March 25, 2025

Odia Express

Leading Odia News Portal of Odisha

ସକାଳୁ ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ ଥିବା ଭିନ୍ନ ଭିନ୍ନ ରୋଗର ନିବାରଣ କରିପାରିବେ…

ଭଗବାନ ଶିଵଙ୍କର ଭକ୍ତମାନଙ୍କର ଅଭାବ ନାହିଁ ଓ ଭଗବାନ ଶିଵଙ୍କୁ ଖୁସି କରିବା ପାଇଁ ତାଙ୍କ ଭକ୍ତ ମାନେ ଭଗବାନ ଶିଵଙ୍କ ଉପରେ ଗୋଟେ ପତ୍ର ଚଢେଇ ଥାଆନ୍ତି ଯାହାକୁ ଆମେ ବେଲ ପତ୍ର ବୋଲି କହିଥାଉ।ଏହି ବେଲ ପତ୍ର ଆୟୁର୍ବେଦରେ ଗୋଟେ ପ୍ରକାରର ଔଷଧି ହୋଇଥାଏ ଯାହା ବିଷୟରେ ବହୁତ କମ ଲୋକ ଜାଣିଥାଆନ୍ତି।ଆଜି ଆମେ ଜାଣିବା ବେଲ ପତ୍ର ସମ୍ବନ୍ଧୀୟ କେତେକ ଲାଭ ବିଷୟରେ ଯାହା ବିଷୟରେ ଜାଣି ଆପଣ ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟ ଚକିତ ହେବେ।ଆଜି ଆମେ ଜାଣିବା ଆମେ ଏହି ବେଲପତ୍ରର କିପରି ବ୍ୟବହାର କରିବା ଆଉ ଏହାର ପ୍ରୟୋଗ ଦ୍ୱାରା ଆମେ କେଉଁ କେଉଁ ପ୍ରକାରର ରୋଗକୁ ଆମେ ନାଶ କରି ପାରିବା ସେବିଷୟରେ ଜାଣିବା।

ବେଲ ପତ୍ରର ସବୁଠାରୁ ଭଲ ଗୁଣ ବିଷୟରେ କହିବାକୁ ଯିବାତ ଏହା ଏକ ପିତ୍ତ ନାଶକ ଭାବରେ କାର୍ଯ୍ୟ କରେ।ସବୁଠାରୁ ବଡ଼ ସମସ୍ୟା ହେଉଛି ଶରୀରରେ ପିତ୍ତ ବଢିଛି ବୋଲି ଆମେ କିପରି ଜାଣିବା ?ଆପଣଙ୍କ ପରିଶ୍ରା ହଳଦିଆ ଆସୁଛି ନହେଲେ ଆପଣଙ୍କ ମୁହଁରେ କୁଣ୍ଡେଇ କାଣ୍ଡେଇ ହେଉଛି ଏହାର ଅର୍ଥ ହେଉଛି ଆପଣଙ୍କ ଶରୀରରେ ପିତ୍ତର ମାତ୍ରା ବଢି ଯାଇଛି।ଆଉ ଏହା ବଢିବା ଦ୍ୱାର ବହୁତ ରୋଗ ମଧ୍ୟ ହୋଇଥାଏ।ଏହି ସବୁ ରୋଗକୁ ଆମେ ବେଲ ପତ୍ର ଦ୍ୱାରା ଠିକ କରି ପାରିବା।ଏବେ ଆସନ୍ତୁ ଜାଣିବା ଏହି ବେଲ ପତ୍ରକୁ ଆମେ କିପରି ଖାଇ ପାରିବା ?ଆପଣଙ୍କୁ ସକାଳୁ ଉଠୁ ଉଠୁ ଖାଲି ପେଟରେ ବ୍ରସ ନକରି ମାତ୍ର ୨-୩ ଟି ବେଲ ପତ୍ର ଆପଣଙ୍କୁ ଖାଇବାର ଅଛି।ଆପଣ ଏହାକୁ ୧-୨ ମାସ ଖାଇବା ଦ୍ୱାରା ଆପଣଙ୍କୁ ବହୁତ ଲାଭ ହେବ।

ଆସନ୍ତୁ ଜାଣିବା ବେଲ ପତ୍ର ଖାଇବା ଦ୍ୱାରା ଆମର ଶରୀରର କେଉଁ ସବୁ ରୋଗ ଭଲ ହେବ?ସବୁଠାରୁ ପ୍ରଥମେ ହେଉଛି ପିତ୍ତ ସହିତ ଜଡିତ ଅସୁବିଧା।ଯେମିତିକି ଶରୀରରେ ଭିନ୍ନ ଭିନ୍ନ ସ୍ଥାନରେ ଛାଲେ ହେବା।ପେଟ,ମୁହଁ, ହାତ,ଗୋଡ଼ ଭିନ୍ନ ଭିନ୍ନ ଭିନ୍ନ ସ୍ଥାନରୁ ଅଲସର ଭଳି ସମସ୍ୟାରୁ ଦୁର କରି ପାରିବେ।ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଲ ପତ୍ର ବହୁତ ଲାଭ ଦାୟୀ ହୋଇଥାଏ।ଉଚ୍ଚରକ୍ତ ଚାପର ମୁଖ୍ୟ କାରଣ ହେଉଛି ଆମ ରକ୍ତ ପତଳା ସ୍ଥାନରେ ବହୁତ ବହଳିଆ ହୋଇଯାଇଥାଏ।ତାପରେ ଜାଣିବା ରକ୍ତ ବହଳିଆ କାଇଁ ହୋଇଥାଏ ?ଯଦି ଆପଣ ଖାଉଥିବା ଖାଦ୍ୟ ଭଲ ଭାବରେ ହଜମ ହୋଇନଥାଏ ଆଉ ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଉଛନ୍ତି ତାହେଲେ ଆମ ରକ୍ତ ଚାପ ମଧ୍ୟ ବଢିଥାଏ।

ଆପଣ ଏହାକୁ ଠିକ କିପରି କରିବେ ?ଆପଣ ଖାଉଥିବା ଖାଦ୍ୟ କିପରି ଭଲ ଭାବରେ ହଜମ ହେବ ସେ ବିଷୟରେ ଧ୍ୟାନ ଦେବେ।ସକାଳୁ ଉଠି ଖାଲି ପେଟରେ ସବୁଦିନ ୨-୩ ଟି ବେଲ ପତ୍ର ଖାଇବେ।ଏହାଦ୍ୱାରା ଆପଣଙ୍କ ପେଟରେ ହେଉଥିବା ବଦହଜମି ଭଳି ସମସ୍ୟା ଭଲ ହେବ ଓ ଆପଣଙ୍କ ଶରୀରରେ ଥିବା ଭିନ୍ନ ଭିନ୍ନ ପ୍ରକାରର ରୋଗ ମଧ୍ୟ ଭଲ ହେବାକୁ ଲାଗିବ।ମୋଟାପଣ ମଧ୍ୟ ଏହି ବେଲପତ୍ର ଦ୍ୱାରା ଭଲ ହୋଇଥାଏ।ଆଜିକାଲି ମୋଟାପଣ ଏତେ ବଢି ଯାଇଛି ଲୋକ ଏହାକୁ ଠିକ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଔଷଧ ଖାଇବାକୁ ଲାଗିଲେଣି।ଆପଣ ଯାହାବି କରନ୍ତୁ ଯଦି ଆପଣଙ୍କ ପେଟର ହଜମ ପ୍ରକ୍ରିୟା ଭଲ ନାହିଁ ତାହେଲେ ଆପଣ ପତଳା ହୋଇପାରିବେ ନାହିଁ।

ତାପରେ ବଡ଼ ରୋଗ ହେଉଛି ଚୁଟି ଝଡ଼ିବା କିନ୍ତୁ ଏହାକୁ ଠିକ କରିବା ପାଇଁ ବହୁତ ଲୋକ ମୁଣ୍ଡରେ ସାମ୍ପୁ ବା ସିରମ ଲଗେଇ ନିଜ ଚୁଟି ସମସ୍ୟାକୁ ଭଲ କରିବାକୁ ଚେଷ୍ଟା କରିଥାନ୍ତି।ଆମ ଚୁଟି ସମ୍ପୂର୍ଣ୍ଣ ଭାବରେ ଗଛର ମୂଳ ଭଳି ହୋଇଥାଏ ଯାହା ମୂଳରେ ପୃଷ୍ଟିକର ସାର ନଦେଲେ ଏହା ଉପୁଡିଯାଏ ଠିକ ସେହି ଭଳି ଆମ ଚୁଟିର ମୂଳରେ ପୁଷ୍ଟିକର ପୋଷଣ ନଦେଲେ ଆମ ଚୁଟି ମଧ୍ୟ ଉପୁଡିବାକୁ ଲାଗିବେ।ଆମେ ପୁଷ୍ଟିକର ପୋଷଣ କେବଳ ଆମେ ଭଲ ଖାଦ୍ୟ ଖାଇ ଚୁଟିକୁ ଦେଇ ପାରିବେ।ଯାହାଫଳରେ ଆମ ଚୁଟି ଝଡ଼ିବା ବନ୍ଦ ହୋଇଯିବ ଓ ଆମ ଚୁଟି ଗହଳିଆ ହୋଇଯିବ।ଏହା ବ୍ୟତୀତ ଆମ ଚେହେରାରେ ବ୍ରଣ ଆସିଲେ ଆମେ ବେଲ ପତ୍ର ଖାଇ ଏହାକୁ ଭଲ କରି ପରିବା।

ଆମ ମୁହଁରେ ବ୍ରଣ ଉଠିଲେ ଆମେ ଏହା ଉପରେ କ୍ରିମ ଲଗେଇ ଥାଉ କିନ୍ତୁ ଏହା କ୍ରିମ ଦ୍ୱାରା ଭଲ ହେବ ନାହିଁ।ବ୍ରଣ ଆମ ରକ୍ତ ଅପରିଷ୍କାର ହେବା ଦ୍ୱାରା ହୋଇଥାଏ,ଆଉ ରକ୍ତ ଅପରିଷ୍କାର ହେବାର ମୁଖ୍ୟ କାରଣ ହେଉଛି ଆମ ପେଟ ଖରାପ ହେବା।ଆଉ ହଜମ ଭଲ ଭାବରେ ନହେବା,ରୋଗ ସବୁବେଳେ ଗୋଟେ ଅନ୍ୟ ସହିତ ଜଡିତ ଥାଏ ସେଥିପାଇଁ ଆମେ ପ୍ରଥମେ ଆମ ପେଟ ସଫା କଲେ ଆମେ ଆମ ମୁହଁରେ ଉଠୁଥିବା ବ୍ରଣକୁ ଭଲ କରି ପାରିବା।ବେଲ ପତ୍ର ଦ୍ୱାରା ଆପଣ ନିଜ ଶରୀରର ରୋଗପ୍ରତିରୋଧ ଶକ୍ତିକୁ ବଢ଼େଇ ପାରିବେ।ଯେମିତି କଥା ହେବା କରୋନା

ଭାଇରସ ବିଷୟରେ ଏହି ରୋଗ ସେମାନଙ୍କୁ ଅଧିକ ହେଇଥାଏ ଯାହାର ରୋଗପ୍ରତିରୋଧ ଶକ୍ତି କମ ଥାଏ।ଆପଣ ସବୁଦିନ ବେଲ ପତ୍ର ଖାଇ ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇ ପାରିବେ।ମଧୁମେହ ପାଇଁ ଏ ବେଲ ପତ୍ର ସବୁଠାରୁ ଭଲ ହୋଇଥାଏ ଆଉ ଏ ମଧୁମେହକୁ ଆପଣ ମୂଳରୁ ଭଲ କରି ପାରିବେ ତାହେଲେ ଆପଣ ବେଲ ପତ୍ର ଖାଇବା ଉଚିତ ଅଟେ।ଏହାଦ୍ୱାରା ଆପଣଙ୍କ ଶରୀରରେ ଇନ୍ସୁଳୀନ ମାତ୍ରା ବଢିଥାଏ ଆଉ ରକ୍ତରେ ଶର୍କରା ମାତ୍ରା ବୃଦ୍ଧି ପାଇଥାଏ।୨-୩ ମାସ ନିୟମିତ ଖାଇବା ଦ୍ୱାରା ଆପଣ ମଧୁମେହକୁ ମୂଳରୁ ଶେଷ କରି ପାରିବେ।

Leave a Reply

Your email address will not be published. Required fields are marked *