March 24, 2025

Odia Express

Leading Odia News Portal of Odisha

ଜାଣନ୍ତୁ କିପରି ବେଲପତ୍ର ତୋଳିବେ ଏବଂ ଭଗବାନଙ୍କୁ ଅର୍ପଣ କରିବେ – ସବୁବେଳେ ମିଳିବ ଶୁଭ ଫଳ..

ନମସ୍କାର ସାଙ୍ଗ ମାନେ, ଆଜି ମୁଁ ଆପଣଙ୍କୁ କହିବି କେମିତି ବେଲ ପତ୍ର ତୋଳିବେ ଏବଂ କେମିତି ଏହାକୁ ଶିବ ଲିଙ୍ଗ ରେ ଚଢ଼େଇବେ । ତ ଆସନ୍ତୁ ଜାଣିବା କେମିତି ଭଗବାନ ଶିବ ଙ୍କୁ ବେଲ ପତ୍ର ଅର୍ପଣ କରିବେ ଏବଂ ତୋଳିବେ କେତେବେଳେ।ଏହା ଭାଗବନ ଶିବଙ୍କର ଅତି ପ୍ରିୟ ଆଗ କାଳରୁ ଲୋକମାନେ ଏମିତି ମାନି ଆସିଛନ୍ତି ଯେ ବେଲ ପତ୍ର ଜଳ ରେ ଭଗବାନ ଶିବଙ୍କ ମସ୍ତିସ୍କ ଥଣ୍ଡା ରହିଥାଏ ପୂଜାରେ ଏହାକୁ ବ୍ୟବହାର କଲେ ଭଗବାନ ଶିବ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି । ଶିବ ରାତ୍ରି ଆସିବା ପରେ ଶ୍ରଦ୍ଧାଳୁ ମାନେ ମହାଦେବ ଶଙ୍କରଙ୍କୁ ପ୍ରସନ୍ନ କରିବାକୁ ଭିଡ ଲେଗେଇ ଥାନ୍ତି, ଶିଵ ଲିଙ୍ଗରେ କ୍ଷୀର ସହିତ ବେଲ ପତ୍ର ଚଢ଼ିବାର ନିୟମ ରହିଛି, ଶିବ ଲିଙ୍ଗ ଉପରେ ବେଲ ପତ୍ର ଚଢ଼ଉଥିବା ବେଳେ ଏବଂ ତୋଳୁଥିବା ବେଳେ କିଛି ଖାସ ନିୟମ ପାଳନ କରାଯାଏ । ଏହି ନିୟମ କଣ ମୁଁ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛି ।

କେବେବି ସଂକ୍ରାନ୍ତି ରେ ଏବଂ ସୋମବାର ରେ ବେଲ ପତ୍ର ତୋଳନ୍ତୁ ନାହିଁ ବେଲ ପତ୍ର ଭଗବାନ ଶିବଙ୍କର ପ୍ରିୟ ହୋଇ ଥିବାରୁ ଏହି ତିଥିରେ ବେଲ ପତ୍ର ତୋଳାଯାଏ ନାହିଁ, ଏହି ତିଥି ପୂର୍ବରୁ ଆପଣ ବେଲ ପତ୍ର ତୋଳି ପୂଜାରେ ଲଗାଇ ପାରିବେ ।ଶାସ୍ତ୍ରରେ କୁହା ଯାଇଛି ଯଦି କୌଣସି ସମୟରେ ବେଲ ପତ୍ର ମିଳୁ ନାହିଁ ତା ହେଲେ ଆଗରୁ ଚଢା ହୋଇଥିବା ବେଲ ପତ୍ର କୁ ଧୋଇ ଏହାକୁ ପୁର୍ନବାର୍ର ଚଢାଇ ପାରିବେ । ପୁରାଣରେ ମଧ୍ୟ ଶ୍ଳୋକ ଅଛି ଯେ ବେଲ ପତ୍ର ନ ମିଳିଲେ ଚଢା ଯାଇଥିବା ବେଲ ପତ୍ର କୁ ଧୋଇ ବହୁତ ଥର ବ୍ୟବହାର କରି ପାରିବେ ।

ବେଲ ପତ୍ର ତୋଳୁଥିବା ସମୟରେ ଗୋଟେ କଥା ର ଧ୍ୟାନ ଦିଅନ୍ତୁ କି ଯେମିତି ବେଲ ପତ୍ରର ଡେମ୍ଫ ନ ଛିଡିବ। ଆପଣକୁ କେବଳ ବେଲ ପତର ଚିଡ଼େଇବାର ଅଛି, ପତ୍ର ଏମିତି ସାବଧାନ ରେ ତୋଳନ୍ତୁ କି ଯେମିନ୍ତି ଗଛ ର କିଛି କ୍ଷତି ନହେବ ଏବଂ ପତ୍ର ତୋଳିବା ପରେ ଗଛକୁ ମନେ ମନେ ନମସ୍କାର ମଧ୍ୟ୍ୟ କରିବାକୁ ଭୁଲିବେ ନାହିଁ ।

ଭଗବାନଙ୍କ ଶିବ ଲିଙ୍ଗ ଉପରେ ବେଲ ପତ୍ର କେମିତି ଚଢ଼ଇବେ ଆସନ୍ତୁ ଜାଣିବା- ବେଲ ପତ୍ର ସବୁବେଳେ ଓଲଟା ଚଢାଇବା ଉଚିତ, ମାନେ ପତ୍ରର ଚିକ୍କଣ ଭାଗ ଶିବ ଲିଙ୍ଗ ଉପରେ ରହିବା ଦରକାର, ବେଲପତ୍ର ନିହାତି ଭାବେ ତିନି ଶାଖା ହେଇଥିବ ଦରକାର, ବେଲ ପତ୍ର ନଥିଲେ ଗଛ କୁ ମଧ୍ୟ ଦର୍ଶନ କରି ନିୟନ୍ତୁ ଏଥିରେ ମଧ୍ୟ ପୁଣ୍ୟ ମିଳିଥାଏ ।

ତେବେ ଏହା ଥିଲା କିଛି କଥା ଯାହା ଆପଣଂକୁ ମାନିବା ଆବଶ୍ୟକ ଅଟେ। ବେଲ ପତ୍ର ତୋଳିବା ଏବଂ ଭଗବାନ ମହାଦେବ ଶଙ୍କରଙ୍କୁ ଅର୍ପଣ କରିବାର ନୀତି ନିୟମକୁ ମାନନ୍ତୁ।

Leave a Reply

Your email address will not be published. Required fields are marked *