିଜ ଘରେ ଲଗେଇବେ ଆପଣ ଏହାର ଲାଭ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ଏ ଗଛ ଆପଣ ବହୁତ କମ ଲୋକଙ୍କ ଘରେ ଦେଖିଥିବେ କାରଣ ଏ ଗଛ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି।ଶିବ ପୁରାଣରେ କୁହାଯାଇଛି ବେଲ ପତ୍ର ଭଗବାନ ଶିଵଙ୍କୁ ବହୁତ ପ୍ରିୟ ହୋଇଥାଏ।ଯେମିତି କଥାରେ ଅଛି ରବିବାର ଦିନ ତୁଳସୀ ଛିଣ୍ଡାଯିବା ଉଚିତ ନୁହେଁ ଠିକ ସେହି ଭଳି ବେଲ ପତ୍ର ସହିତ ଜଡିତ କିଛି କଥା ଅଛି।ସର୍ବ ପ୍ରଥମ ହେଉଛି ଆପଣ ବେଲ ପତ୍ରକୁ ଭଗବାନ ଶିଵଙ୍କ ଉପରର ବଢ଼େଇବା ଆଵଶ୍ୟକ।ଯାହାଦ୍ୱାରା ଆପଣଙ୍କୁ ଅନେକ ପ୍ରକାରର ଲାଭ ମିଳିବ।
ଆପଣ ଏ ପତ୍ର ଗୁଡିକୁ ବାରମ୍ବାର ଧୋଇ ପୁନର୍ବାର ଭଗବାନ ଶିଵଙ୍କ ଉପରେ ଚଢେଇ ପାରିବେ।ଯେପର୍ଯ୍ୟନ୍ତ ଏ ପତ୍ର ସୁଖୀ ଖରାପ ହୋଇନି ଏହା ଦ୍ୱାରା କୌଣସି ପ୍ରକାରର ଅସୁବିଧା ହୋଇନଥାଏ।ଆପଣ ବେଲ ପତ୍ରକୁ ଅଷ୍ଟମୀ,ଅମାବାସ୍ୟା,ପୂର୍ଣ୍ଣିମା ଓ ସୋମବାର ଦିନ ବେଲ ପତ୍ର ଛିଡ଼େଇବା ଅନୁଚିତ ଅଟେ। ଯଦି ଆପଣ ଚାହିଁବେ ଆପଣ ଗୋଟେ ଦିନ ପୂର୍ବରୁ ଏହାକୁ ଛିଡେଇ ରଖି ପାରିବେ।ଆପଣ ଦ୍ଵାଦଶୀ ଦିନ ବେଲ ଗଛ ମୂଳରେ ଦୀପ ନିଶ୍ଚିନ୍ତ ଜଳେଇବା ଆଵଶ୍ୟକ ହୋଇଥାଏ।
ଏମିତି କରିବା ଦ୍ୱାରା ସମସ୍ତ ମନୋକାମନା ବହୁତ ଶିଘ୍ର ପୁର୍ଣ୍ଣ ହୋଇଥାଏ,ଧନ ଅଭାବ ଦୁର ହୋଇଥାଏ,ମହାପାପ ରୁ ମୁକ୍ତି ମିଳେ।ଆପଣ ଯେତେବେଳେ ନିଜ ଘରେ ବେଲ ଗଛ ଲଗେଇବେ ଆପଣ ଦେଖିବେ ତା ପ୍ରଭାବରେ ଆପଣଙ୍କ ଘରେ ସବୁ ଯଶସ୍ୱୀ ହେବାରେ ଲାଗିବେ ଓ ମାନ ସନ୍ନମାନ ପ୍ରାପ୍ତ ହେବ।ଏମିତି କୁହାଯାଏ ଯେଉଁ ସ୍ଥାନରେ ବେଲ ଗଛ ଥାଏ ସେ ସ୍ଥାନ କାଶୀ ଭଳି ପବିତ୍ର ଓ ପୂଜନିୟ ଅଟେ।ଆପଣ ଏ ଗଛ ଲଗେଇବା ଦ୍ୱାରା ବହୁତ ଖରାପ ତନ୍ତ୍ର ପ୍ରଭାବରୁ ବଞ୍ଚିତ ରହିଥାଏ ଓ ଘରେ ସ୍ନେହ ବୃଦ୍ଧି ହୋଇଥାଏ।
ଆପଣ ଏ ଗଛକୁ କୌଣସି ଦିନ ଓ କେତେବେଳେବି ନିଜ ଘରକୁ ଆଣି ପାରିବେ।ଯଦି ଆପଣ ଏ ଗଛକୁ ନିଜ ଘରର ଉତ୍ତର-ପଶ୍ଚିମ ଦିଗରେ ଲଗେଇ ପାରିବେ ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବା ସହ ବହୁତ କିଛି ମିଳିଥାଏ।ଆପଣ ଉତ୍ତର-ଦକ୍ଷିଣ ଦିଗରେ ଲଗେଇଲେ ଆପଣଙ୍କ ଘରେ ସୁଖ ସମୃଦ୍ଧିର ପ୍ରାପ୍ତି ହୋଇଥାଏ ଓ ଆର୍ଥିକ ସମସ୍ୟାରୁ ଦୁର ହୋଇଥାଏ।ଆମେ କହିଥିବା ଦିନରେ ବେଲ ପତ୍ର ନଛିଡେଇଲେ ଆପଣ ବହୁତ ବିପଦରୁ ବଞ୍ଚି ପାରିବେ।ଆପଣ ସବୁଦିନ ଭଗବାନ ଶିଵଙ୍କ ପୂଜା ସମୟରେ ଏହି ବେଲ ପତ୍ରର ବ୍ୟବହାର କଲେ ଆପଣ ବହୁତ ସୁଫଳ ଲାଭ କରିବେ।