March 17, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ‘S’ ଏବଂ ‘K’ ନାମ ଲୋକଙ୍କ ଯୋଡି କିପରି ହୋଇଥାଏ ? କିପରି ରହିବ ଏମାନଙ୍କ ଭବିଷ୍ୟତ ଜାଣିରଖନ୍ତୁ…

ଓଁ ଶ୍ରୀ ଗଣପତୟେ ନମଃ,ସାଙ୍ଗମାନେ ଆମେ ଆପଣମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ।ଆଜି ଆମେ ଏଠାରେ ଜାଣିବାକି ଏସ ନାମକ ଓ କେ ନାମକ ମହିଳା ବା ପୁରୁଷ ମାନଙ୍କ ଯୋଡି କିପରି ହୋଇଥାଏ।ବୈବାହିକ ଜୀବନରେ ଯଦି ଏମାନେ ଏକାଠି ଆସନ୍ତି ତାହେଲେ କଣ ଅସୁବିଧା ହୋଇଥାଏ ଓ ଏହାର ସମାଧାନ ବିଷୟରେ ଆମେ ଆଜି ଏହିଠାରେ ଜାଣିବା।ଏହି ସବୁ କଥା ଆମେ ୭ ଟି ବିନ୍ଦୁ ଦ୍ୱାରା ଜାଣିବା।ଏବେ ଆସନ୍ତୁ ଜାଣିବା ସେ ସାତଟି ବିନ୍ଦୁ ବିଷୟରେ।

୧.ବ୍ୟକ୍ତିତ୍ୱ:-ସାଙ୍ଗମାନେ ଏସ ନାମକ ଲୋକ ଦେଖିବୀକୁ ସ୍ମାର୍ଟ,ବୁଦ୍ଧିମାନ ଓ ଆତ୍ମବିଶ୍ବାସ ରେ ଭରି ରହିଥାନ୍ତି।ସେହିଠାରେ କେ ନାମକ ବ୍ୟକ୍ତି ମାନଙ୍କ ବ୍ୟକ୍ତିତ୍ୱ ମଧ୍ୟ ବହୁତ ଭଲ ହୋଇଥାଏ।ଏମାନେ ବହୁତ ସୁନ୍ଦର ହୋଇଥାନ୍ତି ଯେଉଁ କାରଣରୁ ଲୋକମାନେ ଏମାନଙ୍କ ପାଖକୁ ଆକର୍ଷିତ ହୋଇଥାନ୍ତି।ଏମାନେ ବାହାରର ସୌନ୍ଦର୍ଯ୍ୟକୁ ବହୁତ ପସନ୍ଦ କରନ୍ତି ସେଥିପାଇଁ ଏମାଙ୍କୁ ବାହାଘରିଆ ଓ ଅନ୍ୟ ଉତ୍ସବ ଆଦିରେ ଯିବାର ବହୁତ ସୌକ ଥାଏ।ସେଥିପାଇଁ ଏମାନଙ୍କ ବ୍ୟକ୍ତିତ୍ୱ ବାହାରୁ ବହୁତ ଭଲ ହୋଇଥାଏ ତେଣୁ ବ୍ୟକ୍ତତ୍ୱ ତୁଳନାରେ ଏମାନଙ୍କୁ କୌଣସି ଅସୁବିଧା ଆସିନଥାଏ।

୨.ଗୁଣ ବା ସ୍ଵଭାଵ:-ଦେଖିବାକୁ ଗଲେ ଏସ ନାମ ଧାରୀ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି କିନ୍ତୁ ବେଳେ ବେଳେ ଅଧିକ ରାଗି ଯାଆନ୍ତି।ଯଦି କୌଣସି ନିସ୍ପତି ନେବାର ଥାଏ ତାହେଲେ ସେ ଶାନ୍ତ ହୋଇ ନେଇଥାନ୍ତି। କହିବାକୁ ଗଲେ ସେମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି।ସେଠି କେ ନାମକ ଲୋକ ଶାନ୍ତ ହେବା ସହ ବହୁତ ସାହାସି ହୋଇଥାନ୍ତି ଓ ଲୋକମାନେ ଏମାନଙ୍କୁ ଭୟ କରନ୍ତି।କେଉଁଠି ନା କେଉଁଠି ଏମାନେ ବାହାରୁ ବହୁତ ଶକ୍ତିଶାଳୀ ହୋଇଥାନ୍ତି ବୋଲି ଦେଖାନ୍ତି।ସ୍ଵଭାଵ ତୁଳନାରେ ଏମାନଙ୍କ ଭିତରେ ଟିକେ ଟିକେ ଦୁଃଖ ଆସିପାରେ।

୩.ଆର୍ଥିକ:-ଏସ ନାମକ ଲୋକ ବହୁତ ପରିଶ୍ରମୀ,ବହୁତ ସଚ୍ଚୋଟ ଓ ବହୁତ ବିଶ୍ୱସ୍ତ ହୋଇଥାନ୍ତି।ସେ କୌଣସିବି କ୍ଷେତ୍ରରେ ନିଜ ପରିଶ୍ରମ ଓ ସଚ୍ଚୋଟ ପଣିଆ ସାହାଯ୍ୟରେ ବହୁତ ଧନ ଅର୍ଜନ କରିଥାନ୍ତି।ସେଠାରେ କେ ନାମ ଧାରୀ ଲୋକ ବହୁତ ଚତୁର ହୋଇଥାନ୍ତି।ସେମାନେ ଖୋଲା ଚିନ୍ତାଧାରାର ହୋଇଥିବାରୁ କୌଣସି ଚାକିରୀ ବା ବ୍ୟବସାୟ କରିବାରେ ଲଜ୍ଜା ଅନୁଭବ କରନ୍ତି ନାହିଁ।ସେଥିପାଇଁ ସେ ବହୁତ ଭଲ ପଇସା ରୋଜଗାର କରନ୍ତି।ତେଣୁ ଏଠି ଏମାନଙ୍କୁ କୌଣସି ଅସୁବିଧା ଆସିନଥାଏ।

୪.ବ୍ୟବହାର:-ଏସ ନାମକ ଲୋକମାନେ ହସ ଓ ଖୁସି ରେ ଲୋକମାନଙ୍କ ସହ ମିଶନ୍ତି ଓ ଅନ୍ୟମାନଙ୍କ ସହ ବହୁତ ଭଲ ବ୍ୟବହାରର ପ୍ରଦର୍ଶନ କରନ୍ତି।ସେଠାରେ କେ ନାମକ ଲୋକ ବହୁତ ଟାଣ ସ୍ୱଭାବର ହୋଇଥାନ୍ତି ବୋଲି ସେମାନଙ୍କୁ ଲୋକମାନେ ଡ଼ରି ଥାନ୍ତି ଓ ସେମାନଙ୍କ ଆଗରେ କୌଣସି କଥା ରଖିବାକୁ ଭୟ ପ୍ରକାଶ କରନ୍ତି।ତେଣୁ ଏ କ୍ଷେତ୍ରରେ ସେମାନଙ୍କୁ ଛୋଟ ଛୋଟ ଦୁଃଖର ସାମ୍ନା କରିବାକୁ ପଡି ପାରେ।

୫.ଜୀବନ:-ଏସ ନାମକ ଲୋକ ବହୁତ ସାହାସିକତା ପୁର୍ଣ୍ଣ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ଓ ନିଜ ଜୀବନକୁ ଭରପୁର ଉପଭୋଗ କରିବାକୁ ଚାହାନ୍ତି।ସେ ମାନନ୍ତି ଜୀବନରେ ଏମିତି କିଛି କରିବା ଦରକାର ଯାହାଦ୍ୱାରା ଦୁନିଆ ଆମଠାରୁ କିଛି ଶିଖିବ।କେ ନାମକ ଲୋକ ମନରେ ଏମିତି କିଛି ନଥାଏ।ସେ ନିଜର ବର୍ତ୍ତମାନର ସ୍ଥିତିକୁ ସୁଦୃଢ କରିବାରେ ଲାଗନ୍ତି ଓ ଏହି କ୍ଷେତ୍ରରେ ଦୁଇ ଜଣଙ୍କୁ କୌଣସି ପ୍ରକାର ଅସୁବିଧା ହୋଇନଥାଏ।

୬.ଆଧ୍ୟାତ୍ମିକତା:-ଏସ ଅକ୍ଷର ଭିତରୁ ଏମାନେ ବହୁତ ଧାର୍ମିକ ହୋଇଥାନ୍ତି ।ଯେଉଁମାନେ ଧାର୍ମିକ ହୋଇଥାନ୍ତି ସେମାନେ ବହୁତ ବଡ଼ ଭକ୍ତ ହୋଇଯାଆନ୍ତି।ଏମାନେ ଯୁକ୍ତିଯୁକ୍ତ ମନର ହୋଇଥିବା କାରଣରୁ ଏମିତି ନାସ୍ତିକ ହୋଇଥାନ୍ତି।ସେଠାରେ କେ ଅକ୍ଷର ଲୋକମାନେ ଧାର୍ମିକ ହେବା ସହ ଯୁକ୍ତିଯୁକ୍ତ ସ୍ୱଭାବର ମଧ୍ୟ ହୋଇଥାନ୍ତି।ଏଠି ମଧ୍ୟ ସେମାନଙ୍କୁ ବେସି କିଛି ଅସୁବିଧା ଆସିନଥାଏ।

୭.ନକାରାତ୍ମକ ପାର୍ଶ୍ୱ:-ଏସ ନାମକ ଲୋକ ବହୁତ ରାଗି ଓ ଜିଦ୍ଖୋର |,ସନ୍ଦେହ ସ୍ୱଭାବର ହୋଇଥାନ୍ତି।ବେଳେ ବେଳେ ଏତେ ରାଗି ହୋଇଯାନ୍ତି ଆଗରେ କିଏ ଠିଆ ହୋଇଛି ତାକୁ ଦେଖନ୍ତିନି ଓ କାହାରି କଥା ଶୁଣନ୍ତିନି।ସେଠାରେ କେ ଅକ୍ଷରର ଲୋକ ବହୁତ ସାହାସି ସ୍ଵଭାବର ହୋଇଥାନ୍ତି ଯେଉଁ କାରଣରୁ ସବୁ କ୍ଷେତ୍ରରେ ନିଜର ଡର ବିସ୍ତାର କରିଥାନ୍ତି ଓ ସେ ଚାହାନ୍ତି ତାଙ୍କୁ ସମସ୍ତ ଡ଼ରନ୍ତୁ।କେ ନାମକ ଲୋକଙ୍କ ଅହଂକାର ଓ ଏସ ନାମକ ଲୋକ ଜିଦ୍ଖୋର ହୋଇଥିବାରୁ ଏମାନଙ୍କ ଭିତରେ ଦୁଃଖ ଆସିପାରେ।

Leave a Reply

Your email address will not be published. Required fields are marked *