March 24, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା କୁମ୍ଭ ରାଶି ଓ ବିଛା ରାଶି ବ୍ୟକ୍ତି ବିଶେଷଙ୍କ ଗୁଣ ବିଷୟରେ – ଦେଖନ୍ତୁ କିଏ ଅଧିକ ଶକ୍ତିଶାଳୀ..

ଯଦି ଆମ ଆଖ ପାଖରେ ବିଛା ରାଶିର ବ୍ୟକ୍ତି ବିଶେଷ ଆଛନ୍ତି ତାହେଲେ ସେମାନଙ୍କୁ ନିଜର ବ୍ୟକ୍ତି ବିଶେଷ ବିଷୟରେ ଜାଣିବାକୁ ବହୁତ ଉତ୍ସାହିତ ଥାଆନ୍ତି।ବିଛା ରାଶିର ବ୍ୟକ୍ତି ବିଶେଷ ବହୁତ ଆକର୍ସକ କ ରହସ୍ୟ ମୟୀ ହୋଇଥାନ୍ତି।ଏମାନଙ୍କର ରାଶିର ଦେବତା ମଙ୍ଗଳ ଅଟନ୍ତି।ଯେଉଁ କାରଣରୁ ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ସାହାସି ଓ କ୍ରୋଧ ଯୁକ୍ତ ହୋଇଥାନ୍ତି।ଏମାନେ ସ୍ୱଭାବରେ ବହୁତ ନିର୍ଭୀକ,ଚିନ୍ତାଶୀଳ ଆଉ ଜିଦ୍ଦିଆ ହୋଇଥାନ୍ତି।ଏମାନଙ୍କ ତୀବ୍ରତାର ଆପଣ ହିସାବ କରି ପାରିବେନି ଓ ଅନ୍ତର ଜ୍ଞାନର ଭଣ୍ଡାର ଏମାନଙ୍କ ଭିତରେ ରହିଥାଏ।

ଏମାନେ ବହୁତ ଜିଜ୍ଞାସୁ ହୋଇଥାନ୍ତି ଓ ବହୁତ କମ ସନ୍ତୁଷ୍ଟ ହୋଇ ପାରନ୍ତି।ଏମାନେ ଦୃଢ଼ ନିସ୍ଚୟୀ ଓ ସ୍ପଷ୍ଟ ବାଦୀ ହୋଇଥାନ୍ତି।ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ରହସ୍ୟମୟୀ ହୋଇଥାଏ।ଏମାନେ ବହୁତ ଭଲ ଓ ସଚ୍ଚୋଟ ବନ୍ଧୁ ଭାବରେ ବିବେଚିତ ହୋଇଥାନ୍ତି।ଏମାନଙ୍କର କ୍ରୁର,ଛଳନା କାରୀ,କପଟରେ ପରି ପୁର୍ଣ୍ଣ ଶତ୍ରୁ ଥାଏ।ଏମାନଙ୍କ ଭିତରେ ଧର୍ଯ୍ୟ ଓ ପ୍ରତିଭାରେ ପରିପୁର୍ଣ୍ଣ ହୋଇଥାନ୍ତି ଆଉ ଏମାନେ ମଧ୍ୟ ରସିନାତ୍ମକ ହୋଇଥାନ୍ତି।

ଏମାନଙ୍କ ଭିତରେ ପ୍ରତିଶୋଧର ଭାବନା ବହୁତ ଭୟାନକ ଘର କରି ନେଇଥାଏ।ଏମାନେ ବହୁତ ଭାଵନାତ୍ମକ ହୋଇଥିଲେ ମଧ୍ୟ ଏମାନଙ୍କୁ ଦେଖି ତାଙ୍କ ଶତ୍ରୁ ଏମାନଙ୍କ ଆଗରେ ଭୟଭିତ କରି ଯାଆନ୍ତି।ଏମାନେ ବହୁତ ଖୋଜି ସ୍ୱଭାବର ହୋଇଥାନ୍ତି ଓ କାର୍ଯ୍ୟ ସ୍ଥଳରେ ମନ ଦେଇ କାର୍ଯ୍ୟ କରନ୍ତି।ନିଜ ବୁଦ୍ଧି ବଳରେ ଉପରକୁ ଉଠନ୍ତି ଓ ନକାରାତ୍ମକ ପରିସ୍ଥିତିରେ ଭୟ ଭିତ ନହୋଇ ସେ କାର୍ଯ୍ୟକୁ ଧର୍ଯ୍ୟର ସହିତ ସଞ୍ଚାର କରନ୍ତି।ପ୍ରେମ କ୍ଷେତ୍ରରେ ଏମାନେ ବହୁତ ଭଲ ସାବ୍ୟସ୍ତ ହୁଅନ୍ତି କିନ୍ତୁ ଏମାନେ ଅଳ୍ପ ସନ୍ଦେହି ହୋଇଥିବାରୁ ଏମାନଙ୍କ ସାଥି ଏମାନଙ୍କ ଉପରେ ରାଗି ଯାଆନ୍ତି।

ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶି ବିଷୟରେ:- ଆମ ଆଖ ପାଖରେ ବହୁତ କୁମ୍ଭ ରାଶିର ଲୋକ ଥିବେ,ଏମାନେ ମାନବତା ବାଦୀ ପ୍ରବୃତ୍ତିର ହୋଇଥାନ୍ତି।ଏମାନଙ୍କର ବ୍ୟକ୍ତିତ୍ୱ ବହୁତ ଗମ୍ଭୀର ଓ ଗହୀର ହୋଇଥାନ୍ତି।ଏମାନେ ପ୍ରଗତି ଶୀଳ ହେବା ସହିତ ପରୋପକାରର ଭାବନା ଏମାନଙ୍କର ମୁଳ ଲକ୍ଷ୍ୟ ହୋଇଥାଏ।ଏମାନଙ୍କର ଭାବନା ବହୁତ ନିଷ୍ପକ୍ଷ ହୋଇଥାଏ।ଏମାନେ ଆଧୁନିକ ହେବା ସହିତ ବ୍ୟବହାରିକତାକୁ ମୁଖ୍ୟତା ଦେଇ ଥାଆନ୍ତି।ଏମାନଙ୍କ ନିଜ ଜୀବନରେ ହସ୍ତ କ୍ଷେପ ଏମାନଙ୍କୁ ପସନ୍ଦ ହୋଇନଥାଏ।

ଏମାନେ ସ୍ୱତନ୍ତ୍ରତା ପସନ୍ଦ କରିଥାନ୍ତି ଓ ଏମାନଙ୍କ ସ୍ଵଭାଵ ମିଳନ ସାର ହୋଇଥାଏ ସେଥିପାଇଁ ଏମାନଙ୍କ ସାଥି ମଧ୍ୟ ପର୍ଯ୍ୟାପ୍ତ ସଂଖ୍ୟାର ଥାଆନ୍ତି।ଏମାନେ କୌଣସି ନିସ୍ପତିରେ ପହଁଚିବାକୁ ଏମାନଙ୍କୁ ବହୁତ ଅଧିକ ସମୟ ଲାଗିଥାଏ।ଏମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି।ଭବିଷ୍ୟତ କଥା କହିବାକୁ ଗଲେ କାର୍ଯ୍ୟ ସ୍ଥଳରେ ଚୁନତି ଭରା କାର୍ଯ୍ୟ କରିବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ।ଏମାନେ ନିଜର ବହୁତ ସମୟ ସେ କାର୍ଯ୍ୟସ୍ଥଳରେ ଅତିବାହିତ କରିବାକୁ ପସନ୍ଦ କରନ୍ତି।

ସେ ସମ୍ପୂର୍ଣ୍ଣ ନିଷ୍ଠା ଓ ଭକ୍ତିର ସହିତ ନିଜ କାର୍ଯ୍ୟ କରନ୍ତି,ଦରକାରୀ ବ୍ୟକ୍ତି ଓ ସହକର୍ମୀ ମାନଙ୍କର ସାହାଯ୍ୟ କରିବା ଏମାନଙ୍କୁ ପସନ୍ଦ ଆସିଥାଏ।ନିଜ କଠିନ ପରିଶ୍ରମ ଓ ନିଜ କାର୍ଯ୍ୟ ବଳରେ ସେ ସେଠାରେ ତାଙ୍କର ଛବି ଆଙ୍କିତ କରିଥାନ୍ତି।ସେ ବହୁତ ଖୋଲା ବିଚାରର ହୋଇଥାନ୍ତି ଓ ସ୍ୱତନ୍ତ୍ର ଭାବନାର ଲୋକ ଏମାନଙ୍କୁ ପସନ୍ଦ ଆସିଥାନ୍ତି।ସେ ଜୀବନକୁ ବହୁତ ଭଲ ଓ ଆହୁରି ଭଲ କରିବାକୁ ଚେଷ୍ଟା କରି ପାରିବେ।ଏମାନେ ଯାହାକୁ ଭଲ ପାନ୍ତି ତାସହିତ ସଚ୍ଚୋଟ ରୁହନ୍ତି।

Leave a Reply

Your email address will not be published. Required fields are marked *